1 ଇତାର୍ହଃଚ ହାଗୟ୍ ବାବ୍ବାଦି ଆର୍ ଇଦରାର୍ ହୟିସି ଜିକରିୟ୍, ଇ ବାବ୍ବାଦିମଃନ୍ ଜିଉଦା ଆର୍ ଜିରୁସାଲମ୍ ଜିଉଦିମଃନାର୍ ହାକ୍ ବାବ୍ବାଣି କୟ୍ଲାୟ୍; ସେମଃନ୍ ଇସ୍ରାଏଲାର୍ ଇସ୍ୱରାର୍ ନାଉଁଏ ସେମଃନାର୍ ହାକ୍ ବାବ୍ବାଣି କୟ୍ଲାୟ୍।
2 ସେତାକେ ସଲ୍ଟିୟେଲର୍ ହୟିସି ଜିରୁବାବେଲ୍ ଆର୍ ଜସଦକର୍ ହୟିସି ଜେହସୁୟ୍ ବାରାୟ୍ ଜିରୁସାଲମେ ଇସ୍ୱରାର୍ ପାର୍ତନାଗଃର୍ ତିଆର୍ କଃରୁକେ ଲାଗ୍ଲାୟ୍ ; ଆର୍ ଇସ୍ୱରାର୍ ଜଳେକ୍ ବାବ୍ବାଦିମଃନ୍ ସେମଃନାର୍ ସଃଙ୍ଗ୍ ରଃୟ୍ ସେମଃନାର୍ ଉହ୍କାର୍ କଃଲାୟି।
3 ସଃଡେବଃଳ୍ ତତନୟ, ଗାଡ୍ ସେହାଟିର୍ ଗନର୍ ଆର୍ ସତର୍-ବସଣୟ୍ ଆର୍ ସେମଃନାର୍ ସଃଙ୍ଗାର୍ ଲଃକ୍ମଃନ୍ ଆସି ସେମଃନ୍କେ ହଃଚାର୍ଲାୟ୍, " ଇ ଗଃର୍ ହାଜୁକେ ଆର୍ ଇ କଃତି ଟେକୁକେ କେଏ ତୁମିମଃନ୍କେ ଆଡର୍ ଦିଲା?"
4 ତଃବେ ସେମଃନ୍କେ ସେ ହଃର୍କାରେ ଅଃମି ଉତୁର୍ ଦିଲୁ; ସେମଃନ୍ ତିଆର୍କଃର୍ତା ଲକାର୍ ସଃବ୍କାର୍ ନାଉ ହେଁ ହଃଚାର୍ଲାୟ୍।
5 ମଃତର୍ ଜିହୁଦି ପାରାଚିନମଃନ୍କାର୍ ଇସ୍ୱରାର୍ ଦିସ୍ଟି ରିଲାକେ ଦାରିଆବସ୍ ହାକ୍ ଇ କଃତା ନଃଜାତା ହଃତେକ୍ ଆର୍ ଚିଟିଏ ସେ କଃତାର୍ ଉତୁର୍ ଲେଉଟି ନାସ୍ତା ହଃତେକ୍ ସଃତ୍ରୁମଃନ୍ ସେମଃନ୍କେ ଟେବାଉଁ ନଃଚ୍ଲାୟ୍।
6 ତତନୟ ଗାଡ୍ ସେହାଟିର୍ ଗନର୍କେ ଆର୍ ସତର୍-ବସଣୟ ଆର୍ ଗାଡ୍ ସେହାଟିର୍ ତାର୍ ସଃଙ୍ଗାର୍ ଅପର୍ସକିୟମଃନାର୍ ଦାରିଆବସ୍ ରଃଜା ହାକ୍ ହଃଟାୟ୍ଲା ଅଃକାରଃକମ୍ ଚିଟି;
7 ସେତି ଇରଃକମ୍ ଲେକାରିଲି ବଃଡ୍ ରଃଜା ଦାରିଆବସ୍ ତର୍ ସୁସ୍ତା ଅଃଉଅ। 8 ମହା ରଃଜାକେ ଜାଣାଉତାର୍ ଇରି, ଅଃମିମଃନ୍ ଜିଉଦା ଦେସେ ସଃବୁର୍ ବଃଡ୍ ଇସ୍ୱର୍ ହାକ୍ ଜାୟ୍ରିଲୁ, ସେରି ବଃଡ୍ବଃଡ୍ ଟେଳାୟ୍ ତିଆର୍ ଅଃଉଁଲି ଆର୍ କଃତିଏ ଦୁଲୁମ୍ମଃନ୍ ଲାଗୁଲି ଆର୍ ଇ କାମ୍ ଜଃତୁନେ ଅଃଉଁଲି ଆର୍ ସେମଃନାର୍ ଆତେ ଅଃଉଁହାରୁଲି।
9 ତଃବେ ଅଃମିମଃନ୍ ସେ ପାରାଚିନ୍ ମଃନ୍କେ ହଃଚାରି ଇରଃକମ୍ କୟ୍ଲୁ, ଇ ଗଃର୍ ବାନ୍ଦୁକେ ଇ କଃତି ଉଟାଉଁକେ କେଏ ତୁମିମଃନ୍କେ ଆଡର୍ ଦିଲା। 10 ଆରେକ୍ ଅଃମି ତକେ ଜାଣାଉଁକେ ସେମଃନାର୍ ମୁଳିକାମଃନାର୍ ନାଉ ଲେକୁକେ ସେମଃନାର୍ ନାଉ ହଃଚାର୍ଲୁ। 11 ତଃବେ ସେମଃନ୍ ଅଃମିକେ ଉତୁର୍ ଦିଲାୟ୍ ଅଃମିମଃନ୍ ସଃର୍ଗ୍ ଆର୍ ହୁର୍ତିବିର୍ ଇସ୍ୱରାର୍ ଦାସ୍, ଆର୍ ଇ ଜୁୟି ଗଃର୍ ବାନ୍ଦୁଲୁ, ଇତାର୍ ଅଃନେକ୍ ବଃର୍ସ୍ ଆଗ୍ତୁ ବାନ୍ଦାଅୟ୍ରିଲି, ଇସ୍ରାଏଲାର୍ ଗଟେକ୍ ମହାରଃଜା ସେରି ବାନ୍ଦି ସେସ୍ କଃରିରିଲା।
12 ମଃତର୍ ଅଃମାର୍ ହୁର୍ବାର୍ ଦାଦିବାବୁମଃନ୍ ସଃର୍ଗାର୍ ଇସ୍ୱର୍କେ ରିସା କଃରାୟ୍ଲାକେ ସେମଃନ୍କେ ବାବିଲାର୍ ରଃଜା କଲଦିଅ ନବୁକଦ୍ନିତ୍ସର୍ ତର୍ ଆତେ ସଃର୍ହ୍ରି ଦିଲାକେ ସେ ଇ ଗଃର୍ ବାଙ୍ଗିକଃରି ଲକ୍ମଃନ୍କେ ବାବିଲ୍କେ ନଃୟ୍ଗଃଲା।
13 ମଃତର୍ ବାବିଲାର୍ ରଃଜା କରସର୍ ରାୟ୍ଜ୍ କଃର୍ତାବଃଳ୍ ହଃର୍ତୁ ବଃର୍ସ୍ କରସ୍ ରଃଜା ଇ ଗଃର୍ ବାନ୍ଦୁକେ ଆଡର୍ ଦିଲା।
14 ଆରେକ୍ ନବୁକଦ୍ନିତ୍ସର୍ ନିଜାର୍ ଇସ୍ୱରାର୍ ଗଃରାର୍ ସଃବୁ ସନାର୍ ଆର୍ ରୁହାର୍ ଆସ୍ତିମଃନ୍ ଜିରୁସାଲମ୍ ମନ୍ଦିରେ ହୁଣି ନଃୟ୍ ବାବିଲାର୍ ଦେଉତାମନ୍ଦିରେ ଆଣିରିଲା, ସେରି କରସ୍ ରଃଜା ବାବିଲ୍ ମଃନ୍ଦିରେ ହୁଣି ବାର୍କଃଲା, ଆର୍ ସେରିମଃନ୍ ସେସବସର୍ ନାଉଁଆର୍ ତାର୍ ଗନର୍ ଆତେ ଦିଲା।
15 ଆର୍ ସେ ତାକେ କୟ୍ଲା, ଇ ସଃବୁ ଆସ୍ତି ନଃୟ୍ ଜିରୁସାଲମ୍ ମନ୍ଦିରେ ସଃଙ୍ଗାଉଆ ଆର୍ ଇସ୍ୱରାର୍ ଇମନ୍ଦିର୍ ନିଜାର୍ ଟାଣେ ତିଆର୍ ଅଃଉଅ।
16 ସେତାକେ ସେ ସେସବସର୍ ଆସି ଜିରୁସାଲମେ ଇସ୍ୱରାର୍ ଗଃରେ ଜିମି ହଃକାୟ୍ଲା; ଆର୍ ସଃଡେବଃଳ୍ ହୁଣି ଅଃବେ ହଃତେକ୍ ସେରି ତିଆର୍ ଅଃଉଁଲି, ଅଃବେ ହେଁ ସଃରି ନଃକେରେସେ।
17 ସେତାକେ ଜଃବେ ମହା ରଃଜାକେ ନିକ ଡିସେଦ୍, ତଃବେ କରସ୍ ରଃଜା ଜିରୁସାଲମେ ଇସ୍ୱରାର୍ ଇ ଗଃର୍ ବାନ୍ଦୁକେ ଆଡର୍ କଃରିରିଲାକି ନାୟ୍ ସେରି ବାବିଲାର୍ ମହାରଃଜାର୍ ତଃୟ୍ ଆଲ୍ଚନା କଃରାଜଃଉଅ ଆର୍ ଇ ବିସୟେ ମହାରଃଜା ଅଃମିମଃନ୍କେ ତାର୍ ମଃନ୍ବାବ୍ ହଃଟାଉଅ।