1 ଇତାର୍ହଃଚ ମୁୟ୍ଁ ଆରେକ୍ ବେଳ୍ ତଃଳେ କଃଲା ତାଳନା ସଃବୁ ଦଃକ୍ଲେ; ଆର୍ ଜାଣ୍ଲେ, ଅଃନ୍ୟାୟ୍ ଅୟ୍ଲା ଲକ୍ମଃନ୍କାର୍ ଆକିର୍ ଆସୁ ଜାୟିଦ୍, ଆର୍ ସେମଃନ୍କାର୍ ଦୁକ୍ ହାସ୍ରାଉତା ଲକ୍ କେନାୟି; ଆରେକ୍, ସେମଃନ୍କାର୍ ଉତ୍ହାତ୍ ଲକ୍ମଃନ୍କାର୍ ଅୟିଆଚେ, ଉତ୍ହାତ୍ ସଃମ୍ବାଳ୍ତା ଲକ୍ମଃନ୍କାର୍ ଦୁକ୍ ହାସ୍ରାଉଁକ୍ କେନାୟି। 2 ଇତାର୍ଗିନେ ମୁୟ୍ଁ ଜିବନ୍ ରିଲା ଲକ୍ମଃନ୍କାର୍ ଟାଣୁ ଇତାର୍ଆଗେ ମଃଲାଲକ୍ମଃନ୍କାର୍ ଅଃଦିକ୍ ଜଃଜ୍ମାନ୍ କଃଲେ; 3 ମଃତର୍ ଜୁଣ୍ ଲକ୍ ଆଜି ହଃତେକ୍ ଜଃଲମ୍ ଅୟି ନଃକେରେ ଆର୍ ବେଳ୍ ତଃଳେ କଃଲା କଃରାପ୍ କାମ୍ ଦଃକି ନଃକେରେ, ତାକେ ମୁୟ୍ଁ ସେ ଦୁୟ୍ପକ୍ୟାର୍ ଟାଣୁ ଅଃଦିକ୍ ବଃଲ୍ ବଃଲି ଜାଣ୍ଲେ।
4 ତଃବେ ମୁୟ୍ଁ ସଃବୁ କଃସ୍ଟ ଆର୍ ବଃଲ୍କଃରି କଃଲା କାମ୍ ଦଃକ୍ଲେ ଜେ, ସେ କାମ୍ ଗିନେ ମାନାୟ୍ ନିଜାର୍ ହାକିହଃଳ୍ସାକେ ଅଃକାର୍ ଅୟିଦ୍। ଇରି ହଃକା କଃରାପ୍ ଆର୍ ବାଉକେ ଆତେ ଦଃର୍ଲା ହର୍। 5 ଅଗିଆନି ନିଜାର୍ ଆତ୍ ମୁଟାକଃରି ନିଜାର୍ ମାସ୍ କାୟିଦ୍। 6 କଃସ୍ଟ ଆର୍ ବାଉର୍ ହଃଚେ ଜାୟ୍ ଦୁୟ୍ ମୁଟା ବାଦୁଲେ ସାନ୍ତିୟେ ଗଟେ ମୁଟା ବଃଲ୍। 7 ତଃବେ ମୁୟ୍ଁ ଆରେକ୍ ବେଳ୍ ତଃଳେ ମଲ୍ନୟ୍ଲାର୍ ଦଃକ୍ଲେ। 8 ଜଦି ଗଟେଲକ୍ ଏକ୍ଲା ରଃୟିଦ୍ ଆର୍ ତାର୍ କେଏ ନଃରେତି: କି ତାର୍ ହୟିସି କି ବାୟ୍ସି ନାୟ୍; ତଃବେ ହେଁ ତାର୍ କଃସ୍ଟାର୍ ସିମା ନାୟ୍ଁ, କି ଦଃନେ ତାର୍ ମଃନ୍ ସାନ୍ତିନାୟ୍। ସେ କୟିଦ୍, ତଃବେ ମୁୟ୍ଁ କାର୍ଗିନେ କଃସ୍ଟ କଃରୁଲେ ଆର୍ ନିଜାର୍ ଜିବନ୍କେ ମଃଙ୍ଗଳ୍ ଟାଣୁ ଦୁରି କଃରୁଲେ? ଇରି ହଃକା କଃରାପ୍ ଆର୍ ବେସି ବାଦା।
9 ଏକ୍ଲା ଟାଣୁ ଦୁୟ୍ଲକ୍, ନିକା କାୟତାକ୍ବଃଲେକ୍ ସେମଃନ୍ ନିଜାର୍ କଃସ୍ଟାର୍ ବଃଲ୍ ହଃଳ୍ ହାଉତି। 10 ସେମଃନ୍ ଅଦୁର୍ଲେକ୍, ଗଟେଲକ୍ ତାର୍ ସଃଙ୍ଗୁଆଡ଼ିକେ ଉଟାୟିଦ୍; ମଃତର୍ ଜେ ଅଦୁର୍ତାବଃଳ୍ ଗଟେଲକ୍ ହଃକା ରଃୟିଦ୍ ଆର୍ ତାକେ ଉଟାଉଁକ୍ କେଏ ନରେତି, ସେ ଦଃଣ୍ଡାର୍ ଜୟିଗ୍। 11 ଆରେକ୍ ଦୁୟ୍ଲକ୍ ଗଟେ ଟାଣେ ସୟିଲେକ୍ ଉସୁମ୍ ଅଃଉତି; ମଃତର୍ ଏକ୍ଲାଲକ୍ କଃନ୍କଃରି ଉସୁମ୍ ଅଃଉଁହାରେ? 12 ଜଃବେ କେଏ ଏକ୍ଲା ରେତାଲକେ ଆରାୟିଦ୍, ତଃବେ ଦୁୟ୍ ଲକ୍ ତାକେ ବିରଦ୍ କଃର୍ତି; ଆରେକ୍, ତିନିଗୁଣ୍ ଡର୍ ବେଗି ଚିଡି ନଃକେରେ। 13 ଜୁଣ୍ ବୁଡା ଆର୍ ଅଗିଆନି ରଃଜା କାୟି ଗିଆନ୍ ହାଉଁକେ ମଃନ୍ ନଃକେରେ, ତାର୍ଟାଣୁ ଗଃରିବ୍ ଆର୍ ଗିଆନି ଦଃଙ୍ଗ୍ଳା ବଃଲ୍। 14 କାୟିତାକ୍ବଃଲେକ୍ ସେ ରଃଜା ଅୟିଲାକେ ଜଃୟିଲେ ହୁଣି ବାରୟିଲା , ଆରେକ୍ ସେ ତାର୍ ରାୟିଜେ ଗଃରିବ୍ ଅୟି ଜଃଲମ୍ ଅୟିରିଲା। 15 ମୁୟ୍ଁ ବେଳ୍ତଃଳେ ଜାଆସ୍କାରି ସଃବୁ ଜିବ୍କେ ଦଃକ୍ଲେ ଜେ, ସେମଃନ୍ ସେ ଦଃଙ୍ଗ୍ଳାର୍, ଜୁଣ୍ ଦୁୟ୍ନଃମ୍ବର୍ ଲକ୍ ଇତାର୍ ଟାଣେ ଉଟ୍ଲା, ସେ ତାର୍ ସଃଙ୍ଗୁଆଳି। 16 ସେ ଜୁଣ୍ଲକ୍ମଃନ୍କାର୍ ମୁଳିକା ଅୟ୍ଲା, ସେ ଲକ୍ମଃନ୍ ଅଲେକାର୍; ତଃବେହେଁ ଲକ୍ମଃନ୍ ତାର୍ ଟାଣେ ସଃର୍ଦାଅୟ୍ ନଃକେଲାୟ୍। ବାୟ୍ଦ୍ରେ ଇରି ହଃକା କଃରାପ୍ ଆର୍ ବାଉକେ ଆତେ ଦଃର୍ଲା ହର୍।