1 ଇସ୍ୱର୍ ଇତାର୍ ହଃଚେ ନହକେ ଆର୍ ତାର୍ ସଃଙ୍ଗ୍ ଜାଜେ ରିଲାର୍ ସଃବୁ ଜିବ୍ଜଃତୁ ଏତାୟ୍ ହୁର୍ତିବିଏ ବାଉ ହଃଟାୟ୍ଲା। 2 ସଃମ୍ନ୍ଦାର୍ ହାଣି ଆର୍ ଅଃଗାସାର୍ ବାଟ୍ ସଃବୁ ବଃନ୍ଦ୍ ଅୟ୍ଲି, ଆରେକ୍ ଅଃଗାସାର୍ ବଃର୍ସା ସବୁ ଚାଡିଗଃଲି। 3 ତଃବେ ହୁର୍ତିବିଏ ହୁଣି ହାଣି ସଃବୁ ଗଃସ୍ରି ଜାୟ୍, ୧୫୦ ଦିନାର୍ ହଃଚେ ହାଣି ସଃବୁ ଆଟ୍ଲି। 4 ଇତାର୍ ହଃଚେ ସାତ୍ ମାସାର୍ ସଃତ୍ର ଦିନେ ଆରାରାଟ୍ ହର୍ବାତ୍ ଉହ୍ରେ ଜାଜ୍ ତେବିରିଲି। 5 ଇ ହଃର୍କାରେ ଦସ୍ ମାସ୍ ହଃତେକ୍ ହାଣି ରିଲି ଆର୍ ଆଟୁକ୍ ଦଃର୍ଲି; ସେ ଦଃସ୍ ମାସାର୍ ହଃର୍ତୁମ୍ ଦିନେ ହଃର୍ବାତାର୍ ଟିହ୍ମଃନ୍ ଡିସ୍ଲି। 6 ଚାଲିସ୍ ଦିନାର୍ ହଃଚେ ନହ ନିଜେ ହାଜ୍ଲା ଜାଜାର୍ କିଟ୍କି ଉଗାଳ୍ଲା, 7 ଆର୍ ଗଟେକ୍ କାଉଆକେ ଉଡାଇଲା। ହୁର୍ତିବିର୍ ହାଣି ଆଟ୍ତା ହଃତେକ୍ ସେ ଏଣେ ତେଣେ ଉଡି ବୁଲ୍ଲି। 8 ଆରେଗଟ୍ତର୍, ନହ ଦଃର୍ତିର୍ ହାଣି ଆଟ୍ଲିକି ନାୟ୍ ବଃଲି ଜାଣୁକେ ଗଃଟେକ୍ ହାଣ୍ଡ୍କା ଉଡାୟ୍ଲା; 9 ସଃଡେବଃଳ୍ ହୁର୍ତିବିଏ ହାଣି ହୁର୍ନ୍ ଅୟ୍ରିଲି ଗିନେ ହାଣ୍ଡ୍କା ବଃସୁକେ ଟାଣ୍ ନଃହାୟ୍ ଜାଜ୍ ଚଃମେ ନହର୍ ଲଃଗେ ବାଉଳି ଆୟ୍ଲି; ତଃବେ ସେ ହାଣ୍ଡ୍କାକେ ଆତେ ଦଃରି ଜାଜ୍ ବିତ୍ରେ ନିଲା। 10 ଆରେକ୍ ସାତ୍ ଦିନ୍ ଚାଡିକଃରି ସେ ହାଣ୍ଡ୍କାକେ ଆରେକ୍ ଗଟତର୍ ଜାଜେହୁଣି ଉଡାୟ୍ଲା। 11 ତଃବେ ହାଣ୍ଡ୍କା ସଃଞ୍ଜ୍ ବେଳା ତାର୍ ଚଃମେ ବାଉଳି ଆୟ୍ଲି; ଆରେକ୍ ତାର୍ ଚଣ୍ଡାୟ୍ ଜିତ୍ ଗଃଚାର୍ ନଃଉଆଁ କଃଉଁଣା ହଃତାର୍ ରିଲି; ଇତାର୍ ଗିନେ ନହ ଜାଣ୍ଲା, ହୁର୍ତିବିଏ ହାଣି ଉଣା ଅୟି ଆଚେ। 12 ଆରେକ୍ ସାତ୍ ଦିନାର୍ ହଃଚେ ସେ ଆରେଗଟ୍ତର୍ ସେ ହାଣ୍ଡ୍କାକେ ଉଡାୟ୍ଲା, ମଃତର୍ ସେ ହାଣ୍ଡ୍କା ଆରେକ୍ ତାର୍ ଚଃମେ ଲେଉଟି ନାୟ୍ଲିନି।
13 ନହର୍ ବଃୟ୍ସ୍ ଚଅସଅ ଏକ୍ ବଃର୍ସେ ହଃର୍ତୁମ୍ ଦିନ୍ ହୁର୍ତିବି ଉହ୍ରେ ହାଣି ଆଟ୍ଲି; ସଃଡେବଃଳ୍ ନହ ଜାଜାର୍ ଚାଉଣି କାଡି ଦଃକ୍ଲା; ବୁୟେଁ ସଃବୁ ହାଣି ଆଟିଆଚେ। 14 ଇ ହଃର୍କାରେ ଦୁଇ ମାସାର୍ କଳେସାତ୍ ଦିନେ ହୁର୍ତିବିଏ ହାଣି ଆଟ୍ଲି।
15 ଇତାର୍ ହଃଚେ ଇସ୍ୱର୍ ନହକେ କୟ୍ଲା, 16 "ତୁୟ୍ ତର୍ ଡକୁର୍ଦି ଆର୍ ତର୍ ହୟ୍ଦିମଃନ୍ ବୁଆରିମଃନ୍କେ ସଃଙ୍ଗେ ନଃୟ୍ ଜାଜେ ହୁଣି ବାରାଉଆ। 17 ଆରେକ୍ ନିଜାର୍ ସଃଙ୍ଗେ ରେତା ହସୁ, ହଃକି ଆର୍ ବୁୟେଁ ଚଃର୍ତା ଜିବ୍ଜଃତୁକେ ଜାଜେ ହୁଣି ବାର୍ କଃର୍; ସେମଃନ୍ ହୁର୍ତିବିକେ ହୁର୍ନ୍ କଃରତ୍, ଆରେକ୍ ହୁର୍ତିୟେ ବଃର୍ତି ଆର୍ ବୁତେକ୍ ବଃଉଁସ୍ ଅଃଉଅତ୍।" 18 ତଃବେ ନହ ତାର୍ ଡକୁର୍ସି ସଃଙ୍ଗ୍, ହୟିସି ଆର୍ ବୁଆରିମଃନାର୍ ସଃଙ୍ଗ୍ ଜାଜେ ହୁଣି ବାରାୟ୍ ଆୟ୍ଲାୟ୍; 19 ଆରେକ୍ ନିଜ୍ ନିଜ୍ ଜାତି ହଃର୍କାରେ ହସୁ ସଃବୁ ବିନ୍ବିନ୍ ଜଃତ୍ ଆର୍ ସଃବୁ ହଃକିଜାତି ବିନ୍ବିନ୍ ରଃକମାର୍ ସଃବୁ ବୁୟେଁ ଚଃର୍ତା ଜିବ୍ଜଃତୁ ଜାଜେହୁଣି ବାରାୟ୍ ଆୟ୍ଲାୟ୍।
20 ଇତାର୍ ହଃଚେ ନହ ମାପୁର୍ ଗିନେ ବେଦି ହାଜ୍ଲା, ଆରେକ୍ ବିନ୍ ବିନ୍ ରଃକମାର୍ ନିର୍ମୁଳ୍ ହସୁ ଆର୍ ବିନ୍ ବିନ୍ ରଃକମାର୍ ନିର୍ମୁଳ୍ ଚେଳେ ମଃନ୍କାର୍ ବିତ୍ରେ କଃତି ଗଟ୍ ନଃୟ୍ ବେଦି ଉହ୍ରେ ହମ୍ହୁଜା ଦିଲା। 21 ତଃବେ ମାପୁର୍ ସେତିର୍ ନିକ ବାସ୍ନା ସୁଙ୍ଗିକଃରି ମଃନେମଃନେ କୟ୍ଲା, "ମୁଁୟ୍ ମାନାୟ୍ ମଃନାର୍ ଗିନେ ଆରେକ୍ ହୁର୍ତିବିକେ ସଃୟ୍ପ୍ ଦେଉଁ ନଃଚି, ହିଲାବଃଳ୍ ହୁଣି ନଃର୍ ମଃନାର୍ ବାବ୍ନା ମଃନ୍ଦ୍ ଅୟିଲେକ୍ ହେଁ ମୁଁୟ୍ ଜୁୟି ରଃକମ୍ କଃରିଆଚି, ସେହର୍ ଆରେକ୍ କଃବେ ହେଁ ସଃବୁ ଜିବ୍କେ କୁର୍ପ୍ନାସ୍ ନଃକେରି।" 22 ଆରେକ୍ ଜୁଣ୍ ଦିନ୍ ହଃତେକ୍ ହୁର୍ତିବି ରଃୟ୍ଦ୍, ସେ ଦିନ୍ ହଃତେକ୍ ବୁଣା କାଟାର୍ ସଃମୟ୍,ସିତ୍ ଆର୍ କଃରା, ମାସ୍,ଆରେକ୍ ଦିନ୍ ଆର୍ ରାତି,ଇ ସଃବୁ ସେସ୍ ଅୟି ନଃକେରେ।