1 ସଃଡେବଃଳ୍ ଦାରିଆବସ୍ ରଃଜା ଆଦେସ୍ ଦଃୟି, ବାବିଲନେ ସଃଙ୍ଗାୟ୍ରିଲା ଲେକା ପୁସ୍ତକ୍ ତଃୟ୍ ଜୁୟି ଦଃନ୍ ଲେକାଅୟ୍ରିଲି କଜୁକେ କୟ୍ଲାକେ, କଜ୍ଲାୟ୍। 2 ଆର୍ ମଦିୟ ରାୟ୍ଜାର୍ ଅସ୍ମତା ନାଉଁଆର୍ ରଃଜାର୍ ଗଃରେ ଗଟେକ୍ ନଃଳାହର୍ ପୁସ୍ତକ୍ ମିଳ୍ଲି ସେତି ମଃନେ ଏତାଉଁକେ ଇରଃକମ୍ ଲେକା ଅୟ୍ରିଲି।
3 କରସ୍ ରଃଜାର୍ ସାସନାର୍ ହଃର୍ତୁ ବଃର୍ସ୍ କରସ୍ ରଃଜା ଜିରୁସାଲମ୍ ଇସ୍ୱରାର୍ ଗଃର୍ ବିସୟେ ଇ ଆଦେସ୍ ଦିଲା, " ଲକ୍ମଃନାର୍ ହୁଜା ଦେତା ଟାଣ୍ ସେ ଗଃର୍ ତିଆର୍ ଅଃଉଅ ଆର୍ ସେତାର୍ ଜିମି ସଃବୁ ବେସି ଅଃଟୁଆ ବାବେ ତିଆର୍ ଅଃଉଅ; ସେତାର୍ ଉଚ୍ ସାଟେ ଆତ୍ ଆର୍ ତାର୍ ଅଃସାର୍ ସାଟେ ଆତ୍ ଅଃଉଅ; 4 ସେରି ତିନି ଦାଳି ବଃଡ୍ ବଃଡ୍ ଟେଳାୟ୍ ଆର୍ ଗଟେକ୍ ଦାଳି ହାଟ୍ୟା ସଃଙ୍ଗ୍ ଜଳି ଜଳାଜଃଉଅ; ଆରେକ୍ ରଃଜାର୍ ଗଃରେ ହୁଣି ସେତାର୍ କଃର୍ଚ୍ ଦିଆଜଃଉଅ। 5 ଆରେକ୍ ଇସ୍ୱରାର୍ ଗଃରାର୍ ସଃବୁ ସନା ଆର୍ ରୁହାର୍ ଆସ୍ତିମଃନ୍ ନବୁକଦ୍ନିତ୍ସର୍ ଜିରୁସାଲମ୍ ମନ୍ଦିରେ ହୁଣି ବାବିଲ୍କେ ଆଣିରିଲା, ସେରିମଃନ୍ ବାଉଡ଼ାୟ୍ ଦିଆଜଃଉଅ, ଆର୍ ସଃବୁ ଜିନିସ୍ମଃନ୍ ଆରେକ୍ ଜିରୁସାଲେମ୍ ହୁର୍ବାର୍ ଟାଣେ ହଃକା ଆଣତ୍, ଆର୍ ତୁମି ଇସ୍ୱରାର୍ ଗଃରେ ସେରି ସଃଙ୍ଗାଉଆ।"
6 ସେତାକ୍ ଏ ତତନୟ ଗାଡ୍ ସେହାଟିର୍ ଗନର୍, ଏ ସତର୍-ବସଣୟ୍, ତୁମିମଃନ୍ ଆର୍ ଗାଡ୍ ସେହାଟିର୍ ତୁମିମଃନାର୍ ସଃଙ୍ଗାର୍ ଅପର୍ସକିୟମଃନ୍, ସେତି ହୁଣି ଦୁରି ରିଆ। 7 ଇସ୍ୱରାର୍ ଇ ଗଃରାର୍ କାମେ ଆତ୍ ଲାଗାଉଆ ନାୟ୍; ଜିଉଦିମଃନାର୍ ଗନର୍ ଆର୍ ସେମଃନାର୍ ପାରାଚିନ୍ମଃନ୍ ଇସ୍ୱରାର୍ ଇ ଗଃର୍ ଆଗାର୍ ଟାଣେ ତିଆର୍ କଃରତ୍। 8 ଆରେକ୍ ଇସ୍ୱରାର୍ ଇ ଗଃର୍କେ ବାନ୍ଦୁକେ ତୁମିମଃନାର୍ ଇ ଜିଉଦିମଃନାର୍ ପାରାଚିନ୍ମଃନ୍କେ ଜାୟ୍ରି କଃର୍ତା ଲଳା ସେରି ମୁୟ୍ ଆଡର୍ କଃରୁଲେ ସେମଃନ୍କେ ଜଃନ୍କଃରି ବାଦା ନାସେ ସେତାର୍ ଗିନେ ସେ ଲକ୍ମଃନ୍କେ ରାଜ୍ଗାଦିର୍ ଦଃନ୍, ବଃଲେକ୍ ଗାଡ୍ ସେହାଟିର୍ ରାଜ୍ ସିସ୍ଟୁ ବିତ୍ରାର୍ ଦଃନ୍ ବଃଡେ ଜଃତୁନେ କଃର୍ଚ୍ କଃରୁକେ ଦିଆସ୍। 9 ଆରେକ୍ ସଃର୍ଗାର୍ ଇସ୍ୱରାର୍ ହମ୍ହୁଜା କଃରୁକେ ଜିରୁସାଲମ୍ ଜାଜକ୍ମଃନ୍ କୟ୍ଲା ହଃର୍କାରେ ହୁଡ୍ରା, ଚେଳିବଦା ଆର୍ ମେଣ୍ଡାବଦା, ଗଁଅ, ନଣ୍, ଅଙ୍ଗୁର୍ ରଃସ୍, ଆର୍ ଚିକଣ୍, ଜାୟ୍ଜାୟ୍ରି ସେମଃନାର୍ ଲଳା ଦିନ୍କେ ସେମଃନ୍କେ ଦିଆସ୍। 10 ତଃବେ ସେମଃନ୍ ସଃର୍ଗାର୍ ଇସ୍ୱରାର୍ ଗିନେ ସୁନ୍ଦୁର୍ ବାସ୍ନାର୍ ହମ୍ହୁଜା ଦେତି, ଆର୍ ରଃଜା ଆର୍ ତାର୍ ହୟ୍ସିମଃନାର୍ ଗିନେ ପାର୍ତନା କଃର୍ତି। 11 ଆରେକ୍ ମୁଁୟ୍ ଆଡର୍ ଦେଉଁଲେ, କେଏ ଜଦି ଇ କଃତା ନଃମାନେ, ତାର୍ ଗଃରେ ହୁଣି ଗଟେକ୍ ହାଟ୍ୟା ବାର୍କଃରି ସେରିକେ ଗଟେବାଟ୍ ଗଜ୍ୟାକଃରି ସେ ଲକାର୍ ଗଃଗାଳେ ବୁସିକଃରି ଜଲାଉଁକେ ହଃଳେଦ୍; ଆର୍ ତାର୍ ଗଃର୍କେ କାତେ ମିସାୟ୍ ଦେଉଅତ୍। 12 ଜୁୟ୍ଜୁୟ୍ ରଃଜାମଃନ୍ ଆର୍ ଗସ୍ଟିମଃନ୍ ଇସ୍ୱରାର୍ ଜିରୁସାଲେମ୍ ଇ ଗଃର୍ ନସ୍ଟ୍ କଃରୁକେ କଃତାନଃମାନି ଆତ୍ ଲାଗାଉତି ସେ ସଃବ୍କେ ଜିରୁସାଲମେ ନିଜାର୍ ନାଉ ତାହୁନ୍କାରି ଇସ୍ୱର୍ ନାସ୍ କଃର,ମୁଁୟ୍ ଦାରିଆବସ୍ ଆଡର୍ ଦେଉଁଲେ ଇରି ବଃଡେ ଜଃତୁନେ କଃରାଜଃଉଅ।
13 ସେତାକେ ଦାରିଆବସ୍ ରଃଜା ଇ ଆଡର୍ ହଃଟାୟ୍ଲାକେ ଗାଡ୍ ସେହାଟିର୍ ଗନର୍ ତତନୟ ଆର୍ ସତର-ବସଣୟ ଆର୍ ତାର୍ ସଃଙ୍ଗାର୍ ଲଃକ୍ମଃନ୍ ବଃଡେ ଜଃତୁନେ କୟ୍ଲା ହଃର୍କାରେ କାମ୍ କଃଲାୟି। 14 ତଃବେ ବାବ୍ବାଦି ହାଗାୟର୍ ଆର୍ ଇଦରାର୍ ହୟିସି ଜିକରିୟର୍ ବାବ୍ବାଣି ହଃର୍କାରେ ଜିଉଦି ପାରାଚିନ୍ମଃନ୍ ମନ୍ଦିର୍ ବାନ୍ଦ୍ଲାୟ୍। ଆର୍ ସେମଃନ୍ ଇସ୍ରାଏଲାର୍ ଇସ୍ୱର୍ କୟ୍ଲା ହଃର୍କାରେ ଆର୍ ପାରସ୍ୟର୍ ରଃଜା କରସ୍ ଆର୍ ଦାରିଆବସ୍ ଆର୍ ଆର୍ତକ୍ୟସ୍ତର୍ ଆଡର୍ ହଃର୍କାରେ ବାନ୍ଦି ସଃରାୟ୍ଲାୟ୍। 15 ଦାରିଆବସ୍ ରଃଜାର୍ ରାଜୁତିର୍ ଚଅ ବଃର୍ସେ ଅଦର୍ ନାଉଁଆର୍ ମାସାର୍ ତିନିଦିନେ ଇ ଗଃର୍ କାମ୍ ସଃର୍ଲି। 16 ଇତାର୍ ହଃଚେ ଇସ୍ରାଏଲାର୍ ଲଃକ୍ମଃନ୍, ଜାଜକ୍ମଃନ୍ ଆର୍ ଲେବିୟମଃନ୍ ଆର୍ କଃୟ୍ଦିମଃନାର୍ ସଃରାସଃରି ହିଲାମଃନ୍ ସଃର୍ଦାୟ୍ ଇସ୍ୱରାର୍ ଗଃରାର୍ ଦୁଆର୍ ହିଟାୟ୍ଲାୟ୍। 17 ଆରେକ୍ ଇସ୍ୱରାର୍ ଇ ଗଃରାର୍ ହଃର୍ତୁ ଦୁଆର୍ ହିଟାଉତାବଃଳ୍ ସେମଃନ୍ ଏକସଅ ହୁଡ୍ରା, ଦୁଇସଅ ମେଣ୍ଡାବଦା,ଚାରିସଅ ମେଣ୍ଡାବକା ଦାନ୍ ଦିଲାୟ୍,ଆର୍ ସଃବୁ ଇସ୍ରାଏଲାର୍ ହାହ୍ କେମା ଗିନେ ହୁଜା ଦେଉଁକେ ଇସ୍ରାଏଲାର୍ ଗସ୍ଟି ହଃର୍କାରେ ବାରଗଟ୍ ଚେଳି ହୁଜା ଦିଲାୟ୍। 18 ଆରେକ୍ ସେମଃନ୍ ମସାର୍ ପୁସ୍ତକେ ଲେକା ହଃର୍କାରେ ଜିରୁସାଲମେ ଇସ୍ୱରାର୍ ସେବାକଃରୁକେ ଜାଜକ୍ମଃନ୍କେ ସେମଃନାର୍ ବାଗ୍ ଇସାବେ ଲେବିମଃନ୍କେ ସେମଃନାର୍ ହାଳୁ ଇସାବେ ବାଚ୍ଲାୟ୍।
19 ଇତାର୍ ହଃଚେ ହଃର୍ତୁ ମାସାର୍ ଚଃଉଦ ଦିନେ କଃୟ୍ଦିମଃନାର୍ ହିଲାମଃନ୍ ନିସ୍ତାର୍ ହଃର୍ବ୍ ମାନ୍ଲାୟ୍। 20 କାୟିତାକ୍ ବଃଲେକ୍ ଜାଜକ୍ମଃନ୍ ଆର୍ ଲେବିମଃନ୍ ଗଟେ ତଃୟ୍ ରୁଣ୍ଡି ନିଜ୍କେ ନିର୍ମୁଳ୍ କଃଲାୟି; ସେ ସବୁ ଲକ୍ ନିର୍ମୁଳ୍ ଅୟ୍ରିଲାୟ୍,ଇତାକେ ସେମଃନ୍ କଃୟ୍ଦିମଃନାର୍ ସଃବୁ ହିଲାମଃନାର୍ ହାଁୟ୍ ନିଜାର୍ ଜାଜକ୍ ବାଇମଃନାର୍ ଗିନେ ଆର୍ ନିଜାର୍ ଗିନେ ନିସ୍ତାର୍ ହଃର୍ବାର୍ ହୁଜା ଦିଲାୟ୍। 21 ଆରେକ୍ କଃୟ୍ଜ୍ କଃଟି ବାଉଡ଼ି ଆସିରିଲା ଇସ୍ରାଏଲାର୍ ଲକ୍ମଃନ୍ ଆର୍ ଜୁୟ୍ମଃନ୍ ସେମଃନାର୍ ବାଟ୍ଅୟ୍ ଇସ୍ରାଏଲାର୍ ଇସ୍ୱରାର୍ ସେବା କଃରୁକେ ଦେସାର୍ ସଃବୁ ବିନ୍ ଦେସାର୍ ଲକ୍ମଃନାର୍ ବିଟାଳ୍ ତଃୟ୍ହୁଣି ନିଜ୍କେ ଅଃଲ୍ଗା କଃରିରିଲାୟ୍ ସେ ସଃବୁ ଲକ୍ମଃନ୍ କାୟ୍ଲାୟ୍। 22 ଆରେକ୍ ସାତ୍ ଦିନ୍ କମିର୍ ନୟ୍ଲା ରୁଟିର୍ ହଃର୍ବ୍ମାନି ସଃର୍ଦା କଃଲାୟି; କାୟିତାକ୍ ବଃଲେକ୍ ଇସ୍ୱର୍ ସେମଃନ୍କେ ଉହ୍କାର୍ କଃଲା ଆର୍ ଇସ୍ରାଏଲାର୍ ଇସ୍ୱରାର୍ ଗଃର୍ କାମ୍ କଃରୁକେ ସେମଃନ୍କେ ସାସ୍ ଦେଉଁକେ ଅଃସୁରିୟ ଦେସାର୍ ରଃଜାର୍ ମଃନ୍ ବାଦ୍ଲାୟ୍ଲା।