1 ଇତାର୍ହଃଚ ଜାକୁବ ଜଃଉଁକେ ବାରାୟ୍ ହୁର୍ବ ଦିଗାର୍ ଲକ୍ ମଃନ୍କାର୍ ଦେସେ ହଚ୍ଲାୟ୍। 2 ସେ ଆକିବୁଲାୟ୍ ଦଃକ୍ଲା, ଆର୍ , ଜଃମିଏ ଗଃଟେକ୍ କୁୟିଁ ଆଚେ, ସେତାର୍ ଚଃମେ ତିନି ଦଃଳ୍ ମେଣ୍ଡା ମଃନ୍ଦା ଆଚ୍ତି; କାୟିତାକ୍ ବଃଲେକ୍ ଲକ୍ ମେଣ୍ଡା ମଃନ୍କେ ସେ କୁୟେଁ ହୁଣି ହାଣି କାଳାଉତି; କୁୟିଁ ମୁୟେ ଗଃଟେକ୍ ବଃଡ୍ ସିଳ୍ ଡାହା ଅୟ୍ରଃୟ୍ଦ୍। 3 ସେ କୁୟିଁ ଚଃମେ ସଃବୁ ମେଣ୍ଡା ମଃନ୍ଦା ଗଟ୍ ତଃୟ୍ ରୁଣ୍ଡ୍ତି; ଆର୍ ଲଃକ୍ମଃନ୍ ସିଳ୍ ଗୁଚାୟ୍ ମେଣ୍ଡା ମଃନ୍କେ ହାଣି କାଳାଉତି, ଆରେକ୍ କୁୟିଁର୍ ବାଟ୍ ଦୁଆରେ ସିଳ୍ ଡାହ୍ତି।
4 ଜାକୁବ ସେମଃନ୍କେ ହଃଚାର୍ଲା, "ଏ ବାୟ୍ମଃନ୍, ତୁମିମଃନ୍ କୁୟ୍ତିର୍ ଲକ୍?" ସେମଃନ୍ କୟ୍ଲାୟ୍, "ଅଃମିମଃନ୍ ହାରଣ୍ ଗଃଳାର୍ ଲକ୍।" 5 ତଃବେ ଜାକୁବ ହଃଚାର୍ଲା, "ତୁମିମଃନ୍ ନାହର୍ରାର୍ ହୟିସି ଲାବଣ୍କେ ଜାଣିଆଚାସ୍ କି? ସେ ମଃନ୍ କୟ୍ଲାୟ୍ ଅଃମିମଃନ୍ ତାକେ ଚିନି ଆଚୁ।" 6 ଜାକୁବ ହଃଚାର୍ଲା, "ସେ ନିକ ଆଚେ ତ" ସେମଃନ୍ କୟ୍ଲାୟ୍, "ନିକ ଆଚେ, ଏଦେ ଦଃକ୍, ତାର୍ ଜିସି ରାହେଲ୍ ମେଣ୍ଡାମଃନ୍ଦା ଦଃରିଆସୁଲି।"
7 ସଃଡେବଃଳ୍ ଜାକୁବ କୟ୍ଲା, ଦଃକା, "ଅଃବେ ମୁଣ୍ଡେବେଳ୍ ଅୟିଆଚେ; ମେଣ୍ଡା ମଃନ୍କେ ଗଟେ ତଃୟ୍ କଃର୍ତା ବେଳା ନୟ୍; ତୁମିମଃନ୍ ମେଣ୍ଡା ମଃନ୍କେ ହାଣି କାଳାୟ୍କଃରି ଆରେକ୍ ଚଃରାଉଁକ୍ ନିଆଁ।"
8 ମଃତର୍ ସେମଃନ୍ କଃୟ୍ଲାୟ୍, "ସେରି ଅଃମି କଃନ୍କଃରୁ ନାହାରୁ; ସଃବୁ ମେଣ୍ଡା ମଃନ୍ଦା ଗଟେକ୍ ତଃୟ୍ ଅଃଉତାର୍ ଜାକୁବ କଃରେଦ୍, ତାର୍ ହଃଚେ କୁଇଁର୍ ମୁୟେଁ ଡାହ୍ଲା ଚଃଚ୍ରାକେ ଗୁଚାଉଁକେ ଅୟିଦ୍, ତାର୍, ହଃଚେ ଅଃମିମଃନ୍ ମେଣ୍ଡାମଃନ୍କେ ହାଣି କାଳାଉଁନ୍ଦ୍।" 9 ଜାକୁବ ସେମଃନାର୍ ସଃଙ୍ଗ୍ କଃତାବାର୍ତା କଃର୍ତିରିଲା, ଇବିତ୍ରେ ରାହେଲ୍ ଅଃହ୍ଣାର୍ ଉବାସିର୍ ମେଣ୍ଡାମଃନ୍ଦା ଦଃରିଆସ୍ଲି, କାୟିତାକ୍ବଃଲେକ୍ ସେ ମେଣ୍ଡା ହସ୍ତିରିଲି। 10 ସଃଡେବଃଳ୍ ଜାକୁବ ନିଜାର୍ ମାମୁଁ ଲାବଣର୍ ଜିସି ରାହେଲ୍କେ ଆର୍ ମାମୁଁସିର୍ ମେଣ୍ଡାମଃନ୍ଦାକେ ଦଃକି ଚଃମେ ଜାୟ୍ କୁଇଁର୍ ବାଟ୍ ମୁୟେଁ ହୁଣି ଚଃଚ୍ରା ଗୁଚାୟ୍ ମାମୁଁ ଲାବନାର୍ ମଃନ୍ଦାକେ ହାଣି କାଳାୟ୍ଲି। 11 ଇତାର୍ହଃଚ ଜାକୁବ ରାହେଲ୍କେ ଚୁମ୍ଲା ଆର୍ ସଃର୍ଦାୟ୍ ଉଲ୍ଗାଟ୍ ଅୟି କାନ୍ଦୁକ୍ ଦଃର୍ଲା। 12 ଆରେକ୍, ମୁୟ୍ ତର୍ ଉବାଦିର୍ କୁଟୁମ୍ ଆର୍ ରିବିକାର୍ ହଃୟ୍ସି, ଇହର୍ ଚିନାୟ୍ ଅୟ୍ଲା; ସେତାକ୍ ରାହେଲ୍ ଦଃବ୍ଳି ଜାୟ୍ ନିଜାର୍ ଉବାସିକେ କବୁର୍ ଦିଲି। 13 ସେତାକ୍ ଲାବଣ୍ ନିଜାର୍ ବଃଣ୍ଞ୍ଜା ଜାକୁବର୍ କବୁର୍ ହାୟ୍ଁ ତାର୍ ସଂଗ୍ କଃତା କଃରୁକେ ଦଃବ୍ଳିଗଃଲା, ଆରେକ୍, ତାକ୍ ହଃଟଳିଦଃର୍ଲା ଆର୍ ଚୁମିକଃରି ନିଜାର୍ ଗଃରେ କୁଦିନିଲା; ସେତାକ୍ ସେ ସଃବୁ କଃତା ଲାବନ୍କେ ଜାଣାୟ୍ଲା। 14 ସେତାକ୍ ଲାବଣ୍ କୟ୍ଲା, "ତୁୟ୍ ନିଜେ ମର୍ ବଃନି ଆର୍ ମାସାର୍ ରୁହ୍।" ସେତାକ୍ ଜାକୁବ ତାର୍ ଗଃରେ ଗଃଟ୍ମାସ୍ ହଃତେକ୍ ବାସାକଃଲା।
15 ଇତାର୍ ହଃଚେ ଲାବଣ୍ ଜାକୁବକେ କୟ୍ଲି, "ତୁୟ୍ ମର୍ କୁଟୁମାର୍ ଲକ୍ ବଃଲି କାୟି ଚୁଚା ହଲ୍ୟା ମଃର୍ ଗତିକାମ୍ କଃର୍ସି? ଇତାର୍ ଗିନେ କାୟି ଦଃର୍ମା ଦେସି ସେରି କଃଉ" 16 ସେ ଲାବନାର୍ ଜଳେକ୍ ଜିସି ରିଲାୟ୍; ହଃଣ୍ଉଁଆ ହିଲାର୍ ନାଉ ଲେୟା, ଆର୍ ସାନ୍ତାର୍ ନାଉ ରାହେଲ୍। 17 ଲେୟା କାଣି ହର୍, ମଃତର୍ ରାହେଲ୍ ଆର୍ ସୁନ୍ଦୁର୍ ରିଲି। 18 ଆର୍ ଜାକୁବ ରାହେଲ୍କେ ଲାଡ୍ କଃଲା; ଇତାର୍ ଗିନେ ଜାକୁବ କୟ୍ଲା, "ତର୍ ସାନ୍ ଜିଦି ରାହେଲ୍ ବିବାକଃଲେକ୍ ମୁୟଁ ସାତ୍ ବଃର୍ସ୍ ତର୍ ଗତିକାମ୍ କଃରିନ୍ଦ୍।" 19 ସେତାକ୍ ଲାବଣ୍ କୟ୍ଲା, "ବିନ୍ ମାନାୟ୍କ୍ ଦାନ୍ ଦେତା ବାଦୁଲେ ତକେ ଦାନ୍ କଃର୍ତାର୍ ଅଃଦିକ୍ ନିକ; ମର୍ ଲଃଗେ ରେଏ।" 20 ଇହର୍ ଜାକୁବ ରାହେଲାର୍ ଗିନେ ସାତ୍ ବଃର୍ସ୍ ଗତିକାମ୍ କଃଲା; ଆରେକ୍, ରାହେଲ୍କେ ଇ ରଃକମ୍ ଲାଡ୍ ରିଲି ଜେ, ସେ ସାତ୍ ବଃର୍ସ୍ ତାର୍ ଗିନେ ବୁତେକ୍ ବଃର୍ସ୍ ହର୍ ନଃଲାଗ୍ଲି। 21 ଇତାର୍ହଃଚ ଜାକୁବ ଲାବଣ୍କେ କୟ୍ଲା, "ମର୍ ନିୟମ୍ କଃଲା ସଃମୟ୍ ହୁର୍ନ୍ ଅୟ୍ଲି, ଅଃବେ ମକେ ରାହେଲ୍କେ ଦେଏ, ମୁୟ୍ ତାର୍ ସଃଙ୍ଗ୍ ବିବା କଃରିନ୍ଦ୍।" 22 ସେତାକ୍ ଲାବଣ୍ ସେଟାଣେ ସଃବୁ ଲକେ ଗଟେତଃୟ୍ କଃରି ବଜି ଦିଲା। 23 ରାତିବଃଳ୍ ସେ ତାର୍ ଜିସି ଲେୟାକେ ଦଃରି ଜାକୁବର୍ ଚଃମେ ଆଣ୍ଲା; ଆର୍, ସେ ତାର୍ ଲେୟା ସୟ୍ଲି। 24 ଆରେକ୍ ଲାବଣ୍ ତାର୍ ଜିସି ଲେୟାର୍ ଦାସି ଅଃଉତାର୍ ଗିନେ ସିଲ୍ପା ନାଉଁଆର୍ ନିଜାର୍ ଦାସିକେ ଦିଲା। 25 ମଃତର୍ ସଃକାଳ୍ ଅୟ୍ଲାକ୍, ଜାଣ୍ଲା, ଇରିତ ଲେୟା? ସେତାକ୍ ଜାକୁବ ଲାବଣ୍କେ କୟ୍ଲା, "ତୁୟ୍ ମର୍ ସଃଙ୍ଗ୍ ଇକାୟ୍ କଃତା କଃଲିସ୍? ମୁୟ୍ କାୟି ରାହେଲାର୍ ଗିନେ ତର୍ ଗତିକାମ୍ ନଃକେରି; ତଃବେ କାୟିତାକ୍ ମକେ ଜଃଟ୍ଲିସ୍?" 26 ସେତାକ୍ ଲାବଣ୍ କୟ୍ଲା, "ବଃଡ୍ ରେଉଁରେଉଁ ସାନ୍କେ ବିବା ଦେତାର୍ ଅଃମାର୍ ଦେସାର୍ ବେବାର୍ ନାୟ୍।" 27 ଇତାର୍ ନିୟମ୍ ହୁରୁଣ୍ କଃର୍, ଇତାର୍ହଃଚ ଜଦି ଆରେକ୍ ସାତ୍ ବଃର୍ସ୍ ମର୍ ସେବାକାମ୍ କଃର୍ସି, ତଃବେ ରାହେଲ୍କେ ତକେ ଦଃୟ୍ନ୍ଦ୍। 28 ସେତାକ୍ ଜାକୁବ ସେ ହଃର୍କାରେ ତାର୍ ନିୟମ୍ ହୁର୍ନ୍ କଃଲା; ତଃବେ ଲାବଣ୍ ତାର୍ ଜିସି ରାହେଲ୍କେ ବିବା କଃରି ଦିଲା। 29 ଆରେକ୍, ରାହେଲାର୍ ଦାସି ଅଃଉତାର୍ ଗିନେ ସେ ବିଲହି ନାଉଁଆର୍ ନିଜାର୍ ଦାସିକ୍ ଦିଲା। 30 ତଃବେ ସେ ରାହେଲ୍କେ ହେଁ ସଃଉଆବଃସା କଃଲା ଆର୍ ଲେୟା ତଃୟ୍ହୁଣି ରାହେଲ୍କେ ଅଃଦିକ୍ ଲାଡ୍ କଃଲା; ଆରେକ୍, ସାତ୍ ବଃର୍ସ୍ ଲାବନାର୍ ଗତିକାମ୍ କଃଲା।
31 ଇତାର୍ହଃଚ ମାପୁର୍ ଲେୟାର୍ ଅପ୍ମାନ୍ ଦଃକି ତାକେ ଗଃର୍ବବାସ୍ ସଃକ୍ତି ଦିଲା; ମଃତର୍ ରାହେଲ୍ ବାଞ୍ଜି ଅୟ୍ଲି। 32 ଇତାର୍ହାଁୟ୍ ଲେୟା ଗଃର୍ବ୍ବାସ୍ ଅୟି ହଅ ଜଃଲମ୍ କଃଲି, ତାର୍ ନାଉ ରୁବେନ୍ ବଃଲେକ୍ ହଅକେ ଦଃକ୍ ଦିଲି; ଜୁୟ୍ତାର୍ ଗିନେ ସେ କଃୟ୍ଲି,"ମାପୁର୍ ମର୍ ଦୁକ୍ ଦଃକିଆଚେ; ଅଃବେ ମର୍ ଅଃଣ୍ଡ୍ରା ମକେ ଲାଡ୍ କଃରେଦ୍।" 33 ଆରେକ୍, ସେ ଆରେଗଟ୍ତର୍ ଗଃର୍ବାସ୍ ଜାୟ୍ ହିଲା ଜଃଲମ୍ କଃରି କୟ୍ଲି, "ମୁୟ୍ ନାମର୍ତା ବୁଡାୟ୍ ଆଚି, ଇରି ମାପୁର୍ ସୁଣିକଃରି ମକେ ଇ ହଅ ଦିଲା," ଇତାର୍ଗିନେ ସେ ତାର୍ ନାଉ ସିମିୟନ୍ ନାଉ ଦିଲି। 34 ଆରେକ୍ ସେ ଗଃର୍ବାସ୍ ଜାୟ୍ ହଃଅ ଜଃଲମ୍ କଃରି କୟ୍ଲି, "ଅଃବାର୍ ମର୍ ଅଃଣ୍ଡ୍ରା ମର୍ତଃୟ୍ ମଃନ୍ ଦଃୟି ରଃୟ୍ଦ୍, କାୟିତାକ୍ବଃଲେକ୍ ମୁୟ୍ ତାର୍ ତିନି ହଃୟ୍ସିକ୍ ଜଃଲମ୍ ଦଃୟି ଆଚି," ଇତାର୍ଗିନେ ତାକେ ଲେବି ନାଉ ଦିଲି। 35 ଇତାର୍ହଃଚ ଆରେକ୍ ତାର୍ ଗର୍ବ୍ବାସ୍ ଅୟ୍ଲାକ୍, ସେ ହଅ ଜଃଲମ୍ କଃରି କୟ୍ଲି, "ଅଃବେ ମୁୟ୍ ଜିଅବା ମାପୁରାର୍ ଗୁଣ୍ଗିତ୍ କୟ୍ନ୍ଦ୍," ସେତାକ୍ ସେ ତାର୍ ନାଉ ଜିହୁଦା ଦିଲି। ଇତାର୍ ହଃଚେ ତାର୍ ଗର୍ବ୍ ବଃନ୍ଦ୍ ଅୟ୍ଲି।