1 ସାରା ସୟେ କଳେସାତ୍ ବଃର୍ସ୍ ବାଚ୍ଲି। 2 ଇତାର୍ ହଃଚେ ସାରା କିଣାନ୍ ଦେସେ ରେତା ସବୁଲୁନ୍ ତଃୟ୍ ମଃଲି। ଅବ୍ରାହାମ୍ ସାରାର୍ ଗିନେ ଦୁକ୍କଃରି କାନ୍ଦ୍ଲା।
3 ଇତାର୍ ହଃଚେ ଅବ୍ରାହାମ୍ ଅଃହ୍ଣାର୍ ମଃଲା ଡକୁର୍ସି ଚଃମେ ହୁଣି ଉଟିଜାୟ୍ ହେତର୍ ହିଲାମଃନକେ କଃୟ୍ଲା, 4 "ମୁୟ୍ ତୁମି ମଃନ୍କାର୍ ହାକ୍ ବିଦେସି ଆର୍ ହଃର୍ବାସି; ତୁମିମଃନ୍କାର୍ ତଃୟ୍ ମକେ ମଃସୁଣେ କଃଣ୍ଡେକ୍ ଜଃଗା ଗେନୁକେ ଅଃଦିକାର୍ ଦିଆ, ସେତି ମୁୟ୍ ମଃର୍ ମଃଲା ମାୟ୍ଜିକେ ତହିନ୍ଦ୍।"
5 ସେତାକେ ହେତର୍ ହିଲାମଃନ୍ ଅବ୍ରାହାମ୍କେ ଉତୁର୍ ଦଃୟି କଃୟ୍ଲାୟ୍, 6 "ଏ ବାୟ୍ ଅଃମିମଃନ୍କାର୍ କଃତା ସୁଣ୍;ତୁୟ୍ ଅଃମାର୍ ବିତ୍ରେ ବଃଡ୍ସଃକ୍ତିର୍ ରଃଜା ଅୟି ଆଚ୍ସି; ଅଃବେ ଅଃମିମଃନ୍କାର୍ ନିକ ମଃସୁଣ୍ ବିତ୍ରେ ନିଜାର୍ ମଃଲା ଡକୁର୍ଦିକେ ତହ୍; ଅଃମାର୍ ବିତ୍ରେ କେହେଁ ନିଜାର୍ ମଃସ୍ଣେ ତର୍ ମଃଲା ଡକୁର୍ଦିକେ ତହୁକେ ମଃନା କଃରୁନାହାରୁ।"
7 ସଃଡେବଃଳ୍ ଅବ୍ରାହାମ୍ ଟିଆ ଅୟି ହେତର୍ ହିଲାମଃନ୍କେ ଜୁଆର୍ କଃଲା। 8 ଆରେକ୍ ଅବ୍ରାହାମ୍ କଃୟ୍ଲା, "ମର୍ ଆକିର୍ ଦୁରିକେ ମଃର୍ ମଃଲା ମାୟ୍ଜିକେ କାଲେ ତହୁକେ ଅଃଉଁହାରେ ତୁମିମଃନ୍କାର୍ ମଃନ୍ଅୟ୍ଲି, ତଃବେ ମଃର୍ କଃତା ସୁଣା; ତୁମିମଃନ୍ ମଃର୍ଗିନେ ସହରର୍ ହଃୟ୍ସି ଇପ୍ରଣ ଚଃମେ ଗଃଉଆରି କଃରା। 9 ସେ ତୁମିମଃନ୍କାର୍ ବିତ୍ରେ ମଃର୍ ତହ୍ତା କାଲାର୍ ଗିନେ ମକ୍ପେଲାର୍ ହଃଦାର୍ ରେତା କାଲ୍ ମକେ ବିକତ୍; ଜଃତେକ୍ ଡାବୁ ଅୟିଦ୍, ନଃୟ୍ ଦିଆସ୍।"
10 ସଃଡେବଃଳ୍ ଇପ୍ରଣ ହେତର୍ ହିଲାମଃନ୍କାର୍ ବିତ୍ରେ ବଃସିରିଲା; ସେତାକ୍, ହେତିୟ ଇପ୍ରଣ ଅଃହ୍ଣାର୍ ଗଃଳ୍-ବାଟ୍ଦୁଆରେ ଗଃଲା ସଃବୁ ହେତର୍ ହିଲାମଃନ୍କାର୍ ଜାଣ୍ତେ ଅବ୍ରାହାମ୍କେ ଉତୁର୍ ଦିଲା, 11 ମର୍ କଃତା ସୁଣ୍, ମୁୟିଁ ତକେ ସେ ଜଃଗା ଆର୍ ସେତି ରିଲା କାଲ୍ ଦିଲେ; ମୁୟ୍ ନିଜାର୍ ବଃଉଁସାର୍ ହିଲାମଃନ୍କାର୍ ଜାଣତେ ସେରି ତକେ ଦିଲେ, ତୁୟ୍ ନିଜାର୍ ମାୟ୍ଜିର୍ ମଃଲା ଗଃଗାଳ୍କେ ତହ୍।
12 ମଃତର୍ ଅବ୍ରାହାମ୍ ସେ ଦେସାର୍ ଲକ୍ମଃନକେ ଜୁଆର୍ କଃଲା 13 ଆରେକ୍, ସେ ଦେସାର୍ ଲକ୍ ମଃନ୍କାର୍ ସୁଣ୍ତିୟେ ଇପ୍ରଣକେ କୟ୍ଲା, "ତୁୟ୍ ଜଦି ମକେ ସେରି ଦେସି, ତଃବେ ଗଃଉଆରି କଃରୁଲେ, ମୁୟ୍ ସେ ବୁଇଁର୍ ମଃଲ୍ ଦେଉଁଲେ, ନେଏ; ସେତାର୍ ହଃଚେ ମଃର୍ ମାୟ୍ଜିର୍ ମଃଲା ଗଃଗାଳ୍କେ ସେଟାଣେ ତହିନ୍ଦ୍।"
14 ସେତାର୍ଗିନେ ଇପ୍ରଣ ଅବ୍ରାହାମ୍କେ କଃୟ୍ଲା, 15 "ବାୟ୍, ମଃର୍ କଃତାସୁଣ୍; ବୁୟିଁ କଃଣ୍ଡେକାର୍ ମଃଲ୍ ତ ଚାରିସ ସେକଲ୍ ରୁହା ଟଃକା, ମଃର୍ ଆର୍ ତର୍ ବିତ୍ରେ ସେରି କଃତେକ୍ ଜ? ଇତାର୍ଗିନେ ତୁୟ୍ ତର୍ ଡକୁର୍ଦିର୍ ମଃଲା ଗଃଗାଳ୍କେ ତହ୍।" 16 ଇପ୍ରଣର୍ ସେ କଃତା ସୁଣି ଅବ୍ରାହାମ୍ ହେତର୍ ହିଲାମଃନକାର୍ ସୁଣ୍ତିୟେ ଇପ୍ରଣ କଃୟ୍ଲା ହଃର୍କାରେ ସେବଃଳାର୍ ବେପାରି ମଃନ୍କାର୍ ବିତ୍ରେ ଚାଲ୍ତିରିଲା ଚାରିସ ସେକଲ୍ ରୁହାଟଃକା ଗଃଣିକଃରି ଇପ୍ରଣକେ ଦିଲା।
17 ଇତାର୍ଗିନେ ମମ୍ରିର୍ ହୁର୍ବ୍ ବାଟ୍ୟା ରିଲା ମକ୍ପେଲାୟ୍ ଇପ୍ରଣାର୍ ଜୁଣ୍ ବୁୟିଁ ରିଲି, ସେ ବୁୟ୍ଁର୍ ଆର୍ ସେ ବିତ୍ରେ ରେତା କାଲ୍ ଆର୍ ସେତିର୍ ଚାରିବାଟାର୍ ରିଲା ଗଃଚ୍, ଅବ୍ରାହାମାର୍ ଅୟ୍ଲି। 18 ଇ ସଃବୁ ହେତର୍ ହିଲାମଃନକାର୍ ଜାଣତିୟେ ଅବ୍ରାହାମ୍ ଅଃଦିକାର୍ ତିର୍ ଅୟ୍ଲି।
19 ଅବ୍ରାହାମ୍ ମମ୍ରିର୍ ହୁର୍ବ ଦିଗାର୍ ମକ୍ପେଲା ବୁଇଁର୍ ହାର୍ ଅଃହ୍ଣାର୍ ଡକୁର୍ସି ସାରାକ୍ ତହ୍ଲା। 20 ଇରୁହେ ଅବ୍ରାହାମ୍ ହେତର୍ ହିଲାମଃନାର୍ ଟାଣ୍ ଅଃଦିକାର୍ ଗିନେ ସେ ବୁୟିଁ ଆର୍ ସେତିର୍ ହାର୍ ଅବ୍ରାହାମାର୍ ଅଃଦିକାରେ ଅୟ୍ଲି।