1 ମାନାୟ୍ ମଃନେ ବାବେଦ୍ ;ମଃତର୍ ଜିବାର୍ ଉତୁର୍ ଇସ୍ୱରାର୍ ତଃୟ୍ହୁଣି ଆସେଦ୍।
2 ଗଟେକ୍ ମାନାୟ୍ ଜୁୟ୍ରି କଃରେଦ୍ ସେରି ଟିକ୍ ବଃଲି ବାବେଦ୍; ମଃତର୍ ଇସ୍ୱର୍ ଅଃମିକେ ବିଚାର୍ କଃରେଦ୍।
3 ଇସ୍ୱରାର୍ ତାଣେ ତୁମାର୍ ସଃବୁ କାମ୍ ସଃହ୍ରି ଦିୟାସ୍, ତଃବେ ତୁମି ସଃବୁକାମେ ଜିତୁହାରାସ୍।
4 ଇସ୍ୱର୍ ସଃବୁ ବିସୟ୍ ନିଜାର୍ କାମାର୍ ଉଦେସ୍ ହାଁୟ୍ ବଃନାୟ୍ଆଚେ;ଦୁସ୍ଟ୍ ଲକ୍କେ ଦୁକ୍ବଗ୍ତାର୍ ହାଁୟ୍।
5 ମଃନେ ଗଃର୍ବ୍ କଃର୍ତା ସଃବୁ ଲକେ ଇସ୍ୱର୍ ଗୁର୍ନା କଃରେଦ୍, ଆତ୍ ଦଃରାଦଃରି ଅୟିଲେକ୍ ହେଁ ଡଃଣ୍ଡେହୁଣି ବଞ୍ଚୁ ନଃହାର୍ତି।
6 ଦୟା ଆର୍ ସଃତାର୍ ଗିନେ ମାନାୟ୍ କେମା ହାଉତି, ଆରେକ୍ ଇସ୍ୱରାର୍ ଡିରାର୍ ଗିନେ ଲକ୍ମଃନ୍ ହାହ୍ କାମ୍ କଃରୁକ୍ ଚାଡିଦେତି।
7 ତଃବେ ମାନାୟ୍ର୍ ଚାଲ୍ଚାଲ୍ତି ଆର୍ କାମ୍ ଇସ୍ୱର୍କେ ସାନ୍ତି ଲାଗ୍ଲେକ୍,ସେ ତାର୍ ସଃତ୍ରୁ ମଃନ୍କେ ତାକାର୍ ସଃଙ୍ଗ୍ ସାନ୍ତିୟେ ରେଉଁକେ ମଃନ୍କଃରାୟିଦ୍।
8 ଅନିୟମେ ଜଃବର୍ ଦଃନ୍ କାମାଉତା ତଃୟ୍ହୁଣି ଦଃର୍ମାର୍ ସଃଙ୍ଗ୍ ଅଃଳକ୍ ଦଃନ୍ କାମାଉତାର୍ ବଃଲ୍।
9 ମାନାୟିର୍ ମଃନ୍ ନିଜାର୍ ରଃସ୍ତା ବାଚେଦ୍; ମଃତର୍ ଇସ୍ୱର୍ ତାକେ ଜାତାବାଟ୍ ଦଃକାୟିଦ୍।
10 ଜଃଡ୍ବଃଳ୍ ରଃଜା ଜୁୟ୍ରି କୟିଦ୍ ସେରି ନିୟମେ ଜାୟିଦ୍,ତଃବେ ତାର୍ କଃତା ଅଃମାନ୍ୟା ଅଃଉତାର୍ ବଃଲ୍ନାୟି।
11 ତୁଳ୍ତା ନିକ୍ତି ଆର୍ କେଜି ଇସ୍ୱରାର୍,ତଃବେ ଇସ୍ୱର୍ ଜୁୟ୍ରି ବଜ୍ ହାୟ୍ଁ ତୁଳୁକେ କେଜିଗୁନ୍ଡୁ ତିୟାର୍ କଃରିଆଚେ।
12 କଃରାପ୍ କାମ୍ କଃର୍ତାର୍ ରଃଜାମଃନ୍କାର୍ ହାଁୟ୍ ଗୁର୍ନାର୍ ବିସୟ୍; ସେତାର୍ ଗିନେ ଦଃର୍ମାର୍ ହାୟ୍ଁ ସିଙ୍ଗାସଣ୍ ତାହୁନ୍ ଅୟ୍ରଃୟିଦ୍।
13 ଦଃର୍ମ କଃତା କଃଉତା ଲକ୍କେ ରଃଜା ସଃର୍ଦା ଅୟିଦ୍,ଆର୍ ଜେ ନିୟମାର୍ କଃତା କଃଉତି ତାକେ ଲାଡ୍ କଃରେଦ୍।
14 ରଃଜାର୍ ରିସା ମଃର୍ନ୍ଦୁତ୍ ହର୍, ମଃତର୍ ବୁଦିମାନ୍ ଲକ୍ ତାକେ ସୁସ୍ତା କଃରେଦ୍।
15 ରଃଜାର୍ ସଃର୍ଦାୟ୍ ଜିବନ୍ ରଃୟିଦ୍, ଆର୍ ତାର୍ ଆସିର୍ବାଦ୍ ସଃରାସଃରି ବଃର୍ସାର୍ ମେଗ୍ ହର।
16 ସନାର୍ ତଃୟ୍ହୁଣି ବୁଦି ହାଉତାର୍ ବଃଲ୍, ଆର୍ ରୁହାର୍ ତଃୟ୍ହୁଣି ବୁଜ୍ତା ସଃକ୍ତି ରିଲେକ୍ ବଃଲ୍।
17 କଃରାପ୍ କାମ୍ ଚାଡିଦେତାର୍ ସଃଜା ଲକ୍ମଃନ୍କାର୍ ରାଜ୍ ରଃସ୍ତା, ଜୁୟ୍ଲକ୍ ନିଜାର୍ ରଃସ୍ତାୟ୍ ଜଃଗ୍ରାତେ ଚାଲେଦ୍, ସେ ନିଜାର୍ ଜିବନ୍କେ ବାଚାୟିଦ୍।
18 ଅଃକାର୍ ଗୁଣ୍ ନାସ୍ଅଃଉତାର୍ ଆଗ୍ତୁ ଗଃର୍ବ୍ ଆର୍ ଗଃର୍ବି ମଃନ୍ ମୁୟେଁ ରଃୟିଦ୍।
19 ଅଃକାରି ମଃନ୍କାର୍ ସଃଙ୍ଗ୍ ମିସି ଚରିକଃଲା ବାଟାକଃର୍ତା ଟାଣୁ ଗଃରିବ୍ ଲକାର୍ ସଃଙ୍ଗ୍ ସିଦ୍ବାବେ ସଃଙ୍ଗ୍ ରେତାର୍ ବଃଲ୍।
20 ଜୁୟି ଲକ୍ ମାପୁରାର୍ କଃତା ବୁଜୁହାର୍ତା, ସେ ଆସିର୍ବାଦ୍ ହାୟିଦ୍,ଆରେକ୍ ଇସ୍ୱରାର୍ ତଃୟ୍ ଜେ ଆସ୍ର କଃରେଦ୍ ସେ ବୁଦିମାନ୍।
21 ଜାର୍ ମୁଣ୍ଡେ ବୁଦି ରଃୟିଦ୍ ସେ ବୁଦିମାନ୍ ମାନାୟ୍ ଅୟିଦ୍,ଆର୍ ତାର୍ ଅଟିର୍ ମଦୁର୍ କଃତା ହାଁୟ୍ ଗ୍ୟାନ୍ ବାଡେଦ୍।
22 ଜାର୍ ସଃତ୍ବୁଦି ରଃୟିଦ୍ ସେ ଜିବନାର୍ ହାଜ୍ରା ହାଣି ହର୍; ମଃତର୍ ମୁର୍କ୍ ମଃନ୍କାର୍ ଦଃଣ୍ଡ୍ ନିଜାର୍ ମୁର୍କର୍ ହାଁୟ୍ ଅୟିଦ୍।
23 ବୁଜୁହାର୍ତା ଲକାର୍ ମଃନ୍ ନିଜାର୍ ଟଣ୍ଡ୍କେ ସିକ୍ୟାଦଃୟିଦ୍,ଆର୍ ତାର୍ କଃତା ଗ୍ୟାନ୍ ବାଡାୟିଦ୍।
24 ଦଃୟାହୁର୍ନ୍ କଃତା ମଃଉଁଚିକଣ୍ ହର୍, ସେରି ମଃନ୍କେ ସୁଆଦ୍, ଆର୍ ଆଡ୍ ହାଁୟ୍ ବଃଲ୍।
25 ମାନାୟିର୍ ଆକି ଲଃଗେ କୁଣ୍ କୁଣ୍ ରଃସ୍ତା ସଃଜା ଡିସେଦ୍, ମଃତର୍ ସେ ରଃସ୍ତାୟ୍ ମଃର୍ନ୍ ରଃୟିଦ୍।
26 କଃବାଳି ତାର୍ ବୁକାର୍ ହାୟ୍ଁ କଃବାଳ୍ କଃରେଦ୍, କାୟିତାକ୍ବଃଲେକ୍ ତାର୍ ବୁକାର୍ ହେଟ୍ ତାକେ ବଃଳ୍ମାଡ୍ କଃରେଦ୍।
27 ହାହି ଲକ୍ କଃରାପ୍ ଚିନ୍ତା କଃରେଦ୍, ଆର୍ ତାର୍ ଟଣ୍ଡାର୍ କଃତା ଜୟ୍ଇଙ୍ଗ୍ରା ହର ରଃୟିଦ୍।
28 ରେଳ୍ୟା କଃତା କଃଉତା ମାନାୟ୍ ମାଡ୍ଗଳ୍ କଃରାୟିଦ୍, ଆର୍ ମିସିରିଲା ଲକାର୍ କଃତା ଚଣ୍ଡିକୟ୍ ବେଗଳ୍ କଃରେଦ୍।
29 ଅନ୍ୟାୟ୍କାରି ନିଜାର୍ ସଃଙ୍ଗୁଆଳିମଃନ୍କେ ସୁତ୍ରାୟିକଃରି କଃରାପ୍ କାମ୍ କଃରୁକ୍ କୁଦି ନଃୟିଦ୍।
30 ଜୁୟ୍ଲକ୍ ନିଜାର୍ ଆକି ଟିକଲ୍ ମାରେଦ୍, ସେ ରେଳ୍ୟା କଃତା ବାବ୍ତି ରଃୟିଦ୍,ଜେ ଦାତ୍ ମୁଣ୍ଡ୍ ଚାବେଦ୍ ସେ କଃରାପ୍ କାମ୍ କଃରେଦ୍।
31 ହାକ୍ଲା ବାଳ୍ ସବାହାଉତା ମୁକୁଟ୍, ସେରି ଦଃର୍ମାର୍ ବାଟେ ମିଳେଦ୍।
32 ଜେ ରିସାନୟ୍ , ସେ ସଃକ୍ତିମାନାର୍ ତଃୟ୍ହୁଣି ବଃଡ୍, ଆରେକ୍ ମଃନ୍କେ ସାନ୍ତି ରଃକେଦ୍ ସେ ନିଜାର୍ ଜିତ୍ଲା ଲକାର୍ ତଃୟ୍ହୁଣି ବଃଡ୍।
33 କେଳିହୁଟାଉତାର୍ ମାନାୟି ବାଚେଦ୍ ମଃତର୍ ଇସ୍ୱର୍ ଉତୁର୍ ଦଃୟିଦ୍।