1 ଇ ସଃବୁ କାମ୍ ସଃର୍ଲା ହଃଚେ ଅଃଦିକାରିମଃନ୍ ମର୍ ହାକ୍ ଆସି କୟ୍ଲାୟ୍, "ଇସ୍ରାଏଲାର୍ ଲକମଃନ୍ ଆର୍ ଜାଜକ୍ମଃନ୍ ଆର୍ ଲେବିୟମଃନ୍ ବିନ୍ ଗସ୍ଟିର୍ ଲକ୍ମଃନାର୍ ତଃୟ୍ ହୁଣି ନିଜ୍କେ ଅଃଲ୍ଗା ନଃକେରି, କିଣାନିୟ, ହିତିୟ, ପିରିସିୟ, ଜିବୁସିୟ, ଅମନିୟ, ମୟାବିୟ, ମିସ୍ରିୟ ଆର୍ ଇମରିୟମଃନାର୍ ସଃଙ୍ଗ୍ ନିଚ୍ କାମ୍ କଃରୁଲାୟ୍। 2 କାୟିତାକ୍ବଃଲେକ୍ ସେମଃନ୍ ସେମଃନାର୍ ଆର୍ ତାକାର୍ ହୟ୍ସିମଃନାର୍ ହାଁୟ୍ ହର୍ ଦେସାର୍ କଃନ୍ୟାମଃନ୍କେ ସଃଙ୍ଗାୟ୍ ଆଚ୍ତି; ଇରଃକମ୍ ପବିତ୍ର ବଃଉଁସ୍ ବିନ୍ ଗସ୍ଟିର୍ ଲକ୍ମଃନାର୍ ସଃଙ୍ଗ୍ ମିସି ଜାୟ୍ଆଚ୍ତି; ଆରେକ୍ ଇ ହାହେ ଅଃଦିକାରି ଆର୍ ଗନର୍ ମଃନାର୍ ଆତ୍ ଆଗ୍ତୁ ଅୟିଆଚେ।" 3 ଜଃଡେବଃଳ୍ ଇ କଃତା ସୁଣ୍ଲେ, ମୁୟ୍ ନିଜାର୍ ବଃସ୍ତର୍ ଆର୍ ଲାଲ୍ଚି ଚିରି ନିଜାର୍ ମୁଣ୍ଡ୍ ଆର୍ ଚଳ୍-ଦାଳି କୁରାୟ୍ ବଃଡେ ଦୁକ୍କଃରି ବଃସ୍ଲେ। 4 ସଃଡେବଃଳ୍ ଜଃୟ୍ଲେ ହୁଣି ଆସିରିଲା ଲକ୍ମଃନାର୍ ହାହାର୍ ଗିନେ ଇସ୍ରାଏଲାର୍ ଇସ୍ୱରାର୍ ବଃଚନେ ଡିରିଗଃଲା ସଃବୁ ଲକ୍ ମର୍ ଚଃମେ ରୁଣ୍ଡ୍ଲାୟ୍; ଆର୍ ମୁୟ୍ ସଃଞ୍ଜ୍ବଃଳାର୍ ହୁଜା ଦେତା ହଃତେକ୍ ଦୁକ୍କଃରି ବଃସି ରିଲେ। 5 ତଃବେ ସଃଞ୍ଜ୍ବଃଳାର୍ ହୁଜାଦେତା ବଃଳ୍ ମୁଁୟ୍ ମଃନ୍ ଦୁକ୍ କଃରି ଉଟ୍ଲେ, ମର୍ ଗଃଗାଳେ ମର୍ ଚିରା ବଃସ୍ତର୍ ଆର୍ ଚିରା ଲାଲ୍ଚି ରିଲି; ଆରେକ୍, ମୁୟ୍ ମର୍ ମାଣ୍ଡିକୁଟା ଦଃୟି ମାପୁର୍ ମର୍ ଇସ୍ୱରାର୍ ହାକ୍ ଆତ୍ ଲାମାୟ୍ କୟିଲେ, 6 "ଏ ମର୍ ଇସ୍ୱର୍, ମୁୟ୍ ଲାଜେ ଆଚି, ଏ ମର୍ ଇସ୍ୱର୍, ତର୍ ହାକ୍ ମୁଉଁ ଟେକୁକ୍ ମକ୍ ଲାଜ୍ ଲାଗୁଲି; କାୟିତାକ୍ ବଃଲେକ୍ ଅଃମିମଃନାର୍ ହାହ୍ ଅଃମାର୍ ମୁଣ୍ଡ୍ ଜିଣ୍ତେ ବାଡିଆଚେ ଆର୍ ଅଃମିମଃନାର୍ ଦସ୍ ବାଡି ଅଃଗାସେ ଲଃମିଆଚେ। 7 ଅଃମାର୍ ଦାଦିମଃନାର୍ ସଃମୟେ ହୁଣି ଆଜି ହଃତେକ୍ ଅଃମିମଃନ୍ ବଃଡେ ଦଃସି ଅୟିଆଚୁ; ନିଜାର୍ ହାହାର୍ ଗିନେ ଆଜି ଅଃମିମଃନ୍,ଅଃମିମଃନାର୍ ରଃଜାମଃନ୍କେ ଆର୍ ଅଃମାର୍ ଜାଜକ୍ମଃନ୍କେ ବିନ୍ ବିନ୍ ଦେସାର୍ ରଃଜାମଃନ୍, କଃଣ୍ଡା ସଃଙ୍ଗ୍, ହଃତ୍ୟାକଃରି, ଚରିନଃୟ୍ ଇନସ୍ତା କଃରିଆଚ୍ତି। 8 ଆରେକ୍, ଅଃମିମଃନାର୍ ଇସ୍ୱର୍ ଜଃନ୍କଃରି ଅଃମାର୍ ଆକି ଉଗାଳେଦ୍ ଆର୍ ଅଃମି ଜଃୟ୍ଲେ ରିଲାବଃଳ୍ ଅଃମିମଃନ୍କେ ସୁସ୍ତା ଦଃୟ୍ଦ୍, ଇତାର୍ଗିନେ ରଃକ୍ୟା କଃରୁକେ ଅଃମିମଃନ୍କେ ବାକି ରଃକୁକେ ଆର୍ ତାର୍ ପବିତ୍ର ଟାଣେ ଅଃମିମଃନ୍କେ ରଃକ୍ୟା କଃରୁକେ ଅଃବେ ମାପୁର୍ ଅଃମିମଃନାର୍ ଇସ୍ୱରାର୍ ତଃୟ୍ ହୁଣି ଚଃନେକ୍ କାଳାର୍ ଦଃୟା ଅଃମାର୍ ଉହ୍ରେ ଅୟିଆଚେ। 9 ବଃଲେକ୍ ଅଃମିମଃନ୍ ଅଃଉଁଲୁ କୟ୍ଦି। ଅୟିଲେକ୍ ହେଁ ଅଃମିମଃନାର୍ ବନ୍ଦି ଜିବନେ ଅଃମିମଃନାର୍ ଇସ୍ୱର୍ ଅଃମିମଃନ୍କେ ଚାଡି ନଃକେରେ, ମଃତର୍ ଅଃମିମଃନ୍କେ ସୁସ୍ତିର୍ ଦେଉଁକେ, ଅଃମାର୍ ଇସ୍ୱରାର୍ ମନ୍ଦିର୍ ତାହୁନ୍ କଃରୁକେ ଆର୍ ତାର୍ ବଃସୁଳ୍ଲା ଟାଣ ଆରେକ୍ ତିଆର୍ କଃରୁକେ, ଜିଉଦା ଆର୍ ଜିରୁସାଲମେ ଅଃମିମଃନ୍କେ ଗଟେକ୍ ମନ୍ଦିର୍ ଦେଉଁକେ ସେ ପାରସାର୍ ରଃଜାମଃନାର୍ ଆକାୟ୍ ଅଃମିମଃନ୍କେ ଦଃୟା ଦଃକାୟ୍ଆଚେ।
10 ଅଃବେ ହେଁ ଏ ଇସ୍ୱର୍, ଇତାର୍ହଃଚ ଅଃମିମଃନ୍ ଆରେକ୍ କାୟିରି କଃଉଁନ୍ଦ୍? ବଃଲେକ୍ ଅଃମି ତର୍ ବିଦି ମାନି ନଃକେର୍ଲୁ। 11 ତୁୟ୍ ତର୍ ଦଃଙ୍ଗ୍ଳା ବାବ୍ବାଦିମଃନ୍କେ ଆଦେସ୍ ଦଃୟି କୟ୍ରିଲିସ୍, ତୁମିମଃନ୍ ଜୁୟି ଦେସ୍ ଅଃଦିକାର୍ କଃରୁକେ ଜଃଉଁଲାସ୍, ସେରି ବିନ୍ ଗସ୍ଟିର୍ ଲକ୍ମଃନାର୍ ବିଟାଳାର୍ ଗିନେ ବିଟାଳ୍ ଦେସ୍ ଅୟିଆଚେ, ସେମଃନାର୍ ହାହ୍ କାମ୍ ଦେସ୍କେ ଗଟେ ସଃନ୍ଦିଏ ହୁଣି ଆରେଗଟେକ୍ ସଃନ୍ଦି ହଃତେକ୍ ସେମଃନାର୍ ବିଟାଲ୍ ହୁର୍ନ୍ କଃରିଆଚେ। 12 ଇତାକ୍ ତୁମିମଃନ୍ ତୁମାର୍ ଜିଦିମଃନ୍କେ ସେମଃନାର୍ ହୟ୍ସିମଃନାର୍ ସଃଙ୍ଗ୍ ବିବା କଃରା ନାୟ୍, କି ତୁମିମଃନାର୍ ହୟ୍ଦିମଃନାର୍ ହାଁୟ୍ ସେମଃନାର୍ ଜିସିମଃନ୍କେ ଆଣାନାୟ୍, କି ସେମଃନାର୍ ସାନ୍ତି କି ବଃଲ୍ ହାୟ୍ଁ କଃବେହେଁ ଉହ୍କାର୍ କଃରା ନାୟ୍; ତଃବେ ତୁମିମଃନ୍ ବଃଳ୍ ହାଉଆସ୍ ଆର୍ ଦେସାର୍ ବଃଲ୍ ବଃଲ୍ କାଦି କାହାସ୍ ଆର୍ ସଃବୁ ଦିନାର୍ ଗିନେ ତୁମାର୍ ହିଲାମଃନାର୍ ଅଃଦିକାର୍ ହାଁୟ୍ ସେରି ସଃଙ୍ଗାୟ୍ ଜାହାସ୍। 13 ଇତାକ୍ ଏ ଅଃମିମଃନାର୍ ଇସ୍ୱର୍, ଅଃମିମଃନାର୍ ଦୁସ୍ଟ୍କାମ୍ ଆର୍ ବଃଡ୍ ଦସାର୍ ଗିନେ ଅଃମିମଃନ୍କେ ଇ ସଃବୁ ଗଃଟ୍ଲେକ୍ ହେଁ ତୁୟ୍, ଅଃମିମଃନାର୍ ହାହାର୍ ଡଃଣ୍ଡ୍ ଜୁୟି ଇସାବେ ହାଉତା କଃତା, ତାର୍ତଃୟ୍ ହୁଣି ଉଣା ଡଃଣ୍ଡ୍ ଅଃମିମଃନକ୍ ଦଃୟ୍ଆଚ୍ସି ଆର୍ ଅଃମିମଃନାର୍ ବିତ୍ରାର୍ କଃତେକ୍ ଲକ୍କେ ବାଚାୟ୍ ରଃକିଆଚ୍ସି। 14 ଇରି ଦଃକି ଅଃମିମଃନ୍ କାୟିରି ଆରେକ୍ ତର୍ ବଃଲ୍ ଅଃମାନ୍ୟା କଃରୁନ୍ଦ୍ ଆର୍ ଇ ଗୁର୍ନାଜୟ୍ଗ୍ କାମ୍ କଃର୍ତା ବିନ୍ ଗସ୍ଟିୟ୍ମଃନାର୍ ସଃଙ୍ଗ୍ ବନ୍ଦୁ ବାନ୍ଦୁକ୍? କଃଲେକ୍ ତୁୟ୍ କାୟି ଅଃମିମଃନ୍କେ ନାସ୍ କଃର୍ତା ରିସା ନଃଉସି? ତଃବେ କେହେଁ ବାକି ନଃରେତି। 15 ଏ ମାପୁର୍, ଇସ୍ରାଏଲାର୍ ଇସ୍ୱର୍, ତୁୟ୍ ଦଃର୍ମି; ସେତାର୍ଗିନେ ଅଃମିମଃନ୍ ଆଜି ହଃତେକ୍ ରଃକ୍ୟା ହାୟ୍ଆଚୁ; ଅଃମିମଃନ୍ ତର୍ ଚଃମେ ନିଜାର୍ ନିଜାର୍ ଦଃସେ ଦସି ଅୟିଆଚୁ; ବଃଲେକ୍ ସେତାର୍ଗିନେ କେଏ ହେଁ ତର୍ ମୁଁଏ ଟିଆ ଅଃଉଁନଃହାରେ।"