1 କଃୟ୍ଦିମଃନାର୍ ହିଲାମଃନ୍ ଇସ୍ରାଏଲାର୍ ଇସ୍ୱରାର୍ ଗିନେ ମନ୍ଦିର୍ ହାଜୁଲାୟ୍ ବଃଲି ଜିଉଦା ଆର୍ ବିନ୍ୟାମିନାର୍ ବିରଦିମଃନ୍ ସୁଣ୍ଲାୟ୍।
2 ସଃଡେବଃଳ୍ ସେମଃନ୍ ଜିରୁବାବେଲ୍ ଆର୍ ବାପାମଃନାର୍ ବଂସାର୍ ମୁଳିକାମଃନ୍କେ ଆସି ସେମଃନ୍କେ କୟ୍ଲାୟ୍ "ଅଃମିମଃନ୍ ତୁମାର୍ ସଃଙ୍ଗ୍ ମନ୍ଦିର୍ ବାନ୍ଦୁକ୍ ମିସୁନ୍ଦ୍; କାୟ୍କଃରୁକ୍ ବଃଲେକ୍ ଜଃନ୍କଃରି ତୁମିମଃନ୍, ସେରଃକମ୍ ଅଃମିମଃନ୍ ତୁମିମଃନାର୍ ଇସ୍ୱର୍କେ ମାନୁଲୁ; ଆର୍ ଅସରାର୍ ରଃଜା ଏରସ୍ହଦନ୍, ଜେ ଅଃମିମଃନ୍କେ ଇତି ଆଣି ଆଚେ, ସଃଡେବଃଳ୍ ହୁଣି ଅଃମି ତାର୍ ଗିନେ ହମ୍ହୁଜା କଃରୁଲୁ।"
3 ମଃତର୍ ଜିରୁବାବେଲ୍ ଆର୍ ଜେସୁୟ ଆର୍ ଇସ୍ରାଏଲାର୍ ବିନ୍ ଉବାସିମଃନାର୍ ବଂସାର୍ ମୁଳିକାମଃନ୍ ସେମଃନ୍କେ କୟ୍ଲା, "ଅଃମିମଃନାର୍ ଇସ୍ୱରାର୍ ଗିନେ ଗଃର୍ ବାନ୍ଦୁକେ ତୁମିକେ ମିସାଉଁ ନଃଚୁ ମଃତର୍ ଅଃମିମଃନ୍କେ ପାରସ୍ୟର୍ କରସ୍ ରଃଜାର୍ ଆଦେସ୍ ହଃର୍କାରେ ଅଃମିମଃନ୍ ଆପେ ଏକ୍ ଅୟି ଇସ୍ରାଏଲାର୍ ଇସ୍ୱରାର୍ ଗିନେ ତିଆର୍ କଃରୁଆଁ।"
4 ତଃବେ ଦେସାର୍ ଲଃକ୍ମଃନ୍ ଜିଉଦାର୍ ଲକ୍ମଃନ୍କେ ଗଃର୍ ନଃବାନ୍ଦତ୍ ବଃଲି ଡିରାଉଁକେ ଦଃର୍ଲାୟ୍।
5 ଆର୍ ସେମଃନ୍ ପାରସ୍ୟ ସଃର୍କାର୍କେ ବିରୁଦେ କାମ୍ କଃରୁକେ ବୁଜାୟି ଲାଚ୍ ଦିଲାୟ୍ ପାରସ୍ୟର୍ ରଃଜାର୍ ରାୟ୍ଜ୍ ତଃୟ୍ ହୁଣି ଦାରିଆବସାର୍ ଅଃଦିକାର୍ ହଃତେକ୍ ସେମଃନାର୍ ବିରଦ୍ କଃଲାୟି। କୁଟ୍କାରିକେ ଦଃର୍ମା ଦଃୟି ରଃକ୍ଲାୟ୍। 6 ଆର୍ ଅକ୍ୟସ୍ୱର୍ସର୍ ରିଲାବଃଳ୍ ତାର୍ ରାଜୁତି ଆରୁମେ ସେମଃନ୍ ଜିଉଦା ଆର୍ ଜିରୁସାଲମେ ରେତା ଲକ୍ମଃନାର୍ ବିରୁଦେ ଗଟେକ୍ ବିରଦି ଚିଟି ଲେକ୍ଲାୟ୍।
7 ଆରେକ୍ ଜିରୁସାଲେମ୍ ବାନ୍ଦ୍ତା ବିରଦି ଲକ୍ମଃନ୍କେ ରାୟିଜ୍ ଚାଲାଉତା ବଃଳ୍ ବିସ୍ଲମ୍, ମିତ୍ରଦତ୍, ଟବେଲ୍, ଆର୍ ତାର୍ ବିନ୍ ସଃଙ୍ଗ୍ଉଆଳିମଃନ୍ ପାରସ୍ୟର୍ ରଃଜା ଜିରୁସାଲେମ୍ ବାନ୍ଦ୍ତା ବିରଦି ହାକ୍ ଲେକ୍ଲାୟ୍; ସେ ଚିଟି ଆରାମିୟ ବାସାୟ୍ ଆର୍ ଅଃକରେ ଲେକା ଅୟ୍ରିଲି 8 ମଃତ୍ରି ରହୁମ୍ ଆର୍ ସିମ୍ସୟ୍ ମଃତ୍ରି ଲେକି ଅର୍ତକ୍ୟସ୍ତର୍ ହାକ୍ ଜିରୁସାଲମ୍ ବିରୁଦେ ଇରଃକମ୍ ଚିଟି ଲେକ୍ଲାୟ୍। 9 ମଃତ୍ରି ରହୁମ୍ ଆର୍ ଲେକୁ ସିମ୍ସୟ୍ ଆର୍ ସେମଃନାର୍ ବିନ୍ ସଃଙ୍ଗ୍ମଃନ୍, ବଃଲେକ୍ ଦିନିୟ୍ ଆର୍ ଅପର୍ସକିଅ, ଟର୍ପଲିୟ, ଅର୍କବିୟ, ବାବିଲିୟ, ସୁସନିୟ, ଦେବିଅ, ଏଲମିୟ,ଇ ଲଃକ୍ମଃନ୍।
10 ଆର୍ ବଃଡେ ନାଉହୁଟାଲକ୍ ଅସ୍ନପର୍ ଆଣ୍ଲାର୍ ଆରେକ୍ ସମରିଆ ଗଃଳାର୍ ପରାତ୍ ଗାଡ୍ ସେହାଟିର୍ ବିନ୍ ବିନ୍ ତଃୟ୍ ରିଲା ଗସ୍ଟିମଃନ୍ ଲେକ୍ଲାୟ୍।
11 ସେମଃନ୍ ଅର୍ତକ୍ୟସ୍ତ ରଃଜା ହାକ୍ ଚିଟି ହଃଟାୟ୍ଲାୟ୍, ସେ ଲେକା ଇରି; ପରାତ୍ ଗାଡ୍ ସେହାଟିର୍ ଲକ୍ ତାର୍ ଦାସ୍ମଃନାର୍ ତୟ୍ହୁଣି।
12 ବଃଡ୍ ରଃଜାକେ ଜାଣାଉତାର୍ ଇରି ଜେଏ, ତର୍ତଃୟ୍ ହୁଣି ଆୟ୍ଲା ଜିଉଦି ଲଃକ୍ମଃନ୍ ଜିରୁସାଲମ୍କେ ଅଃମାର୍ ହାକ୍ ଆସି ଆଚ୍ତି; ସେମଃନ୍ ସେ ଦୁସ୍ଟ୍ ଗଃଣ୍ଡ୍ଗଳିଆ ଲକ୍ ଗଃଳ୍ ତିଆର୍କଃରୁଲାୟ୍ ସେମଃନ୍ କଃତି କାମ୍ ସଃରାଉଁକେ ଅଃଳକ୍ ଆଚେ।
13 ବଃଡ୍ ରଃଜାକେ ଜାଣାଉତାର୍ ଇରି ଜେ, ଜଃବେ ଇ ଗଃଳ୍ ତିଆର୍ ଅୟ୍ଦ୍ ଆର୍ କଃତି ଟେକୁକେ ସଃରେଦ୍, ତଃବେ ସେ ଲଃକ୍ମଃନ୍ ସିସ୍ଟୁ, ଆର୍ ରଃଜାର୍ ସିସ୍ଟୁ ହେଁ ନଃଦେତି,ସଃରାସଃରି ସେରି ରଃଜାମଃନାର୍ ଲାବ୍ ନୟେ। 14 ଅଃମିମଃନ୍ ରଃଜା ଗଃରାର୍ ନଣ୍ କାଉଁଲୁ ଆର୍ ବଃଡ୍ ରଃଜାର୍ ନାମର୍ତା ବୁଡ୍ତାର୍ ଅଃମିମଃନ୍ ଦଃକୁ ନାହାରୁ, ସେତାକେ ଲକ୍ ହଃଟାୟ୍ ରଃଜାକେ ଇରି ଜାଣାୟ୍ଲୁ।
15 ତର୍ ଦାଦିବାବୁମଃନାର୍ ହୁର୍ବାର୍ ପୁସ୍ତକ୍ କଜ୍ବାର୍ ଆଚେ,ତଃବେ ହୁର୍ବାର୍ ପୁସ୍ତକେ ତୁୟ୍ ଦଃକ୍ସି ଆର୍ ଜାଣ୍ସି ଇ ଗଃଳ୍ ଗଃଣ୍ଡ୍ଗଳିଆ ଗଃଳ୍ ଆର୍ ରଃଜାମଃନାର୍ ଆର୍ ଦେସାର୍ ନଃସ୍ଟ୍କାରି ଗଃଳ୍, ଆରେକ୍ ସେମଃନ୍ ହୁର୍ବ୍ କାଳେ ସେତି ଗଃଣ୍ଡ୍ଗଳ୍ କଃରିଆଚ୍ତି। ସେତାକ୍ ଇ ଗଃଳ୍ ନଃସ୍ଟ୍ ଅୟିଆଚେ।
16 ଅଃମିମଃନ୍ ବଃଡ୍ ରଃଜାକେ ଜାଣାଉଁଲୁ କି ଇ ଗଃଳ୍ ତିଆର୍ ଅଃଉଁକେ କଃତି ଟେକ୍ତାର୍ ସଃର୍ଲେକ୍ ଗାଡ୍ ସେହାଟିର୍ ହଲି ତର୍ କାୟି ହେଁ ଅଃଦିକାର୍ ନଃରେୟ୍। 17 ସେତାମଦକ୍ ରଃଜାର୍ ମଃତ୍ରି ରହୁମ୍ ଆର୍ ଗନର୍ ସିମ୍ସୟ୍ ଆର୍ ସେମଃନାର୍ ସମରିଆ ବାସାକଃର୍ତା ବିନ୍ ସଃଙ୍ଗାର୍ ଲକ୍ମଃନ୍କେ ଆର୍ ଗାଡ୍ ସେହାଟିର୍ ଦେସାର୍ ବିନ୍ ବିନ୍ ଲକ୍ମଃନାର୍ ହାକ୍ ଉତୁର୍ ହଃଟାୟ୍ଲା, ତୁମିମଃନାର୍ ଉହ୍କାର୍ ଅଃଉଅ। 18 ତୁମିମଃନ୍ ମର୍ହାକ୍ ଜୁୟି ଚିଟି ହଃଟାୟ୍ ଆଚାସ୍ ସେରି ମର୍ହାକ୍ ନିକ କଃରି ହଳି ସୁଣାୟ୍ ଆଚ୍ତି।
19 ଆର୍ ମୁୟ୍ କୟ୍ଲାକ୍ ସଃବୁ ଜାଣାହଃଳି ଆଚେ ଜେ ହୁର୍ବ୍କାଳେ ଇ ଗଃଳ୍ ରଃଜାମଃନାର୍ ବିରୁଦେ ଗଃଣ୍ଡ୍ଗଳ୍ କଃରିଆଚେ ଆର୍ କୁର୍ଲିକାଡୁମଃନ୍ ଆର୍ ଗଃଣ୍ଡ୍ଗଳ୍ କଃରିଆଚ୍ତି।
20 ଆରେକ୍ ହେଁ ଜିରୁସାଲମେ ବେସି ସଃକ୍ତିସାଳି ରଃଜାମଃନ୍ ରିଲାୟି ସେମଃନ୍ ଗାଡ୍ ସେହାଟିର୍ ସଃବୁ ଦେସ୍ମଃନ୍ ଚାଲାୟ୍ ଆଚ୍ତି ଆର୍ ସେମଃନ୍କେ ବୁଁୟ୍ ସିସ୍ଟୁ, ରଃଜାର୍ ସିସ୍ଟୁ ଆର୍ ଟିକସ୍ ଦିଆଅୟ୍ ଆଚେ।
21 ସେତାକ୍ ମର୍ ଆଦେସ୍ କୟ୍ ନଃକେଲେକ୍ ସେ ଗଃଳ୍ ଜଃନ୍କଃରି ତିଆର୍ ନୟ୍, ସେତାକେ ଅଃବେ ତୁମିମଃନ୍ ସେ ଲକ୍ମଃନ୍କେ ଇରି କଃଉଆ।
22 ଆରେକ୍ ଜଃଗ୍ରାତ୍ ଇ ବିସୟେ ଦିଆନ୍ ଦିଆସ୍ ; ରଃଜାମଃନାର୍ ଗିନେ ନଃସ୍ଟ୍ ନଃଉଅ।
23 ସେତାକେ ରହୁମ୍ ଆର୍ ଗନର୍ ସିମ୍ସୟ୍ ଆର୍ ସେମଃନାର୍ ସଃଙ୍ଗାର୍ ଲକ୍ମଃନ୍କେ ଅର୍ତକ୍ୟସ୍ତ ରଃଜାର୍ ଚିଟି ହଳାୟ୍ଲାକେ, ସେମଃନ୍ ତଃତ୍କାଣ୍ ଜିରୁସାଲମ୍ ଜିଉଦିମଃନାର୍ ହାକ୍ ଜାୟ୍ ବଃଳ୍ମାଡ୍ କଃରି ସେମଃନାର୍ କାମ୍ ବଃନ୍ଦ୍ କଃଲାୟି।
24 ସେତାକେ ଜିରୁସାଲମେ ଇସ୍ୱରାର୍ ଗଃର୍ କାମ୍ ବଃନ୍ଦ୍ ଅୟ୍ଲି। ଆର୍ ପାରସ୍ୟର୍ ରଃଜା ଦାରିଆବସ୍ ରଃଜା ଅୟ୍ଲାର୍ ଦୁଇ ବଃର୍ସ୍ ହଃତେକ୍ କାମ୍ ବଃନ୍ଦ୍ ଅୟ୍ଲି।