ଜିସୁର୍ ମଃରି ଉଟ୍ତାର୍
1 ଏ ବାୟ୍ବେଣିମଃନ୍ ମୁୟ୍ଁ ତୁମିମଃନ୍କାର୍ ହାକ୍ ଜୁୟି ନିକ କବୁର୍ ପର୍ଚାର୍ କଃରିରିଲେ, ଜୁୟ୍ରି ତୁମିମଃନ୍କେ ମାନିରିଲାସ୍, ଜୁୟ୍ତି ହେଁ ତିର୍ ଅୟି ଆଚାସ୍, ମୁୟ୍ଁ ଜୁୟି ରଃକମେ ସେରି ତୁମାର୍ ହାକ୍ ପର୍ଚାର୍ କଃରିରିଲେ, ଇରି ଏତାୟ୍ ଦେଉଁକ୍ ମଃନ୍କଃରୁଲେ । 2 ଜଦି ତୁମିମଃନ୍ ସେରି ଜଃବର୍କଃରି ଦଃରିରିଆସ୍, ସେତାର୍ ଗିନେ ମୁକ୍ତି ହାଉଁଲାସ୍, ନୟ୍ଲେକ୍ତ ହଲ୍ୟାୟ୍ ତୁମିମଃନ୍କେ ବିସ୍ୱାସି ଅୟ୍ରିଲାସ୍ ।