1 ଇ ସଃବୁ ଗଃଟ୍ଣା ହଃଚେ ମିସରିୟ ରଃଜାର୍ ଅଙ୍ଗୁର୍ରଃସ୍ ଚାକୁ ଆର୍ ରାନ୍ଦୁଆଣି ନିଜାର୍ ମାଲିକ୍ ମିସ୍ରିୟ ରଃଜାର୍ ବିରୁଦେ ଦସ୍ କଃଲାୟି। 2 ସେତାକ୍ ପାର ନିଜାର୍ ମୁଳ୍ ଅଙ୍ଗୁର୍ ରଃସ୍ ଚାକୁ ଆର୍ ରାନ୍ଦୁଆଣି ମଃନାର୍ ମୁକିଆ ଇ ଦୁଇଲକେ ରଃଜା ରିସା ଅୟ୍ଲା। 3 ଆର୍ ରକ୍ୟାକାରି ସଃୟ୍ନ୍ ଅଃଦିକାରିର୍ ଜୁୟି ଜଃୟ୍ଲ୍ ଗଃରେ ଜସେପ୍ ରିଲା, ସେତି ସେମଃନ୍କେ ଜଃୟ୍ଲ୍ କଃରି ରଃକ୍ଲା। 4 ସେତାକ୍ ରଃକ୍ୟାକାରି ସଃଇନ୍ମୁଳିକା ଜସେପାର୍ ଆତେ ସେମଃନ୍କେ ସଃର୍ହ୍ରି ଦିଲାକେ, ଜସେପ୍ ସେମଃନାର୍ ଦଃକାସୁଣା କଃରୁକେ ଲାଗ୍ଲା। ଇ ହଃର୍କାରେ କଃତିଦିନ୍ ସେମଃନ୍ ଜଃୟ୍ଲେ ରିଲାୟ୍।
5 ମିସ୍ରିୟ ରଃଜାର୍ ସେ ଜଃୟ୍ଲେ ହୁର୍ଲା ଅଙ୍ଗୁର୍ରଃସ୍ ଚାକୁ ଆର୍ ରାନ୍ଦୁଆଣି ଇ ଦୁଇଲକ୍ ଗଟ୍ ରାତି ଦୁଇରଃକମ୍ ଅଃର୍ତ୍ ରିଲା ଜଳେକ୍ ଚଃହୁନ୍ ଦଃକ୍ଲାୟ୍। 6 ସେତାକ୍ ଜସେପ୍ ସଃକାଳ୍ୟା ସେମଃନାର୍ ହାକ୍ ଆସ୍ତାବଃଳ୍ ସେମଃନ୍କେ ଦୁକେ ରିଲାର୍ ଦଃକ୍ଲା। 7 ସେତାକ୍ ପାରର୍ ଚାକର୍ମଃନ୍ ତାର୍ ସଃଙ୍ଗ୍ ତାର୍ ସାଉକାରାର୍ ଜଃୟ୍ଲେ ବିତ୍ରେ ରିଲାୟ୍ ସେମଃନ୍କେ ସେ ହଃଚାର୍ଲା "ଆଜି କାୟ୍କଃରୁକେ ତୁମାର୍ ମୁକେ ସୁକାୟ୍ ଆଚାସ୍?"
8 ସେମଃନ୍ କୟ୍ଲାୟ୍, "ଅଃମିମଃନ୍ ଚଃହୁନ୍ ଦଃକିଆଚୁ, ମଃତର୍ ସେତିର୍ ଅଃର୍ତ୍ କଃରୁକେ କେହେଁ ନାୟ୍।" ତଃବେ ଜସେପ୍ ସେମଃନ୍କେ କୟ୍ଲା, "ଅଃର୍ତ୍ ଗ୍ୟାନ୍ କଃରୁକେ ଇସ୍ୱରାର୍ ଆୟ୍ତେ ନାୟ୍କି?" ଗଃଉଆରି କଃରୁଲେ ତୁମିମଃନାର୍ ଚଃହୁନ୍ ମକେ କଃଉଆ। 9 ସେତାକ୍ ମୁଳ୍ ଅଃଙ୍ଗୁର୍ ରଃସ୍ ଦେତା ମାନାୟ୍ ନିଜାର୍ ଚହ୍ନାର୍ କଃତା କୟ୍ଲା, "ଦଃକ୍, ଗଟେକ୍ ଅଙ୍ଗୁର୍ ମାଳ୍ ମର୍ ଆଗ୍ବାଟ୍ ରିଲି। 10 ସେ ଅଃଙ୍ଗୁର୍ ମାଳାର୍ ତିନିଗଟ୍ କଃନ୍ଦା ରିଲି, ସେରି ହାଲିମ୍ ଅୟ୍ଲାକେ ସେତି ହୁଲ୍ ହୁଟ୍ଲି, ଆର୍ ସଃବୁ କଃନ୍ଦାୟ୍ ଜୁବ୍ଳା ଜୁବ୍ଳା ହଃଳ୍ ଦଃରି ହାକ୍ଲି। 11 ସଃଡେବଃଳ୍ ମର୍ ଆତେ ପାରର୍ ଡୁକ୍ତା କପା ରିଲାକେ ମୁୟ୍ ସେ ଅଃଙ୍ଗୁର୍ ହଃଳ୍ ନଃୟ୍ ହିଚ୍ଲେ ଆର୍ ସେ କପା ପାରକେ ଦିଲେ।"
12 ସେତାକ୍ ଜସେପ୍ ତାକେ କୟ୍ଲା, ଇତାର୍ ଅଃର୍ତ୍ ଇରି, ସେ ତିନି କଃନ୍ଦା ତିନି ଦିନ୍କେ ବୁଜାୟ୍ଦ୍। 13 ତିନି ଦିନାର୍ ବିତ୍ରେ ପାର ତର୍ ମୁଣ୍ଡ୍ ଟେକି ତକେ ତର୍ ନିଜାର୍ ହଃଦେ ଆରେକ୍ ବଃସାୟ୍ଦ୍; ତଃବେ ଆଗାର୍ ହର୍ ସୁର୍ତା କପା ଦଃରି ଆରେଗଟ୍ତର୍ ପାରର୍ ଆତେ ସେ କପା ଦେସି। 14 ମଃତର୍ ତର୍ ବଃଲ୍ ଅୟ୍ଲେକ୍, ମକେ ଏତାଉ, ଆର୍ ମର୍ ହାଁୟ୍ ପାରର୍ ମୁୟେଁ ମର୍ କଃତା କୟ୍ ମକେ ଇ ଜୟ୍ଲେ ହୁଣି ମୁକ୍ଳାଉସି। 15 କାୟିତାକ୍ବଃଲେକ୍ ଏବ୍ରିୟମଃନାର୍ ଦେସେହୁଣି ଲଃକ୍ମଃନ୍ ମକେ ସଃତ୍ରେ ଚରି କଃରି ଆଣି ଆଚ୍ତି; ଆର୍ ଇତିହେଁ ମୁୟ୍ କାୟିରି ନଃକେରି, ଅୟିଲେକ୍ ହେଁ ସେମଃନ୍ ଇ ଜୟ୍ଲେ ମକେ ଡାହି ଆଚ୍ତି।
16 ସେ ଚଃହ୍ନାର୍ ଟିକ୍ ଅଃର୍ତ୍ କଃୟ୍ଲା, ମୁଳ୍ ରାନ୍ଦାଣି ଜସେପ୍କେ କୟ୍ଲା, "ମୁୟ୍ ହେଁ ଚଃହୁନ୍ ଦଃକିଆଚି; ଦଃକ୍ ମର୍ ମୁଣ୍ଡ୍ ଉହ୍ରେ ତିନି ଡଃଲା ରୁଟି ଆଚେ। 17 ସଃବ୍କେ ଉହ୍ରେ ରିଲା ଡଃଲାୟ୍ ପାରର୍ କାଉଁକେ ନାନା ରଃକମାର୍ ରାନ୍ଦ୍ଲା କାଦି ରିଲି; ଆର୍ ଚେଳେମଃନ୍ ଆସି ମର୍ ମୁଣ୍ଡ୍ ଉହ୍ରେ ରିଲା ଡଃଲାର୍ ସେରିମଃନ୍ କାୟ୍ଲାୟ୍।" 18 ସଃଡେବଃଳ୍ ଜସେପ୍ ଉତୁର୍ ଦିଲା, "ଇତାର୍ ଅଃର୍ତ୍ ଅଃଉଁଲି ଇରି ସେ ତିନି ଡଃଲାର୍ ତିନି ଦିନ୍ ବୁଜାଉଁଲି।" 19 "ତିନି ଦିନାର୍ ବିତ୍ରେ ପାର୍ ତର୍ ଗଃଗାଳେ ହୁଣି ତର୍ ମୁଣ୍ଡ୍ ବାର୍ କଃରି ତକେ ଗଃଚ୍ ଉହ୍ରେ ଅଳାୟ୍ଦ୍, ଆର୍ ଚେଳେମଃନ୍ ଆସି ତର୍ ଗଃଗାଳାର୍ ମାସ୍ କାତି।"
20 ଇତାର୍ହଃଚ ତିନି ଦିନ୍ ଅୟ୍ଲାକେ ପାରର୍ ଜଃଲମ୍ ଦିନ୍ ଆୟ୍ଲାକେ ସେ ନିଜାର୍ ସଃବୁ ଚାକର୍ମଃନାର୍ ହାୟ୍ଁ ବଜି କଃଲା। ସେତାକେ ସେ ନିଜାର୍ ସଃବୁ ଚାକର୍ ମଃନାର୍ ମୁୟେ ମୁଳ୍ କପାଦଃରୁ ଆର୍ ମୁଳ୍ ରାନ୍ଦୁଆଣିକେ କୁଦାୟ୍ଲା। 21 ଆରେକ୍, ଜସେପାର୍ କୟ୍ଲା ହଃର୍କାରେ ପାର୍ ମୁଳ୍ କପା ଦଃରୁକେ ତାର୍ ନିଜାର୍ ହଃଦେ ଆରେକ୍ ବଃସାୟ୍ଲା; ତଃବେ ସେ ପାରର୍ ଆତେ ସେ ଡୁକ୍ତା କପା ଦେଉଁକେ ଲାଗ୍ଲା। 22 ମଃତର୍ ସେ ମୁଳ୍ ରାନ୍ଦୁଆଣିକେ ଗଃଚେ ଅଳାୟ୍ଲା। 23 ଅୟ୍ଲେକ୍ହେଁ ମୁଳ୍ କପାଦଃରୁ ଜସେପ୍କେ ଏତାୟ୍ ନଃକେଲା, ସେ ହାସ୍ରିଗଃଲା।