4 ଲାଡ୍ ଦୁକ୍ ସଃମ୍ବାଳ୍ତାର୍, ଲାଡ୍ ଉହ୍କାର୍ କଃର୍ତାର୍ । ଡାରା ନଃକେରେ, ଗଃର୍ବ୍ ନଃକେରେ, ଅଃକାର୍ ନଃକେରେ 5 ମଃନେ ଲାଡ୍ ରିଲାର୍ ଗିନେ ରିସା ଜାତ୍ ନୟ୍, ନିଜେ ଲାବ୍ ହାଉଁକେ ଉପାୟ୍ ନଃକଜେ କାକ୍ରି ନୟ୍, ଉହ୍କାର୍ ହାୟ୍ଁ ନଃରିଲେକ୍ ହେଁ ମଃନେ ବେର୍ ନଃଦେରେ । 6 ଅଃଦଃର୍ମେ ସଃର୍ଦା ନଃକେରେ ମଃତର୍ ସଃତ୍ ତଃୟ୍ ସଃର୍ଦା କଃରେଦ୍, 7 ଲବଦ୍ ସଃବୁ ସଃମ୍ବାଳେଦ୍, ସଃବୁ ସଃତ୍ କଃରେଦ୍, ସଃବୁ ଆସା କଃରେଦ୍, ସଃବୁ କଃତାୟ୍ ସାସ୍ଦଃରି ରଃୟ୍ଦ୍ ।
8 ଲାଡ୍ କଃବେହେଁ ନଃସେରେ, ଇସ୍ୱରାର୍ କବୁର୍ କଃଉତା ସଃକ୍ତି ରଃୟ୍ଦ୍, ସେରି ସଃରେଦ୍, ଜଦି ବିନ୍ ବାସା କଃଉତା ସଃକ୍ତି ରଃୟ୍ଦ୍, ସେସଃବୁ ସେସ୍ ଅୟ୍ଦ୍, ଜଦି ମାନାୟ୍ର୍ ଗିଆନ୍ ରଃୟ୍ଦ୍, ସେରି ନଃସ୍ଟ୍ ଅୟ୍ଦ୍ ।