1 ଅର୍ତକ୍ୟସ୍ତର୍ ରଃଜାର୍ ସାସନ୍ବଃଳ୍ ରିଲାବଃଳ୍ ନିଜାର୍ ନିଜାର୍ ଦାଦିର୍ ବଃଉଁସାର୍ ଜୁୟି ବଃଡ୍ ବଃଡ୍ ଲଃକ୍ମଃନ୍ ମର୍ ସଃଙ୍ଗ୍ ବାବିଲ୍ ଦେସେ ହୁଣି ଜିରୁସାଲମେ ଗଃଲାୟି, ସେମଃନାର୍ କୁଳ୍ବଃଉଁସ୍ ଅଃଉଁଲି, 2 ପିନ୍ହସର୍ ହିଲାମଃନ୍ ବିତ୍ରାର୍ ଗେର୍ସମ୍; ଇତାମରାର୍ ହିଲାମଃନାର୍ ବିତ୍ରାର୍ ଦାନିଏଲ୍; ଦାଉଦାର୍ ହିଲାମଃନାର୍ ବିତ୍ରାର୍ ହଟୁସ୍। 3 ସିକନିୟର୍ ହିଲାମଃନାର୍ ବିତ୍ରାର୍; ପରିସୟର୍ ହିଲାମଃନାର୍ ବିତ୍ରାର୍ ଜିକରିୟ ଆର୍ ଅଃଣ୍ଡ୍ରାମଃନାର୍ କୁଳ୍ବଃଉଁସ୍ ତାର୍ ସଃଙ୍ଗ୍ ସଏପଚାସ୍ ଲକ୍। 4 ପହତ୍-ମୟାବର୍ ହିଲାମଃନାର୍ ବିତ୍ରାର୍ ସରହିୟର୍ ହୟିସି ଇଲିହ-ଏନୟ ଆର୍ ତାର୍ ବଂସାର୍ ଦୁଇସଅ କୁଳ୍ ବଃଉଁସ୍। 5 ସିକନିୟର୍ ହିଲାମଃନ୍ ବିତ୍ରାର୍ ଜହସିୟେଲାର୍ ହୟିସି; ତାର୍ ବଂସାର୍ ତିନିସଅ କୁଳ୍ବଃଉଁସ୍। 6 ଆରେକ୍, ଆଦିନାର୍ ହିଲାମଃନାର୍ ବିତ୍ରାର୍ ଜନାତନର୍ ହୟିସି ଏବଦ୍ ଆର୍ ତାର୍ ବଂସାର୍ ପଚାସ୍ ଲକ୍। 7 ଆରେକ୍, ଏଲମାର୍ ହିଲାମଃନାର୍ ବିତ୍ରାର୍ ଅତଲିୟର୍ ହୟିସି ଜିସାୟାହ ଆର୍ ତାର୍ ସତୁରି କୁଳ୍ବଃଉଁସ୍। 8 ଆରେକ୍, ସପଟିୟର୍ ହିଲାମଃନାର୍ ବିତ୍ରାର୍ ମିକାୟେଲର୍ ହୟିସି ସବଦିୟ ଆର୍ ତାର୍ ଅସେଲକ୍। 9 ଜୟାବର୍ ହିଲାମଃନାର୍ ବିତ୍ରାର୍ ଜିହିୟେଲର୍ ହୟିସି ଅବଦିୟ ଆର୍ ତାର୍ ବଂସାର୍ ଦୁଇସଅ ଅସେ କୁଳ୍ବଃଉଁସ୍। 10 ଆରେକ୍, ସଲମିତର୍ ହିଲାମଃନାର୍ ବିତ୍ରାର୍ ଜସିପିୟର୍ ହୟିସି ଆର୍ ତାର୍ ବଂସେ ସଏସାଟେ କୁଳ୍ବଃଉଁସ୍। 11 ଆରେକ୍, ବେବୟର୍ ହିଲାମଃନାର୍ ବିତ୍ରାର୍ ବେବୟର୍ ହୟିସି ଜିକରିୟ ଆର୍ ତାର୍ କଳେଆଟ୍ ଲକ୍। 12 ଅସ୍ଗଦର୍ ହିଲାମଃନାର୍ ବିତ୍ରାର୍ ହକାଟନର୍ ହୟିସି ଜହାନନ୍ ଆର୍ ତାର୍ ସଏ ଦଃସ୍ ପୁରୁସ୍। 13 ଆରେକ୍, ଅଦନିକାମର୍ ହିଲାମଃନାର୍ ବିତ୍ରାର୍ ସାନ୍ମଃନ୍ ଆର୍ ସେମଃନାର୍ ନାଉ ଅଃଉଁଲି, ଇଲିପେଲଟ୍, ଜିୟୁଏଲ୍ ଆର୍ ସମଇୟ; ସେମଃନାର୍ ସଃଙ୍ଗ୍ ସାଟେଗଟ୍ ପରୁସ୍। 14 ଆରେକ୍, ବିଗ୍ବୟାର୍ ହିଲାମଃନାର୍ ବିତ୍ରାର୍ ଉତୟ ଆର୍ ଜକୁଦ୍ ଆର୍ ସେମଃନାର୍ ସଃଙ୍ଗ୍ ସତୁରିଗଟ୍ କୁଳ୍ବଃଉଁସ୍।
15 ଆରେକ୍, ମୁୟ୍ ଇମଃନ୍କେ ଅହବାଗାମିନି ଗାଡ୍ ଚଃମେ ଗଟେତଃୟ୍ କୁଦ୍ଲେ; ଆରେକ୍, ସେତି ଅଃମିମଃନ୍ କୁଡ଼ିଆ କଃରି ତିନି ଦିନ୍ ରିଲୁ; ମୁୟ୍ ଲକ୍ମଃନ୍କେ ଆର୍ ଜାଜକ୍ମଃନ୍କେ ଚାଡ଼ି ଲେବିୟମଃନ୍କେ କାକେ ହେଁ ନଃହାୟ୍ଲେ।
16 ତଃବେ ମୁୟ୍ ଇଲିୟେସର୍, ଅରିୟେଲ୍, ସମଇୟ, ଇଲ୍ନାତନ୍, ଜାରିବ, ଇଲ୍ନାତନ୍, ନାତନ୍, ଜିକରିୟ ଆର୍ ମସୁଲମ୍, ଇ ବଃଡ୍ ଲକ୍ମଃନ୍କେ; ଆରେକ୍ ଜୟାରିବ୍ ଆର୍ ଇଲ୍ନାତନ୍ ଗୁରୁମଃନ୍କେ କୁଦୁକ୍ ଲକ୍ ହଃଟାୟ୍ଲେ। 17 ଇତାର୍ହଃଚ ମୁୟ୍ ସେମଃନ୍କେ କାସିପିଆ ନାଉଁଆର୍ ଜଃଗାର୍ ବଃଡ୍ ଲକ୍ ଇଦ ହାକ୍ ହଃଟାୟ୍ଲେ; ଆରେକ୍, ଅଃମିମଃନାର୍ ଇସ୍ୱରାର୍ ମଃନ୍ଦିରେ ହୁଜେରିକେ ଅଃମାର୍ ହାକ୍ ଆଣା ବଃଲି କାସିପିଆ ଜଃଗାର୍ ଇଦକେ ଆର୍ ତାର୍ ବାୟ୍ମଃନ୍ ନତିନିୟ ମଃନ୍କେ କଃଉଁକେ ମୁୟ୍ କୟିଲେ। 18 ତଃବେ ଅଃମିମଃନାର୍ ଉହ୍ରେ ଅଃମାର୍ ଇସ୍ୱରାର୍ ଦଃୟାକାରି ଆତାର୍ ଉହ୍କାର୍ ରିଲାକ୍ ସେମଃନ୍ ଇସ୍ରାଏଲାର୍ ନାତି, ଲେବିର୍ ହୟିସି ମହଲିର୍ ହିଲାମଃନାର୍ ବିତ୍ରାର୍ ଗଟେକ୍ ଗିଆନି ଲକ୍କେ; ଆରେକ୍, ସେରେବିୟ ଆର୍ ତାର୍ ହୟିସି ଆର୍ ବାୟ୍ମଃନ୍ ସଃଙ୍ଗ୍ ଅଃଟ୍ର ଲକ୍କେ; 19 ଆରେକ୍, ହସବିୟ ଆର୍ ତାର୍ ସଃଙ୍ଗ୍ ମରାର-ହିଲାମଃନାର୍ ବିତ୍ରାର୍ ଜିସାୟାହ, ତାର୍ ବାୟ୍ମଃନ୍ ଆର୍ ସେମଃନାର୍ ହଃୟ୍ସିମଃନ୍ ସଃଙ୍ଗ୍ କଡ଼େ ଲକ୍କେ; 20 ଆରେକ୍, ଦାଉଦ୍ ଆର୍ ଅଃଦିକାରିମଃନ୍ ଜୁୟି ନତିନିୟ ମଃନ୍କେ ଲେବିୟମଃନାର୍ ସେବାକାମ୍ ହାଁୟ୍ ଦଃୟ୍ରିଲାୟ୍, ସେମଃନାର୍ ବିତ୍ରାର୍ ଦୁଇସଅ କଡ଼େ ଲକ୍ ନତିନିୟ ଲକ୍ ଆଣ୍ଲାୟି; ଇମଃନାର୍ ନାଉ ଲେକା ଅୟ୍ଲି।
21 ଇତାର୍ହଃଚ ଅଃମିମଃନାର୍ ଗିନେ ଆର୍ ଅଃମିମଃନାର୍ ହିଲାମଃନ୍ ଆର୍ ସଃର୍ନେ ସଃମ୍ପତି ହାଁୟ୍ ଗଟେକ୍ ସିଦା ଉପାସ୍କଃରି ନିର୍ମୁଳ୍ମଃନେ ପାର୍ତ୍ନା କଃରୁକେ ଅଃମିମଃନାର୍ ଇସ୍ୱରାର୍ ଚଃମେ ମଃନ୍ ସଃହ୍ରି ଦେଉଁକେ ମୁଁୟ୍ ଅହବା ଗାଡ୍ ଚଃମେ ଉପାସ୍ କଃରୁକେ ଆଦେସ୍ ଦିଲେ। 22 କାୟିତାକ୍ବଃଲେକ୍ ଇଣ୍ଡ୍ତା ବାଟେ ସଃତ୍ରୁର୍ ଆତେ ହୁଣି ରଃକ୍ୟା ହାଉତା ହାୟ୍ଁ ରଃଜାକ୍ ସଃୟନ୍ ଦଃଳ୍ ଆର୍ ଗଳାଚାଲାଉ ମଃନ୍କେ ଦେଏ ବଃଲି ମାଗୁକେ ମୁୟ୍ ଲାଜ୍ ଅୟ୍ଲେ; "ବଃଲେକ୍ ଜୁୟ୍ଲକ୍ମଃନ୍ ଅଃମିମଃନାର୍ ଇସ୍ୱର୍କେ ଲଳ୍ତି, ସେମଃନାର୍ ବଃଲ୍ ହାଁୟ୍ ସେମଃନାର୍ ଉହ୍ରେ ତାର୍ ଦଃୟା ଆଚେ; ମଃତର୍ ଜୁୟ୍ଲକ୍ମଃନ୍ ତାକ୍ ଚାଡ୍ତି, ସେମଃନାର୍ ଉହ୍ରେ ରିସା ଆର୍ ଦଃଣ୍ଡ୍ ଆଚେ।" ଇ କଃତା ଅଃମିମଃନ୍ ରଃଜାକେ କଃୟ୍ରିଲେ। 23 ଇତାର୍ଗିନେ ଅଃମିମଃନ୍ ଉପାସ୍ କଃଲୁ ଆର୍ ଅଃମାର୍ ଇସ୍ୱରାର୍ ତଃୟ୍ ଗଃଉଆରି କଃଲୁ; ଆର୍ ସେ ଅଃମିମଃନାର୍ ପାର୍ତ୍ନା ସୁଣି ଉତୁର୍ ଦିଲା।
24 ତଃବେ ମୁୟ୍ ଜାଜକ୍ମଃନାର୍ ବିତ୍ରାର୍ ବାରଗଟ୍ ବଃଡ୍ ଲକ୍ମଃନ୍କେ, ବଃଲେକ୍, ସେରେବିୟ, ହସବିୟ, ଆର୍ ସେମଃନାର୍ ସଃଙ୍ଗ୍ ସେମଃନାର୍ ଦଃସ୍ଗଟ୍ ବାୟ୍ମଃନ୍କେ ଅଃଲ୍ଗା କଃଲେ; 25 ଆରେକ୍, ରଃଜା ଆର୍ ତାର୍ ମତ୍ରିମଃନ୍ ଆର୍ ତାର୍ ବଃଲ୍ମଃନ୍ଦ୍ ଜାଣାଉତା ଲଃକ୍ମଃନ୍ ଆର୍ ସେତିରିଲା ଇସ୍ରାଏଲ୍ ଲକ୍ ସଃର୍ତେ ଅଃମିମଃନାର୍ ଇସ୍ୱରାର୍ ମନ୍ଦିର୍ ହାଁୟ୍ ଜୁୟି ରୁହା ଆର୍ ସନା ଆର୍ ଗିନା ସଃବୁ ବେଟି ଦଃୟ୍ରିଲାୟ୍, ସେରି ସେମଃନ୍କେ ତୁଳିକଃରି ଦିଲେ; 26 ମୁୟ୍ ସେମଃନାର୍ ଆତେ ଚଅସଅ ପଚାସ୍ ତାଳନ୍ତ ରୁହା ଆର୍ ସଏ ତାଳନ୍ତ ରୁହାର୍ ଆଣ୍ଡିକଣ୍ଡି; ସଏ ତାଳନ୍ତ ସନା; 27 ଏକ୍ ଅଃଜାର୍ ଡାରିକ୍ ବଃଲେକ୍ ଗ୍ରିସ୍ ଦେସାର୍ ଟକା କଳେଗଟ୍ ସନାର୍ ଆସ୍ତି, ଆରେକ୍ ସନା ହର୍ ବେସିମଲାର୍, ନିକ୍ ଉଜାଳ୍ ହିତୁଳାର୍ ଜୁଳେକ୍ ଆସ୍ତି ତୁଳି ଦିଲେ। 28 ଆରେକ୍, ମୁୟ୍ ସେମଃନ୍କେ କୟିଲେ, "ତୁମିମଃନ୍ ମାପୁରାର୍ ହାଁୟ୍ ପବିତ୍ର ଉଟ୍ ଆର୍ ଆଣ୍ଡିକଣ୍ଡି ହେଁ ନିର୍ମୁଳ୍ ସେ; ଆରେକ୍, ଇ ରୁହା ଆର୍ ସନା ତୁମିମଃନାର୍ ଦାଦିବାବୁମଃନାର୍ ଇସ୍ୱର୍ ମାପୁରାର୍ ହାଁୟ୍ ସଃର୍ଦାୟ୍ ଦଃୟ୍ରିଲା ବେଟି। 29 ମାପୁରାର୍ ଜିରୁସାଲେମ୍ ମନ୍ଦିରାର୍ ବଃକ୍ରାୟ୍ ମୁଳ୍ ଜାଜକ୍ମଃନାର୍ ଆର୍ ଲେବିୟମଃନାର୍ ଆର୍ ଇସ୍ରାଏଲିୟ ଗଃର୍କୁଟୁମାର୍ ବଃଡ୍ମଃନାର୍ ମୁଏଁ ଇରିସଃବୁ ତୁଳିକଃରି ନଃଦେତା ହଃତେକ୍ ତୁମିମଃନ୍ ଜଃଗ୍ରାତ୍ ଅଃଉଆ ଆର୍ ଇରିସଃବୁ ରଃକ୍ୟା କଃର୍ତି ରିଆ।" 30 ତଃବେ ଜାଜକ୍ମଃନ୍ ଆର୍ ଲେବିୟମଃନ୍ ଅଃମିମଃନାର୍ ଜିରୁସାଲେମ୍ ଇସ୍ୱରାର୍ ମନ୍ଦିରେ ଆଣୁକେ ସେ ତୁଳ୍ଲା ରୁହା ଆର୍ ସନା ଆର୍ ଆଣ୍ଡିକଣ୍ଡି ସଃବୁ ନିଲାୟ୍।
31 ଇତାର୍ହଃଚ ଅଃମିମଃନ୍ ଜିରୁସାଲମେ ଜଃଉଁକେ ହଃର୍ତୁ ମାସାର୍ ଦସ୍ ଦିନ୍ ବଃଳ୍ ଅହବା ଗାଡ୍ ଚଃମେ ହୁଣି ବାଟ୍ ଦଃର୍ଲୁ; ଅଃମିମଃନାର୍ ଇସ୍ୱରାର୍ ଆତ୍ସାକ୍ୟା ଅଃମିମଃନାର୍ ସଃଙ୍ଗ୍ ରିଲି, ଆରେକ୍ ବାଟ୍ ଇଣ୍ଡ୍ତା ବଃଳ୍ ସେ ସଃତ୍ରୁ ଆର୍ ବାଟେ ଲୁକିକଃରି ଜାଗିରିଲା ଲକ୍ମଃନାର୍ ଆତେ ହୁଣି ଅଃମିମଃନ୍କେ ରଃକ୍ୟା କଃଲା। 32 ସେତାକ୍ ଅଃମିମଃନ୍ ଜିରୁସାଲମେ ହଚ୍ଲୁ ଆର୍ ସେତି ତିନି ଦିନ୍ ବିସାୟ୍ଲୁ। 33 ତାର୍ହଃଚେ ଚାରି ଦିନ୍ ବଃଳ୍ ସେ ରୁହା ଆର୍ ସନା ଆର୍ ଆସ୍ତିସଃବୁ ଅଃମିମଃନାର୍ ଇସ୍ୱରାର୍ ମନ୍ଦିରେ ତୁଳି କଃରି ଉରିୟ ଜାଜକାର୍ ହୟିସି ମରେମତାର୍ ଆତେ ଦିଆଅୟ୍ଲି; ତାର୍ ସଃଙ୍ଗ୍ ପିନ୍ହସର୍ ହୟିସି ଇଲିୟାସର୍ ରିଲା; ଆରେକ୍, ସେମଃନାର୍ ସଃଙ୍ଗ୍ ଜେସୁୟର୍ ହୟିସି ଜସାବଦ୍ ଆର୍ ବିନୁଇର୍ ହୟିସି ନୟଦିୟ, ଇ ଲେବିୟମଃନ୍ ରିଲାୟ୍; 34 ସଃବୁ ଜିନିସ୍ ଗଃଣି କଃରି ଆର୍ ତୁଳି କଃରି ଦିଆଅୟ୍ଲି ଆର୍ ସଃଡେବଃଳ୍ ସେସଃବୁର୍ ଇସାବ୍ ଲେକ୍ଲାୟ୍। 35 ଜୟ୍ଲେ ହୁଣି ଆସିରିଲା ଲଃକ୍ମଃନ୍ ସଃବୁ ଇସ୍ରାଏଲ୍ ହାଁୟ୍ ଇସ୍ରାଏଲାର୍ ଇସ୍ୱରାର୍ ହାଁୟ୍ ହମ୍ହୁଜାର୍ ଗିନେ ବାରଗଟ୍ ହୁଡ୍ରା, ନବେଚଅଗଟ୍ ମେଣ୍ଡା, ସତୁରିସାତ୍ ଗଟ୍ ମେଣ୍ଡାବଦା, ହାହାର୍ ହୁଜା ହାଁୟ୍ ବାରଗଟ୍ ଚେଳି ଦିଲାୟ୍; ଇ ସଃବୁ ମାପୁରାର୍ ହାଁୟ୍ ହମ୍ହୁଜା ରିଲି। 36 ଇତାର୍ହଃଚ ସେମଃନ୍ ଗାଡ୍ ସେହାଟିର୍ ରଃଜାର୍ ଉହ୍କାର୍ କାରିମଃନ୍ ଆର୍ ଗନର୍ ମଃନ୍କେ ରଃଜାର୍ ଆଡର୍ ଚିଟି ଦିଲାୟ୍; ସେତାକ୍ ସେମଃନ୍ ଲକ୍ମଃନାର୍ ଆର୍ ଇସ୍ୱରାର୍ ମନ୍ଦିର୍ କାମେ ଉହ୍କାର୍ କଃଲାୟି।