1 ଜିଅବା ନହକେ କୟ୍ଲା, "ତୁୟ୍ ତର୍ ଗଃର୍ କୁଟୁମାର୍ ଲକ୍କେ ଜାଜ୍ ବିତ୍ରେ ହୁରାଉ; କାୟିତାକ୍ବଃଲେକ୍ ଇକାଳାର୍ ଲକ୍ମଃନ୍କାର୍ ବିତ୍ରେ ମୁଁୟ୍ ମର୍ ଆକିୟେ ତକେ ଦଃର୍ମି ଦଃକିଆଚି।" 2 ଆରେକ୍ ହୁର୍ତିବିୟେ ବଂଉସ୍ ରଃକ୍ୟା କଃରୁକେ ନିର୍ମୁଳ୍ ହସୁଜାତିର୍ ସାତ୍ ସାତ୍ ଜୁଳି ଆର୍ ବିଟାଳ୍ ଜାତିର୍ ଗଟେ ଗଟେକ୍ ଜୁଳି ହସୁ; 3 ହୁର୍ତିବିର୍ ହଃକି ଜାତିର୍ ସାତ୍ ସାତ୍ ଜୁଳି ମାୟ୍ ଅଃଣ୍ଡ୍ରାକେ ନିଜାର୍ ସଃଙ୍ଗ୍ ନେଏ। ବଃଲେକ୍ ଆରେଗଟ୍ତର୍ ଇ ହୁର୍ତିଏ ବଂସ୍ ବାଡାଉଁକେ ସଃବୁ ରଃକମାର୍ ହଃକିଜାତି ଆର୍ ଜିବ୍ଜାତି ବାଚି ରେଉଅତ୍। 4 ବଃଲେକ୍ ସାତ୍ ଦିନ୍ ଅୟିଲେକ୍ ମୁଁୟ୍ ଚାଲିସ୍ ଦିନ୍ ଚାଲିସ୍ ରାତି ହୁର୍ତିବିୟେ ବଃର୍ସା କଃରାୟ୍ ମୁଁୟ୍ ହାଜ୍ଲାର୍ ସଃବୁ ଜିବ୍କେ କ୍ରୁପ୍ନାସ୍ କଃରିନ୍ଦ୍। 5 ନହ ଜିଅବାର୍ ଆଦେସ୍ ହଃର୍କାରେ ସଃବୁ କାମ୍ କଃଲା, 6 ନହକେ ଚଅସଅ ବଃର୍ସ୍ ବଃୟିସେ ହୁର୍ତିବି ଉହ୍ରେ ହାଣି ଡାହ୍ଲି। 7 ତଃବେ ହାଣି ବୁଡାଉତା ତଃୟ୍ହୁଣି ରଃକ୍ୟା ହାଉଁକେ ନହ ଆର୍ ତାର୍ ଡକୁର୍ସି ଆର୍ ହୟିସି ବୁଆର୍ସି ମଃନ୍ ଜାଜ୍ ବିତ୍ରେ ହୁରାୟ୍ଲା। 8 ଆରେକ୍ ନହକେ ମାପୁରାର୍ ଆଦେସ୍ ହଃର୍କାରେ ନିର୍ମୁଳ୍ ହସୁ ଆର୍ ବିଟାଳ୍ ଚେଳେ ଜାତି ଆର୍ ବୁୟେଁ ରାଙ୍ଗ୍ତା ଜିବ୍ ଜଃତୁମଃନ୍ ଜଳା ଜଳା ଅୟି 9 ନହର୍ ଚଃମେ ଜାୟ୍ ଜାଜ୍ ବିତ୍ରେ ହୁର୍ଲାୟ୍। 10 ଆର୍ ସାତ୍ ଦିନ୍ ହଃଚେ ହୁର୍ତିବି ହାଣିୟେ ବୁଡୁକ୍ ଆରୁମ୍ ଅୟ୍ଲି।
11 ଜଃଡେବଃଳ୍ ନହର୍ ବଃୟ୍ସ୍ ଚଅସଅ ବଃର୍ସ୍ ଅୟ୍ରିଲି, ଦୁତିୟ ମାସାର୍ ସଃତ୍ରଦିନେ ସଃମ୍ନ୍ଦାର୍ ହାଣିମୁଣ୍ଡା ବାଙ୍ଗି ଗଃଲି, ଆରେକ୍ ଅଃଗାସାର୍ ବାଟ୍ ସଃବୁ ମେଲାଅୟ୍ଲି। 12 ତଃବେ ଚାଲିସ୍ ରାତି ଚାଲିଦିନ୍ ହୁର୍ତିବିଏ ହାଣି ମାର୍ଲି। 13 ସେଦିନ୍ ନହ, ଆରେକ୍ ସେମ ଆର୍ ହାମ ଆର୍ ଜେପତ୍ ନାଉଁଆର୍ ନହର୍ ହଃୟ୍ସିମଃନ୍, ଆର୍ ସେ ମଃନ୍କାର୍ ସଃଙ୍ଗ୍ ନହର୍ ଡକୁର୍ସି ଆର୍ ତିନି ଗଟ୍ ବୁଆର୍ସିମଃନ୍ ଜାଜ୍ ବିତ୍ରେ ହୁର୍ଲାୟ୍। 14 ଆରେକ୍ ସଃବୁଜାତିର୍ ଗାଉଁଲିଆ ହସୁ ଆର୍ ବଃନ୍ ହସୁ ଆର୍ ସଃବୁଜାତିର୍ ଜିବ୍ଜଃତୁ ଆର୍ ହୁର୍ତିବିର୍ ହଃକି; ତାକାର୍ ସଃଙ୍ଗ୍ ହୁର୍ଲାୟ୍ 15 ବଃଲେକ୍ ଜିବନ୍ ରେତା ସଃବୁ ରଃକମାର୍ ଜିବ୍ ଜଃତୁ ଜଳା ଜଳା ଅୟି ନହର୍ ଚଃମେ ଜାୟ୍ ଜାଜ୍ ବିତ୍ରେ ହୁର୍ଲାୟ୍। 16 ଜିଅବାର୍ ଆଦେସ୍ ହଃର୍କାରେ ସଃବୁ ରଃକମାର୍ ଜିବ୍ ମାୟ୍ଅଃଣ୍ଡ୍ରା ସଃଙ୍ଗ୍ ଜାଜେ ହୁର୍ଲାୟ୍; ସଃଡେବଃଳ୍ ମାପୁର୍ ସେତିର୍ ଆଗ୍ ବାଟ୍ୟାର୍ କାହାଟ୍ ଡାହ୍ଲା। 17 ହଃଚେ ଚାଲିସ୍ ଦିନ୍ ଚାଲିସ୍ ରାତି ହଃତେକ୍ ହୁର୍ତିବି ହାଣିଏ ବୁଡ୍ଲି; ଆରେକ୍ ହାଣି ଉହ୍ରେ ଚଃଗି ଆୟ୍ଲି, ଜାଜ୍ ବୁୟିଁ ଚାଡି ହଃଉଁରୁକେ ଦଃର୍ଲି। 18 ଆରେକ୍ ହୁର୍ତିବିଏ ଦିରେ ଦିରେ ହାଣି ଅଃପର୍ବଳ୍ ଅୟ୍ଲାକେ ଜାଜ୍ ହାଣି ଉହ୍ରେ ହଃଉଁର୍ଲି। 19 ହୁର୍ତିବି ଉହ୍ରେ ହାଣି ଅଃପର୍ବଳ୍ ଚଃଗ୍ଲାକେ, ହୁର୍ତିବିର୍ ସଃବୁ ଉଚ୍ ହଃର୍ବାତ୍ମଃନ୍ ବୁଡାୟ୍ଲି। 20 ହର୍ବାତ୍ ଉହ୍ରେ ହଃନ୍ଦ୍ର ଆତ୍ ହଃତେକ୍ ହାଣି ଚଃଗ୍ଲି। 21 ସେତାକ୍ ବୁୟେଁ ଚାଲାବୁଲା ଆର୍ ରାଙ୍ଗ୍ତା ଜିବ୍ଜଃତୁମଃନ୍ ଜିବନ୍ ଆରାୟ୍ଲାୟ୍, ବଃଲେକ୍ ହଃକିଜାତି ଗାଉଁଲି ହସୁ ଆର୍ ବଃନ୍ ହସୁ ଆର୍ ହୁର୍ତିବିଏ ଚାଲାବୁଲା କାରି ବଃନ୍ ହସୁ ଆର୍ ସଃବୁ ମାନାୟ୍ମଃନ୍, 22 ଆରେକ୍ ସୁକ୍ଲା ବୁୟେଁ ରିଲାର୍ ଜଃତେକ୍ ଜିବାର୍ ନାସିୟେ ଜିବନ୍ ବାଉ ରିଲି, ସଃବୁ ମଃଲାୟ୍। 23 ଇ ହଃର୍କାରେ ହୁର୍ତିବି ଉହ୍ରେ ରେତାର୍ ସଃବୁ ଜିବ୍ କ୍ରୁପ୍ନାସ୍ ଅୟ୍ଲାୟ୍, ବଃଲେକ୍ ମାନାୟ୍ମଃନ୍, ହସୁ, ହେଟେ ରାଙ୍ଗ୍ତା ଜିବ୍, ଉହ୍ରେ ଉଡ୍ତା ଚେଳେମଃନ୍, ସଃବୁ ହୁର୍ତିବିଏ କ୍ରୁପ୍ନାସ୍ ଅୟ୍ଲାୟ୍; ଅଃବ୍କା ନହ ଆର୍ ଜାଜେ ରେତା ତାର୍ ସଃଙ୍ଗ୍ଉଆଡ଼ି ସଃବୁ ବାଚ୍ଲାୟ୍। 24 ଇ ହଃର୍କାରେ ହୁର୍ତିବି ୧୫୦ ଦିନ୍ ହଃତେକ୍ ଜାଣାୟି ବୁଡିରିଲି।