1 ଆଦମ୍ ତାର୍ ଡକୁର୍ସି ହବା ସଃଙ୍ଗ୍ ସଃଉଆବଃସା କଃଲାକେ,ଗଃର୍ବ୍ବାସ୍ ଅୟି କୟିନ୍ ନାଉଁଆର୍ ଗଃଟେକ୍ ହୟ୍ସିକେ ଜଲମ୍ କଃରି କୟ୍ଲି, "ଜେହବା ଉହ୍କାରେ ମର୍ ଗଟେକ୍ ହଅ ଜଃଲମ୍ ଅୟିଆଚେ।" 2 ଇତାର୍ହଃଚ ସେ ହେବଲ୍ ନାଉଁଆର୍ ତାର୍ ଆରେକ୍ ଗଃଟେକ୍ ହୟ୍ସିକେ ଜଲମ୍ କଃଲି। ହେବଲ୍ ମେଣ୍ଡାରାସି ଗଃଉଡ଼ିଆ ଆର୍ କୟିନ ତାସି ରିଲା। 3 କଃତିଦିନାର୍ ହଃଚେ କୟିନ ମାପୁର୍ ଗିନେ କାମାଉଣି କଃଲା ହଃଳ୍ ଆଣି ସଃହ୍ରି ଦିଲା। 4 ଆରେକ୍ ହେବଲ ହେଁ ନିଜାର୍ ମଃନ୍ଦାର୍ ହଃର୍ତୁ ଜଃଲମ୍ କଃଲା ଜଃତେକ୍ ହସୁ ଆର୍ ସେମଃନାର୍ ବଃସ୍ ସଃହ୍ରି ଦିଲା। ମାପୁର୍ ହେବଲ୍କେ ଆର୍ ତାର୍ ଦାନ୍କେ ମଃନ୍କଃଲା। 5 ମଃତର୍ ଇସ୍ୱର୍ କୟିନକେ ଆର୍ ତାର୍ ଦାନ୍କେ ସେମଃନ୍ ନଃକେଲା। ଇତାର୍ଗିନେ କୟିନ ବେସି ରିସା ଅୟି, ଦୁକ୍ କଃଲା। 6 ସେତାକ୍ ମାପୁର୍ କୟିନକେ କୟ୍ଲା, "ତୁୟ୍ କାୟିତାକ୍ ରିସା ଅଃଉଁଲିସ୍? ଆର୍ କାୟିତାକ୍ ଦୁକ୍ କଃରୁଲିସ୍? 7 ବଃଲ୍ କାମ୍ କଃଲେକ୍, ମୁଉଁ ଟେକି ନଃବୁଲ୍ଲିସ୍ ହୁଣିକି? ନିକ କାମ୍ ନଃକେଲେକ୍,ହାହ୍ ବାଟ୍ ଦୁଆରେ ଜାଗିରଃୟ୍ଦ୍; ତର୍ ତଃୟ୍ ତାର୍ ଲାଳ୍ସା ରଃୟ୍ଦ୍, ମଃତର୍ ତୁୟ୍ ତାର୍ ଉହ୍ରେ ଅଃଦିକାର୍ କଃର୍ସି।"
8 କୟିନ ଆର୍ ହେବଲ ଗଟିକଃତା ଅୟ୍ଲାୟ୍। ଜଃମିଏ କାମ୍ କଃର୍ତାବଃଳ୍ କୟିନ ଅଃହ୍ଣାର୍ ବାୟ୍ସି ହେବଲ୍କେ ମଃର୍ନେ ମାର୍ଲା। 9 ମାପୁର୍ କୟିନକେ ହଃଚାର୍ଲା, "ତର୍ ବାୟ୍ଦି ହେବଲ୍ କୁୟ୍ତି ଆଚେ? ସେ କାୟ୍କଃଲା ନଃଜାଣି ମୁଁୟ୍ ବାୟ୍ର୍ ରଃକ୍ୟାକାରି କି?" 10 ମାପୁର୍ କୟ୍ଲା,"ତୁୟ୍ କାୟି କଃରି ଆଚ୍ସି? ତର୍ ବାୟ୍ଦିର୍ ବଃନି ବୁୟେଁ ହୁଣି ମକେ ଡାକ୍ ଦଃୟି ଆଚେ।" 11 ଇତାର୍ ଗିନେ ଜୁଣ୍ ବୁୟିଁ ତର୍ ଆତେହୁଣି ତର୍ ବାୟ୍ର୍ ବଃନି କାଉଁକେ ଅଃହ୍ଣା ଟଣ୍ଡ୍ ହାଳିଆଚେ, ସେ ବୁୟେଁ ଅଃବେ ତୁୟ୍ ସାୟିପ୍ ହାୟ୍ଲିସ୍, 12 ବୁୟେଁ ତାସ୍ କାମ୍ କଃଲେକ୍ ହେଁ ସେରି ଅଃହ୍ଣାର୍ ସଃକ୍ତି ଦଃୟି ତର୍ ସେବା ନଃକେରେ,ତୁୟ୍ ହୁର୍ତିବିର୍ ହଃଳାୟ୍ ବୁଲ୍ତା ଲକ୍ ଆର୍ ଦେସ୍ବୁଲୁ ଅଃଉସି। 13 କୟିନ ମାପୁର୍କେ କୟ୍ଲା,"ମଃର୍ ଦଃଣ୍ଡ୍ ଅଃପର୍ବଳ୍ ଅୟ୍ଲି।" 14 ଜାଣ୍, ତୁୟ୍ ଆଜି ମକେ ଇ ଜଃଗାୟ୍ ହୁଣି କଃଦ୍ଲିସ୍ ସେତାକ୍ ତର୍ ମୁୟେଁ ଦଃକାୟ୍ ନୟ୍; ହୁର୍ତିବିଏ ହଃଳାୟ୍ ବୁଲ୍ତା ଲକ୍ ଆର୍ ଦେସ୍ ବୁଲୁ ଅୟିଲେକ୍ ଇରଃକମ୍ ଅୟ୍ଦ୍ ଜେ, ଜୁୟି ଲକ୍ ମକେ ବେଟ୍ ହାୟ୍ଲେକ୍ ମଃର୍ନେ ମାରେଦ୍। 15 ଆରେକ୍ ମାପୁର୍ ତାକ୍ କୟ୍ଲା, "ଇତାର୍ ଗିନେ କେଏ କୟିନକେ ମଃର୍ନେ ମାର୍ଲେକ୍, ସେ ସାତ୍ ଗୁଣ୍ ଦଃଣ୍ଡ୍ ହାୟ୍ଦ୍। ଆରେକ୍ କେଏ ତାକେ ଦଃକି ଜଃନ୍ କଃରି ମଃର୍ନେ ନଃମାରେ ଇତାର୍ ଗିନେ ମାପୁର୍ କୟିନର୍ ଗିନେ ଗଟେକ୍ ଚିନା ତିଆର୍ କଃଲା।" 16 ଇତାର୍ହଃଚ କୟିନ ମାପୁର୍ ତଃୟ୍ହୁଣି ଚାଡି କଃରି ଏଦନାର୍ ହୁର୍ବ ଦିଗେ ରେତା ନଦ ନାଉଁଆର୍ ଜଃଗାୟ୍ ବାସ୍ କଃଲା।
17 ଆରେକ୍ କୟିନ ତାର୍ ମାୟ୍ଜି ସଃଙ୍ଗ୍ ସଃଉଆବଃସା କଃଲାକେ, ସେ ଗଃର୍ବବାସ୍ ଅୟି ହନକକେ, ଜଃଲମ୍ କଃଲି; ସେ ଗଟେକ୍ ବଃଡ୍ ଗଃଳ୍ ହାଜିକଃରି ତାର୍ ହୟ୍ସିର୍ ନାଉ ହଃର୍କାରେ ସେତିର୍ ନାଉ ହନକ ଦିଲି। 18 ସେ ହନକର୍ ହୟିସି ଇରଦ୍ ଆର୍ ଇରଦାର୍ ହୟିସି ମହୁୟାୟେଲ୍ ଆର୍ ମହୁୟାୟେଲାର୍ ହୟିସି ମତୁସାୟେଲ୍ ଆର୍ ମତୁସାୟେଲାର୍ ହୟିସି ଲେମକ୍। 19 ଇ ଲେମକ୍ ଜଳେକ୍ ମାୟ୍ଜି ସଃଙ୍ଗାୟ୍ ରିଲା; ଗଟେକାର୍ ନାଉ ଆଦା ଆର୍ ଗଟେକାର୍ ନାଉ ସିଲା ରିଲି। 20 ଆଦାର୍ ହେଟେ ହୁଣି ଜାବଲ୍ ଜଃଲମ୍ ଅୟ୍ଲା, ସେ ତୁମ୍ ଲଃଗେ ବାସ୍କଃରି ହସୁ ବାଡାଉତା ଲକାର୍ ସେ ହଃର୍ତୁ ଦାଦି 21 ତାର୍ ବାୟ୍ସିର୍ ନାଉ ଜୁବଲ୍ ସେ ଡୁଡୁଙ୍ଗା ଆର୍ ସୁର୍ଲି ହୁକୁ ମଃନ୍କାର୍ ହଃର୍ତୁ ଦାଦି ରିଲା। 22 ସିଲାର୍ ହେଟେ ହୁଣି ତୁବଲ୍ କୟିନ ଜଃନମ୍ ଅୟ୍ଲା,ସେ ହିତୁଳ୍ ଆର୍ ଲଃଉଆର୍ ବିନ୍ବିନ୍ ରଃକମାର୍ ଅଃତ୍ୟାର୍ ହାଜୁକାରି ରିଲା; ତୁବଲ-କୟ୍ନର୍ ନୟମା ନାଉଁର୍ ଗଟେକ୍ ବେଣ୍ସି ରିଲି। 23 ଇତାର୍ ହଃଚେ ଲେମକ୍ ତାର୍ ନିଜାର୍ ଡକୁସିମଃନ୍କେ କଃୟ୍ଲା, "ଏଗା ଆଦା ଆର୍ ସିଲା, ମଃର୍ କଃତା ସୁଣା; ଏଗା ଲେମକାର୍ ଡକୁର୍ସିମଃନ୍, ତୁମିମଃନ୍ ମର୍ କଃତାୟ୍ କାନ୍ ଦଃୟି ସୁଣା; ମକେ ମାର୍ଲାକେ ବାଦୁଲ୍ ନେତାର୍ ଗିନେ ଗଃଟେକ୍ ମାନାୟ୍କେ ଆର୍ ମାଡାର୍ ବାଦୁଲ୍ ନେତାର୍ ଗିନେ ଗଃଟେକ୍ ଦଃଙ୍ଗ୍ଳାକେ ମଃର୍ନେ ମାରି ଆଚି।" 24 ଜଃବେ କୟିନାର୍ ମଃର୍ନେ ମାର୍ଲାର୍ ସଃମାନ୍ ଦଃଣ୍ଡ୍ ସାତ୍ଗୁଣ୍ ଅୟ୍ଲି, ତଃବେ ଲେମକାର୍ ସଃମାନ୍ ଦଃଣ୍ଡ୍ ସତୁରି ସାତ୍ଗୁଣ୍ ବାୟ୍ଦ୍ରେ ଅୟ୍ଦ୍।
25 ଇତାର୍ ହଃଚେ ଆଦମ୍ ଆରେକ୍ ନିଜାର୍ ଡକୁର୍ସି ସଃଙ୍ଗ୍ ସଃଉଆବଃସା କଃଲା, ସେ ଗଟେକ୍ ହୟିସି ଜଃଲମ୍କଃରି ତାର୍ ନାଉ ସେତ ଦିଲା ଜୁଣ୍ତାର୍ ଗିନେ ସେ କୟ୍ଲା, ମାପୁର୍ "ହେବଲାର୍ ବାଦୁଲେ ଆରେକ୍ ଗଟେକ୍ ହଅ ମକେ ଦଃୟ୍ଆଚେ। କାୟିତାକ୍ ବଃଲେକ୍ କୟିନ ତାକେ ମଃର୍ନେ ମାରିଆଚେ।" 26 ତଃବେ ସେତର୍ ହେଁ ଗଟେକ୍ ହୟିସି ଜଃଲମ୍ ଅୟ୍ଲା; ଆରେକ୍ ସେ ତାର୍ ନାଉ ଇନସ୍ ଦିଲା। ସଃଡେବଃଳ୍ ମାନାୟ୍ମଃନ୍ ଜେହବାର୍ ନାଉଁଏ ପାର୍ତନା କଃରୁକେ ଦଃର୍ଲାୟ୍।