Trabalhar para Deus
Trabalhar para Deus vai além do ofício secular. É dedicar a vida inteira — palavras, ações e atitudes — ao serviço do Reino, reconhecendo que cada tarefa pode glorificar o Senhor.
Servindo ao Senhor em tudo
Quando trabalhamos como para Deus, cada ação se torna um ato de adoração. Não importa a tarefa — o que importa é o coração dedicado.
ତମେ ଜାଇଟା କଲେମିସା ପୁରାପୁରୁନ୍ ମନ୍, ଦିଆନ୍, ଜିବନ୍, ପରାନ୍ ଦେଇ ମାପ୍ରୁର୍ପାଇ କଲା ଇସାବେ କରା । ଲକ୍ମନର୍ ପାଇ କାମ୍ କଲାପାରା କରାନାଇ । କାଇକେବଇଲେ ମାପ୍ରୁ ତମ୍କେ ପୁରୁସ୍କାର୍ ଦେଇସି ଆରି ତାର୍ ଲକ୍ମନ୍କେ ସେ ଦେବି ବଲି କାତା ଦେଇରଇବା ସବୁ ଆସିର୍ବାଦ୍ ତମେ ପାଇସା ବଲି ଜାନିଆଚାସ୍ । ତମେ ସେବା କର୍ବା ସାଉକାର୍ କିରିସ୍ଟ, ବଲି ଏତାଇରୁଆ ।
ସତ୍ ବାକିଅ ନିମାନ୍ ସଙ୍ଗ୍ ଜାନା । ଲାଜ୍ ନଇଲା କାମ୍ କର୍ବା ଲକ୍ପାରା ମାପ୍ରୁର୍ ଲଗେ ନିଜ୍କେ ଅଦିକାର୍ ପାଇଲା ଲକ୍ ବଲି ଦେକାଇଅଇବାକେ ଜତନ୍ ଅ ।
ବାକିଅ ଜନ୍ଟା କରା ବଲି କଇଲାନି, ସେଟା କରା । ଅବ୍କା ସୁନିକରି ରଇବା ଲକ୍ମନର୍ପାରା ଉଆ ନାଇ । ଏନ୍ତାରିକଲେ ତମେ ନିଜେ ନାଡାଇ ଅଇଲାସ୍ନି ।
ଆରି ତମ୍କେ ପୁର୍ବେ ଦିଆଅଇରଇବା ଆଦେସ୍ ଇସାବେ ତମେ ସାନ୍ତିସଙ୍ଗ୍ ରଇକରି ନିଜର୍ ନିଜର୍ କାମେ ଲାଗିରୁଆ, ପାଇଟି କାବାଡ୍ କରି ରୁଆ । ଏଟାର୍ପାଇ ଆମେ ତମ୍କେ ବାବୁଜିଆ କଲୁନି । ଏନ୍ତାରି କଲେ ବିସ୍ବାସ୍ ନ କର୍ବା ଲକ୍ମନ୍ ମିସା ତମ୍କେ ନାମ୍ବାଇ । ଆରି କାଇଟା ମିସା ଅବାବ୍ ନ ଅଏ । ତମ୍କେ ଦର୍କାର୍ ରଇବା ବିସଇପାଇ ବିନ୍ଲକ୍କେ ଆସା କର୍ବାକେ ନ ପଡେ ।
Chamados para as boas obras
Fomos criados em Cristo Jesus para boas obras, que Deus preparou de antemão para que andássemos nelas. Não somos salvos por obras, mas para obras.
ପର୍ମେସର୍ସେ ଆମ୍କେ ତିଆର୍ କଲା ଆଚେ । ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ନିକ କାମ୍ କର୍ବାକେ ସେ ଆମ୍କେ ନୁଆ କଲା ଆଚେ । ଏଟା ଆଗ୍ତୁଆନି ସେ ଆମର୍ ପାଇ ମନ୍ କରି ରଇଲା ।
ଅଇଲେ ମିସା ଆମେ ଜାନୁ, ମସାର୍ ନିୟମର୍ ଦାବି ପୁରାପୁରୁନ୍ କଲେ ନଏଁ, ମାତର୍ ଉଜେ ଜିସୁ କିରିସ୍ଟର୍ତେଇ ବିସ୍ବାସ୍ କଲେ, ଗଟେକ୍ ଲକ୍ ପରମେସରର୍ ମୁଆଟେ ଦସ୍ ନ ରଇବା ଲକ୍ ବଲାଇଅଇସି । ତାର୍ ମୁଆଟେ ଦରମ୍ ଲକ୍ ବଲାଇଅଇବାକେ, ଆମେ ଜିଉଦିମନ୍ ମିସା ଜିସୁକିରିସ୍ଟକେ ବିସ୍ବାସ୍ କଲୁନି । କାଇକେବଇଲେ ପର୍ମେସରର୍ ମୁଆଟେ କେମିସା ନିୟମ୍ ମାନ୍ବା ଲକ୍ ଦରମ୍ ବଲି ଏଜାଇ ନ ଅଅତ୍ ।
ଆରି ତମ୍କେ ଜେତ୍କି ଲଡା ଆଚେ, ତାର୍ତେଇଅନି ଅଦିକ୍ ପର୍ମେସର୍ ଦେଇ ପାର୍ସି । ଜେନ୍ତାରିକି ନିଜର୍ପାଇ ଜେତ୍କି ଦର୍କାର୍, ସେତ୍କି ତମର୍ଟାନେ ସବୁ ବେଲେ ରଇସି ଆରି ବିନ୍ ଲକ୍ମନ୍କେ ସାଇଜ କର୍ବାକେ ମିସା ଜବର୍ ରଇସି ।
ତେବର୍ ପାଇ, ଏ ମର୍ ଆଲାଦର୍ ମଇତର୍ମନ୍, ତମେ ଜେନ୍ତାରିକି, ମାପ୍ରୁର୍ ଆଦେସ୍ ମାନିକରି ରଇଆଚାସ୍, ଜାଗିରଇ ଡରିକରି ତମର୍ ମୁକ୍ତିର୍ କାମ୍ ପୁରାପୁରୁନ୍ କରା । ମୁଇ ରଇଲାବେଲେସେ ନାଇ, ମାତର୍ ମୁଇ ଦୁରିକେ ରଇଲେ ମିସା ଏଟା କରା । ପର୍ମେସର୍ ନିଜେ ତମର୍ ବିତ୍ରେ ଏ କାମ୍ କଲାର୍ପାଇ ତମେ ଏଟା କରିପାର୍ସା । ତମ୍କେ ଜାଇଟା କରତ୍ ବଲି ସେ ମନ୍ କଲାନି, ସେ ସମାନ୍ ମନ୍ କର୍ବାଟା, ତମ୍କେ ମିସା ଦେଇସି । ଆରି ସେଟା କର୍ବାକେ ବପୁ ମିସା ଦେଇସି ।
ମୁର୍ମୁରା ଆରି କିରଜାଟି ନ ଅଇକରି ସବୁ ଲକ୍ଜାକ କାମ୍ କରା । ଏନ୍ତାରିକଲେ, ତମେ କାରାପ୍ କାମ୍ କଲାସ୍ନି ବଲି ବିନ୍ଲକ୍ କାଇ ଦସ୍ ନ ଦାରତ୍ ଆରି ତମେ ସୁକଲ୍ ଅଇସା । ପାପ୍କରି କାରାପ୍ କାମ୍ କର୍ବା ଲକ୍ମନର୍ ମଜାଇ ପର୍ମେସରର୍ ସିଦ୍ ପିଲାଟକି ଇସାବେ ତମେ ରଇସା । ତାକର୍ ବିତ୍ରେ ଆନ୍ଦାର୍ ଜଗତେ ଉଜଲ୍ ଜଟକ୍ଲା ପାରା ତମର୍ ଚଲାଚଲ୍ତି ଡିସ୍ସି । ନ ସାର୍ବା ଜିବନର୍ କବର୍ ସବୁ ଲକ୍କେ ଜାନାଆ । ଏନ୍ତାରିକଲେ, କିରିସ୍ଟ ବାଅଡ୍ବା ଦିନେ ମୁଇ ତମର୍ ବିସଇର୍ ଲାଗି ବଡ୍ପନ୍ ଅଇବି । ତମର୍ ବିତ୍ରେ ଆବଡ୍ ଅଇକରି କରିରଇବା କାମ୍ ଚୁଚାଇ ଅଏ ନାଇ ବଲି ସେ ଦିନେ ଡିସ୍ସି ।
A missão do cristão
O chamado a trabalhar para Deus inclui a Grande Comissão: fazer discípulos de todas as nações, cooperando com Ele na expansão do Reino.
ତେବେ ତମେ ଦେସ୍ମନ୍କେ ରଇବା ସବୁ ବାସାର୍ ଲକ୍ମନର୍ ଲଗେ ଜାଇ, ସେମନ୍କେ ମର୍ ସିସ୍ କରାଆ । ବାବା, ପଅ ଆରି ସୁକଲ୍ ଆତ୍ମାର୍ ନାଉଁଦାରି ସେମନ୍କେ ଡୁବନ୍ ଦିଆସ୍ ।
ଜେ ଜେ ଏ ନିମାନ୍ କାତା ବିସ୍ବାସ୍ କରି ଡୁବନ୍ ନେବାଇ, ସେମନ୍ ପାପେଅନି ରକିଆ ପାଇବାଇ, ମାତର୍ ଜେ ଜେ ଏ ନିମାନ୍ କାତା ବିସ୍ବାସ୍ ନ କରତ୍, ପର୍ମେସର୍ ସେମନ୍କେ ଡଣ୍ଡ୍ ଦେଇସି ।
ଆମେ ପର୍ମେସର୍ ସଙ୍ଗ୍ କାମ୍ କର୍ବା କୁଲିଆର୍ ମନ୍ । ଆରି କରନ୍ତିୟର୍ ବିସ୍ବାସିମନ୍ ତମେ, ପର୍ମେସର୍ ଚାସ୍ କର୍ବା ଜମି, ଆରି ତାର୍ ଗର୍ ।
ଆମେ ସବୁଲକ୍ କିରିସ୍ଟର୍ ମୁଆଟେ ଆଇବାକେ ପଡ୍ସି । କାଇକେବଇଲେ ସେ ଆମର୍ କାମ୍ ବିଚାର୍ କର୍ସି । ଏ ଜଗତେ ରଇକରି ଆମେ ଜନ୍ଟା କଲୁଆଚୁ, ସେଟା ନିକ ଅ କି ନ ଅ, ସେ ଇସାବେ ଆମ୍କେ ଗଟେକ୍ ଗଟେକ୍ ଲକ୍କେ ବୁତି ମିଲ୍ସି ।