1 ଇତାର୍ହଃଚ ରାହେଲ୍ ତଃୟ୍ ହୁଣି ଜାକୁବର୍ ହଃୟ୍ସି ଜଃଲମ୍ ନଃୟ୍ଲି, ଇରି ଦଃକି ରାହେଲ୍ ନିଜାର୍ ବେଣ୍ସିକେ ଅଃକାର୍ ଅୟି ଜାକ୍ବକେ କଃୟ୍ଲି, "ମକେ ହିଲା ଦେଏ ନୟ୍ଲେକ୍ ମୁୟ୍ ମଃରିନ୍ଦ୍।"
2 ସେତାକ୍ ରାହେଲ୍ ତଃୟ୍ ଜାକୁବର୍ ରିସା ଅୟ୍ଲି; ଆରେକ୍, ସେ କଃୟ୍ଲା, "ମୁୟଁ କାୟି ମାପୁର୍? ସେ ସିନା ତକେ ଗଃର୍ବ୍ ହଃଳ୍ ଦଃୟି ନଃକେରେ।"
3 ସଃଡେବଃଳ୍ ରାହେଲ୍ କୟ୍ଲି, "ଇବାଟ୍ ଦଃକ୍, ମଃର୍ ଦାସି ବିଲହା ଆଚେ, ତାର୍ ସଃଙ୍ଗ୍ ସଃଉଆବଃସା କଃର୍; ସେ ହଃଅ ଜଃଲମ୍କଃରି ମଃର୍ କଳେ ଦିଲେକ୍ ତାର୍ଗିନେ ମୁୟ୍ ହେଁ ଗଟ୍ ହିଲାର୍ ଆୟ୍ସି ଅଃଉଁହାରି।" 4 ଆରେକ୍, ସେ ନିଜାର୍ ଦାସି ବିଲ୍ହାକେ ତାକେ ସଃଙ୍ଗାଉକେ କୟ୍ଲି। 5 ତଃବେ ଜାକ୍ବ ତାକେ ସଃଉଆବଃସା କଃଲାକେ, ବିଲ୍ହା ଗଃର୍ବ୍ବାସ୍ ଜାୟ୍ ଜାକୁବର୍ ଗଟେକ୍ ହଃଅ ହିଲା ଜଃଲମ୍ କଃଲି। 6 ସଃଡେବଃଳ୍ ରାହେଲ୍ କୟ୍ଲି, "ଇସ୍ୱର୍ ମଃର୍ ବିଚାର୍ କଃଲା, ହେଁ ମଃର୍ ଗଃଉଆରି ସୁଣି ମକେ ହଃଅ ଦିଲା," ଇତାର୍ଗିନେ ସେ ତାର୍ ନାଉ ଦାନ୍ ଦିଲି। 7 ଇତାର୍ହଃଚ ରାହେଲାର୍ ଦାସି ବିଲ୍ହା ଆରେକ୍ ଗଃର୍ବବାସ୍ ଜାୟ୍ ଜାକୁବର୍ ଗିନେ ଆରେକ୍ ଗଟେକ୍ ହଅ ଜଃଲମ୍ କଃଲି। 8 ସଃଡେବଃଳ୍ ରାହେଲ୍ କୟ୍ଲି, "ମୁୟ୍ ବେଣି ସଃଙ୍ଗ୍ ଇସ୍ୱରାର୍ କଃତାର୍ ଗିନେ ମାଡ୍ଲାଗି ଜିଣ୍ଲେ" ଇତାର୍ ଗିନେ ସେ ତାର୍ ନାଉ ନପ୍ତାଲି ଦିଲି।
9 ଇତାର୍ହଃଚ ଲେୟା ନିଜାର୍ ଗଃର୍ବ୍ବାସ୍ ଜାତାର୍ ବଃନ୍ଦ୍ ଅୟ୍ଲାର୍ ଜାଣି ନିଜାର୍ ସିଲ୍ପା ନାଉଁଆର୍ ଦାସିକେ ଆଣି ଜାକୁବ ସଃଙ୍ଗ୍ ବିବା କଃଲି। 10 ସେତାକ୍ ଲେୟାର୍ ଦାସି ସିଲ୍ପାତଃୟ୍ ହୁଣି ଜାକୁବର୍ ଗଃଟେକ୍ ହଃୟ୍ସି ଜଃଲମ୍ ଅୟ୍ଲା 11 ତଃବେ ଲେୟା କୟ୍ଲି, "ଇରି କାୟି ବାୟ୍ଗ୍?" ଇତାର୍ଗିନେ ତାର୍ ନାଉ ଗାଦ୍ ଦିଲି। 12 ଇତାର୍ହଃଚ ଲେୟାର୍ ଦାସି ସିଲ୍ପା ଜାକୁବର୍ ଗିନେ ଆରେଗଟେକ୍ ହିଲା ଜଃଲମ୍ କଃଲି। 13 ସେତାକ୍ ଲେୟା କୟ୍ଲି, "ମଃର୍ ବଃଡ୍ ସଃର୍ଦା" ଦଃଙ୍ଗ୍ଳିମଃନ୍ ମକେ ସଃର୍ଦାକୁଳି ବଃଲ୍ତି, ଇତାର୍ ଗିନେ ସେ ତାର୍ ନାଉ ଆସେର୍ସଃଙ୍ଗାୟ୍ଲି। 14 ଇତାର୍ହଃଚ ଗଅଁ କାଟ୍ତାବଃଳ୍ ରୁବେନ୍ ବୁଲୁଜାୟ୍ ଜଃମିୟେ ହୁଣି ଇସ୍ୱର୍ ମିଳାୟ୍ ଆଣି ନିଜାର୍ ଆୟ୍ସି ଲେୟାକ୍ ଦିଲା। ତଃବେ ରାହେଲ୍ ଲେୟାକେ କୟ୍ଲି, "ତର୍ ହଃୟ୍ଦି ଆଣିରେତା ଦୁଦ୍ରାହଃଳ୍ କଃଣ୍ଡେକ୍ ମକେ ଦେଏ।" 15 ସେତାକ୍ ସେ କୟ୍ଲି, "ତୁୟ୍ ମଃର୍ ଅଃଣ୍ଡ୍ରାକେ ନିଲିଆଚ୍ସି, ଇରିକାୟ୍ କମ୍କଃତା? ତୁୟ୍ ମର୍ ହଅର୍ ଦୁଦ୍ରାହଃଳ୍ ହେଁ କାୟି ଚର୍ସି?" ତଃବେ ରାହେଲ୍ କୟ୍ଲି, "ତର୍ ହୟ୍ଦିର୍ ଦୁଦ୍ରା ହଃଳ୍ ବାଦୁଲେ ଜାକୁବ ଆଜି ରାତି ତର୍ ସଃଙ୍ଗ୍ ସୟିଦ୍।"
16 ଇତାର୍ହଃଚ ସଃଞ୍ଜ୍ବେଳା ଜଃମିୟେ ହୁଣି ଜାକୁବର୍ ଆସ୍ତା ବେଳାୟ୍ ଲେୟା ତାର୍ ସଃଙ୍ଗ୍ କଃତା କଃରୁକେ ହଃଦାୟି ବାରାୟ୍ ଜାୟ୍ କୟ୍ଲି, "ତୁୟ୍ ମର୍ ହାକ୍ ଆସୁକ୍ ହଃଳେଦ୍; କାୟିତାକ୍ ବଃଲେକ୍ ମୁୟ୍ ନିଜାର୍ ହଅର୍ ଦୁଦ୍ରାହଃଳ୍ ଦଃୟି ତଃକେ ହାୟ୍ଆଚି।" ଇତାର୍ଗିନେ ଜାକୁବ ସେ ରାତି ତାର୍ ସଃଙ୍ଗ୍ ସୟ୍ଲା।
17 ସେତାକ୍ ଇସ୍ୱର୍ ଲେୟାର୍ ପାର୍ତନା ସୁଣ୍ଲା, ସେ ଗର୍ବ୍ବାସ୍ ଜାୟ୍ ଜାକୁବର୍ ହାଁୟ୍ ହାଞ୍ଚ୍ ଗଟ୍ ହୟିସି ଜଃଲମ୍ କଃଲି। 18 ତଃବେ ଲେୟା କୟ୍ଲି, "ମୁୟଁ ଅଃଣ୍ଡ୍ରାକେ ନିଜାର୍ ଦାସିକେ ଦଃୟ୍ରିଲେ, ଇସ୍ୱର୍ ତାର୍ ହଃଳ୍ ମକେ ଦଃୟି ଆଚେ," ଇତାର୍ଗିନେ ସେ ତାର୍ ନାଉ ଇସାକର୍ଦିଲି। 19 ଇତାର୍ହଃଚ ଲେୟା ଆରେକ୍ ଗର୍ବ୍ବାସ୍ ଜାୟ୍ କଃରି ଜାକୁବର୍ ହାଁୟ୍ ଚଅଗଟ୍ ହୟିସି ଜଃଲମ୍ କଃଲି। 20 ତଃବେ ଲେୟା କୟ୍ଲି, "ଇସ୍ୱର୍ ମକେ ନିକ ଦାନ୍ଦିଲା; ଅଃବେ ମର୍ ଅଃଣ୍ଡ୍ରା ମଃର୍ ସଃଙ୍ଗେ ରଃୟ୍ଦ୍, ବଃଲେକ୍ ମୁଁୟ୍ ତାର୍ଗିନେ ଚଅଗଟ୍ ହିଲା ଜଃଲମ୍ କଃରିଆଚି," ଇତାର୍ଗିନେ ସେ ତାର୍ ନାଉ ସବୁଲୁନ୍ ସଃଙ୍ଗାୟ୍ଲି। 21 ତାର୍ହଃଚେ ସେ ଗଃଟେକ୍ ଟକିହିଲା ଜଃଲମ୍ କଃରି, ତାର୍ ନାଉ ଦିଣା ସଃଙ୍ଗାୟ୍ଲି।
22 ଇତାର୍ହଃଚ ଇସ୍ୱର୍ ରାହେଲ୍କେ ଏତାୟ୍ଲା ଆର୍ ଇସ୍ୱର୍ ତାର୍ ପାର୍ତାନା ସୁଣି ତାକେ ଗର୍ବ୍ବାସ୍ ଜାତା ସଃକ୍ତି ଦିଲା। 23 ତଃବେ ସେ ଗଃର୍ବ୍ବାସ୍ ଜାୟ୍ ହଅହିଲା ଜଃଲମ୍ ଦଃୟି କୟିଲି, "ଇସ୍ୱର୍ ମର୍ ନାମର୍ତା ବାଚାୟ୍ଲା।" 24 ଇତାର୍ଗିନେ ସେ ତାର୍ ନାଉ ଜସେପ୍ ଦଃୟି, କୟ୍ଲି, "ମାପୁର୍ ମକେ ଆରେକ୍ ଗଟେକ୍ ହଅ ଦେଉଅ।"
25 ଆରେକ୍ ରାହେଲ୍ ଜସେପ୍କେ ଜଃଲମ୍ କଃଲା ହଃଚେ ଜାକୁବ ଲାବଣ୍କେ କୟ୍ଲା, "ମକେ ସେଲ ଦେଏ, ମୁଁୟ୍ ନିଜାର୍ ଦେସ୍କେ ଜାୟ୍ନ୍ଦ୍। 26 ମୁୟ୍ ଜୁଣ୍ ଲକାର୍ ଗିନେ ତର୍ ଗତି କାମ୍ କଃରିଆଚି, ମର୍ ସେ ମାୟ୍ଜି ମଃନ୍କେ ଆର୍ ହଅମଃନ୍କେ ନଃୟ୍ ଜଃଉଁକେ ଦେଏ; ଜୁୟ୍ତାର୍ଗିନେ ଜୁଣ୍ ହଃର୍କାରେ ତର୍ ଗତିକାମ୍ କଃରିଆଚି, ସେରି ତୁୟ୍ ଜାଣି ଆଚ୍ସି।" 27 ସେଡେବଃଳ୍ ଲାବଣ୍ ତାକେ କୟ୍ଲା, "ଗଃଉଆରି କଃରୁଲେ, ତୁୟ୍ ମର୍ ଉହ୍ରେ ଦଃୟାକଃର୍, କାୟିତାକ୍ବଃଲେକ୍ ତର୍ଗିନେ ମାପୁର୍ ମକେ ଆସିର୍ବାଦ୍ କଃରି ଆଚେ, ଇରି ମୁୟ୍ ଇସାବ୍ କଃରି ଜାଣି ଆଚି। 28 ଇତାର୍ ଗିନେ ତୁୟ୍ ନିଜେ ତର୍ ହାଉଣା ତିର୍ କଃର୍, ମୁୟ୍ ସେରି ତକେ ଦଃୟ୍ନ୍ଦ୍।"
29 ସେତାକ୍ ଜାକୁବ ତାକ୍ କୟ୍ଲା, "ମୁୟଁ ତର୍ ଜେହର୍ ଗତିକାମ୍ କଃରିଆଚି ଆର୍ ମର୍ ଚଃମେ ତର୍ ହସୁମଃନ୍ ଜଃନ୍କଃରି ଆଚ୍ତି, ସେରି ତକ୍ ଜାଣାଆଚେ। 30 କାୟିତାକ୍ବଃଲେକ୍, ମୁୟ୍ ତର୍ ଗଃର୍ ଆସ୍ତା ହୁର୍ବେ ତର୍ ଅଃଳକ୍ ଦଃନ୍ ରିଲି, ମଃତର୍ ଅଃବେ ବାଡିକଃରି ଗାଦା ଅୟିଆଚେ; ମୁୟ୍ ଜୁୟି ଜଃଗାକ୍ ହେଁ ତର୍ ମେଣ୍ଡାମଃନ୍ଦା ଚଃରାଉଁକେ ନିଲେ ମାପୁର୍ ତର୍ ଉହ୍କାର୍ କଃରିଆଚେ; ମଃତର୍ ମୁୟ୍ ନିଜାର୍ ଗଃର୍କୁଟୁମ୍ ଗିନେ କଃବେ ଅଃର୍ଜନ୍ କଃରିନ୍ଦ୍?"
31 ସେତାକ୍ ଲାବଣ୍ କୟ୍ଲା, "ତକେ କାୟିରି ଦଃୟ୍ନ୍ଦ୍?" ଜାକୁବ କଃୟ୍ଲା, "ତକେ କାୟିରି ଦେଉଁକ୍ ନଃହେଳେ; ଜଦି ତୁଇ ମଃର୍ଗିନେ ଗଟେକ୍ କାମ୍ କଃର୍ସି, ତଃବେ ମୁୟ୍ ତର୍ ହସୁମଃନ୍କେ ଆରେଗଟ୍ତର୍ ଜଃତୁନେ ହସିନ୍ଦ୍। 32 ଆଜି ମୁୟ୍ ତର୍ ସଃବୁ ମଃନ୍ଦାକ୍ ଜାୟ୍ ମେଣ୍ଡାମଃନ୍କାର୍ ବିତ୍ରେ ହୁଣି ଚିତ୍ରାକାବ୍ରା ଆର୍ ଟିକ୍ଲି ରିଲାର୍ ଆର୍ କଃଳ୍ୟା ମେଣ୍ଡାମଃନ୍କେ, ଆରେକ୍, ଚେଳିମଃନ୍କାର୍ ବିତ୍ରେହୁଣି ଟିକ୍ଲିଚିନ୍ ଆର୍ ଚିତ୍ରାକାବ୍ରା ଚେଳିମଃନ୍କେ ଅଃଲ୍ଗା କଃରିନ୍ଦ୍; ସେ ସଃବୁ ମର୍ ବଃର୍ତାନ୍ ହର୍ ଅୟ୍ଦ୍। 33 ଇତାର୍ହଃଚ ଜଃଡେବଃଳ୍ ତର୍ ଜାଣ୍ତିୟେ ମଃର୍ ଦଃର୍ମାର୍ ବିସୟ୍ କୟିଲେକ୍ ସଃଡେବଃଳ୍ ମର୍ ନ୍ୟାୟ୍ କଃର୍ତାର୍ ମର୍ ବିସୟେ ସାକି ଦଃୟ୍ଦ୍, ବଃଲେକ୍, ଚେଳିମଃନ୍କାର୍ ବିତ୍ରେ ଚିତ୍ରାକାବ୍ରା ଆର୍ ଟିକ୍ଲି ଚିନା ରିଲାର୍ ଚେଳିମଃନ୍ କଃଳ୍ୟା ବଃର୍ନ୍ରିଲାର୍ ବିନ୍ ଆର୍ ମେଣ୍ଡାମଃନ୍କାର୍ ବିତ୍ରେ କଃଳ୍ୟା ମେଣ୍ଡା ଜଃତେକ୍ ବିନ୍ରି ରେତି, ସେରି ମର୍ ଚରି ହର୍ ଅୟ୍ଦ୍।" 34 ତଃବେ ଲାବଣ୍ କୟ୍ଲା, "ବଲ୍, ତର୍ କଃତାହଃର୍କାରେ ଅଃଉଅ।" 35 ଇତାର୍ହଃଚ ସେ ସେଦିନ୍ ଚିନାକଃରି ରିଲାର୍ ଆର୍ ଚିନ୍ରିଲାର୍ ଚେଳିଗଃଡ୍ରା ସଃବୁ ଆର୍ ଚିତ୍ରାକାବ୍ରା ଆର୍ ଟିକ୍ଲି ଚିନ୍ରିଲାର୍ ବିତ୍ରେ ଅଃଳକ୍ ଦଃବ୍ଳା ଚେଳି ସଃବୁ, ଆରେକ୍, କଃଳ୍ୟା ବଃର୍ନାର୍ ମେଣ୍ଡା ସଃବୁ ବିନେକଃରି ନିଜାର୍ ହଅମଃନ୍କାର୍ ଆତେ ସଃହ୍ରି ଦିଲା; 36 ଆରେକ୍ ସେ ନିଜାର୍ ଆର୍ ଜାକୁବର୍ ତଃୟ୍ ହୁଣି ତିନ୍ ଦିନାର୍ବାଟ୍ ଦୁରେ ରଃକ୍ଲା; ଆରେକ୍, ଜାକୁବ ଲାବନାର୍ ଉବ୍ରିରିରିଲାର୍ ହସୁ ମଃନ୍ଦା ଚଃରାଉଁକ୍ ଦଃର୍ଲା। 37 ଆରେକ୍ ଜାକୁବ ଲିବନି ଆର୍ ଲୁସ୍ ଆର୍ ଅର୍ନନ୍ ଗଃଚାର୍ କଃଉଁଣା କଃନ୍ଦା କାଟି ସେତିର୍ ଚାଲି କାଡି ଦବ୍ଳାରି ବାର୍କଃଲା। 38 ଇତାର୍ହଃଚ ଜୁଣ୍ ଟାଣେ ହସୁମଃନ୍ ହାଣି କାଉଁକେ ଆସ୍ତି, ସେ ଟାଣେ ସେମଃନ୍କାର୍ ମୁଉଁ ସଃଳ୍କାର୍ ହାଣି କୁଣ୍ଡ୍ ମଃଜିୟେ ସେ ଚାଲି ନଃରିଲା କଃନ୍ଦା ସଃବୁ ସଃଙ୍ଗାୟ୍ଲା; ତଃବେ ହାଣି କାତା ବଃଳ୍ ସେମଃନ୍ ଗଃର୍ବେଣା ଗଃଲାୟି। 39 ଆରେକ୍, ସେ କଃନ୍ଦା ଚଃମେ ସେମଃନ୍ ଅଃର୍ନିୟା ଗଃଲାକ୍ ହସୁମଃନ୍ ବାନାକାବ୍ରା ଆର୍ ଟିକାଚିନ୍ ରିଲାର୍ ହିଲା ହଃକାୟ୍ଲାୟ୍। 40 ସେତାକ୍ ଜାକୁବ ସେ ହିଲା ମଃନ୍କେ ବିନେ କଃଲା, ଆରେକ୍, ଲାବନାର୍ ଚିନା କଃଲାର୍ ବାନାରି ଆର୍ କଃଳ୍ୟାରି ସଃବୁ ମେଣ୍ଡା ତଃୟ୍ ମେଣ୍ଡା ମାୟ୍ମଃନ୍କେ ହାଉଁକେ ମଃନ୍ରିଲି; ଇ ରଃକମେ ସେ ଲାବନାର୍ ମଃନ୍ଦାୟ୍ ହୁଣି ନିଜାର୍ ମଃନ୍ଦାକେ ବିନେ କଃଲା। 41 ଆରେକ୍, ଦୁମା ସଃକାତ୍ ହସୁମଃନ୍ ଜଃନ୍କଃରି କଃନ୍ଦା ଚଃମେ ଗଃର୍ବବାସ୍ ଅଃଉତି, ଇତାର୍ଗିନେ ହାଣିକୁଣ୍ଡ୍ ମଃଜିୟେ ହସୁମଃନ୍କାର୍ ଆଗ୍ବାଟ୍ ସେକଃନ୍ଦା ସଃଙ୍ଗାୟ୍ଲା; ମଃତର୍ ନାଦାର୍ ହସୁମଃନ୍କାର୍ ମୁଉଁ ଆଗ୍ବାଟ୍ ସଃଙ୍ଗାୟ୍ ନଃକେଲା; 42 ସେତାକ୍ ନାଦାର୍ ହସୁମଃନ୍ ଲାବନାର୍ ଆର୍ ଦୁମା ସଃକାତ୍ ହସୁମଃନ୍ ଜାକୁବର ଅୟ୍ଲାୟ୍ 43 ଇତାର୍ଗିନେ ଜାକୁବର୍ ଅଃଦିକ୍ ଦଃନ୍ବାଡ୍ଲି, ଆରେକ୍, ତାର୍ ହସୁ, ଦାସ୍ଦାସି, ଉଟ୍ ଆର୍ ଗଃଦ ଜଃଜବଳି ଅୟ୍ଲି।