1 ଇତାର୍ହଃଚ ମାପୁର୍ ନିଜାର୍ କଃତା କୟ୍ରିଲା ହଃର୍କାରେ ସାରାକେ ଜଃତୁନ୍ ନିଲା, ମାପୁର୍ ଜାୟ୍ରି କଃୟ୍ରିଲା, ସାରାକେ ସେରି ଗଃଟ୍ଲି। 2 ସେତାର୍ ଗିନେ ସାରା ଅବ୍ରାହାମାର୍ ବୁଡାବଃଳ୍ ଗଃର୍ବାସ୍ ଅୟି ଇସ୍ୱରାର୍ କୟ୍ରିଲା ସଃମୟ୍ ହଃର୍କାରେ ହଅ ଜଃଲମ୍ କଃଲି। 3 ସଃଡେବଃଳ୍ ଅବ୍ରାହାମ୍ ସାରାର୍ ଗର୍ବେ ହୁଣି ଜଃଲମ୍ ଅୟ୍ଲା ନିଜାର୍ ହୟ୍ସିର୍ ନାଉ ଇସାକ୍ ସଃଙ୍ଗାୟ୍ଲା। 4 ଆରେକ୍, ଅବ୍ରାହାମ୍ ଇସ୍ୱରାର୍ କୟ୍ଲା ହଃର୍କାରେ ଅଃହ୍ଣାର୍ ହଃଅ ଇସାକ୍କେ ଆଟ୍ଦିନ୍ ଅୟ୍ଲାକେ ସୁନତ୍ କଃଲା। 5 ଅବ୍ରାହାମାର୍ ସଏ ବଃର୍ସ୍ ବଃୟ୍ସେ ତାର୍ ହଃୟ୍ସି ଇସାକ୍ ଜଃଲମ୍ ଅୟ୍ଲା। 6 ସାରା କୟ୍ଲି "ଇସ୍ୱର୍ ମକେ ସଃର୍ଦା ଆର୍ ଉଲାସ୍ ଦଃୟି ଆଚେ ଇରି ସୁଣି ସଃବୁଲକ୍ ମଃର୍ ସଃଙ୍ଗ୍ ନିଚଳ୍ତି।" 7 ସେ ଆରେକ୍ କଃୟ୍ଲି, "ସାରା ହିଲାମଃନ୍କେ ଦୁଦ୍ କାଳାୟ୍ଦ୍, ଇ କଃତା ଅବ୍ରାହାମ୍କେ କେଏ କଃଉଁହାରେ? ଅୟ୍ଲେକ୍ହେଁ ମୁୟ୍ ଅଃବେ ତାର୍ ବୁଡାବଃୟ୍ସେ ହଅ ଜଃଲମ୍ କଃଲେ।"
8 ଆର୍ ହିଲା ବଃଡ୍ ଅୟ୍ଲାକ୍, ସେମଃନ୍ ତାକେ ଦୁଦ୍ ଚାଡାୟ୍; ଆରେକ୍, ଜୁଣ୍ ଦିନ୍ ଇସାକ୍କେ ଦୁଦ୍ ଚାଡାୟ୍ଲାୟ୍, ସେ ଦିନ୍ ଅବ୍ରାହାମ୍ ବଃଡ୍ ବଜି କଃଲା।
9 ଆର୍, ମିସରିୟା ହାଗାର୍ ଅବ୍ରାହାମାର୍ ଗିନେ ଜୁଣ୍ ଜୁଣ୍ ହିଲା ଜଃଲମ୍ କଃରିରିଲି, ସେ ହିଲାମଃନ୍ ଇସାକ୍କେ ଗେଙ୍ଗ୍ରାଉତାର୍ ସାରା ଦଃକ୍ଲି। 10 ଇତାର୍ଗିନେ ସାରା ଅବ୍ରାହାମ୍କେ କଃୟ୍ଲି, "ତୁଇ ଇ ଦାସିକେ ଆର୍ ଇତାର୍ ହଃୟ୍ସିକେ ବିନେକଃର୍ ; କାୟିତାକ୍ବଃଲେକ୍ ଇ ଦାସିର୍ ହୟିସି ମଃର୍ ହଃଅ ଇସାକ୍ ସଃଙ୍ଗ୍ ଉବାସିର୍ ଦଃନ୍ବିତାର୍ ଅଃଦିକାରି ଅଃଉଁ ନଃହାରେ।" 11 ଇ କଃତା ସୁଣି ଅବ୍ରାହାମ୍ ବେସି ଦୁକ୍ କଃଲା ବଃଲେକ୍ ଇସ୍ମାଇଲ୍ ହେଁ ତାର୍ ନିଜାର୍ ହୟିସି ରିଲା। 12 ସଃଡେବଃଳ୍ ଇସ୍ୱର୍ ଅବ୍ରାହାମ୍କେ କଃୟ୍ଲା, "ତୁୟ୍ ଇ ହିଲାକେ ଆର୍ ତର୍ ଦାସିର୍ ଗିନେ ଦୁକ୍ କଃର୍ ନାୟ୍; ସାରା ତକ୍ ଜାୟରି କଃଉଁଲି ତାର୍ ସେକଃତାୟ୍ ମଃନ୍ଦେସ୍ ଜୁଣତାର୍ଗିନେ ଇସାକ୍ ତଃୟ୍ ହୁଣି ତର୍ ବଃଉଁସ୍ ଡାକ୍ହୁଟା ଅୟିଦ୍। 13 ଆରେକ୍ ଇ ଦାସିର୍ ହଃୟ୍ସି ତର୍ ବଃଉଁସ୍, ଇତାର୍ଗିନେ ମୁୟ୍ ତାର୍ତଃୟ୍ ଗଟେକ୍ ଗସ୍ଟି ଉବ୍ଜାଣ୍ କଃରିନ୍ଦ୍।"
14 ଅବ୍ରାହାମ୍ ବର୍ସଃକାଳ୍ ଉଟି ରୁଟି ଆର୍ ଚାମ୍ମଃଣାୟ୍ ହାଣିବଃର୍ତି କଃରିଦଃୟ୍ ହାଗାର୍ କଃନ୍ଦେ ବଳାୟ୍କଃରି ହିଲାକେ ସଃହ୍ରିଦଃୟ୍ ତାକେ ସେଲ ଦିଲା; ତଃବେ ସେ ଜାୟ୍କଃରି ବେର୍ସେବା ନାଉଁଆର୍ ବଃଟାୟ୍ ବାଟ୍ ବାଣାଅୟ୍ଲି 15 ଆରେକ୍, ଚାମ୍ମଣାର୍ ହାଣି ସଃର୍ଲି ଗିନେ, ହାଗାର୍ ଗଟେକ୍ ବୁଟା ତଃଳେ ହିଲାକେ ଚାଡିଦିଲି। 16 ଆରେକ୍, ହାଗାର୍ ତାର୍ ଆଗେ ୧୦୦ ମିଟର୍ ଦୁରିକ୍ ଜାୟ୍ ବଃସ୍ଲି; କାୟିତାକ୍ ବଃଲେକ୍ ସେ ବାବ୍ଲି, "ହିଲାର୍ ମଃର୍ନ୍ ମୁୟ୍ ଦଃକୁ ନଃଚି ତଃବେ ସେ ବେସି କାନ୍ଦ୍ଲି।"
17 ସଃଡେବଃଳ୍ ଇସ୍ୱର୍ ସେ ହିଲାର୍ କାନ୍ଦ୍ ସୁଣ୍ଲା; ଆରେକ୍, ଇସ୍ୱରାର୍ ଦୁତ୍ ଅଃଗାସେ ହୁଣି ହାଗାର୍କେ କୁଦି କଃୟ୍ଲା, "ଏଗା ହାଗାର୍, ତର୍ କାୟିରି ଅୟ୍ଲି? ଡିର୍ ନାୟ୍; କାୟିତାକ୍ବଃଲେକ୍, ଜୁୟି ଟାଣେ ହିଲା ଆଚେ, ସେ ଟାଣେ ଇସ୍ୱର୍ ତାର୍ କାନ୍ଦ୍ଣା ସୁଣିଆଚେ। 18 ତୁୟ୍ ଟିଆ ଅୟି ହିଲାକେ ଉଟାୟ୍ ଆତେ ଦଃର୍; ମୁୟ୍ ତାର୍ ତଃୟ୍ ହୁଣି ଗଟେକ୍ ବଃଡ୍ ଗସ୍ଟି ଉବ୍ଜାଣ୍ କଃରିନ୍ଦ୍।" 19 ସଃଡେବଃଳ୍ ଇସ୍ୱର୍ ତାର୍ ଆକି ଉଗାଳ୍ଲାକେ, ସେ ହାଣିରିଲା କୁୟିଁକେ ଦଃକୁକ୍ ଦିଲା ସେତି ଜାୟ୍ ଚାମ୍ମଣାୟ୍ ହାଣି ହୁରାୟ୍ ହିଲାକେ ସୁରାୟ୍ଲି। 20 ଇତାର୍ ହଃଚେ ଇସ୍ୱର୍ ହିଲାର୍ ସଃହା ଅୟ୍ଲା, ସେ ବଃଡ୍ ଅୟ୍ଲା, ଆରେକ୍, ବଃଟାୟ୍ ରଃୟ୍ ଦଃଣୁଦଃରୁ ବାଣୁଆ ଅୟ୍ଲା। 21 ସେ ପାରଣ ନାଉଁଆର୍ ବଃଟାୟ୍ ବାସାକଃଲା; ଇତାର୍ ହଃଚେ ତାର୍ ଆୟ୍ସି ଗଃଟେକ୍ ମିସର୍ ଦେସାର୍ ଟକି ସଃଙ୍ଗ୍ ତାର୍ ବିବା କଃରାୟ୍ଲି।
22 ଇ ବେଳାୟ୍ ଅବିମେଲକ୍ ଆର୍ ପିକଲ ନାଉଁଆର୍ ତାର୍ ସେନାପତି ଅବ୍ରାହାମ୍ କଃୟ୍ଲା, "ଇସ୍ୱର୍ ତର୍ ସଃବୁ କାମେ ଉହ୍କାର୍ କଃରେଦ୍। 23 ଇତାର୍ ଗିନେ ତୁୟ୍ ମଃର୍ ଉହ୍ରେ ଆର୍ ମଃର୍ ହଅ ନାତିକେ ବିସାସେ ବିସ୍ ଦେସ୍ନାୟ୍; ଆରେକ୍ ମୁୟ୍ ଜଃନ୍କଃରି କେମା କଃରିଆଚି, ସେ ହଃର୍କାରେ ତୁୟ୍ ମଃର୍ ଉହ୍ରେ ଆର୍ ତର୍ ବାସାକଃଲା ଟାଣ୍ ଇଦେସ୍ ଉହ୍ରେ ଦଃୟା କଃର୍ସି, ମଃର୍ ଆଗେ ଇସ୍ୱରାର୍ ସାୟିପ୍ କଃରି ଇ କଃତା କଃଉ।"
24 ସେତାକ୍ ଅବ୍ରାହାମ୍ କଃୟ୍ଲା, "ମୁୟ୍ ସାୟିପ୍ କଃଲେ।"
25 ଆରେକ୍ ଅବିମେଲକାର୍ ଦାସ୍ମଃନ୍ ଅବ୍ରାହାମାର୍ ଗଟେକ୍ ହାଣି ରେତା କୁୟିଁକେ ବଃଳ୍ଦଃକାୟ୍ ଅଃଦିକାର୍ କଃରିରିଲାୟ୍, ସେତାର୍ ଗିନେ ଅବ୍ରାହାମ ଅବିମେଲକକେ ସଃବୁ କଃତା ଜାଣାୟ୍ଲା। 26 ସେତାକ୍ ଅବିମେଲକ୍ କୟ୍ଲା, "ଇ କାମ୍ କେଏ କଃଲା, ସେରି ମୁୟ୍ ଜାଣି ନଃକେରି; ଆରେକ୍, ତୁୟ୍ହେଁ ମକେ ଜାଣାୟି ନଃକେର୍ସି; ମୁୟ୍ ଆଜି ଇ କଃତା ସୁଣ୍ଲେ।" 27 ଇତାର୍ହଃଚ ଅବ୍ରାହାମ୍ ମେଣ୍ଡା ଆର୍ ଗରୁ ନଃୟ୍ ଅବିମେଲକ୍କେ ଦିଲା, ଆରେକ୍, ଦୁୟ୍ ଲକ୍ ଗଟେକ୍ ନିୟମ୍ କଃଲାୟି। 28 ଆର୍ ଅବ୍ରାହାମ୍ ମଃନ୍ଦାୟ୍ ହୁଣି ସାତ୍ଗଟ୍ ମେଣ୍ଡାହିଲାକେ ଅଃଲ୍ଗା କଃରି ସଃଙ୍ଗାୟ୍ଲା। 29 ସେତାକ୍ ଅବିମେଲକ୍ ଅବ୍ରାହାମ୍କେ ହଃଚାର୍ଲା, "ତୁୟ୍ କାୟ୍ତାର୍ଗିନେ ଇ ସାତ୍ଗଟ୍ ମେଣ୍ଡାହିଲାକେ ଅଃଲ୍ଗା କଃରି ସଃଙ୍ଗାୟ୍ଲିସ୍?"
30 ଅବ୍ରାହାମ୍ କଃୟ୍ଲା, "ମୁୟ୍ ଜେ ଇ କୁୟିଁକାଲ୍ କଃଣି ଆଚି, ସେତାର୍ ସାକି ଜାଣ୍ତାର୍ ଗିନେ ମର୍ ତଃୟ୍ ହୁଣି ଇ ସାତ୍ଗଟ୍ ମେଣ୍ଡା ନେଉଁକେ ଅୟ୍ଦ୍।" 31 ଇତାର୍ଗିନେ ସେ ଜଃଗାର୍ ନାଉ ବେର୍ସେବା ଅୟ୍ଲି, କାୟିତାକ୍ ବଃଲେକ୍ ସେ ଟାଣେ ସେ ଦୁଇ ଲକ୍ ସାୟିପ୍ କଃରି ରିଲାୟ୍।
32 ଇହର୍ ସେମଃନ୍ ବେର୍ସେବା ଚଃମେ ନିୟମ୍ କଃଲାୟି, ଅବିମେଲକ୍ ଆର୍ ପିକଲ୍ ନାଉଆର୍ ତାର୍ ସେନାପତି ଉଟି ପଲେସ୍ଟିୟ୍ ମଃନ୍କାର୍ ଦେସ୍କେ ବାଉଳି ଗଃଲାୟି। 33 ଇତାର୍ ହଃଚେ ଅବ୍ରାହାମ୍ ସେ ବେର୍ସେବା ଚଃମେ ଗଃଟେକ୍ ତଃତ୍ଳିଗଃଚ୍ ଲାଗାୟ୍ କଃରି ସେ ଜଃଗାୟ୍ ଇସ୍ୱର୍ ମାପୁରାର୍ ନାଉୟେ ପାର୍ତନା କଃଲା। 34 ଆରେକ୍,ଅବ୍ରାହାମ୍ ପଲେସ୍ଟିୟ୍ ମଃନ୍କାର୍ ଦେସେ ବେସି ଦିନ୍ ହଃତେକ୍ ବାସା କଃଲା।