1 ଇତାର୍ହଃଚ ଜସେପ୍ ଜାୟ୍ ପାରକେ କବୁର୍ ଦଃୟି କୟ୍ଲା, "ମର୍ ଉବା ଆର୍ ମର୍ ବାଇମଃନ୍ କିଣାନ୍ ଦେସେହୁଣି ନିଜାର୍ ଗାଇଗରୁ ସଃବୁ ନଃୟ୍ ଆସିଆଚ୍ତି; ଦଃକ୍, ସେମଃନ୍ ଗସନ୍ ଦେସେ ଆଚ୍ତି।" 2 ଆରେକ୍ ଜସେପ୍ ନିଜାର୍ ବାଇସିମଃନାର୍ ବିତ୍ରେ ହାଞ୍ଚ୍ ଲକେ ନଃୟ୍ ପାରକେ ବେଟ୍ କଃରାଇଲା। 3 ସେତାକେ ପାର୍ ଜସେପାର୍ ବାଇସିମଃନ୍କେ ହଃଚାର୍ଲା, ତୁମିମଃନାର୍ କାୟି ବେପାର୍? ସେମଃନ୍ ପାରକେ କୟ୍ଲାୟ୍, ତର୍ ଇ ଦାସ୍ମଃନ୍ ହୁର୍ବେ ହୁଣି ଗାଇଗରୁ ହାଳ୍ତା ଲକ୍।
4 ସେମଃନ୍ ପାରକେ ଆରେକ୍ କୟ୍ଲାୟ୍, "ଅଃମିମଃନ୍ ଇ ଦେସେ ବାସା କଃରୁକେ ଆୟ୍ଲୁ ଆଚୁ; ତଃବେ ତର୍ ଇ ଦାସ୍ମଃନାର୍ ଇ ଗାଇଗରୁମଃନ୍ କାଉଁକେ ଚାରା ନାୟ୍; କିଣାନ୍ ଦେସେ ବେସି କଃତାର୍ ହଃଳି ଆଚେ; ସେତାକେ ଗଃଉଆରି କଃରୁଲେ, ତୁୟ୍ ଇ ଦାସ୍ମଃନ୍କେ ଗସନ୍ ଦେସେ ବାସ୍ କଃରୁକେ ଦେଏ।" 5 ସେତାକେ ପାର ଜସେପ୍କେ କୟ୍ଲା, ତର୍ ଉବାଦି ଆର୍ ବାୟ୍ଦିମଃନ୍ ତର୍ ହାକ୍ ଆସି ଆଚ୍ତି। 6 ମିସର୍ ଦେସ୍ ତର୍ ମୁୟେଁ ଆଚେ; ଦେସାର୍ ସଃବ୍କେ ନିକ ଟାଣେ ନିଜାର୍ ଉବାଦି ଆର୍ ବାଇଦିମଃନ୍କେ ବାସ୍ କଃରାଉ; ଗସନ୍ ଦେସେ ସେମଃନ୍ ବାସା ଅଃଉଅତ୍; ଆର୍ ସେମଃନାର୍ ବିତ୍ରେ ଜାକେ ଜାକେ ହାର୍ତି ବଃଲି ଜାଣୁଲିସ୍ ସେମଃନ୍କେ ମର୍ ଗରୁମଃନ୍ଦାର୍ ମୁଳିକା ହଃଦେ ବାଚ୍। 7 ଇତାର୍ହଃଚ ଜସେପ୍ ନିଜାର୍ ଉବାସି ଜାକୁବକେ ପାରର୍ ଚଃମେ ଆଣ୍ଲା; ସେତି ଜାକୁବ ପାରକେ ଆସିର୍ବାଦ୍ କଃଲା। 8 ସଃଡେବଃଳ୍ ପାର ଜାକୁବକେ ହଃଚାର୍ଲା, ତର୍ କଃତି ବଃର୍ସ୍ ଅୟ୍ଲି।
9 ଜାକୁବ ପାରକେ କୟ୍ଲା, ମୁଁୟ୍ ସଏ ତିରିସ୍ ବଃର୍ସ୍ ବାଚ୍ଲେବେ; ମର୍ ବାଚ୍ତାର୍ ବଃର୍ସ୍ ଉଣା ଆଚେ ଆର୍ ବିଦେସେ ଆଚି; ଆର୍ "ଦାଦିବାବୁମଃନାର୍ ବଃୟ୍ସ୍ ହର୍ ଆୟ୍ସ୍ ନୟ୍।" 10 ଇତାର୍ ହଃଚେ ଜାକୁବ ପାରକେ ଆସିର୍ବାଦ୍ ଦଃୟି ତାର୍ ତଃୟ୍ହୁଣି ଜଃଉଁକେ ବାଟ୍ ଦଃର୍ଲା। 11 ସେତାକ୍ ଜସେପ୍ ପାରର୍ କୟ୍ଲା ହଃର୍କାରେ ମିସର୍ ଦେସାର୍ ସଃବ୍କେ ଉଟ୍ୟା ନିକ୍ ଜଃଗାୟ୍, ବଃଲେକ୍, ରାମିସେସ୍ ଦେସେ ଅଃଦିକାର୍ ଦଃୟି ନିଜାର୍ ଉବାସି ଆର୍ ବାୟ୍ସିମଃନ୍କେ ବାସା କଃରାୟ୍ଲା। 12 ଆରେକ୍, ଜସେପ୍ ନିଜାର୍ ଉବାସି ଆର୍ ବାୟ୍ସିମଃନ୍କେ ଆର୍ ସଃବୁ ଉବାସିର୍ ଗଃରାର୍ କୁଟୁମ୍ ହଃର୍କାରେ କାତା କାଦି ଦଃୟି ହସ୍ଲା।
13 ସେଡେବଃଳ୍ ଜଃବର୍ କଃତାର୍ ଅୟ୍ଲାକେ ସଃବୁ ଦେସେ କାଦି ଅକେଟ୍ ଅୟ୍ଲି; ସେତାକେ ମିସର୍ ଦେସାର୍ ଆର୍ କିଣାନ୍ ଦେସାର୍ ଲଃକ୍ମଃନ୍ କଃତାର୍ ଗିନେ ବୁକେ ମଃଲା ହର୍ ଅଲାୟ୍। 14 ଆର୍ ମିସର୍ ଦେସେ ଆର୍ କିଣାନ୍ ଦେସେ ଜଃତେକ୍ ରୁହା ରିଲି, ଲଃକ୍ମଃନ୍ ସେରି ଦଃୟି ତାସ୍ ଗେନ୍ଲାକେ ଜସେପ୍ ସେ ସଃବୁ ରୁହା ଆଣି ପାରର୍ ଗଃରେ ଆଣ୍ଲା। 15 ମିସର୍ ଦେସେ ଆର୍ କିଣାନ୍ ଦେସେ ରୁହା ଟଃକା କଃତାର୍ ଅୟ୍ଲି, ମିସରାର୍ ଲକ୍ସଃବୁ ଜସେପାର୍ ଲଃଗେ ଆସି କୟ୍ଲାୟ୍, ଅଃମିମଃନ୍କେ କାଦି ଦେଏ; ଅଃମିମଃନାର୍ ରୁହା ସଃରୁଲି ବଃଲି କାୟ୍କଃରୁକେ ଅଃମିମଃନ୍ ତର୍ ଚଃମେ ମଃରୁନ୍ଦ୍?
16 ସେତାକେ ଜସେପ୍ କୟ୍ଲା, ଜଦି ରୁହା ସଃରୁଲି ତୁମିମଃନାର୍ ହସୁମଃନ୍ ଦିଆ; ହସୁ ବାଦୁଲେ ଅଃମି ତୁମିମଃନ୍କେ କାଦି ଦେଉଁନ୍ଦ୍। 17 ସେତାକେ ସେମଃନ୍ ସେମଃନାର୍ ହସୁମଃନ୍କେ ଜସେପାର୍ ଚଃମେ ଆଣ୍ଲାୟି; ସେତାକେ ଜସେପ୍ ହସୁ ବାଦୁଲେ କାଦି ଦଃୟି ସେ ବଃର୍ସ୍ ଚାଲାୟ୍ଲା।
18 ଆର୍ ସେ ବଃର୍ସ୍ ହୁରୁଣ୍ ଅୟି, ଆରେଗଟ୍ ବଃର୍ସ୍ ଆୟ୍ଲାକେ, ସେମଃନ୍ ଜସେପାର୍ ଲଃଗେ ଆସି କୟ୍ଲାୟ୍, ଅଃମିମଃନାର୍ ସଃବୁ ରୁହା ସଃରିଗଃଲି; ସେରି ମାଲିକ୍ ହାକ୍ ଲୁକାୟ୍ ନଃକେରୁ; ଅଃମିମଃନାର୍ ସଃବୁ ହସୁ ଦଃନ୍ ମାଲିକାର୍ ଅୟି ଆଚେ; ଅଃବେ ମାଲିକ୍ ଚଃମେ ଅଃମାର୍ ଗଃଗାଳ୍ ଆର୍ ବୁୟ୍ଁକେ ଚାଡି କାୟିରି ହେଁ ବାକି ନାୟ୍। 19 ସେତାକେ ଅଃମିମଃନ୍ ଅଃମିମଃନାର୍ ବୁୟ୍ଁ ମିସି କାୟ୍କଃରୁକେ ତର୍ ଆକାୟ୍ ମଃରୁନ୍ଦ୍? ନିଜାର୍ କାଦି ଦଃୟି ଅଃମିମଃନ୍କେ ଆର୍ ଅଃମାର୍ ବୁୟିଁମଃନ୍ ଗେନି ନେଏ, ତଃବେ ଅଃମିମଃନ୍ ଆର୍ ଅଃମିମଃନାର୍ ବୁୟିଁ ପାରର୍ ଦାସ୍ ଅଃଉଁନ୍ଦ୍; ତାର୍ ହଃଚେ ଅଃମିକ୍ ବିଆନ୍ ଦେଏ, ତଃବେ ବାଚୁନ୍ଦ୍; ନୟ୍ଲେକ୍ ଅଃମିମଃନ୍ ମଃରୁନ୍ଦ୍, ଆର୍ ବୁୟିଁ ହେଁ ନଃସ୍ଟ୍ ଅୟ୍ଦ୍।
20 ଇ ହର୍କାରେ କଃତାର୍ ବଃଡେ କଃସ୍ଟ ଅୟ୍ଲି, ମିସ୍ରିୟ ମଃନ୍ ହଃତିଲକ୍ ନିଜାର୍ ନିଜାର୍ ବୁୟିଁ ବିକ୍ଲାୟ୍; ସେତାକେ ଜସେପ୍ ପାରର୍ ଗିନେ ମିସର୍ ଦେସାର୍ ସଃବୁ ବୁୟିଁ ଗେନ୍ଲା; ସେତାକେ ସଃବୁ ଜଃମି ପାରର୍ ଅୟ୍ଲି। 21 ସେତାକ୍ ସେ ମିସର୍ ଦେସାର୍ ଗଟେକ୍ ସଃନ୍ଦିଏ ହୁଣି ଆରେଗଟେ ସଃନ୍ଦି ହଃତେକ୍ ଗଃଳେ ଗଃଳେ ଲକ୍ମଃନ୍କେ ବାସ୍ କଃରାୟ୍ଲା। 22 ସେ ଅଃବ୍କା ଜାଜକ୍ମଃନାର୍ ଜଃମି ଗେନୁ ନଃଚ୍ଲା; କାୟିତାକ୍ ବଃଲେକ୍ ଜାଜକମଃନ୍ ପାରର୍ ତଃୟ୍ ହୁଣି ଜିବ୍କା ହାୟ୍ଲାୟ୍; ସେତାକେ ପାରର୍ ହାଉଣା ତଃୟ୍ ହୁଣି ବାଚି ସେମଃନାର୍ ଜଃମିମଃନ୍ ବିକୁ ନଃଚ୍ଲାୟ୍। 23 ଜସେପ୍ ଲକ୍ମଃନ୍କେ କୟ୍ଲା, ଦଃକ୍ ମୁୟ୍ ପାର୍ର୍ ଗିନେ ତୁମିମଃନକେ ଆର୍ ତୁମାର୍ ଜଃମି ସଃବୁ ଗେନ୍ଲେ; ଅଃବେ ଇ ବିଆନ୍ ନଃୟ୍ ଜଃମିଏ ବୁଣା। 24 ସେତି ଜାୟ୍ରି ହାକେଦ୍, ତାର୍ ହାଞ୍ଚ୍ ବାଗାର୍ ବାଗେକ୍ ପାରକେ ଦିଆସ୍, ଆରେକ୍ ବିନ୍ ଚାରି ବାଗ୍ ବିଆନାର୍ ହାଁୟ୍ ନିଜାର୍ ନିଜାର୍ ଲକାର୍ ହିଲାମଃନାର୍ ଗିନେ ସଃଙ୍ଗାଉଆ। 25 ସେତି ସେମଃନ୍ କୟ୍ଲାୟ୍, ତୁୟ୍ ଅଃମିମଃନାର୍ ଜିବନ୍ ବାଚାୟ୍ଲିସ୍; ତର୍ ଦଃୟା ଅୟିଲେକ୍ ଅଃମିମଃନ୍ ପାରର୍ ଦାସ୍ ଅଃଉଁନ୍ଦ୍। 26 ହାଁଞ୍ଚ୍ ବାଗାର୍ ବାଗେକ୍ ପାର ହାୟ୍ଦ୍, ମିସରାର୍ ସଃବୁ ବୁୟିଁ ବିସୟେ ଜସେପାର୍ ତିର୍ କଃଲା ହଃର୍କାରେ ଇ ନିୟମ୍ ଆଜି ହଃତେକ୍ ଚାଲୁଲି; ଅଃବ୍କା ଜାଜକ୍ ମଃନାର୍ ବୁୟିଁ ପାରର୍ ଅଃଉଁ ନଃହାର୍ଲି।
27 ସଃଡେବଃଳ୍ ଇସ୍ରାଏଲ୍ ଲଃକ୍ମଃନ୍ ମିସରାର୍ ଗସନ୍ ଦେସେ ବାସ୍ କଃଲା, ଆର୍ ସେତି ସେମଃନ୍ ଅଃଦିକାର୍ ହାୟ୍ଁ ବେସି ଜାତ୍ ଅୟ୍ଲାୟ୍ ଆର୍ ବେସି ବଃଉଁସ୍ ଅୟ୍ଲାୟ୍। 28 ଜାକୁବ ମିସର୍ ଦେସେ ସଃତ୍ର ବଃର୍ସ୍ ହଃତେକ୍ ବାସ୍ କଃଲା, ତାର୍ ବଃୟ୍ସ୍ ହାଞ୍ଚ୍କଳି ଚାଳିସ୍ ସାତ୍ ବଃର୍ସ୍ ରିଲି। 29 ଜାକୁବର୍ ମଃର୍ନ୍ ଦିନ୍ ଲଃଗେ ଅୟ୍ଲାକେ ସେ ନିଜାର୍ ହୟିସି ଜସେପ୍କେ କୁଦାୟ୍ କୟ୍ଲା, ମୁୟ୍ ଜଦି ତର୍ ଲଃଗେ ଦଃୟା ହାୟ୍ଲେ, ତଃବେ ଗଃଉଆରି କଃରୁଲେ, ତୁୟ୍ ମର୍ ଜଃଙ୍ଗେ ଆତ୍ ସଃଙ୍ଗାଉ; ଆରେକ୍ ମକ୍ ଦଃୟା ଆର୍ ସଃତ୍ ବେବାର୍ କଃରି ମର୍ ମଃସୁଣ୍ ଇ ମିସର୍ ଦେସେ କଃର୍ନାୟ୍। 30 ମଃତର୍ ମୁଁୟ୍ ନିଜାର୍ ଦାଦିବାବୁମଃନାର୍ ସଃଙ୍ଗ୍ ସୟ୍ଲେକ୍, ତୁୟ୍ ମକେ ଇ ମିସର୍ ଦେସେହୁଣି ନଃୟ୍ କଃରି ସେମଃନାର୍ ମଃସ୍ଣେ ତହା। ସେତାକ୍ ଜସେପ୍ କୟ୍ଲା, "ତର୍ କୟ୍ଲା ହଃର୍କାରେ କଃରିନ୍ଦ୍।" 31 ସେତାକ୍ ଜାକୁବ ଜସେପ୍କେ ସାୟିପ୍ କଃରୁକେ କୟ୍ଲାକେ, ତାର୍ ଚଃମେ ସାୟିପ୍ କଃଲା। ସଃଡେବଃଳ୍ ଜାକୁବ ମୁଣ୍ଡ୍ବାଟ୍ ଟିଆ ଅୟିରଃୟି ଜୁଆର୍ କଃଲା।