1 ସେମ,ହାମ, ଜେପତ୍ ନାଉଆର୍ ଜୁଣ୍ ହୟିସିମଃନାର୍ ବଃଉଁସ୍। ହାଣାୟି ଦେସ୍ ବାସ୍ଲା ହଃଚେ ଇ ସଃବୁ ହିଲାମଃନ୍ ଜାତ୍ ଅୟିଲାୟି। 2 ଗମର୍,ମାଗଗ୍,ମାଦୟ,ଜବନ,ତୁବଲ୍, ମେସକ ଆର୍ ତିରସ୍,ଇମଃନ୍ ଜେପତାର୍ ହୟିସିମଃନ୍। 3 ଅସ୍କିନସ୍, ରିପତ୍ ଆର୍ ତର୍ଗମା ଇମଃନ୍ ଗମରାର୍ ହିଲାମଃନ୍। 4 ଆର୍ ଇଲିସା ଆର୍ ତର୍ସିସ୍ ଆର୍ କିତିମ୍ ଆର୍ ଦଦାନିମ୍,ଇମଃନ୍ ଜବନାର୍ ହିଲାମଃନ୍। 5 ଇମଃନାର୍ ତଃୟିହୁଣି ବିନ୍ ଦେସାର୍ ଟାପୁୟେ ବାସ୍କଃରୁମଃନ୍ ଅଃମିମଃନାର୍ ଦେସେବିଦେସେ ନିଜାର୍ ନିଜାର୍ ବାସା ହଃର୍କାରେ ବିଚିଅୟି ନିଜାର୍ ନିଜାର୍ ବଃଉଁସ୍ ଆର୍ ଗସ୍ଟି ହଃର୍କାରେ ଲକ୍ମଃନ୍ ବାଗ୍ବାଗ୍ ଅୟିଲାୟି।
6 କୁସ୍ ଆର୍ ମିସର୍ ଆର୍ ପୁଟ୍ ଆର୍ କିଣାନ୍,ଇମଃନ୍ ହାମରାର୍ ହୟ୍ସିମଃନ୍। 7 ସବା, ହବିଲା, ସପ୍ତା, ରୟମା ଆର୍ ସପ୍ତକା, ଇମଃନ୍ କୁସର୍ ହୟିସି ସିବା ଆର୍ ଦଦାନ, ଇମଃନ୍ ରୟମାର ହୟିସିମଃନ୍। 8 ନିମ୍ରଦ୍ କୁସର୍ ହୟିସି; ସେ ହୁର୍ତିବି ବିତ୍ରେ ବିର ଅଃଉଁକ୍ ଦଃର୍ଲା। 9 ସେ "ମାପୁରାର୍ ଆକିଏ ନାଉଁହୁଟା ବାଣୁଆ ଅୟ୍ଲା ଇତାର୍ଗିନେ ଲଃକ୍ମଃନ୍ ଅଃବେ ହଃତେକ୍ ଇରି ଦଃକାୟ୍କଃରି କଃଉତି, ଇସ୍ୱର୍ ତୁମିକେ ବଃଡ୍ ବାଣୁଆ ନିମ୍ରଦ୍ ହର୍ କଃର୍" 10 ଆରେକ୍ ସିନିୟର୍ ଦେସେ ବାବିଲ୍ ଆର୍ ଏରକ ଆର୍ ଅକଦ୍ ଆର୍ କଲନି, ଇ ସଃବୁ ଗଃଳ୍ ତାର୍ ହଃର୍ତୁମ୍ ରାୟ୍ଜ୍ ଅୟିଲି। 11 ସେ ଦେସେ ହୁଣି ଅଃସୁର୍ ବାରାୟ୍ କଃରି ନିନିବି ଆର୍ ରହବଃତ୍ ପୁରି ଆର୍ କେଲହ, 12 ଆରେକ୍ ନିନିବି ଆର୍ କେଲହର୍ ମଃଜିୟେ ରେସନ୍ ଗଃଳ୍ ତାହୁନ୍ କଃଲା; ଇ ରେସନ୍ ବଃଡ୍ ଗଃଳ୍ ରିଲି। 13 ଆରେକ୍ ଲୁଦିୟ ଆର୍ ଅନାମିୟ ଆର୍ ଲହାବିୟ ଆର୍ ମିଜ୍ରାଇମ୍,ନପ୍ତୁନିୟ 14 ଆର୍ ପତ୍ରସିୟ ଆର୍ ପଲେସ୍ଟିୟ ମଃନ୍କାର୍ ଦାଦିବାବୁ କସ୍ଲିୟ ଆର୍ କପ୍ତରିୟ, ଇମଃନ୍ ମିସରାର୍ ହିଲାମଃନ୍।
15 ଆରେକ୍ କିଣାନାର୍ ବଃଡ୍ହୟ୍ସି ସିଦନ୍ ଜେ କି ସିଦନିୟମଃନାର୍ ଉବାସି ରିଲା ଆର୍,ହଃଚାର୍ ହୟିସି ହେତ ଜେକି ହେତିୟ ମଃନାର୍ ଉବାସି ରିଲା। 16 ଆରେକ୍ ଜିବୁସିୟ୍ ଆର୍ ଇମରିୟ୍ ଗିର୍ଗାସିୟ 17 ଆର୍ ହିଦିୟ ଆର୍ ଅର୍କିୟ ଆର୍ ସିନିୟ 18 ଆର୍ ଅର୍ବଦିୟ, ସମାରିୟ ଆର୍ ହମାତିୟ; ଆର୍ ହଃଚେ କିଣାନିୟ ମଃନ୍କାର୍ ବଂସ୍ ଗୁଳାବାଟ୍ ଅୟ୍ଲାୟ୍। 19 ତଃବେ ସିଦନ୍ ହୁଣି ଗରାର୍ ଦିଗେ ଅୟି ଗସା ହଃତେକ୍, ଆରେକ୍ ସଦମ ଆର୍ ହମରା ଆର୍ ଅଦ୍ମା ଆର୍ ସବିୟିମ ଦିଗେ ଲେସା ହଃତେକ୍ କିଣାନିୟ ମଃନ୍କାର୍ ସଃନ୍ଦି ରିଲି। 20 ନିଜାର୍ ନିଜାର୍ ଦେସ୍ ଆର୍ ଗଃର୍ କୁଟୁମ୍ ବିତ୍ରେ ସେ ମଃନ୍କାର୍ ଗସ୍ଟି ଆର୍ ବାସା ହଃର୍କାରେ ଇ ସଃବୁ ଲକ୍ ହାମର୍ ହିଲାମଃନ୍। 21 ଜେପତାର୍ ବଃଡ୍ ବାୟ୍ସି ସେମର୍ ହେଁ ହିଲାମଃନ୍ ରିଲାୟ୍, ବଃଲେକ୍ ସେ ଏବରାର୍ ବଂସାର୍ ଦାଦିବାବୁ ରିଲା। 22 ସେମର୍ ଇ ସଃବୁ ହୟ୍ସିମଃନ୍, ଏଲମ୍ ଆର୍ ଅଃସୁର୍ ଆର୍ ଅର୍ପକସଦ୍ ଆର୍ ଲୁଦ ଆର୍ ଅରାମ୍। 23 ଅରାମର୍ ହିଲାମଃନ୍ ଇରି ଉସ୍ ଆର୍ ହୁଲ୍ ଆର୍ ଗେତର୍ ଆର୍ ମେସକ୍। 24 ଆରେକ୍ ଅର୍ପକସଦର୍ ହୟିସି ସେଲହ ଆର୍ ସେଲହର୍ ହୟିସି ଏବର। 25 ଆରେକ୍ ଏବରାର୍ ଜୁଡେକ୍ ହୟ୍ସି ଜଃନମ୍ ଅୟ୍ଲାୟ୍ ; ଏକ୍ଲାର ନାଉଁ ପେଲଗ୍; କାୟିତାକ୍ ବଃଲେକ୍ ସେକାଳେ ହୁର୍ତିବି ବାଗ୍ ଅୟ୍ଲି; ତାର୍ ବାଇସିର୍ ନାଉ ଜକ୍ତନ୍। 26 ଆରେକ୍ ଜଃକ୍ତନାର୍ ହୟିସି ଅଲେମଦଦ ଆର୍ ସେଲପ୍ ଆର୍ ହତସର୍ମାବତ ଆର୍ ଜେରହ 27 ଆର୍ ହଦରାମ ଆର୍ ଉସଲ୍ ଆର୍ ଦିକଲ୍ 28 ଆରେକ୍ ଅବଲ ଆର୍ ଅବିମାୟେଲ ଆର୍ ସିବା 29 ଅପିର୍,ଆର୍ ହବିଲା ଆର୍ ଜବବ, ଇ ସଃବୁ ଜଃକ୍ତନାର୍ ହଃୟ୍ସିମଃନ୍। 30 ମେସା ତଃୟ୍ହୁଣି ହୁର୍ବ୍ ଦିଗାର୍ ସପାର୍ ହର୍ବାତ୍ ହଃତେକ୍ ସେମଃନାର୍ ସଃନ୍ଦି ରିଲି। 31 ନିଜାର୍ ନିଜାର୍ ଦେସେ ସେମଃନାର୍ ବଃଉଁସ୍ ଆର୍ ବାସା ଆର୍ ଗସ୍ଟି ହଃର୍କାରେ ଇ ସଃବୁ ଲକ୍ ସେମର ହିଲାମଃନ୍।
32 ନିଜାର୍ ନିଜାର୍ ଗସ୍ଟିୟେ ସେମଃନାର୍ କୁଳ୍ବଃଉଁସ୍ ହଃର୍କାରେ ଇମଃନ୍ ନହର୍ ହିଲାମଃନାର୍ ବଃଉଁସ୍ ରିଲାୟ୍; ଆରେକ୍, ହୁର୍ତିବୁଡା ହାଣି ମାର୍ଲା ହଃଚେ ଇମଃନାର୍ ତଃୟ୍ହୁଣି ଉବ୍ଜାଣ୍ ଅୟି ବିନ୍ବିନ୍ ଗସ୍ଟି ଅୟ୍କଃରି ହୁର୍ତିବିଏ ବାଗ୍ ବାଗ୍ ଅୟ୍ଲାୟ୍।