1 ହୁର୍ବେ ଅବ୍ରାହାମାର୍,ସମୟେ ଜଃନ୍କଃରି କଃତାର୍ ଅୟ୍ରିଲି, ସେ ଦେସେ ଆରେକ୍ ଗଃଟ୍ତର୍ ସେହର୍ କଃତାର୍ ଅୟ୍ଲି, ଇସାକ୍ ଗଃରେ ରଃୟ୍ ପଲେସ୍ଟିୟ୍ମଃନାର୍ ରଃଜା ଅବିମେଲକାର୍ ଚଃମେ ଗଃଲା। 2 ସଃଡେବଃଳ୍ ମାପୁର୍ ତାକେ ଦର୍ସନ୍ ଦଃୟି କୟ୍ଲା, "ତୁୟ୍ ମିସର୍ ଦେସ୍କେ ଜାଆ ନାୟ୍; ମୁୟ୍ ତକେ ଜୁଣ୍ ଦେସ୍ ଦଃକାୟ୍ନ୍ଦ୍ ସେଟାଣେ ବାସ୍ କଃର୍। 3 ତୁୟ୍ ଇ ଦେସେ ବାସ୍ କଃର୍, ସେତି ମୁୟ୍ ତର୍ ସାହା ଅୟି ତଃକେ ଆସିର୍ବାଦ୍ କଃରିନ୍ଦ୍, ଆରେକ୍, ତକେ ଆର୍ ତର୍ ବଃଉଁସ୍କେ ଇ ସଃବୁ ଦେସ୍ ଦଃୟ୍ନ୍ଦ୍ ଆର୍ ତର୍ ଉବାଦି ଅବ୍ରାହାମ୍ ଚଃମେ ନିଜେ କଃଲା ସଃୟ୍ତାର୍ ନିୟମ୍ କଃରିନ୍ଦ୍। 4 ମୁୟ୍ ଅଃଗାସାର୍ ତାରା ହର୍ ତର୍ ବଃଉଁସ୍ ବାଡାୟ୍ ସେମଃନ୍କେ ଇ ସଃବୁ ଦେସ୍ ଦଃୟ୍ନ୍ଦ୍ ଆର୍ ତର୍ ବଃଉଁସ୍ ଦଃୟି ହୁର୍ତିବିୟେ ରେତା ସଃବୁ ଜାତି ଆସିର୍ବାଦ୍ ହାଉତି। 5 ମୁଁୟ୍ ତକେ ଆସିର୍ବାଦ୍ କଃରିନ୍ଦ୍ ଅବ୍ରାହାମ୍ ମଃର୍ ଆଦେସ୍, ବିଦି ଆର୍ ନିୟମ୍ ମାନିଆଚେ।"
6 ସେତାକ୍ ଇସାକ୍ ଗରାର୍ ଦେସେ ବାସ୍ କଃଲା। 7 ସେତାକ୍ ସେ ଜଃଗାର୍ ଲଃକ୍ମଃନ୍ ତାର୍ ଡକୁର୍ସିର୍ କଃତା ହଃଚାର୍ଲାକ୍, ସେ କୟ୍ଲା, " ସେ ମର୍ ବେଣି," ଜୁୟ୍ତାର୍ଗିନେ ସେ ଜଃଗାର୍ ଲଃକ୍ମଃନ୍ ରିବିକାର୍ ଲାଗି ମକେ କେଜାଣ୍ ମଃର୍ନେ ମାର୍ତି, ଇରି ବାବି ସେ ତାକେ ନିଜାର୍ ମାୟ୍ଜି ବଃଲି କଃଉଁକେ ଡିର୍ଲା; ବଃଲେକ୍ ରିବିକା ବେସି ସୁନ୍ଦୁର୍ ରିଲି। 8 ଆରେକ୍, ସେ ଜଃଗାୟ୍ ବୁତେକ୍ ଦିନ୍ ବାସା କଃଲା ହଃଚେ ଗଟ୍ଦିନ୍ ପଲେସ୍ଟିୟ୍ ରଃଜା ଅବିମେଲକ୍ ଜର୍କାବାଟ୍ ବଃଲ୍କଃରି ଦଃକ୍ଲା ଇସାକ୍ ତାର୍ ଡକୁର୍ସି ରିବିକା ସଃଙ୍ଗ୍ ମିସ୍ତିରିଲା। 9 ସେତାକ୍ ଅବିମେଲକ୍ ଇସାହାକ୍କେ କୁଦାୟ୍ କୟ୍ଲା, "ସେ ମାୟ୍ଜି ତର୍ ଡକୁର୍ଦି; ତଃବେ ତୁୟ୍ ତାକେ ନିଜାର୍ ବେଣି ବଃଲି କଃନ୍କଃରି କୟ୍ଲିସ୍?" ସଃଡେବଃଳ୍ ଇସାକ୍ କୟ୍ଲା, "ମୁୟଁ ବାବ୍ଲେ କେଜାଣ୍ ତାର୍ ଗିନେ ମର୍ ଜିବନ୍ ନଃସ୍ଟ୍ ଅୟ୍ଦ୍।" 10 ସେତାକ୍ ଅବିମେଲକ୍ କୟ୍ଲା, "ତୁୟ୍ ମର୍ସଃଙ୍ଗ୍ ଇରି କାୟି କଃତା କଃଲିସ୍? ଜୁଣ୍ଲକ୍ ହେଁ ତର୍ ଡକୁର୍ଦିସଃଙ୍ଗ୍ ବିନା ଆୟ୍ତେ ସଃଉ ହାର୍ଲାୟ୍ ହୁଣି,ସେତାର୍ଗିନେ ତୁୟ୍ ମକେ ଦସ୍ ଦିଲିସ୍ ହୁଣି।" 11 ଇତାର୍ହଃଚ ଅବିମେଲକ୍ ସଃବୁ ଲକ୍ମଃନ୍କେ ଇ ଆଦେସ୍ ଦିଲା, "ଜୁଣ୍ ଲକ୍ ସେ ମାନାୟ୍କେ କି ତାର୍ ଡକୁର୍ସିକେ ଚୁୟ୍ଲେକ୍, ତାକେ ମଃର୍ନ୍ଦଃଣ୍ଡ୍ ଦିଆଅୟ୍ଦ୍।"
12 ଇତାର୍ହଃଚ ଇସାକ୍ ସେ ଦେସେ ତାସ୍କାମ୍ କଃରି ସେ ବଃର୍ସ୍ ସଏ ଗୁଣ୍ ଲାବ୍ କଃଲା; ଆରେକ୍, ମାପୁର୍ ତାକେ ଆସିର୍ବାଦ୍ କଃଲା। 13 ଇତାର୍ଗିନେ ତାର୍ ଦଃନ୍ ବାଡୁକ୍ ଦଃର୍ଲି, ଆରେକ୍, ତାର୍ ଦଃନ୍ ବାଡ୍ଲାକେ ବେସି ଡାକ୍ହୁଟା ଅୟ୍ଲା 14 ଆର୍ ତାର୍ ମେଣ୍ଡା ଆର୍ ଗାୟ୍ଦଃନ୍, ଆରେକ୍, ଗାଦା ଗତିଦଃଙ୍ଗ୍ଳା ଦଃଙ୍ଗ୍ଳି ଅୟ୍ଲାୟ୍; ସେତାକ୍ ପଲେସ୍ଟିୟ ଲଃକ୍ମଃନ୍ ତାର୍ ତଃୟ୍ ଅଃକାର୍ ଅଃଉଁକ୍ ଦଃର୍ଲାୟ୍। 15 ଇତାର୍ଗିନେ ତାର୍ ଉବାସି ଅବ୍ରାହାମାର୍ ସଃମୟେ ତାର୍ ଉବାସିର୍ ଦାସ୍ମଃନ୍ ଜୁୟି କୁଇଁକାଲ୍ ମାରି ରିଲାୟ୍, ପଲେସ୍ଟିୟ୍ ଲଃକ୍ମଃନ୍ ମାଟି ଡାହି କଃରି ସେରି ସଃବୁ ତହ୍ଲାୟ୍।
16 ଇତାର୍ହଃଚ ଅବିମେଲକ୍ ଇସାକ୍ କେଏ କୟ୍ଲା, "ତୁୟ୍ ମଃର୍ ତଃୟ୍ହୁଣି ଜାଆ, ବଃଲେକ୍ ତୁୟ୍ ମଃର୍ ତଃୟ୍ହୁଣି ଅଃଦିକ୍ ଉଟ୍ୟା ଅୟି ଆଚ୍ସି।" 17 ସେତାକ୍ ଇସାକ୍ ସେ ଜଃଗାୟ୍ ହୁଣି ଜାୟ୍କଃରି ଗରାର୍ ଦେସାର୍ ଡଙ୍ଗୁର୍ ତଃଳେ ତୁମ୍ ବାନ୍ଦି ସେଟାଣେ ବାସ୍ କଃଲା। 18 ଆରେକ୍, ଅଃହ୍ଣାର୍ ଉବାସି ଅବ୍ରାହାମାର୍ ସଃମୟେ କଃଣ୍ଲା ଜୁଣ୍ଜୁଣ୍ ହାଣିରେତା କୁଇଁ ଅବ୍ରାହାମାର୍ ମଃର୍ନ୍ ହଃଚେ ପଲେସ୍ଟିୟ୍ମଃନ୍ ତହିରିଲାୟ୍, ସେ ସଃବୁ ଇସାକ୍ ଆରେଗଟ୍ତର୍ କଃଣି ଅହ୍ଣାର୍ ଉବାସିର୍ ନାଉ ଆରେକ୍ ଦିଲା।
19 ଆରେକ୍ ଇସାକାର୍ ଦାସ୍ମଃନ୍ ଗେରାର୍ ଆଟାଳେ କୁୟ୍ଁକାଲ୍ ମାରି ହାଣି ବାରାଉତା କୁୟିଁ ମିଳାୟ୍ଲାୟ୍। 20 ସେତାକ୍ ଗରାର୍ ଦେସାର୍ ହସୁ ଗଃଉଳିୟାମଃନ୍ ଇସାହାକାର୍ ହସୁ ଗଃଉଳିୟା ମଃନ୍କାର୍ ସଃଙ୍ଗ୍ ଗଃଣ୍ଡ୍ଗଳ୍କଃରି କୟ୍ଲାୟ୍, "ଇ ହାଣି ଅଃମାର୍," ଇତାର୍ ଗିନେ ଇସାକ୍ ସେ କୁୟିଁର୍ ନାଉ "ଏସକ୍" ବଃଲେକ୍ ଗଃଣ୍ଡ୍ଗଳ୍ ସଂଗାୟ୍ଲା, ଜୁୟ୍ତାର୍ଗିନେ ସେମଃନ୍ ତାକାର୍ ସଃଙ୍ଗ୍ ଗଃଣ୍ଡ୍ଗଳ୍ କଃଲାୟି। 21 ଇତାର୍ ହଃଚେ ଇସାକାର୍ ଦାସ୍ମଃନ୍ ଆରେକ୍ ଗଃଟେକ୍ କୁୟିଁ କଃଣ୍ଲାୟ୍, ସେମଃନ୍ ସେତାର୍ଗିନେ ହେଁ ଗଃଣ୍ଡ୍ଗଳ୍ କଃଲାୟି; ତଃବେ ଇସାକ୍ ସେତିର୍ ନାଉ "ସିଟ୍ନା" ବଃଲେକ୍ ବିରଦି ସଂଗାୟ୍ଲା। 22 ଆରେକ୍, ଇସାକ୍ ସେତିହୁଣି ବାରାୟ୍ ଜାୟ୍ ଆରେଗଟେକ୍ ବିନ୍ କୁଇଁ କଃଣ୍ଲା। ସେତି ସେମଃନ୍ ଗଣ୍ଡ୍ଗଳ୍ ନଃକେଲାୟ୍ ସେତିର୍ ନାଉ ରହବତ୍ ବଃଲେକ୍ ଅଃସାର୍ ଜଃଗା ସଃଙ୍ଗାୟ୍ଲା; କାୟିତାକ୍ ବଃଲେକ୍ ସେ କୟ୍ଲା, "ଅଃବେ ମାପୁର୍ ଅଃମିକେ ଜଃଗା ଦିଲା, ଅଃମିମଃନ୍ ଦେସେ ଡାକ୍ ହୁଟୁନ୍ଦ୍।"
23 ଇତାର୍ହଃଚ ସେ ସେଟାଣେ ହୁଣି ବେର୍ସେବାକେ ଗଃଲା। 24 ସେ ରାତିବଃଳ୍ ମାପୁର୍ ତାକ୍ ଦଃକାୟ୍ଅୟ୍ କଃୟ୍ଲା,"ମୁୟ୍ ତର୍ ଉବାଦି ଅବ୍ରାହାମାର୍ ଇସ୍ୱର୍; ଡିର୍ ନାୟ୍, କାୟିତାକ୍ବଃଲେକ୍ ମୁୟ୍ ନିଜାର୍ ଦାସ୍ ଅବ୍ରାହାମାର୍ ଗିନେ ତର୍ ସଃହା ଅୟିଆଚି ଆର୍ ତକେ ଆସିର୍ବାଦ୍ କଃରି ତର୍ ବଃଉଁସ୍ ବାଡାୟିନ୍ଦ୍।" 25 ଇତାର୍ ହଃଚେ ଇସାକ୍ ସେଟାଣେ ବେଦି ହାଜି କଃରି ମାପୁରାର୍ ନାଉଁଏ ପାର୍ତାନା କଃଲା। ଇତାର୍ହଃଚ ସେ ସେତି ତୁମ୍ ବାନ୍ଦ୍ଲା, ତାର୍ ଦାସ୍ମଃନ୍ ଗଃଟେକ୍ କୁଇଁ ମାର୍ଲାୟ୍।
26 ଇତାର୍ହଃଚ ଅବିମେଲକ୍ ଅହୁସତ୍ ନାଉଁଆର୍ ଅଃହ୍ଣାର୍ ମିତ୍ରକେ ଆର୍ ପିକଲ୍ ନାଉଁଆର୍ ସେନାପତିକେ ସଃଙ୍ଗେ ନଃୟ୍ ଗରାର୍ ଦେସେ ହୁଣି ଇସାକାର୍ ଚଃମେ ଗଃଲା। 27 ସେତାକ୍ ଇସାକ୍ ସେମଃନ୍କେ କଃୟ୍ଲା, "ତୁମିମଃନ୍ତ ମକେ ନିକନାୟ୍ ବଃଲୁଲାସ୍, ଆରେକ୍, ତୁମାର୍ ତଃୟ୍ହୁଣି ମକେ ଦୁର୍ କଃଲାସ୍, ଅଃବେ ମଃର୍ ଚଃମେ କାୟିତାକ୍ ଆସିଆଚାସ୍?" 28 ସେତାକ୍ ସେମଃନ୍ ଉତୁର୍ ଦିଲାୟ୍, "ମାପୁର୍ ତର୍ ସଃହା ଆଚ୍ତି, ଇରି ଅଃମିମଃନ୍ ନିକ କଃରି ଜାଣ୍ଲୁ; ଇତାର୍ଗିନେ କୟିଲେ, ଅଃମାର୍ ବିତ୍ରେ ଗଟେକ୍ ସାୟିପ୍ ରେଉଅ ଆର୍ ମର୍ ସଃଙ୍ଗ୍ ତର୍ ଗଟେକ୍ ନିୟମ୍ ଅଃଉଅ; 29 ଅଃମିମଃନ୍ ଜଃନ୍କଃରି ତୁମିକେ କଃସ୍ଟ ନଃଦିଲୁ ଜଃନ୍କଃରି ସାନ୍ତିଏ ସେଲ ଦିଲୁ ସେନ୍କଃରି ଅଃମିକେ ହେଁ ବିରଦ୍ କଃର୍ନାୟ୍; ତୁୟ୍ତ ଇସ୍ୱରାର୍ ଆସିର୍ବାଦ୍ ହାୟ୍ଲା ଲକ୍।" 30 ସେଡେବଃଳ୍ ଇସାକ୍ ସେମଃନାର୍ ହାଁୟ୍ କାଦି ରାନ୍ଦ୍ଲା, ଆର୍ ସେମଃନ୍ କାୟ୍ଲାୟ୍। 31 ଇତାର୍ହଃଚ ସେମଃନ୍ ବେଗି ସଃକାଳିୟା ଉଟି ତାକାର୍ବିତ୍ରେ ସାୟିପ୍ କଃଲାୟି। ଆରେକ୍, ଇସାକ୍ ସେମଃନ୍କେ ସେଲ ଦିଲା, ସେମଃନ୍ ସାନ୍ତିଏ ତାର୍ ତଃୟ୍ ହୁଣି ବାରାୟ୍ ଗଃଲାୟି।
32 ସେଦିନ୍ ଇସାହାକାର୍ ଦାସ୍ମଃନ୍ ଆସି ନିଜାର୍ ନିଜାର୍ କଃଣ୍ଲା କୁଇଁର୍ କଃତା ଜାଣାୟି କଃରି ତାକ୍ କୟ୍ଲାୟ୍, "ଅଃମିମଃନ୍ ହାଣି ମିଳାୟ୍ ଆଚୁ।" 33 ଇତାର୍ଗିନେ ସେ କୁଇଁର୍ ନାଉ ସେବା ସଃଙ୍ଗାୟ୍ଲା, ଆରେକ୍, ଆଜି ହଃତେକ୍ ସେ ଜଃଗାର୍ ଗଃଳ୍ ବେର୍ସେବା ନାଉଁଏ ଡାକ୍ହୁଟା ଅୟିଆଚେ। 34 ଇତାର୍ହଃଚ ଏସାଉ ଚାଲିସ୍ ବଃର୍ସ୍ ବଃୟ୍ସେ ହିତିୟ ବେରିର୍ ଜିହୁଦିତ୍ ନାଉଁଆର୍ ଟକିକେ ଆର୍ ହିତିୟ ଏଲନର ବାସ୍ମତ୍ ନାଉଁଆର୍ ଟକିକେ ବିବାକଃଲା। 35 ମଃତର୍ ସେମଃନ୍ ଇସାକ୍ ଆର୍ ରିବିକାର୍ ହାୟ୍ଁ ଦୁକାର୍ ବିସୟ୍ ଅୟ୍ଲାୟ୍।