1 ଗିଆନି ହ, ନିଜାର୍ ଉବାସିର୍ ଆଦେସ୍ ସୁଣେଦ୍; ମଃତର୍ ଲିନ୍ଦାକାରି ବଃଲ୍କଃତା ନଃସୁଣେ।
2 ବଃଲ୍ ଲକ୍ମଃନ୍ ନିଜାର୍ ବଃଲ୍ କଃତାର୍ ହାଁୟ୍ ବଃଲ୍ ହଃଳ୍ ହାଉତି; ଟକୁଆ ଲକ୍ମଃନ୍ ଗୁର୍ନାର୍ ହଃଳ୍ ହାଉତି।
3 ଜୁୟି ଲକ୍ ବାବିକଃରି କଃତା କୟିଦ୍ ସେ ଜିବନ୍ ରଃକ୍ୟା କଃରେଦ୍; ମଃତର୍ ଚିନ୍ତା ନଃକେରି କଃତା କୟିଦ୍, ସେ ନିଜେ ନଃସ୍ଟ୍ ଅୟିଦ୍।
4 ଅଃଳ୍ସିଆ ଲକ୍ ଜୁୟିରି ଇଚା କଃରେଦ୍ ସେରି ହାଉଁ ନାହାରେ, ମଃତର୍ କଃସ୍ଟ କଃର୍ତା ଲକ୍ ଇଚା ହଃର୍କାରେ ହଃଳ୍ ହାଉତି।
5 ଦଃର୍ମି ଲକ୍ ମିଚ୍କେ ଗୁର୍ନା କଃରେଦ୍; ମଃତର୍ ଦୁସ୍ଟ୍ ଲକ୍ ଗଃନ୍ଦ୍ ହର୍, ଆର୍ ସେ ଲାଜ୍ ହାୟିଦ୍।
6 ଦଃର୍ମ୍ ସଃଜା ବାଟେ ଜାତା ଲକେ ରଃକ୍ୟା କଃରେଦ୍; ମଃତର୍ ଦୁସ୍ଟ୍ କାମ୍ ହାହିକେ ଉଲ୍ଟାୟିଦ୍।
7 ଜେ ନିଜ୍କେ ଦଃନି ଦଃକାୟିଦ୍, ତାର୍ କାୟିରି ହେଁ ନଃରେୟି ; ଜେ ନିଜ୍କେ ଦରିଦ୍ର ଦଃକାୟିଦ୍ ତାର୍ ଲଃଗେ ବେସି ଦଃନ୍ ଆଚେ।
8 ମାନାୟି ନିଜାର୍ ଜିବନାର୍ ବାଦୁଲେ ଦଃନ୍ ଦେଉଁ ହାରେ, ମଃତର୍ ଗଃରିବ୍ ଲକ୍ ବିଡ୍ରାଉଣିକେ ସୁଣି ନଃକେରେ।
9 ଦଃର୍ମି ଲକାର୍ ଉଜାଳ୍ ସଃର୍ଦା କଃରେଦ୍; ମଃତର୍ ଦୁସ୍ଟ୍ କୁପି ଅଃନ୍ଦାର୍ ହର୍।
10 ଅଃକାର୍ ମାଡ୍ଗଳ୍ କଃରାୟିଦ୍; ମଃତର୍ ବଃଲ୍ ଆଦେସ୍ ହାଉତା ଲକାର୍ ତଃୟି ଗ୍ୟାନ୍ ଆଚେ।
11 ମିଚ୍ କୟି କାମାୟିରିଲା ଦଃନ୍ ନଃସ୍ଟ୍ ଅୟିଦ୍, ମଃତର୍ କାମ୍ କଃରି ଅଃର୍ଜ୍ଲା ଦଃନ୍ ବାଡେଦ୍।
12 ଆସା ହୁରା ଅଃଉଁକେ ବିଲମ୍ ଅୟିଲେକ୍ ମଃନ୍ଦୁକ୍ ଲାଗେଦ୍, ମଃତର୍ ଆସା ହୁରା ଅୟିଲେକ୍ ଜିବନ୍ ରିଲା ଗଃଚ୍ ହର୍ ଅୟିଦ୍।
13 ଜୁୟ୍ଲକ୍ ଇସ୍ୱରାର୍ କଃତା ନଃସୁଣେ ସେ ନିଜ୍କେ ନଃସ୍ଟ୍ କଃରେଦ୍, ମଃତର୍ ଜେ କଃରାପ୍ କାମ୍ କଃରୁକ୍ ଡିରେଦ୍ ସେ ପୁରିସ୍କାର୍ ହାୟିଦ୍।
14 ମଃର୍ନାର୍ ହାନ୍ଦାୟ୍ ହୁଣି ବାଚାଉଁକେ ଜ୍ଞାନି ଲକାର୍ ସିକ୍ୟା ଜିବନାର୍ ହାଜ୍ରାହାଣି ହର୍।
15 ବଃଲ୍ ବୁଦିର୍ ହଃଳ୍ ଆସିର୍ବାଦ୍ ଅୟିଦ୍, ମଃତର୍ ଟକୁଆ ଲକାର୍ ବାଟ୍ କଃସ୍ଟ ହାଉତାର୍।
16 ସଃବୁ ଚଃତୁର୍ ଲକ୍ ବୁଦିର୍ ସଃଙ୍ଗ୍ କାମ୍ କଃର୍ତି; ମଃତର୍ ମୁର୍କ୍ ଲକ୍ ନିଜାର୍ କଃରାପ୍ କାମ୍ ଉଡାଳି ବୁଲ୍ତି।
17 କଃରାପ୍ କବୁର୍ ଆଣ୍ତାଲକ୍ ବିପଦ୍ ଲଃଗେ ହଃଳେଦ୍; ମଃତର୍ ବଃଲ୍ କବୁର୍କାରି ବଃଲ୍ ବାଟ୍ ଦଃକାଉତି।
18 ଜୁୟିଲକ୍ ସିକ୍ୟାକେ ସୁଣିନଃକେରେ ସେ ଗଃରିବ୍ ଆର୍ ଲାଜ୍ ହାୟିଦ୍; ମଃତର୍ ଜେ ସୁଣେଦ୍ ସେ ମାୟିନ୍ ହାୟିଦ୍।
19 ମଃନାର୍ ଆସା ହୁରା ଅୟିଲେକ୍ ଜିବନ୍କେ ସଃର୍ଦା ଲାଗେଦ୍; ଆରେକ୍ , ମୁର୍କ୍ ଲକ୍ କଃରାପ୍ କାମ୍ ଚାଡୁକେ ଇଚା ନଃକେରେ।
20 ଗିଆନିମଃନ୍କାର୍ ସଃଙ୍ଗ୍ ମିସାବିଳା କଃରା, ତଃବେ ତୁମି ଗିଆନି ଅଃଉଆସ୍ ; ମଃତର୍ ମୁର୍କ୍ ମଃନ୍କାର୍ ସଃଙ୍ଗ୍ ଦୁକ୍ ହାଉଆସ୍।
21 ହାହିମଃନ୍କାର୍ ହଃଚେ କଃରାପ୍ ଲାଗିରଃୟିଦ୍; ମଃତର୍ ଦଃର୍ମି ମଃନ୍କେ ବଃଲ୍ ପୁରିସ୍କାର୍ ମିଳେଦ୍।
22 ବଃଲ୍ ଲକ୍ ନିଜାର୍ ନାତିହୁତିର୍ ହାଁୟ୍ ସମ୍ପତି ଚାଡିଜାତି; ମଃତର୍ ହାହିର୍ ସମ୍ପତି ଦଃର୍ମି ଲକାର୍ ହାୟ୍ଁ ରଃକାଜାୟିଦ୍।
23 ଗଃରିବ୍ ଲକ୍ ଜଃମିଏ ତାସ୍କଃରି ବେସି ହାଚି କାମାଉଁ ହାରେ, ମଃତର୍ ଅଃନ୍ୟାୟ୍ ଗିନେ ସେ ସଃବୁ ବିନାସ୍ ଅୟିଦ୍।
24 ଜେ ନିଜାର୍ ହଅ କେ ଡଃଣ୍ଡ୍ ନଃଦେୟି, ସେ ନିଜାର୍ ହଅକେ ଗୁର୍ନା କଃରେଦ୍; ଆରେକ୍ ଜେ ତାକେ ଡଃଣ୍ଡ୍ ଦଃୟିଦ୍ ସେ ତାର୍ ହାୟ୍ଁ ଟିକ୍।
25 ଦଃର୍ମି ଲକ୍ ହେଟ୍ ହୁର୍ନେ କାଉଁହାରେ, ମଃତର୍ ଦୁସ୍ଟ୍ଲକ୍ ବୁକେ ରଃୟିଦ୍।