Trabalho
O trabalho é uma ordenança divina desde a criação. Deus colocou o homem no jardim para cultivar e guardar, revelando que o labor é parte do propósito humano e um meio de glorificá-lo.
Trabalho como vocação divina
Deus nos criou para trabalhar com propósito. O trabalho é expressão da imagem divina em nós e deve ser feito como para o Senhor.
ତମେ ଜାଇଟା କଲେମିସା ପୁରାପୁରୁନ୍ ମନ୍, ଦିଆନ୍, ଜିବନ୍, ପରାନ୍ ଦେଇ ମାପ୍ରୁର୍ପାଇ କଲା ଇସାବେ କରା । ଲକ୍ମନର୍ ପାଇ କାମ୍ କଲାପାରା କରାନାଇ ।
ତମେ ଜାଇଟା କଲେମିସା ପୁରାପୁରୁନ୍ ମନ୍, ଦିଆନ୍, ଜିବନ୍, ପରାନ୍ ଦେଇ ମାପ୍ରୁର୍ପାଇ କଲା ଇସାବେ କରା । ଲକ୍ମନର୍ ପାଇ କାମ୍ କଲାପାରା କରାନାଇ । କାଇକେବଇଲେ ମାପ୍ରୁ ତମ୍କେ ପୁରୁସ୍କାର୍ ଦେଇସି ଆରି ତାର୍ ଲକ୍ମନ୍କେ ସେ ଦେବି ବଲି କାତା ଦେଇରଇବା ସବୁ ଆସିର୍ବାଦ୍ ତମେ ପାଇସା ବଲି ଜାନିଆଚାସ୍ । ତମେ ସେବା କର୍ବା ସାଉକାର୍ କିରିସ୍ଟ, ବଲି ଏତାଇରୁଆ ।
ତମେ କାଇଟା ମିସା କଇଲେ କି କଲେ, ସେ ସବୁ ମାପ୍ରୁ ଜିସୁର୍ ନାଉଁଦାରି ବାବା ପର୍ମେସର୍କେ ଦନିଅବାଦ୍ ଦିଆସ୍ ।
ତମ୍କେ ଦାଇତ୍ ଦେଇରଇବା ସବୁ କାମ୍ ସାର୍ଦା ସଙ୍ଗ୍ କରା । ଜେନ୍ତାରିକି ତମେ ଅବ୍କା ଲକ୍ମନର୍ ପାଇ କାମ୍ ନ କରି ମାପ୍ରୁର୍ ସେବା କଲା ପାରା କରା । କାଇକେବଇଲେ ତମେ ନିକ କାମ୍ କଲେ, ମାପ୍ରୁ ତମ୍କେ ପୁରୁସ୍କାର୍ ଦେଇସି । ତମେ ଗତିଦାଙ୍ଗ୍ଡା ଅଇରୁଆ କି ମୁକଲ୍ଲା ଲକ୍ ଅଇରୁଆ ।
ତେବର୍ପାଇ ବାତ୍ କା, କି ପାନି କା, କି ଜାଇଟା ମିସା କରା, ପର୍ମେସର୍ ଡାକ୍ପୁଟା ପାଇବାକେ ସବୁ କରା ।
ସେଟାର୍ପାଇଁ ଏ ମର୍ ଆଲାଦର୍ ବାଇବଇନିମନ୍, ଡାଁଟ୍ ଅଇକରି ରୁଆ । ମାପ୍ରୁ ଜିସୁକିରିସ୍ଟର୍ ସେବା କାମ୍ ଆବଡ୍ ଅଇକରି କରା । କାଇକେବଇଲେ ତମେ ଜାନାସ୍, ତାର୍ପାଇ ଜନ୍ କାମ୍ ସବୁ କର୍ସା, ସେଟା ସବୁ ଲଡାକେ ଆଇସି ।
ତମେ କର୍ବା ସବୁ କାମ୍ ଆଲାଦେ ସାରାଇବାର୍ ଆଚେ ।
Diligência e recompensa
A mão diligente enriquece, mas a preguiça traz pobreza. A Bíblia valoriza o esforço honesto, dedicado e perseverante em toda obra.
ଜନ୍ ଲକ୍ ଅଲ୍ସୁଆ ଅଇ କାମ୍ କର୍ସି, ସେ କାକୁର୍ତି ଅଇସି; ମାତର୍ ଜନ୍ ଲକ୍ କସ୍ଟ କରି କାମାଇସି ସେ ସାଉକାର୍ ଅଇସି ।
କାମ୍ କର୍ବାଲକ୍ ସାସନ୍ କରାଇସି; ମାତର୍ ଅଲ୍ସୁଆ ଲକ୍ ବେଟି କଟ୍ସି।
କାମ୍ କର୍ବାଲକ୍ ସାସନ୍ କରାଇସି; ମାତର୍ ଅଲ୍ସୁଆ ଲକ୍ ବେଟି କଟ୍ସି।
ସବୁ ରକାମର୍ କାମ୍ ତେଇ ଲାବ୍ ଆଚେ; ମାତର୍, କାମ୍ ନ କରି ଅବ୍କା କାତା କଇଲେ କାକୁର୍ତି ଅଇବାର୍ ଅଇସି।
ଏ ଅଲ୍ସୁଆ, ତୁଇ ଚାଟିମନର୍ ଲଗେ ଜା, ତାର୍ କାମ୍କେ ବାବିଦେକ୍ ଆରି ଗିଆନି ଅ । ତାର୍ ବିଚାର୍ କର୍ତା କି ମୁକିଆ କି ରାଜା ନ ରଇଲେ ମିସା କେ ନ ସିକାଇଲେ ମିସା ସେ ନିଜେସେ ଜାନିକରି ଜେଟ୍ବେଲେ ନିଜର୍ ପାଇଁ କାଦି ଟୁଲିଆଇସି, ଆରି, ପସଲ୍ ସମଇରେ କାଦି ଟୁଲିଆଇସି । ଏ ଅଲ୍ସୁଆ, ତୁଇ କେତେ ଦିନ୍ ସଇ ରଇସୁ ? ତୁଇ କେଡେ ବେଲେ ନିଦ୍ରା ବାଙ୍ଗି ଉଟ୍ସୁ ? ଆରି ଚନେକ୍ ସଇଲେ, ଆରି ଚନେକ୍ ଗୁନ୍ଲେ, ଆରି ଚନେକ୍ ସଇବାକେ ଆତ୍ଗଡ୍ ବାଙ୍ଗ୍ ମଡ୍ ଅଇଲେ, ତମର୍ କାକୁର୍ତି ଚର୍ ପାରା ଅଇକରି ଆଇସି, ଆରି, ତର୍ କାକୁର୍ତିଆକେ ଆଡ୍ବା ଅଦ୍ନା ପାରା ତିଆର୍ ଅଇଲା ଲକ୍ ପାରା ଅଇ ଆଇସି ।
ନିଜର୍ କାମ୍କେ ଜେ ଅଲସ୍ ଅଇସି, ସେ ବିନାସ୍ ଅଇବା ଲକର୍ ବାଇ ।
ଗୁନ୍କେ ନିମାନ୍ ବଲି ବାବା ନାଇଁ, ନଇଁଲେ ତମେ କାକୁର୍ତି ଅଇସା; ତମର୍ ଆଁକି ସଙ୍ଗ୍ ନିକ ଦେକା, ସେନ୍ତାର୍ ଆଲେ ତମେ କାଇବା କାଦି ସାନ୍ତି ପାଇସା ।
ଲନ୍ଦ୍ପନ୍ଦ୍ କରି ଅରଜ୍ଲା ଦନ୍ ସଁପତି ନସ୍ଟ ଅଇ ଜାଇସି, ମାତର୍ ନିଜେ କସ୍ଟ କରି କାମାଇଲା ଦନ୍ ଅଦିକ୍ ଅଇସି ।
ସବୁବେଲର୍ ମାପ୍ରୁର୍ ଆସିର୍ବାଦର୍ ଲାଗି ଲକ୍ ସାଉକାର୍ କର୍ସି, ମାତର୍ ତାର୍ ସଙ୍ଗେ ଦୁକ୍ କସ୍ଟ ନ ଦେଏ।
Planejamento e excelência
A excelência no trabalho honra a Deus. Devemos nos dedicar com competência, entregar nossos planos ao Senhor e buscar o melhor em cada tarefa.
ସବୁବେଲର୍ ମାପ୍ରୁକେ ତମର୍ କାମ୍ ସର୍ପି ଦିଆସ୍, ତାର୍ପଚେ ତମର୍ ସବୁ ଜଜ୍ନାକେ ସପଲ୍ କର୍ସି ।
ସବୁବେଲର୍ ମାପ୍ରୁକେ ତମର୍ କାମ୍ ସର୍ପି ଦିଆସ୍, ତାର୍ପଚେ ତମର୍ ସବୁ ଜଜ୍ନାକେ ସପଲ୍ କର୍ସି ।
ତମେ କାଇ କାକେ ନିଜର୍ ବେବାର୍ ବାଟ୍ ଟାନେ ତର୍ବର୍ ଅଇବାଟା ଦେକି ଆଚାସ୍ ? ସେ ରାଜାମନର୍ ମୁଆଟେ ଟିଆ ଅଇସି । ସେ ଗରିବ୍ ଲକର୍ ଲଗେ ଟିଆ ନ ଅଏ ।
ସତ୍ ବାକିଅ ନିମାନ୍ ସଙ୍ଗ୍ ଜାନା । ଲାଜ୍ ନଇଲା କାମ୍ କର୍ବା ଲକ୍ପାରା ମାପ୍ରୁର୍ ଲଗେ ନିଜ୍କେ ଅଦିକାର୍ ପାଇଲା ଲକ୍ ବଲି ଦେକାଇଅଇବାକେ ଜତନ୍ ଅ ।
ସତ୍ ବାକିଅ ନିମାନ୍ ସଙ୍ଗ୍ ଜାନା । ଲାଜ୍ ନଇଲା କାମ୍ କର୍ବା ଲକ୍ପାରା ମାପ୍ରୁର୍ ଲଗେ ନିଜ୍କେ ଅଦିକାର୍ ପାଇଲା ଲକ୍ ବଲି ଦେକାଇଅଇବାକେ ଜତନ୍ ଅ ।
ସବୁ ସାସ୍ତର୍ ପର୍ମେସରର୍ ଟାନେଅନି ଆଇଲା ଆଚେ, ଆରି ସେଟା ଲକ୍ମନ୍କେ ସିକାଇବାକେ, ବୁଲ୍ ଅଇଲାଟା ଟିକ୍ କର୍ବାକେ, ଟିକ୍ ବିସଇ କର୍ବାକେ, ଆରି ଲକ୍ମନ୍କେ ସିକାଇବାକେ ଆମ୍କେ ସାଇଜ କର୍ସି । ଜେନ୍ତାରି କି, ପର୍ମେସର୍କେ ସେବା କର୍ବା ଗଟେକ୍ ଲକ୍ ପୁରାପୁରୁନ୍ ତିଆର୍ ଅଇ, ସବୁ ଦରମ୍ କାମ୍ କର୍ବାକେ ବପୁ ପାଇସି ।
ତମର୍ ଆତ୍ ଜନ୍ଟା କର୍ବାକେ ମନ୍ କର୍ସି, ସେଟା ନିଜର୍ ବପୁ ସଙ୍ଗେ କାମ୍ କରା; କାଇକେବଇଲେ ତମେ କନ୍ ଜାଗାଇ ଗାଲାସ୍ନି, ସେ ଜାଗାଇ କାଇ କାମ୍ କି ବାବ୍ନା କି ବିଦିଆ କି ଗିଆନ୍ ନାଇଁ ।
ମୁର୍ମୁରା ଆରି କିରଜାଟି ନ ଅଇକରି ସବୁ ଲକ୍ଜାକ କାମ୍ କରା । ଏନ୍ତାରିକଲେ, ତମେ କାରାପ୍ କାମ୍ କଲାସ୍ନି ବଲି ବିନ୍ଲକ୍ କାଇ ଦସ୍ ନ ଦାରତ୍ ଆରି ତମେ ସୁକଲ୍ ଅଇସା । ପାପ୍କରି କାରାପ୍ କାମ୍ କର୍ବା ଲକ୍ମନର୍ ମଜାଇ ପର୍ମେସରର୍ ସିଦ୍ ପିଲାଟକି ଇସାବେ ତମେ ରଇସା । ତାକର୍ ବିତ୍ରେ ଆନ୍ଦାର୍ ଜଗତେ ଉଜଲ୍ ଜଟକ୍ଲା ପାରା ତମର୍ ଚଲାଚଲ୍ତି ଡିସ୍ସି ।
O contentamento no trabalho
Deus nos dá a capacidade de desfrutar do nosso trabalho. Poder comer, beber e encontrar satisfação em nosso labor é um dom divino.
ଆମେ ଜାନି ଆଚୁ ଜେ, ବଞ୍ଚି କରି ଜିଇବାକାଇବା ଜାକ ସାର୍ଦା ସଙ୍ଗେ ଆରି ନିମାନ୍ କାମ୍ କର୍ବା ବାଦୁଲେ ସେମନର୍ ଆରି କାଇ ନିମାନ୍ କାମ୍ ନାଇଁ । ଆରି ସବୁ ଲକ୍ମନ୍ କାଇ ପିଇକରି ତାକର୍ ନିଜର୍ ନିଜର୍ କାମ୍ଦାମ୍ କରି ସୁକେ ରଇସା, ଏଟା ଅଇଲାନି ପର୍ମେସର୍ ଦେଇ ରଇବା ଦାନ୍ ।
ଦେକା, କାଇବା ପିଇବାଟା ଆରି ପର୍ମେସର୍ ଦେଇରଇବା ଇସାବ୍ରେ ଲକ୍ମନ୍ ଆକାସ୍ତଲେ ଜନ୍ଜନ୍ କାମ୍ଦାମ୍ କର୍ସି, ସେ ସବୁଜାକ କାମ୍ଦାମର୍ ସୁକ୍ ପାଇସି, ଏଟା ଆକା ତାର୍ପାଇଁ ବେସି ନିକ ଆରି ମନ୍କେ ଗାଲା ବଲିକରି ମୁଇଁ ବାବ୍ଲି କାଇକେବଇଲେ ଏଟାଆକା ତାର୍ ଗଟେକ୍ ବାଗ୍।
ଆରି ପର୍ମେସର୍ ଜନ୍ ଲକ୍କେ ମିସା ଦନ୍ସପତି ଦାନ୍ ଦେଇକରି ସେଟା କାଇପିଇ କରି ମଜା କର୍ବାକେ ଆରି ନିଜର୍ ବାଗ୍ ଦାରି ଅଇବାକେ ଆରି ନିଜେ କସ୍ଟ କଲା ତେଇ ସାର୍ଦା ଅଇବାକେ ଅଦିକାର୍ ଦେଲା, ସେଟା ଆକା ପର୍ମେସର୍ ଦେଲା ଦାନ୍ ।
ଗଟେକ୍ଲକର୍ ତେଇଅନି ଦୁଇଲକ୍ ନିକ, କାଇକେବଇଲେ ସେମନ୍ ନିଜର୍ ନିଜର୍ କସ୍ଟ କଲା ପଲ୍, ପାଇବାଇ।
ଜନ୍ ଲକ୍ ଏକ୍ଲାସେ ରଇସି ଆରି ତାର୍ ସାଙ୍ଗମନ୍ କେ ମିସାନାଇଁ; କି ତାକେ ପ କି ବାଇ ନାଇଁ; ଅଇଲେ ମିସା ତାର୍କାମ୍ ମୁଲ୍କେ ସାରେନାଇଁ, ଅଇଲେ ମିସା ତାକେ ଜେତେକ୍ ଦନ୍ ଅରଜ୍ଲେ ମିସା ସାନ୍ତି ନାଇଁ, ତେବେ ମୁଇଁ କାର୍ପାଇଁ ଏତେକ୍ କସ୍ଟ କଲିନି ଆରି ନିଜର୍ ଜିବନ୍କେ ବଁଚାଇ ଆଚି? ଏଟା ସବୁଜାକ ବେକାର୍ସେ; ଆରି ବେସି ଦୁକର୍ ବିସୟ୍ ।
ତେବର୍ପାଇଁ ମୁଇଁ ସବୁଜାକ କାମ୍ କର୍ବାଟା ଆରି ସବୁଜାକ ବୁଦିର୍ କାମ୍ ଦେକ୍ଲିସିନା, ତାର୍ପାଇଁ ବଲିକରି ନର୍ଲକ୍ ନିଜର୍ ସାଇପଡିସାର୍ ଲକ୍କେ ଇର୍ସା କର୍ସି। ଏଟା ବେକାର୍ସେ ଆରି ନ ଡିସ୍ବା ପବନର୍ ପଚେ ପାଲାଇବା ଲକ୍ପାରା ।
A responsabilidade cristã
O cristão deve trabalhar com suas próprias mãos, viver dignamente e ser exemplo de dedicação. Quem não trabalha, não coma.
ତମର୍ ସଙ୍ଗ୍ ରଇଲାବେଲେ ଆମେ ତମ୍କେ କଇରଇଲୁ, ଜନ୍ ଲକ୍ ପାଇଟି କାବାଡ୍ ନ କରେ, ସେ ବାତ୍ପେଜ୍ ନ କାଅ ।
ଏବେ ଏ କାତା ଆରିତରେକ୍ କଇଲୁନି, କାଇକେବଇଲେ ଆମେ କବର୍ ପାଇଲୁ ଆଚୁଜେ, ତମର୍ ବିତ୍ରେ କେତେକ୍ ଲକ୍ମନ୍ ବାଡୁ ଅଇକରି ଜିଉନାକାଉନା କଲାଇନି । କାଇ ପାଇଟି ନକରି ବିନ୍ ଲକର୍ କାମେ ମଜାଇ ଅଇସି ଆରି କାଇଟାମିସା ନ କରତ୍ । ମାପ୍ରୁ ଜିସୁକିରିସ୍ଟର୍ ନାଉଁ ଦାରି ଆମେ ସେ ଲକ୍ମନ୍କେ ଜାଗ୍ରତ୍କରି ଆଦେସ୍ଦେଲୁନି, ସେମନ୍ ସେନ୍ତାରି କର୍ବାଟା ଚାଡିଦେସ୍ । ଜେନ୍ତାରିକି ନିଜର୍ ପେଟର୍ପାଇ କାଦି ପାଇବାକେ ପାଇଟି କରତ୍ ।
ଆରି ତମ୍କେ ପୁର୍ବେ ଦିଆଅଇରଇବା ଆଦେସ୍ ଇସାବେ ତମେ ସାନ୍ତିସଙ୍ଗ୍ ରଇକରି ନିଜର୍ ନିଜର୍ କାମେ ଲାଗିରୁଆ, ପାଇଟି କାବାଡ୍ କରି ରୁଆ । ଏଟାର୍ପାଇ ଆମେ ତମ୍କେ ବାବୁଜିଆ କଲୁନି । ଏନ୍ତାରି କଲେ ବିସ୍ବାସ୍ ନ କର୍ବା ଲକ୍ମନ୍ ମିସା ତମ୍କେ ନାମ୍ବାଇ । ଆରି କାଇଟା ମିସା ଅବାବ୍ ନ ଅଏ । ତମ୍କେ ଦର୍କାର୍ ରଇବା ବିସଇପାଇ ବିନ୍ଲକ୍କେ ଆସା କର୍ବାକେ ନ ପଡେ ।
ଜେ ଚରାଇତେ ରଇଲା, ସେ ଆରି ନ ଚର୍ ଅଅ । ମାତର୍ ନିଜେ ତାର୍ ଜିଉନା କାଉନାର୍ ପାଇ କାଇଆଲେ ନିକ କାମ୍ କର । ସେନ୍ତାର୍ଆଲେ ଅର୍କିତ୍ ଲକ୍ମନ୍କେ ଦେବାକେ ତାର୍ଟାନେ କାଇଟା ମିସା ରଇସି ।
ଆରି ତମ୍କେ ଜେତ୍କି ଲଡା ଆଚେ, ତାର୍ତେଇଅନି ଅଦିକ୍ ପର୍ମେସର୍ ଦେଇ ପାର୍ସି । ଜେନ୍ତାରିକି ନିଜର୍ପାଇ ଜେତ୍କି ଦର୍କାର୍, ସେତ୍କି ତମର୍ଟାନେ ସବୁ ବେଲେ ରଇସି ଆରି ବିନ୍ ଲକ୍ମନ୍କେ ସାଇଜ କର୍ବାକେ ମିସା ଜବର୍ ରଇସି ।
ସେଟାର୍ପାଇଁ ଏଟା ସତ୍ ଆକା । ଆଟର୍ ସାରାସାରି ଦିନେ ପର୍ମେସର୍ ପୁଣ୍ଡ୍ଲାପାରା ତାକର୍ ଲକ୍ମନର୍ ପାଇ ଗଟେକ୍ ପୁଣ୍ଡ୍ବା ବେଲା ସଙ୍ଗଇଆଚେ । କାଇକେବଇଲେ ପର୍ମେସର୍ ସପତ୍ କରିରଇବା ବିସ୍ରାମେ ଜେତ୍କିଲକ୍ ପୁର୍ବାଇ, ସେ ବିସ୍ରାମ୍ କଲାପାରା, ତାକର୍ କାମେଅନି ବିସ୍ରାମ୍ କର୍ବାଇ ।
ଚଡଇମନ୍କେ ଦେକା, ସେମନ୍ ନ ବୁନତ୍ କି ନ କାଟତ୍, କି କଲ୍କିତେଇ ନ ସଙ୍ଗଅତ୍, ଅଇଲେ ମିସା ସରଗର୍ ବାବା ସେମନ୍କେ କାଇବାପାଇ ଜାଗାଇଲାନି । ତମେ କାଇ ସେମନର୍ତେଇଅନି ମୁକିଅ ନୁଆସ୍ କି ?
ତମେ ଜଦି ନିକ କାମ୍ କର୍ବାକେ ମନ୍ କଲେ, ତମର୍ ବିରଦେ କେ ମିସା କାରାପ୍ କାମ୍ ନ କରତ୍ ।
ମୁଇ ତମ୍କେ ସତ୍ କଇଲିନି, ଜେ ମକେ ବିସ୍ବାସ୍ କର୍ସି ସେ, ମୁଇ କର୍ବା ଏନ୍ତି କାମ୍ମନ୍ କର୍ସି ଆରି ମର୍ତେଇଅନି ଅଦିକ୍ ବଡ୍ ବଡ୍ କାମ୍ମନ୍ ମିସା କର୍ସି । କାଇକେ ବଇଲେ ମୁଇ ମର୍ ବାବାର୍ ଲଗେ ଗାଲିନି ।
ମର୍ ନିଜର୍ ଜିବନ୍, ମର୍ ପାଇ, ମୁଇ ଇନ୍ କଲିନି । ପର୍ମେସରର୍ ଜିବନ୍ ଦୁକାଇଲା ବିସଇ ଆରି ମାପ୍ରୁ ଜିସୁ ଜନ୍ କାତା ଜାନାଇବାକେ ମକେ ଦାଇତ୍ ଦେଲାଆଚେ, ସେଟା ସାରାଇବି ଆରି ସୁବ୍ କବର୍ ଜାନାଇବାଟା ପୁରାପୁରୁନ୍ କର୍ବି । ଏତ୍କି ସେ ମୁଇ ମନ୍ କଲିନି ।
ଲକ୍ମନ୍ ତମ୍କେ ନାଡାଇ ନାପାରତ୍, ତମେ ଜାଗରତ୍ସଙ୍ଗ୍ ରଇବାର୍ ଆଚେ । ଜେନ୍ତାର୍କି ପର୍ମେସର୍କେ କର୍ବା ତମର୍ ସେବା କାମ୍ ବେକାର୍ ନ ଅ । ମାତର୍ ତମର୍ ସେବାକାମର୍ ପାଇ ପର୍ମେସର୍ ତମ୍କେ ପୁରାପୁରୁନ୍ ଅଇତେ ଇନାମ୍ ଦେଇସି ।