1 ତୁମି ଦୁସ୍ଟ୍ ଲକେ ରିସା ଅଃଉଆ ନାୟି , ଆର୍ ସେମଃନାର୍ ସଃଙ୍ଗି ଅଃଉଁକେ ମଃନ୍କଃରା ନାୟି। 2 କାୟିତାକ୍ବଃଲେକ୍ ସେମଃନାର୍ ମଃନ୍ ଦୁସ୍ଟ୍ ଚିନ୍ତା କଃରେଦ୍, ଆର୍ ସେମଃନାର୍ ଅଟି ନଃସ୍ଟ୍ କଃତା କୟିଦ୍।
3 ଗିଆନେ ଗଃର୍ ତିଆର୍ ଅୟିଦ୍ ଆର୍ ବୁଦିୟେ ସେରି ତିର୍ ଅୟିଦ୍। 4 ଗିଆନେ ତାର୍ ବଃକ୍ରାମଃନ୍ ତିଆର୍ ଅୟିଦ୍ ଆର୍ ସୁନ୍ଦୁର୍ ଜିନିସ୍ ସଃଙ୍ଗ୍ ହୁରୁଣ୍ ଅୟିଦ୍।
5 ଗିଆନି ଲକ୍ ସଃକ୍ତିସାଳି,ଆର୍ ବୁଦିଆ ଲକ୍ ସାସ୍ ବାଡାୟିଦ୍। 6 ଅୟିଲେକ୍ ହେଁ ତୁୟି ନିକ ସିକ୍ୟା ହାୟି ନିଜାର୍ ଜୁଜ୍ କଃର୍, ଆର୍ ସଃୟିନ୍ମଃନ୍ ଜଃବର୍ ରିଲେକ୍ ରଃକ୍ୟା ମିଳେଦ୍।
7 ଅଗିଆନିକେ ଗିଆନ୍ ବେସି ଉଚ୍ ; ସେ ଗଃଳ୍ ଦୁଆରେ ଟଣ୍ଡ୍ ହୁଟାୟି ନଃକେରେ।
8 ଜୁୟିଲକ୍ ମଃନ୍ଦ୍ କଃରୁକେ ମଃନେହାଚେଦ୍ ,ଲକ୍ମଃନ୍ ତାକେ କୁର୍ଲିକାଡୁ ବଃଲ୍ତି। 9 ଅଗିଆନିର୍ ବାବ୍ନା ହାହ୍ ମିସ୍ଲାର୍ ; ଆର୍ , ନିନ୍ଦାକାରିମଃନାର୍ ଚଃମେ ଗୁର୍ନାର୍ ବିସୟ୍।
10 ବିପଦ୍ ଦିନେ ତୁମି ସାସ୍ ଆରାଉଆସ୍ , ତୁମାର୍ ସଃକ୍ତି ଅଃଳକ୍ ଅୟିଦ୍।
11 ମଃରୁକେ ଜାତା ଲକେ ବଚାଉଆ ଆର୍ ଅଃତ୍ୟା କଃରୁକେ ନେତାଲକ୍ମଃନ୍କେ ବାଚାଉଁକେ ଚାଡା ନାୟି। 12 ଜଦି ତୁମି କଃଉଆସ୍ , ଦଃକା ଅଃମିମଃନ୍ ନଃଜାଣୁ ,ତଃବେ ମଃନ୍କେ ବିଚାର୍କାରି ସେରି ନଃଜାଣେକି ? ଆର୍ , ତୁମାର୍ ରଃକ୍ୟାକାରି ସେରି କାୟ୍ ନଃଜାଣେ ? ଆର୍ ସେ ହଃତି ଲକେ ନିଜାର୍ ଇଚା ହଃର୍କାରେ ହଃଳ୍ ଦଃୟିନଃକେରେ ?
13 ଏ ମର୍ ହ, ତୁୟି ମଃଉ କା, ବଃଲେକ୍ ସେରି ନିକ ; ଆର୍ ମଃଉଁ ଚିକଣ୍ କାଆ, ବଃଲେକ୍ ସେରି ତର୍ ଟଣ୍ଡ୍କେ ସୁଆଦ୍ ଲାଗେଦ୍। 14 ଗିଆନ୍ ତର୍ ଜିବନାର୍ ଗିନେ ସେରଃକମ୍ ବଃଲି ତୁୟ୍ ଜାଣ୍ସି ; ତୁୟ୍ ସେରି ହାୟିଲେକ୍,ପୁରିସ୍କାର୍ ରିଲାକେ ତର୍ ଆସା ନଃସ୍ଟ୍ ନୟି।
15 ଏ ଦୁସ୍ଟ୍ ଲକ୍, ତୁୟି ଦଃର୍ମିଲକାର୍ ବାସ୍ଟାଣ୍ ବିରୁଦେ ଲୁକିରେ ନାୟି ; ତାର୍ ବିସାଉଣି ଟାଣ୍ ଚରି ନେ ନାୟି। 16 ଦଃର୍ମି ସାତ୍ତର୍ ଅଦୁର୍ଲେକ୍ ହେଁ ସେ ଉଟେଦ୍ ;ମଃତର୍ ଦୁସ୍ଟମଃନ୍ ବିପଦେ ଜଟ୍ୟାୟି ଅଃଉତି।
17 ତୁମାର୍ ସଃତ୍ରୁ ଅଦୁର୍ଲେକ୍ ସଃର୍ଦା ଅଃଉଆ ନାୟି, ଆର୍ ସେ ଜଟ୍ୟାୟି ଅୟିଲେକ୍, ତୁମାର୍ ମଃନ୍ ସଃର୍ଦା ନଃଉଅ। 18 କେଜାଣ୍ ମାପୁର୍ ସେରି ଦଃକି ଦୁକ୍କଃରେଦ୍ ଆର୍ ତାର୍ ତଃୟିହୁଣି ନିଜାର୍ ରିସା ବାଉଳାୟି ନଃୟିଦ୍।
19 ମଃନ୍ଦ୍କଃର୍ତା ଲକ୍ମଃନାର୍ ଗିନେ ଗିଜ୍ରି ଅଃଉଆ ନାୟି; ଆର୍ ଦୁସ୍ଟମଃନ୍କେ ରିସା ଅଃଉଆ ନାୟି। 20 କାୟିତାକ୍ବଃଲେକ୍ ମଃନ୍ଦ୍ଲକାର୍ କାୟି ପୁରିସ୍କାର୍ ନାୟି,ଦୁସ୍ଟମଃନାର୍ କୁପି ଲିବାଜାୟିଦ୍।
21 ଏ ମର୍ ହ, ଇସ୍ୱର୍କେ ଆର୍ ରଃଜାକେ ଡିର୍, ଆର୍ ବରଦେ ଜାତା ଲକ୍ମଃନାର୍ ସଃଙ୍ଗ୍ ମିସ୍ନାୟ୍। 22 କାୟିତାକ୍ବଃଲେକ୍ ହଟାତ୍ ସେମଃନ୍କେ ବିପଦ୍ ଗଃଟେଦ୍; ଆର୍ ସେମଃନାର୍ ଅଃତ୍ୟା କେ ଜାଣେଦ୍ ?
23 ଇରିମଃନ୍ ହେଁ ଗିଆନିମଃନାର୍ କଃତା , ବିଚାର୍ବଃଳ୍ ମାନାୟିର୍ ମୁଉଁ ଦଃକି ବିଚାର୍ କଃର୍ତାର୍ ବଃଲ୍ ନାୟ୍। 24 ଦୁସ୍ଟକେ ଜେ କୟିଦ୍, ତୁୟ୍ ଦଃର୍ମି, ତାକେ ଲକ୍ ସାୟିପ୍ ଦେତି ଗସ୍ଟିର୍ଲକ୍ ତାକେ ଗୁର୍ନା କଃର୍ତି। 25 ମଃତର୍ ଜେମଃନ୍ ତାକେ ବଃଲାର୍ଗିନେ କଃଉତି, ସେମଃନାର୍ ସଃର୍ଦା ଅୟିଦ୍,ଆର୍ ନିକ ଆସିର୍ବାଦ୍ ସେମଃନାର୍ ଉହ୍ରେ ହଃଳେଦ୍।
26 ଜେ ଟିକ୍ ଉତୁର୍ ଦଃୟିଦ୍, ସେ ମଃନ୍ବିର୍ତ୍ରେ ଚୁମାଦିଲା ହର୍।
27 ହଃଦାୟି ତୁମାର୍ କାମ୍ ସଃଜାଉଆ,ଜଃମିୟେ ସେରି ନିଜାର୍ ଗିନେ କଃରା , ତାର୍ ହଃଚେ ନିଜାର୍ ଗଃର୍ ବାନ୍ଦା।
28 ହଃଳ୍ସା ଲକାର୍ ବିରୁଦେ ସାକି ଅଃଉଆନାୟ୍ ଆର୍ ତୁମାର୍ ଟଣ୍ଡେ ଟକାନାୟ୍। 29 ସେ ମକେ ଜଃନ୍ କଃଲା ଆଚେ, ତାର୍ଗିନେ ମୁୟିଁ ସେନ୍ କଃରିନ୍ଦ୍ ଆର୍ ତାର୍ କାମ୍ ହଃର୍କାରେ ତାକେ ବେର୍ ସୁଜିନ୍ଦ୍ ଇରି କଃଉଆ ନାୟ୍।
30 ମୁଁୟି ଅଃଳ୍ସିଆ ଲକାର୍ ଜମି ଆର୍ ବଃକୁଆ ଲକାର୍ ଅଙ୍ଗୁର୍ବାଳ୍ ଅୟି ଗଃଲେ। 31 ଆର୍ ତାର୍ ଚାରିହାକ୍ କାଟା ବାଡିଆଚେ , ଆର୍ ଲଃଚୁଆଣିବୁଟା ତାର୍ ସଃବୁହାକ୍ ଅୟିଆଚେ , ସେତିର୍ ଟେଳା କଃତି ସଃବୁ ବାଙ୍ଗିଯାଇଆଚେ। 32 ତଃବେ ମୁଁୟି ଅଃନ୍ୟାୟିଲେ, ଆର୍, ମଃନ୍ଦିଆନ୍ କଃଲେ ଆର୍ ବଃଲ୍ସିକ୍ୟା ହାୟିଲେ। 33 ଆରେକ୍ ଚଃନେକ୍ ସୟିଲେକ୍, ଆରେକ୍ ଚଃନେକ୍ ଗୁନୁକ୍ ଆରେକ୍ ଚଃନେକ୍ ନିଦଃଉଁକେ ଅଃଳ୍ସାବାଙ୍ଗି ଅୟିଲେ। 34 ମଃତର୍ ଜଃଡେବଃଳ୍ ତୁମି ସୟ୍ ରିଆସ୍ ଗଃରିବ୍ ଅଃବୁସ୍ତା କଃଣ୍ଡାଦଃରି ଆୟ୍ଲା ଚର୍ ହର୍ ଆସେଦ୍।