1 ଅଃନେକ୍ ବଃର୍ସ୍ ହଃଚେ ପାରସ୍ୟର୍ ରଃଜା ଅର୍ତକ୍ୟସ୍ତର୍ ରାଜୁତି କଃଲାବଃଳ୍ ସରାୟର୍ ହୟିସି ଏଜ୍ରା ବାବିଲ୍ ତଃୟ୍ ହୁଣି ବାରୟ୍ଲା; ସେ ସରାୟ୍ ଅସରିୟର୍ ହୟିସି, ଅସରିୟ ହିଲ୍କିୟର୍ ହୟିସି। 2 ହିଲ୍କିୟ ସଲୁମର୍ ହୟିସି, ସଲୁମ୍ ସାଦକର୍ ହୟିସି, ସାଦକ୍ ଅହିଟୁବର୍ ହୟିସି। 3 ଅହିଟୁବ ଅମରିୟର୍ ହୟିସି, ଅମରିୟ ଅସରିୟର୍ ହୟିସି, ଅସରିୟ ମରାୟତର୍ ହୟିସି। 4 ମରାୟତ ସରହିୟର୍ ହୟିସି, ସରହିୟ ଉସିର୍ ହୟିସି ଉସି ବୁକ୍କିର୍ ହୟିସି। 5 ବୁକ୍କି ଅବିସୁୟର୍ ହୟିସି, ଅବିସୁୟ ପିନ୍ହସର୍ ହୟିସି, ପିନ୍ହସ ଇଲିୟାସର୍ ହୟିସି ଇଲିୟାସର୍ ବଃଡ୍ ଜାଜକ୍ ହାରଣାର୍ ହୟିସି। 6 ଇ ଏଜ୍ରା ବାବିଲ୍ ତଃୟ୍ ହୁଣି ବାଉଳ୍ଲା, ଇସ୍ରାଏଲାର୍ ଇସ୍ୱର୍, ସେ ଇସ୍ୱର୍ ଦିଲା ମସାର୍ ବିଦିଏ ଜାଣୁକାରି ଗୁରୁ ରିଲା; ତାକେ ତାର୍ ଇସ୍ୱରାର୍ ଆତ୍ ସାହା ରିଲାର୍ ଗିନେ ରଃଜା ତାର୍ ହାଁୟ୍ ଲଡ଼ାରି ସଃବୁ ବିସୟ୍ ଦିଲା। 7 ଆର୍ ଅର୍ତକ୍ୟସ୍ତର୍ ରଃଜାର୍ ସାତ୍ ବଃର୍ସ୍ ଅୟ୍ଲାକେ ଇସ୍ରାଏଲାର୍ ଲକ୍ମଃନାର୍ ଆର୍ ଜାଜକ୍ମଃନାର୍ ଆର୍ ଲେବିମଃନାର୍ କଃତେକ୍ ଲକ୍, ଆର୍ ଗିତ୍ କଃଉତା ଲଃକ୍ମଃନ୍ ଆର୍ ଦୁଆରେ ଜାଗୁଆଳିମଃନ୍ ଆର୍ ମଃନ୍ଦିରେ ହୁଜେରି ଜିରୁସାଲମେ ଗଃଲାୟି। 8 ଆରେକ୍ ଏଜ୍ରା ହାଞ୍ଚ୍ ମାସ୍ ଅୟ୍ଲାକେ, ବଃଲେକ୍ ରଃଜାର୍ ସେ ସାତ୍ ବଃର୍ସେ ଜିରୁସାଲମେ ହଚ୍ଲା। 9 ବଃଲେକ୍, ସେ ହଃର୍ତୁ ମାସାର୍ ହଃର୍ତୁ ଦିନ୍ ବାବିଲ୍ ତଃୟି ହୁଣି ଜଃଉଁକେ ବାରୟ୍ଲା ଆର୍ ତାକେ ଇସ୍ୱର୍ ଚେତ୍ଲାକେ ସେ ହାଞ୍ଚ୍ ମାସ୍ ହୁର୍ଲାକେ ମାସାର୍ ହଃର୍ତୁ ଦିନେ ଜିରୁସାଲମେ ହଚ୍ଲା। 10 ସେତାକ୍ ଏଜ୍ରା ଇସ୍ୱରାର୍ ବିଦି ହଡ଼ି ମାନୁକେ ଆର୍ ଇସ୍ରାଏଲ୍ ତଃୟ୍ ବିଦି ଆର୍ ସାସନ୍ ସିକାଉଁକେ ନିଜାର୍ ମଃନେ ହାଚ୍ଲା।
11 ଅର୍ତକ୍ୟସ୍ତର୍ ମଃହାରଃଜା ଗୁରୁ ଏଜ୍ରା ଜାଜକକେ ବଃଲେକ୍ ଇସ୍ୱର୍ କୟ୍ଲା କଃତାର୍ ଆର୍ ଇସ୍ରାଏଲାର୍ ଗିନେ ତାର୍ ବିଦିର୍ ଗୁରୁ ଜୁୟି ଚିଟି ଦଃୟ୍ରିଲା ତାର୍ ଲେକା ସଃଙ୍ଗାର୍ ଇରି, 12 ରଃଜାମଃନାର୍ ରଃଜା ଅର୍ତକ୍ୟସ୍ତ ସଃର୍ଗାର୍ ଇସ୍ୱର୍ ବିଦିର୍ ଗୁରୁ, ସିଦ୍, ଏଜ୍ରା ଜାଜକ୍କେ ଇରିମଃନ୍। 13 ମୁଁୟ୍ ଆଡର୍ ଦେଉଁଲେ, ମର୍ ରାୟିଜାର୍ ଇସ୍ରାଏଲାର୍ ଜଃତେକ୍ ଲକ୍ ଆର୍ ସେମଃନାର୍ ଜଃତେକ୍ ଜାଜକ୍ ଆର୍ ଲେବିୟମଃନ୍ ଜିରୁସାଲମ୍କେ ଜଃଉଁକେ ନିଜାର୍ ମଃନେ ମଃନ୍ କଃର୍ତି ସେମଃନ୍ ତୁମାର୍ ସଃଙ୍ଗ୍ ଜଃଉଅତ୍। 14 କୟିତାକ୍ବଃଲେକ୍ ତର୍ ଆତେ ରିଲା ଇସ୍ୱରାର୍ ବିଦି ହଃର୍କାରେ ଦିହୁଦା ଆର୍ ଜିରୁସାଲମ୍ ବିସୟେ କଜୁକେ, 15 ଆର୍ ଜିରୁସାଲମେ ଜାର୍ ଗଃର୍ ଆଚେ, ଇସ୍ରାଏଲାର୍ ସେ ଇସ୍ୱରାର୍ ଗିନେ ରଃଜା ଆର୍ ସାତ୍ ମଃତ୍ରିମଃନ୍ ମଃନେହାଚି ଦିଲା ଦିଲାର୍ ସନା ଆର୍ ରୁହା, 16 ଆର୍ ବାବିଲାର୍ ରାୟ୍ଜେ ହୁଣି ତୁମି ଜୁୟି ରୁହା ଆର୍ ସନା ସଃବୁ ହାଉଆସ୍, ଆର୍ ଲକ୍ମଃନ୍ ଆର୍ ଜାଜକ୍ମଃନ୍ ସେମଃନାର୍ ଜିରୁସାଲମ୍ ଗଃରାର୍ ଗିନେ ମଃନେହାଚି ଜୁୟ୍ରି ଦେତି, ସେରିମଃନ୍ ମଃନେହାଚି ଦିଲା ଦାନ୍ ନେଉଁକେ ତୁୟ୍ ରଃଜା ଆର୍ ତାର୍ ସାତ୍ଗଟ୍ ମଃତ୍ରି ତକେ ହଃଟାୟ୍ ଆଚ୍ତି। 17 ସେତାକେ ତୁୟ୍ ଇ ଟଃକାୟ୍ ଜଃତୁନେ ହୁଡ୍ରା, ମେଣ୍ଡାବଦା, ମେଣ୍ଡାହିଲା, ଆର୍ ତାର୍ସଃଙ୍ଗେ କାଦି ଆର୍ ସୁର୍ତାର୍ ଗେନିକଃରି ତୁମିମଃନାର୍ ଜିରୁସାଲମ୍ ଇସ୍ୱରାର୍ ଗଃରାର୍ ବେଦି ଉହ୍ରେ ଦିଆସ୍। 18 ଆରେକ୍ ଉବୁର୍ଲା ରୁହା ଆର୍ ସନାୟ୍ ତୁମି ଆର୍ ତୁମାର୍ ବାୟ୍ଦିମଃନ୍କ୍ ଜୁୟ୍ରି କଃରୁକେ ନିକ ଲାଗେଦ୍, ସେରି ତୁମିମଃନ୍ ନିଜାର୍ ଇସ୍ୱରାର୍ ଇଚା ହଃର୍କାରେ କଃରା। 19 ଆର୍ ତୁମାର୍ ଇସ୍ୱରାର୍ ଗଃରେ ସେବା କାମ୍ କଃରୁକେ ଆଣ୍ଡି କଣ୍ଡି ତୁମିକେ ଦିଆଜଃଉଁଲି, ସେରି ଜିରୁସାଲମ୍ ଇସ୍ୱରାର୍ ମୁଁଏ ସଃହ୍ରି ଦିଆସ୍। 20 ଆର୍ ତୁମାର୍ ଇସ୍ୱରାର୍ ଗଃରାର୍ ଗିନେ ଲଳା ରିଲାର୍ ଆରେକ୍ ଜାୟ୍ରି ଦେଉଁକେ ହଃଳେଦ୍, ସେରି ରଃଜାର୍ ବଃଣ୍ଡାର୍ ଗଃରେ ହୁଣି ଦିଆଜାୟ୍ଦ୍। 21 ଆର୍ ସଃର୍ଗାର୍ ଇସ୍ୱରାର୍ ସେବାକାରି ଏଜ୍ରା ଜାଜକ୍ ତୁମାର୍ ତଃୟ୍ ହୁଣି ଜାୟ୍ରି ମଃନ୍କଃରେଦ୍, 22 ସେରି ସାତ୍ ଅଃଜାର୍ ହାଞ୍ଚ୍ସଅ ତଳା ହଃତେକ୍ ରୁହା ହାଞ୍ଚ୍ସଅ ମାଣ୍ ହଃତେକ୍ ଗଅଁ ଆର୍ ହାଞ୍ଚ୍ସଅ ପଚାସ୍ ଡାବା ହଃତେକ୍ ଅଙ୍ଗୁର୍ ରଃସ୍ ଆର୍ ହାଞ୍ଚ୍ସଅ ପଚାସ୍ ଡାବା ହଃତେକ୍ ଚିକଣ୍ ଆର୍ ହାର୍ଲା ଅଃତେକ୍ ନଣ୍ ଜଃଗ୍ରାତେ ଦେଉଁକେ ମୁଁୟ୍ ଅର୍ତକ୍ୟ ରଃଜା ଗାଡ୍ସେହାଟିର୍ ଡାବୁ ସଃଙ୍ଗାଉମଃନ୍କେ ଜାଗୁମଃନ୍କେ କୟ୍ ଆଚି। 23 ସଃର୍ଗାର୍ ଇସ୍ୱର୍ ଜୁୟ୍ରି ତାର୍ ମନ୍ଦିର୍ ହାୟ୍ଁ ଲଳା ରିଲାର୍ କୟ୍ ଆଚେ, ସେରିମଃନ୍ ତାର୍ ଗିନେ ଟିକ୍ ବାବେ ଦେତା ଲଳା; କାୟିତାକ୍ ବଃଲେକ୍ ମର୍ ଉହ୍ରେ କି ମର୍ ହଃଚେ ସାସନ୍ କଃରୁମଃନାର୍ ବିରୁଦେ କହ୍ ନଃଦେରେ। 24 ଆରେକ୍ ଜାଜକ୍, ଲେବିୟ, ଗିତ୍ କଃଉମଃନ୍,ଦୁଆରେ ଜାଗୁମଃନ୍, ନତିନିୟର୍ ଆର୍ ଇସ୍ୱରାର୍ ଗଃରାର୍ ସେବାକାରି ମଃନ୍କାର୍ ଉହ୍ରେ ସିସ୍ଟୁ କି ମାସୁଳି ମାଗଃତାର୍ ବିଦିହଃର୍କାରେ ବିରଦ୍ ଅୟ୍ଦ୍ ବଃଲି ତୁମିମଃନ୍କେ ଜାଣାୟି ଆଚି। 25 ଆରେକ୍, ହେଁ ଏଜ୍ରା ତର୍ ଇସ୍ୱର୍ ଦିଲା ଜୁୟି ଗିଆନ୍ ତର୍ ଆତେ ଆଚେ, ସେ ହଃର୍କାରେ ଗାଡ୍ ସେହାଟିର୍ ସଃର୍ନେ ଲକ୍ମଃନାର୍ ବିଚାର୍ କଃରୁକ୍ ଜୁୟ୍ମଃନ୍ ତୁମାର୍ ଇସ୍ୱରାର୍ ବିଦି ଜାଣ୍ତି, ଇରଃକମ୍ ଗନର୍ ଆର୍ ବିଚାର୍କାରିକେ ତୁୟ୍ ବାଚ୍ ଆର୍ ଜୁୟ୍ଲକ୍ ବିଦି ନଃଜାଣେ, ତାକେ ତୁୟ୍ ସିକ୍ୟା ଦେସ୍। 26 ଆରେକ୍, ଜୁୟ୍ଲକ୍ ତୁମାର୍ ଇସ୍ୱରାର୍ ବିଦି ଆର୍ ରଃଜାର୍ ବିଦି ନଃମାନେ, ସେଲକ୍ ବାୟ୍ଦ୍ରେ ଡଃଣ୍ଡ୍ ହାୟ୍ଦ୍। ତାର୍ ଇ ଡଃଣ୍ଡ୍ ତାର୍ ଦସ୍ ହଃର୍କାରେ ଅୟ୍ଦ୍, ସେରି ମଃର୍ନ୍ ଡଃଣ୍ଡ୍ ଅଃଉଁହାରେ, ଦେସେ ହୁଣି ବାରୟ୍ଜାତା ଡଃଣ୍ଡ୍ ଅଃଉଁହାରେ, ତାକ୍ ଟଃକା ଗେନ୍ତା ଡଃଣ୍ଡ୍ ଅଃଉଁହାରେ କି ଜଃୟ୍ଲ୍ ଡଃଣ୍ଡ୍ ଅଃଉଁହାରେ।
27 ଜୁୟି ମାପୁର୍ ଅଃମିମଃନାର୍ ଦାଦିବାବୁମଃନାର୍ ଇସ୍ୱର୍ ମାପୁରାର୍ ଜିରୁସାଲମେ ରିଲା ମନ୍ଦିର୍କେ ସୁନ୍ଦୁର୍ କଃରୁକେ ରଃଜାର୍ ମଃନେ ଇସ୍ୱର୍ ଇରଃକମ୍ ଚେତାୟ୍ ଆଚେ। 28 ଆରେକ୍, ରଃଜା ଆର୍ ତାର୍ ମତ୍ରିମଃନ୍ ଆର୍ ରଃଜାର୍ ବଃଡ୍ ବଃଡ୍ ହଃଦେ ରିଲା ଲକ୍ମଃନାର୍ ମୁଁଏ ମକେ ଦଃୟା କଃଲା, ତାକେ ଦନ୍ୟବାଦ୍ ଅଃଉଅ। ଇ ହଃର୍କାରେ ମକେ ଇସ୍ୱର୍ ଚେତ୍ଲାକେ ମୁଁୟ୍ ସଃକ୍ତି ହାୟ୍ଲେ ମର୍ ସଃଙ୍ଗ୍ ଜଃଉଁକେ ଇସ୍ରାଏଲ୍ ହୁଣି ମୁଳିକାମଃନ୍କେ ଗଟେତଃୟ୍ କଃଲେ।