1 ଇତାର୍ ହଃଚେ ଇସ୍ୱର୍ ନହ ଆର୍ ତାର୍ ହୟ୍ସିମଃନ୍କେ ଆସିର୍ବାଦ୍ କଃରି କୟ୍ଲା, "ତୁମିମଃନ୍ ବଃଉଁସ୍ ବାଡାଉଆ ଆର୍ ବୁତେକ୍ ବଃଉଁସ୍ ଅୟି ହୁର୍ତିବିକେ ହୁର୍ନ୍ କଃରା" 2 ହୁର୍ତିବିଏ ରେତାର୍ ସଃବୁ ଜିବ୍ଜଃତୁ ଆର୍ ଅଃଗାସେ ଉଡ୍ତା ହଃକି ଆର୍ ସଃମ୍ନ୍ଦାର୍ ମାଚ୍, ଇ ସଃବୁ ତୁମିକେ ଡିର୍ତି ଆର୍ ଡିରିକଃରି ରେତି; ସେମଃନ୍ ତୁମି ମଃନ୍କାର୍ ଆତେ ସଃହ୍ରି ଅଃଉତି। 3 ତୁମିମଃନ୍ ଇ ଜିବ୍ ଜଃତୁ କାଉଁ ହାରାସ୍, ତୁମିମଃନାର୍ କାଦି ଅୟ୍ଦ୍, ମୁଁୟ୍ କଃଚା ସାଗ୍ ହର୍ ଇ ସଃବୁ ତୁମିମଃନ୍କେ ଦିଲେ। 4 ମଃତର୍ ତୁମିମଃନ୍ ମାସ୍ ସଃଙ୍ଗ୍ ବଃନି କାହାନାୟ୍। 5 ଆରେକ୍ କେଏ ଜଦି କାକେ ଅଃତ୍ୟା କଃରେଦ୍ ତାର୍ ବାଦ୍ଲା ନଃୟ୍ନ୍ଦ୍ ; ହଃତି ହସୁ ଅଃଉଅ କି ମାନାୟ୍ ଅଃଉଅ, ତାର୍ ବାଦୁଲ୍ ନଃୟ୍ନ୍ଦ୍; ମୁଁୟ୍ ହଃତି ମାନାୟ୍ର୍ ବାୟ୍ ତଃୟ୍ହୁଣି ମାନାୟ୍ ଜିବନାର୍ ବାଦ୍ଲା ନଃୟ୍ନ୍ଦ୍। 6 ଜୁଣ୍ ଲକ୍ ମାନାୟ୍କେ ମଃର୍ନେ ମାରେଦ୍, ମାନାୟ୍ ହଃକା ତାକେ ହେଁ ମଃର୍ନେ ମାରେଦ୍; କାୟିତାକ୍ ବଃଲେକ୍ ଇସ୍ୱର୍ ନିଜାର୍ ମୁର୍ତିୟେ ମାନାୟ୍କେ ହାଜିଆଚେ। 7 ତୁମିମଃନ୍ ବଂସ୍ ବାଡି ବୁତେକ୍ ଅଃଉଆ, ଆର୍ ହୁର୍ତିବିକେ ହୁର୍ନ୍କଃରି ବୁତେକ୍ ଲକ୍ ଅଃଉଆ। 8 ଇସ୍ୱର୍ ନହକେ ଆର୍ ତାର୍ ସଃଙ୍ଗୁଆଳି ହୟିସି ମଃନ୍କେ କୟ୍ଲା। 9 "ଦଃକ୍," ତର୍ ସଃଙ୍ଗ୍ ଆର୍ ତର୍ ଆସୁଲା କାଳାର୍ ବଃଉଁସ୍ ସଃଙ୍ଗ୍ 10 ଆର୍ ତର୍ ସଃଙ୍ଗ୍ ରେତାର୍ ସଃବୁ ଜିବ୍ଜଃତୁମଃନାର୍ ସଃଙ୍ଗ୍, ବଃଲେକ୍, ଜାଜେ ହୁଣି ହଃଦାୟି ବାରାୟ୍ଲାର୍ ହସୁ ଆର୍ ଚେଳେ ସଃବୁ ହୁର୍ତିବିଏ ରେତାର୍ ସଃବୁ ଜିବ୍ ସଃଙ୍ଗ୍ ମୁଁୟ୍ ମଃର୍ ନିୟମ୍ କଃରି ଆଚି। 11 ମୁଁୟ୍ ତୁମାର୍ ସଃଙ୍ଗ୍ ଇ ନିୟମ୍ କଃରିଆଚି, ସଃବୁ ଜିବ୍ ହାଣିୟେ ବୁଡି କଃରି ଆରେକ୍ କୁର୍ପ୍ନାସ୍ ନଃଉତି; ଆରେକ୍ ହୁର୍ତିବିକେ ନାସ୍ କଃରୁକେ ଡଙ୍ଗୁର୍ ବୁଡାଉତା ହାଣି ନଃମାରେ। 12 ଇସ୍ୱର୍ ଆରେକ୍ କୟ୍ଲା, "ମୁଁୟ୍ ତର୍ ସଃଙ୍ଗ୍ ଆର୍ ତର୍ ସଃଙ୍ଗେ ରେତାର୍ ସଃବୁ ଜିବ୍ ଜଃତୁ ସଃଙ୍ଗ୍ ଟିକିକେ ଟିକି ଜୁଗ୍ ଜୁଗ୍ ହଃତେକ୍ ଜୁଣ୍ ନିୟମ୍ କଃରିଆଚି, ସେତିର୍ ଚିନା ଇରି;" 13 ମୁଁୟ୍ ମେଗେ ଅଃର୍ଦାବାଲି ତାହୁନ୍ କଃରୁଲେ, ସେରି ହୁର୍ତିବି ସଃଙ୍ଗ୍ ମର୍ ନିୟମାର୍ ଚିନା ଅୟ୍ଦ୍। 14 ଜଃଡେବଃଳ୍ ମୁଁୟ୍ ହୁର୍ତିବି ଉହ୍ରେ ମେଗେ ବାଦୁଳ୍ କଃରେଦ୍, ସଃଡେବଃଳ୍ ଅଃର୍ଦାବାଲି ଡିସେଦ୍; 15 ତଃବେ ତୁମିମଃନାର୍ ସଃଙ୍ଗ୍ ଆର୍ ଗଃଗାଳ୍ ଦଃର୍ଲା ସଃବୁ ଜିବ୍ ସଃଙ୍ଗ୍ ମଃର୍ ଜୁଣ୍ ନିୟମ୍ ଆଚେ ସେରି ମୁଁୟ୍, ଏତାୟ୍ନ୍ଦ୍ ସେତାର୍ ଗିନେ ସଃବୁ ଜିବ୍ଜଃତୁର୍ ନାସ୍ ଗିନେ ରାଜିବୁଡା ହାଣି ଆରେକ୍ ନଃମାରେ। 16 ଆରେକ୍ ଅଃର୍ଦାବାଲି ଡିସ୍ଲେକ୍ ମୁଁୟ୍ ସେରି ଦଃକିନ୍ଦ୍, ସେରି ହୁର୍ତିବିଏ ରେତାର୍ ସଃବୁ ଜିବ୍ ସଃଙ୍ଗ୍ ମର୍ ଜୁଣ୍ ଜୁଗ୍ ଜୁଗ୍ ହଃତେକ୍ କଃଲା ନିୟମ୍ ଆଚେ, ସେରି ମୁଁୟ୍ ମଃନେ ଏତାୟ୍ନ୍ଦ୍ 17 ଇସ୍ୱର୍ ନହକେ କୟ୍ଲା, "ହୁର୍ତିବିଏ ରେତାର୍ ଗଃଗାଳ୍ ଦଃର୍ଲା ସଃବୁ ଜିବ୍ ସଃଙ୍ଗ୍ ମୁଁୟ୍ ଜୁଣ୍ ନିୟମ୍ କଃରି ଆଚି, ସେରି ଇ ଚିନା ଅୟ୍ଦ୍।"
18 ନହର୍ ଜୁଣ୍ ହୟିସିମଃନ୍ ଜାଜେ ହୁଣି ଆସି ରିଲାୟ୍ ସେମଃନାର୍ ନାଉ ସେମ ଆର୍ ହାମ ଆର୍ ଜେପତ୍, ହାମ କିଣାନାର୍ ଉବାସି। 19 ଇ ତିନି ଲକ୍ ନହର୍ ହୟିସିମଃନ୍; ଇମଃନାର୍ ବଃଉଁସ୍ ହୁର୍ତିବିଜାକ ବିଳ୍ ବାଡ୍ଲାୟ୍ 20 ଇତାର୍ ହଃଚେ ନହ ତାସ୍ କାମ୍କଃରି ଅଙ୍ଗୁର୍ ତାସ୍ କଃରୁକେ ମଃନ୍କଃଲା। 21 ସେ ଅଙ୍ଗୁର୍ ରଃସ୍ ସୁରି କଃରି ମାତ୍ଲା ଆର୍ ତୁମ୍ ଲଃଗେ ନଃଗ୍ଳା ଅୟି ଡୁଳିରିଲା। 22 ସଃଡେବଃଳ୍ କିଣାନାର୍ ଉବାସି ହାମ ନିଜାର୍ ଉବାସିର୍ ନଃଗ୍ଳା ଦଃକି ହଃଦାୟି ବାରି ତାର୍ ଦୁଇ ବାୟ୍ସିକେ ଜାଣାୟ୍ଲା 23 ସଃଡେବଃଳ୍ ସେମ ଆର୍ ଜେପତ୍ କଃନ୍ଦେ ବଃସ୍ତର୍ ଦଃରି ହଃଚ୍ବାଟ୍ ଗଃଲାୟି; ସେମଃନ୍ ହଃଚ୍ ବାଟ୍ୟା ଗୁଚି ଗଃଲାକେ ଉବାସିର୍ ନଃଗ୍ଳା ନଃଦଃକ୍ଲାୟ୍। 24 ଇତାର୍ ହଃଚେ ନହ ଅଙ୍ଗୁର୍ ରଃସାର୍ ନିଦେ ହୁଣି ଉଟି ସାନ୍ ହୟିସି କଃଲା ଗୁଣ୍ ଜାଣ୍ଲା। 25 ଆର୍ ସେ କୟ୍ଲା, "କିଣାନ୍ ସାୟିପ୍ ହାଉଅ; ସେ ଅଃହ୍ଣାର୍ ବାୟ୍ମଃନ୍କାର୍ ଦାସ୍ ଅଃଉଅ।" 26 ଆରେକ୍ ସେ କୟ୍ଲା, "ସେମର୍ ଜେଅବା ଇସ୍ୱର୍ ମାୟ୍ନ୍ ହାଉଅ; କିଣାନ୍ ସେମର୍ ଦାସ୍ ଅଃଉଅ।" 27 ଇସ୍ୱର୍ ଜେପତ୍କେ ଡାକେହୁଟାଅ; ଆରେକ୍ ସେ ସେମର୍ ଚଃମେ ବାସ୍ କଃର; ଆରେକ୍ କିଣାନ୍ ତାର୍ ଗତି ଦଃଙ୍ଗ୍ଳା ଅଃଉଅ 28 ଦେସ୍ ବୁଡ୍ଲା ହାଣି ମାର୍ଲା ହଃଚେ ନହ ଆରେକ୍ ତିନିସଅ ପଚାସ୍ ବଃର୍ସ୍ ବାଚ୍ଲା। 29 ଆରେକ୍ ନହର୍ ବଃୟ୍ସ୍ ନଅସଅ ପଚାସ୍ ବଃର୍ସ୍ ରିଲି, ତଃବେ ସେ ମଃଲା।