1 ଗ୍ୟାନ୍ ନିଜାର୍ ଗଃର୍ ବଃନାୟି ଆଚେ, ସେ ତାର୍ ସାତ୍ଗଟ୍ କଃମ୍ ଗାଡିଆଚେ; 2 ସେ ନିଜାର୍ ହସୁ ସଃବୁ ମାରିଆଚେ; ସେ ନିଜାର୍ ଅଙ୍ଗୁର୍ରଃସ୍ ମିସାୟ୍ ଆଚେ, ସେ ନିଜାର୍ ଟେବୁଲ୍ ସଃଜାୟ୍ ଆଚେ। 3 ସେ ନିଜାର୍ ଚାକର୍ନିମଃନ୍କେ ହଃଟାୟି ଆଚେ, ସେ ଗଃଳାର୍ ସଃବ୍କେ ଉଚା ଜଃଗାୟି କୁଦି କୟିଦ୍, 4 ଜୁୟି ଲକ୍ ଅବୁଜ୍ୟା ସେ ଇତି ଆସ, ଆରେକ୍ ଜୁୟି ଲକ୍ ନିର୍ବୁଦିଆ, ତାକେ ସେ କୟିଦ୍। 5 ଆସା , ମର କାଦି କାହା ଆର୍ ମର୍ ମିସ୍ଲା ଅଙ୍ଗୁର୍ରଃସ୍ କାହା 6 ଏ ଅଃବୁଜ୍ଯା ଲକ୍ମଃନ୍ , କଃରାପ୍ ଲକାର୍ ସଃଙ୍ଗ୍ ଚାଡି ଜିବନ୍କେ ବାଚାଉଆ,ଆର୍ ବଃଲ୍ ରଃସ୍ତାୟି ଚାଲା।
7 ଜେ ଲିନ୍ଦାକାରିକେ ସିକ୍ୟା ଦଃୟିଦ୍ ସେ ନିଜେ ଲାଜ୍ ହାୟିଦ୍; ଆରେକ୍ ଜେ ଦୁସ୍ଟ୍ ଲକାର୍ ସଃଙ୍ଗ୍ ଜାୟିଦ୍ ସେ ନିଜେ ବଦ୍ନାମ୍ ହାୟିଦ୍। 8 ଲିନ୍ଦା କାରିକେ କାୟ୍ବଃଲି କଃଉଆନାୟି, କୟିଲେକ୍ ତୁମିକେ ଗୁର୍ନା କଃରେଦ୍ , ଗିଆନିର୍ ବାଟ୍ ଜାହା ସେରି ତୁମିକେ ବଃଲ୍ ଅୟିଦ୍। 9 ଗିଆନିକେ ସିକ୍ୟା ଦିଲେକ୍ ,ସେ ଆରେକ୍ ଅଃଦିକ୍ ଗିଆନି ଅୟିଦ୍ ,ଆରେକ୍, ଦଃର୍ମିକେ ସିକ୍ୟା ଦିଲେକ୍, ତାର୍ ଗ୍ୟାନ୍ ଅଃଦିକ୍ ଅୟିଦ୍।
10 ଇସ୍ୱରାର୍ ବିସୟେ ଡିର୍ତାର୍ ଗିଆନାର୍ ଆରୁମ୍ , ଆରେକ୍ ଜଦି ଦଃର୍ମି ଇସ୍ୱର୍କେ ଜାଣାସ୍ ତଃବେ ତୁମାର୍ ବୁଜ୍ତା ଗିଆନ୍ ଆସେଦ୍। 11 କାୟିତାକ୍ବଃଲେକ୍ ମର୍ ଗିନେ ତୁମାର୍ ଦିନ୍ ଅଃଦିକ୍ ଅୟିଦ୍ , ଆରେକ୍ ତୁମାର୍ ଆୟିଁସାର୍ ବଃର୍ସ୍ ଅଃଦିକ୍ ଅୟିଦ୍। 12 ତୁମି ଜ୍ଞାନି ଅୟିଲେକ୍, ନିଜାର ହାୟ୍ଁ ଜ୍ଞାନି ଅଃଉଆସ୍ ; ଜଦି ଲିନ୍ଦା କଃରାସ୍ , ନିଜେ ଲିନ୍ଦା ହାଉଆସ୍।
13 ଗଃଣ୍ଡ୍ଗଳ୍ୟାଣି ଆର୍ ଲାଜ୍ନାୟିଲା ମାୟିଜି ନିର୍ବୁଦିଆଣି ସେ କାୟିରି ହେଁ ନଃଜାଣେ। 14 ସେ ନିଜାର୍ ଗଃରାର୍ ଦୁଆର୍ ଲଃଗେ ଆର୍ ଗଃଳାର୍ ଉଚା ଜଃଗା ଲଃଗେ ଅଚ୍ନା ଅଚାୟି ବଃସେଦ୍। 15 ସେ ଲଃଗେ ଅୟି ନିଜାର୍ ନିଜାର୍ ସଃଳ୍କ୍ ରଃସ୍ତାୟି ଜାତା ଲକେ କୁଦି କୟିଦ୍। 16 ଜେ ନିର୍ବୁଦିଆ, ସେ ଇତି ଆସ ସଃଜା ଲକ୍ ଲକ୍କେ ସେ ଇକଃତା କୟିଦ୍। 17 ଚରିକଃଲା ହାଣି ସୁଆଦ୍ ଆର୍ ନିଜାର୍ କାଦି ତଃୟିହୁଣି ଲୁକାୟ୍ କଃରି କାତାକାଦି ସୁଆଦ୍। 18 ମଃତର୍ ସେ ଲକ୍ ଜାଣୁନଃହାରେ ଜେ ମଃଲାଲକ୍ମଃନ୍ ସେତି ରେତି,ଆରେକ୍ ତର୍ କୁଦ୍ତା ଲକ୍ ହଃତାଳାର୍ ଗବିର୍ ଜଃଗା ଲଃଗେ ଆଚ୍ତି।