1 ବେଳ୍ ତଃଳେ ମୁୟ୍ଁ ଗଟେକ୍ ଦୁକାର୍ ବିସୟ୍ ଦଃକିଆଚି, ଆରେକ୍ ସେରି ମାନାୟ୍ମଃନ୍କାର୍ ବିତ୍ରେ ବଜ୍; 2 ଇସ୍ୱର୍ କାକେ କାକେ ଅଃତେକ୍ ଦଃନ୍ସଃମ୍ପତି ଆର୍ ସଃବୁକିଚି ଦଃୟିଦ୍ ଜେ, ତାର୍ ମଃନାର୍ ଇଚା ହୁରୁଣ୍ କଃରୁକ୍ କାୟି ବିସୟେ ଅବାବ୍ ନଃରେୟ୍, ତଃବେ ହେଁ ସେରି ବଗ୍ କଃରୁକ୍ ମାପୁରାର୍ ତାକେ ଅଃଦିକାର୍ ଦଃୟ୍ନଃକେରେ, ମଃତର୍ ବିନ୍ଲକ୍ ସେରି ବଗ୍ କଃରେଦ୍; ଇରି କଃରାପ୍ ଆର୍ ମଃନ୍ଦ୍ ରଗ୍ ହର୍। 3 ଜଦି କୁୟି ମାନାୟ୍ ସୟେ ହିଲା ଜଃଲମ୍କଃରି ଗାଦେକ୍ବଃର୍ସ୍ ବାଚିରେତା ଜିବନ୍ ହାୟିଦ୍, ମଃତର୍ ତାର୍ ଜିବନ୍ ଜଦି ସୁକେସାନ୍ତି ନାୟ୍ ଆରେକ୍ ଜଦି ତାକେ ତହାଜାୟ୍ ନଃକେରେ, ତଃବେ ମୁୟ୍ଁ କଃଉଁଲେ, ସେ ଲକ୍ ଜଃଲମ୍ ଅଃଉତାବଃଳ୍ ମଃଲା ହିଲା ନିକ; 4 କାୟିତାକ୍ବଃଲେକ୍ ଇ ମଃଲା ହିଲା ଜଃଲମ୍ ବାଉ ହର୍ ଆସେଦ୍; ଆର୍ ଅଃନ୍ଦାରେ ଜାୟିଦ୍, ଆର୍ ତାର୍ ନାଉ ଅଃନ୍ଦାରେ ରଃୟିଦ୍; 5 ଆରେକ୍, ଇ ହିଲା ବେଳ୍ ଦଃକି ନଃକେରେ କି ଜାଣି ନଃକେରେ; ତଃବେ ହେଁ ଇ ମଃଲା ହିଲା ସେ ଲକ୍ ଟାଣୁ ଅଃଦିକ୍ ସାନ୍ତି ହାୟିଦ୍; 6 ଆରେକ୍, ସେ ମାନାୟ୍ କାୟି ମଃଙ୍ଗଳ୍ ବଗ୍ ନଃକେରି ଦୁୟ୍ହଃଜାର୍ ବଃର୍ସ୍ ବାଚ୍ଲେକ୍ ହେଁ ସଃବୁଲକ୍ କାୟି ଗଟେଟାଣେ ଜାୟ୍ ନଃକେର୍ତି?
7 ମାନାୟିର୍ ସଃବୁ କଃସ୍ଟ୍ ତାର୍ ଟଣ୍ଡାର୍ ଗିନେ, ତଃବେହେଁ କାଦିର୍ ଆସା ହୁର୍ନ୍ ଅୟି ନଃକେରେ। 8 ଇତାର୍ଗିନେ ଅଗିଆନି ଟାଣୁ ଗିଆନିର୍ କାୟି ଲାବ୍? ଆର୍, ଜିବନ୍ ଲକ୍ମଃନ୍କାର୍ ତଃୟ୍ ଚାଲ୍ଚାଲ୍ତି ଅଃଉଁକ୍ ଜୁଣ୍ ଗଃରିବ୍ ଲକ୍ ଜାଣେଦ୍, ତାର୍ କାୟି ଲାବ୍; 9 ମଃନାର୍ ଆସା ଟାଣୁ ଜାୟ୍ରି ଆଚେ ସେତି ସାନ୍ତି ଅଃଉତାର୍ ବଃଲ୍; ଇରି ହେଁ କଃରାପ୍ ଆର୍ ବାଉକେ ଆତେଦଃର୍ଲା ହର୍ ମଃତର୍।
10 ଜାୟ୍ରି ଅୟିଆଚେ, ଅଃନେକ୍କାଳ୍ ସେତିର୍ ନାଉ ଦିଆଜାୟ୍ରିଲି, ଆର୍ ମାନାୟ୍ମଃନ୍ ଜୁଣ୍ ବାଟ୍ ଗଃଲାୟି ସେରି ମାପୁର୍ ଜାଣିଆଚେ, ଆରେକ୍, ସେ ତାର୍ଟାଣୁ ସଃକ୍ତିକାରି ସଃଙ୍ଗ୍ ବିରଦ୍ କଃରୁକ୍ ନଃହାରେ। 11 ମଲ୍ନାୟିଲାର୍ ଗାଦେକ୍ କଃତା ଆଚେ, ସେତି ମାନାୟିର୍ କାୟ୍ଲାବ୍? 12 କାୟିତାକ୍ବଃଲେକ୍ ମାନାୟ୍ ଚାୟ୍ ହର୍ ନିଜାର୍ ଜୁଣ୍ ମଲ୍ନୟ୍ଲା ଜିବନାର୍ ଦିନସଃବୁ କଃଟାୟିଦ୍, ସେ ଜିବନ୍ କାଳେ ତାର୍ ମଃଙ୍ଗଳ୍ କାୟିରି, ଇରି କେଏ ଜାଣେଦ୍? ଆର୍, ମାନାୟିର୍ ମଃର୍ତାହଃତେକ୍ ବେଳ୍ ତଃଳେ ଜାୟ୍ରି ଗଃଟେଦ୍, ଇରି କେଏ ତାକେ ଜାଣାଉଁ ହାରେ?