1 ଆଦମାର୍ ବଉଁସାର୍ ଲକ୍ମଃନାର୍ ଟିକି; ଜୁଣ୍ ଦିନ୍ ଇସ୍ୱର୍ ମାନାୟ୍କେ ଉବ୍ଜାଣ୍ କଃଲା, ସେ ଦିନ୍ ଇସ୍ୱର୍ ନିଜାର୍ ରୁହ୍ ହର୍ ତାକେ ହାଜ୍ଲା; 2 ଅଃଣ୍ଡ୍ରା ଆର୍ ମାୟିଜି କଃରି ସେମଃନ୍କେ ତିଆର୍ କଃଲା; ସେମଃନ୍ ଉବ୍ଜାଣ୍ ଅୟ୍ଲା ଦିନ୍ ସେମଃନ୍କେ ଆସିର୍ବାଦ୍ କଃରି ଆଦମ୍ ନାଉ ଦିଲା। 3 ଆଦମ୍ ସଏ ତିରିସ୍ ବଃର୍ସ୍ ବଃୟ୍ସେ ଅଃହ୍ଣାର୍ ରୁହ୍ ହର୍ ଆର୍ ନିଜାର୍ ମୁର୍ତିୟେ ଗଃଟେକ୍ ହୟ୍ସିକେ ଜଃନମ୍ କଃରି ତାର୍ ନାଉ ସେତ ଦିଲା। 4 ସେତ ଜଃଲମ୍ ଅୟ୍ଲା ହଃଚେ ଆଦମ୍ ଆଟ୍ସ ବଃର୍ସ୍ ବାଚି ଆରେକ୍ ହଃୟ୍ସି ଜିସିମଃନ୍କେ ଜଃଲମ୍ କଃଲା। 5 ଆଦମାର୍ ବଃୟିସ୍ ନଅସଅ ତିରିସ୍ ବର୍ସ୍ ରିଲି; ତଃବେ ସେ ମଃଲା।
6 ସେତ ସଏହାଞ୍ଚ୍ ବଃର୍ସ୍ ବଃୟ୍ସେ ଇନସ୍କେ ଜଃଲମ୍ କଃଲା; 7 ଇନସାର୍ ଜଃଲମ୍ ଅୟ୍ଲା ହଃଚେ ସେତ ଆଟ୍ସ ସାତ୍ ବଃର୍ସ୍ ବାଚି ଆରେକ୍ ହଃୟ୍ସି ଜିସି ମଃନ୍କେ ଜଃଲମ୍ କଃଲା। 8 ସେତର୍ ବଃୟ୍ସ୍ ନଅସଅ ବାର ବର୍ସ୍ ରିଲି; ତଃବେ ସେ ମଃଲା। 9 ଇନସ୍ ନବେ ବଃର୍ସ୍ ବଃୟ୍ସେ କୟ୍ନାନ୍କେ ଜଃଲମ୍ କଃଲା; 10 ଆରେକ୍ କୟ୍ନାନ୍ ଜଃଲମ୍ ହଃଚେ ସେ ଆଟ୍ସ ହନ୍ଦର ବଃର୍ସ୍ ବାଚି ଆରେକ୍ ହଃୟ୍ସି ଜିସି ମଃନ୍କେ ଜଃଲମ୍ କଃଲା। 11 ଇନସାର୍ ବଃୟ୍ସ୍ ନଅସଅ ହାଞ୍ଚ୍ ବଃର୍ସ୍ ରିଲି; ତଃବେ ସେ ମଃଲା। 12 କୟ୍ନାନ୍ ସତୁରି ବଃର୍ସ୍ ବଃୟ୍ସେ ମହଲେଲ୍କେ ଜାତ୍ କଃଲା; 13 ମହଲେଲ୍ ଜଃଲମ୍ ଅୟ୍ଲା ହଃଚେ ସେ ଆଟ୍ସ ଚାଲିସ୍ ବଃର୍ସ୍ ବାଚି ଆରେକ୍ ହଃୟ୍ସି ଜିସି ମଃନ୍କେ ଜଃଲମ୍ କଃଲା; 14 ଆରେକ୍ କୟ୍ନାନ୍ ବଃୟ୍ସ୍ ନଅସଃଅ ଦଃସ୍ ବଃର୍ସ୍ ରିଲି; ତଃବେ ସେ ମଃଲା।
15 ମହଲେଲ୍ ସାଟେ ହାଞ୍ଚ୍ ବଃର୍ସ୍ ବଃୟ୍ସେ ଜେରଦ୍କେ ଜଃଲମ୍ କଃଲା; 16 ଜେରଦ୍ ଜଃଲମ୍ ଅୟ୍ଲା ହଃଚେ ସେ ଆଟ୍ସ ତିରିସ୍ ବଃର୍ସ୍ ବାଚି ଆରେକ୍ ହୟିସି ଜିସି ମଃନ୍କେ ଜଃଲମ୍ କଃଲା; 17 ମହଲଲେଲାର୍ ବଃୟ୍ସ୍ ଆଟ୍ସ ନବେ ହାଞ୍ଚ୍ ବଃର୍ସ୍ ରିଲି; ତଃବେ ସେ ମଃଲା।
18 ଜେରଦ୍ ସୟେ ସାଟେ ଦୁଇ ବଃର୍ସ୍ ବଃୟ୍ସେ ହନକକେ ଜଃଲମ୍ କଃଲା; 19 ହନକାର୍ ଜଃଲମ୍ ହଃଚେ ସେ ଆଟ୍ସ ବଃର୍ସ୍ ବାଚି ଆରେକ୍ ହଃୟ୍ସି ଜିସି ମଃନ୍କେ ଜଃଲମ୍ କଃଲା 20 ଜେରଦାର୍ ବଃୟ୍ସ୍ ନଅସଅ ସାଟେ ଦୁଇ ବଃର୍ସ୍ ରିଲି; ତଃବେ ସେ ମଃଲା।
21 ହନକ ସାଟେ ହାଞ୍ଚ୍ ବଃର୍ସ୍ ବଃୟ୍ସେ ମତୁସେଲ୍କେ ଜଃଲମ୍ କଃଲା; 22 ମତୁସେଲର୍ ଜଃଲମ୍ ହଃଚେ ହନକ ତିନିସଅ ବଃର୍ସ୍ ହଃତେକ୍ ଇସ୍ୱରାର୍ ସଃଙ୍ଗ୍ ଜାଆ ଆସ୍ କଃଲା, ଆରେକ୍ ସେ ହଃୟ୍ସି ଜିସିମଃନ୍କେ ଜଃଲମ୍ କଃଲା; 23 ହନକାର୍ ବଃୟ୍ସ୍ ତିନିସଅ ସାଟେ ହାଞ୍ଚ୍ ବଃର୍ସ୍ ରିଲି; 24 ହନକ ଇସ୍ୱରାର୍ ସଃଙ୍ଗ୍ ଚାଲାବୁଲା କଃଲା; ଆରେକ୍ ସେ ମଃୟାଁ ଆୟ୍ଲା; ମାପୁର୍ ତାକେ ନିଲା;
25 ମତୁସେଲ ସଏ ଅସେ ସାତ୍ ବଃର୍ସ୍ ବଃୟ୍ସେ ଲେମକ୍କେ ଜଃଲମ୍ କଃଲା; 26 ଲେମକାର୍ ଜଃଲମ୍ ହଃଚେ ମତୁସେଲ ସାତ୍ସଅ ଅସେ ଦୁଇ ବଃର୍ସ୍ ବାଚି ଆରେକ୍ ହଃୟ୍ସି ଜିସିମଃନ୍କେ ଜଃଲମ୍ କଃଲା; 27 ମତୁସେଲର୍ ବଃୟ୍ସ୍ ନଅସଅ ସାଟେ ନଅ ବଃର୍ସ୍ ରିଲି; ତଃବେ ସେ ମଃଲା।
28 ଲେମକ ସଏ ଅସେ ଦୁଇ ବଃର୍ସ୍ ବଃଳ୍ ଗଃଟେକ୍ ହଃୟ୍ସିକେ ଜଃଲମ୍ କଃଲା, 29 ଆର୍ ତାର୍ ନାଉ ନହ ଦିଲା, ସେତାର୍ ଗିନେ ସେ କୟ୍ଲା, "ଜିଅବା ତଃୟ୍ ସାୟିପ୍ ହାୟ୍ଲା ବୁୟେଁ ଅଃମିମଃନାର୍ କଃସ୍ଟ ଆର୍ ଦୁକାର୍ ଗିନେ ଇ ମାନାୟ୍ ଅଃମାର୍ ଦୁକ୍ ହାସ୍ରାୟଦ୍।" 30 ନହର୍ ଜଃଲମ୍ ହଃଚେ ଲେମକ୍ ହାଞ୍ଚ୍ସଅ ନବେ ହାଞ୍ଚ୍ ବଃର୍ସ୍ ବାଚି ଆରେକ୍ ହଃୟ୍ସି ଜିସି ମଃନ୍କେ ଜଃଲମ୍ କଃଲା; 31 ତାର୍ ବଃୟ୍ସ୍ ସଃବୁ ମିସି ସାତ୍ସଅ ସତୁରି ସାତ୍ ବଃର୍ସ୍ ରିଲି; ତଃବେ ସେ ମଃଲା।
32 ଆରେକ୍ ନହକେ ହାଞ୍ଚ୍ସ ବଃର୍ସ୍ ଅୟିଲି; ଆରେକ୍ ନହ, ସେମ ଆର୍ ହାମ ଆର୍ ଜେପତ୍କେ ଜଃଲମ୍ କଃଲା।