1 ସେ ସଃବୁ ଗଃଟ୍ଣା ହଃଚେ ଗଟେ ଲକ୍ ଜସେପ୍କେ କବୁର୍ କୟ୍ଲା; ଦଃକ୍ ତର୍ ଉବାଦି ମଃଳୁହଃଳି ଆଚେ; ସେତାକେ ସେ ନିଜାର୍ ଜଳେକ୍ ହୟିସି ମନସି ଆର୍ ଇପ୍ରୟିମ୍କେ ମିସ୍ଣେ ନଃୟ୍ଗଃଲା। 2 ସଃଡେବଃଳ୍ ଗଟ୍ଲକ୍ ଜାକୁବକେ କୟ୍ଲା, ଦଃକ୍ ତର୍ ହୟ୍ଦି ତର୍ ହାକ୍ ଆୟ୍ଲା ଆଚେ; ସେତାକେ ଜାକୁବ ନିଜେ ବଃଳ୍ଦଃକାୟ୍ ସେ ସୟ୍ରିଲାତଃୟ୍ହୁଣି ଉଟି ବଃସ୍ଲା। 3 ଇତାର୍ହଃଚ ଜାକୁବ ଜସେପ୍କେ କୟ୍ଲା କିଣାନ୍ ଦେସେ ଲୁସ୍ ନାଉଁଆର୍ ଟାଣେ ସଃବ୍କେ ଉଟ୍ୟା ସଃକ୍ତିମାନ୍ ଇସ୍ୱର୍ ମକେ ଦଃକାୟ୍ଅୟ୍ ଆସିର୍ବାଦ୍ କଃରି କୟ୍ରିଲା। 4 ଦଃକ୍ ତକେ ବେସି ବେଲି ଆର୍ ଅଃନେକ୍ ବଃଉଁସ୍ କଃରିନ୍ଦ୍ ଆର୍ ତର୍ ତୟ୍ହୁଣି ନାନା ଗସ୍ଟି କଃରିନ୍ଦ୍ ଆରେକ୍ ତର୍ ଆସୁଲା ବଃଉଁସ୍କେ ଜୁଗେଜୁଗେ ଅଃଦିକାର୍ ହାଁୟ୍ ଇ ଦେସ୍ ଦଃୟ୍ନ୍ଦ୍।
5 ଇତାର୍ ଗିନେ ମିସର୍ ଦେସେ ତର୍ ହାକ୍ ମୁଁୟ୍ ଆସ୍ତା ହୁର୍ବେ ତର୍ ଜୁୟି ଦୁଇ ହୟ୍ଦି ମିସର୍ ଦେସେ ଜଃଲମ୍ ଅୟ୍ରିଲାୟ୍, ସେମଃନ୍ ମର୍ ଅଃଉତି; ରୁବେନ୍ ଆର୍ ସିମିୟନ୍ ହର୍ ଇପ୍ରୟମ୍ ଆର୍ ମନସି ମର୍ ଅଃଉତି। 6 ଆରେକ୍ ଇମଃନାର୍ ହଃଚେ ତର୍ ଜୁୟି ହିଲା ଜାତ୍ ଅଃଉତି, ସେମଃନ୍ ତର୍ ଅଃଉତି ଆର୍ ବଃଡ୍ ବାୟ୍ମଃନାର୍ ନାଉଁଏ ନିଜାର୍ ଅଃଦିକାରେ ନାଉ ହୁଟା ଅଃଉତି। 7 ପଦନ୍ ଆରାମ୍ତଃୟ୍ହୁଣି କିଣାନ୍ ଦେସେ ମର୍ ଆସ୍ତା ବଃଳ୍ ଇପ୍ରାତା ତଃୟ୍ ହଚୁକେ କଃଣ୍ଡେକ୍ ଦୁରି ବାକି ରିଲି ରାହେଲ୍ ବାଟେ ମର୍ ଲଃଗେ ମଃଲି; ସେତାକେ ସେତି ଇପ୍ରାତାୟ୍ ବଃଲେକ୍ ବେତ୍ଲିହିମ୍ ବାଟ୍ ଚଃମେ ତାକେ ତହ୍ଲେ।
8 ଇତାର୍ହଃଚ ଜାକୁବ ଜସେପାର୍ ହୟ୍ସିମଃନ୍କେ ଦଃକି ହଃଚାର୍ଲା ଏମଃନ୍ କେଏ? 9 ସେତାକେ ଜସେପ୍ ଉବାସିକେ କୟ୍ଲା, ଏମଃନ୍ ମର୍ ହିଲାମଃନ୍ ଇସ୍ୱର୍ ଇମଃନ୍କେ ଇ ଦେସେ ମକେ ଦଃୟି ଆଚେ। ତଃବେ ଜାକୁବ କୟ୍ଲା, "ଗଃଉଆରି କଃରୁଲେ, ଇମଃନ୍କେ ମର୍ ହାକ୍ ଆଣା, ମୁୟ୍ ଇମଃନ୍କେ ଆସିର୍ବାଦ୍ କଃରିନ୍ଦ୍।" 10 ସଃଡେବଃଳ୍ ଜାକୁବ ବୁଡା ବଃୟ୍ସ୍ ଅୟ୍ଲାକେ ଆକି ଡିସା ନଃଗେଲାକେ ନିକକଃରି ଦଃକୁ ନଃହାର୍ଲା। ସେତାକେ ଜସେପ୍ ତାର୍ ତଃୟ୍ ସେମଃନ୍କେ ଆଣି ଦିଲାକେ , ସେମଃନ୍କେ ହଃଟଳି ଚୁମ୍ଲା। 11 ଆରେକ୍, ଜାକୁବ ଜସେପ୍କେ କୟ୍ଲା, ମୁଁୟ୍ ବାବିରିଲେ ତର୍ ମୁଉ ଆର୍ ଦଃକୁ ନଃହାରି; ମଃତର୍ ଦଃକ୍, ଇସ୍ୱର୍ ତର୍ ବଃଉଁସ୍ ହେଁ ମକେ ଦଃକାଇଲା। 12 ସେତାକେ ଜସେପ୍ ଉବାସିର୍ ଦୁଇ ଜଃଙ୍ଗେ ହୁଣି ସେମଃନ୍କେ ନଃୟ୍ ନିଜେ ବୁୟେଁ ଡୁଳି ଜୁଆର୍ କଃଲା।
13 ଜସେପ୍ ସେ ଦୁଇ ଲକେ ନଃୟ୍ ନିଜାର୍ କାତା ଆତେ ଇପ୍ରୟିମ୍କେ ଦଃରି ଜାକୁବର୍ ଡେବ୍ରିବାଟ୍ ଆର୍ ଡେବ୍ରି ଆତେ ମନସିକେ ଦଃରି ଜାକୁବର୍ କାତାବାଟ୍ ଟିଆ କଃରାଇଲା। 14 ସେତାକେ ଜାକୁବ ନିଜାର୍ କାତା ଆତ୍ ଲାମାୟ୍ ସାନ୍ ଇପ୍ରୟିମ୍ ମୁଣ୍ଡ୍ ଉହ୍ରେ ଆତ୍ ସଃଙ୍ଗାୟ୍ଲା, ଆର୍ ମନସିର୍ ମୁଣ୍ଡ୍ ଉହ୍ରେ ଡେବ୍ରି ଆତ୍ ସଃଙ୍ଗାୟ୍ଲା ସେ ମଃନ୍ ବାବ୍ନା କଃରି ନିଜାର୍ ଆତ୍ ଇରଃକମ୍ ଚାଲାୟ୍ଲା; କାୟିତାକ୍ବଃଲେକ୍ ମନସି ହଃର୍ତୁ ଜାତ୍ ଅୟି ରିଲା। 15 ଜସେପ୍କେ ଆସିର୍ବାଦ୍ କଃରି କୟ୍ଲା, ଜୁୟି ଇସ୍ୱରାର୍ ଚଃମେ ମର୍ ହୁର୍ବାର୍ ଦାଦିବାବୁମଃନ୍ ଅବ୍ରାହାମ୍ ଆର୍ ଇସାକ୍ ଚାଲାବୁଲା କଃରି ରିଲାୟ୍, ଜୁଇ ଇସ୍ୱର୍ ଜଃଲମେହୁଣି ଆଜି ହଃତେକ୍ ମକେ ହାଳ୍ହସ୍ କଃରି ଆଚେ, 16 ଜୁୟି ଦୁତ୍ ସଃବୁ ରଃକମ୍ ବିବ୍ତି ତଃୟ୍ ହୁଣି ମୁକ୍ଳାୟ୍ ଆଚେ, ସେ ଇ ହିଲାମଃନ୍କେ ଆସିର୍ବାଦ୍ କଃର; ଏମଃନ୍ ମର୍ ନାଉଁଏ ଆର୍ ମର୍ ହୁର୍ବାର୍ ଦାଦିବାବୁ ଅବ୍ରାହାମ୍ ଇସାକ୍ ନାଉଁଏ ନାଉ ହୁଟା ଅଃଉଅତ୍ , ଆର୍ ଏମଃନ୍ ଦେସ୍ ବିତ୍ରେ ଲକ୍ ବାଡି ଅଲେକାର୍ ଅଃଉଅତ୍। 17 ସଃଡେବଃଳ୍ ଇପ୍ରୟମାର୍ ମୁଣ୍ଡେ ଉବାସିର୍ କାତା ଆତ୍ ସଃଙ୍ଗାୟ୍ ଜସେପ୍ ମଃନ୍ ଦୁକ୍ କଃଲା; ଇତାର୍ଗିନେ ଇପ୍ରୟ୍ମାର୍ ମୁଣ୍ଡେହୁଣି ମନସିର୍ ମୁଣ୍ଡେ ସେରି ସଃଙ୍ଗାଉଁକେ ଉବାସିର୍ ଆତ୍ ଉଟାୟ୍ କୟ୍ଲା, 18 "ଉବା ଇତଃନ୍ ନୟ୍, ଏମାନାୟ୍ ବଃଡ୍, ଇତାର୍ ମୁଣ୍ଡେ କାତା ଆତ୍ ସଃଙ୍ଗାଉ।"
19 ମଃତର୍ ତାର୍ ଉବାସି ମଃନ୍ ନଃକେରି କୟ୍ଲା, ଏ ହଅ, ସେରି ମୁଁୟ୍ ଜାଣି; ସେ ହେଁ ଗଟ୍ ଗସ୍ଟି ଅୟ୍ଦ୍ ଆର୍ ସେହେଁ ନାଉ ହୁଟା ଅୟ୍ଦ୍; ମଃତର୍ ତାର୍ ସାନ୍ ବାୟ୍ସି ତାର୍ ତଃୟ୍ହୁଣି ଅଃଦିକ୍ ନାଉ ହୁଟା ଅୟ୍ଦ୍ ଆର୍ ତାର୍ ବଃଉଁସ୍ ଅଲେକାର୍ ବଃଡ୍ ଗସ୍ଟି ଅୟ୍ଦ୍।
20 ସେଦିନ୍ ସେ ଆସିର୍ବାଦ୍ କଃରି କୟ୍ଲା, "ଇସ୍ରାଏଲ୍ ବଃଉଁସ୍ ଆସିର୍ବାଦ୍ କଃର୍ତା ବଃଳ୍ ତୁମିମଃନାର୍ ନାଉ ଦଃରି କୟ୍ଦ୍, ଇସ୍ୱର୍ ତୁମିକେ ଇପ୍ରୟିମ୍ ଆର୍ ମନସି ହର୍ କଃର।" ଇ ହଃର୍କାରେ ଜାକୁବ ମନସି ତଃୟ୍ହୁଣି ଇପ୍ରୟିମ୍କେ ଆଗେ କଃଲା।
21 ଆର୍ ଜାକୁବ ଜସେପ୍କେ କୟ୍ଲା, ଦଃକ୍ ମୁଁୟ୍ ମଃରୁଲେ; ମଃତର୍ ଇସ୍ୱର୍ ତୁମିମଃନାର୍ ସଃଙ୍ଗ୍ ରଃୟ୍ଦ୍ ଆର୍ ତୁମିକେ ଆରେକ୍ ଦାଦିବାବୁର୍ ଦେସେ ନଃୟ୍ଦ୍ 22 ମୁଁୟ୍ କଃଣ୍ଡା ଆର୍ ଦଃଣୁ ସଃଙ୍ଗ୍ ଇମରିୟମଃନାର୍ ଆତେହୁଣି ଜୁୟି ବାଗ୍ ହାୟ୍ଁ ଆଚି, ତୁମାର୍ ବାୟ୍ଦିମଃନାର୍ ତଃୟ୍ ହୁଣି ଅଃଦିକ୍ ବାଗ୍ ତକେ ଦିଲେ।