1 ଇତାର୍ହଃଚ ଲେୟାର୍ ଗଃର୍ବେହୁଣି ଜାତ୍ଅୟ୍ଲା ଦିଣା ନାଉଁଆର୍ ଜାକୁବାର୍ ଜିସି ସେ ଦେସାର୍ ଟକି ହିଲାମଃନାର୍ ସଃଙ୍ଗ୍ କଃତାବାର୍ତା କଃରୁକେ ଗଃଲି। 2 ତଃବେ ହିଦିଅ ହମର୍ ନାଉଁଆର୍ ଦେସାର୍ ଅଃଦିକାରିର୍ ହୟିସି ସିକିମ୍ ତାକେ ଦଃକ୍ଲା; ଆର୍ ତାକେ ନଃୟ୍ ତାର୍ ସଃଙ୍ଗ୍ ସୟ୍ଲା ଆର୍ ତାକ୍ ବଃର୍ବାଦ୍ କଃଲା। 3 ଆର୍ ଜାକୁବାର୍ ସେ ଟକି ଦିଣା ଉହ୍ରେ ତାର୍ ମଃନ୍ ଦାଇଁଲାକେ ସେ ତାକେ ଲାଡ୍ କଃରି ସୁଆଦ୍ ଗଟି କୟ୍ଲା। 4 ଇତାର୍ହଃଚ ସିକିମ୍ ନିଜାର୍ ଉବାସି ହମର୍ ହମରକେ କୟ୍ଲା, "ତୁୟ୍ ମକେ ଇ ଦଃଙ୍ଗ୍ଳି ସଃଙ୍ଗ୍ ବିବା କଃରି ଦେଏ।"
5 ଇତାର୍ହଃଚ ଜାକୁବ ନିଜାର୍ ଜିସି ଦିଣାକେ ସିକିମ୍ ବିଟାଲ୍ କଃରିରିଲାର୍ ବିସୟେ ସୁଣ୍ଲା; ସଃଡେବଃଳ୍ ତାର୍ ହଃୟ୍ସିମଃନ୍ ହଃଦାୟି ହସୁ ମଃନ୍ଦାୟ୍ ରିଲାକେ ଜାକୁବ ସେମଃନ୍ ଆସ୍ତା ହଃତେକ୍ ଚିମ୍ରା ଅୟ୍ରିଲା। 6 ତାର୍ହଃଚେ ସିକିମାର୍ ଉବାସି ହମର୍ ଜାକୁବ ସଃଙ୍ଗ୍ କଃତାବାର୍ତା ଅଃଉଁକେ ଗଃଲା। 7 ଆର୍ ଜାକୁବର୍ ହଃୟ୍ସିମଃନ୍ ସେ କଃତା ସୁଣି ହଃଦାୟି ହୁଣି ଆୟ୍ଲାୟ୍; ଆର୍ ସିକିମ୍ ଜାକୁବର୍ ଜିସିକେ ଆତ୍ ଦଃରି ଇସ୍ରାଏଲାର୍ ବିରୁଦେ ଜୁୟି ବଃକୁଆକାମ୍ କଃଲା, ସେତାର୍ ଗିନେ ବେସି ଦୁକ୍ କଃରି ରିସା ଅୟି ରିଲାୟ୍। 8 ସଃଡେବଃଳ୍ ହମର୍ ସେମଃନାର୍ ସଃଙ୍ଗ୍ କଃତାବାର୍ତା କଃରି କୟ୍ଲା; "ତୁମିମଃନାର୍ ଇ ଟକିକେ ମର୍ ହଅ ସିକିମ୍ ମଃନ୍ କଃରିଆଚେ; ମୁୟ୍ ଗଃଉଆରି କଃରୁଲେ, ମର୍ ହଅ ସଃଙ୍ଗ୍ ତାକେ ବିବା କଃରିଦିଆସ୍।" 9 ଆରେକ୍, ଅଃମାର୍ ସଃଙ୍ଗ୍ ତୁମିମଃନ୍ ସଃମ୍ନ୍ଦି ଜଳା; ତୁମିମଃନାର୍ ଜିଇ ବେଣିମଃନ୍କେ ଅଃମିକେ ଦିଆ ଆର୍ ଅଃମାର୍ ଜିଇ ବେଣିମଃନ୍କେ ତୁମି ନିଆ। 10 ତଃନ୍ଅଲେକ୍, ତୁମିମଃନ୍, ଅଃମାର୍ ସଃଙ୍ଗ୍ ବାସ୍ କଃରୁହାରାସ୍, ଦେସ୍ଜାକ ତୁମାର୍ ଆଗେ ହଃଳିଆଚେ, ସେତି ବାସ୍କଃରି ବେପାର୍ କଃରା ଆର୍ ଅଃଦିକାର୍ କଃରା।
11 ଆରେକ୍, ସିକିମ୍ ଦିଣାର୍ ଉବାସି ଆର୍ ବାୟ୍ସିମଃନ୍କେ କୟ୍ଲା, "ମର୍ ଉହ୍ରେ ତୁମିମଃନାର୍ ଦଃୟା ଅଃଉଅ, ତଃବେ ତୁମି ଜାୟ୍ରି କଃଉଆସ୍ ସେରି ଦଃୟ୍ନ୍ଦ୍। 12 ଜଳା ଆର୍ ଦାନ୍ ଜଃତେକ୍ ମାଗାସ୍ ଦଃୟିନ୍ଦ୍; ମଃତର୍ ଜଃନ୍କଃଲେକ୍ ହେଁ ମକେ ଇ ଟକିକେ ବିବା କଃରି ଦିଆ।"
13 ତେବେ ସିକିମ୍ ଜାକୁବର୍ ହୟ୍ସିମଃନାର୍ ବେଣ୍ସିକେ ନଃସ୍ଟ୍ କଃରିରିଲାକେ ସେମଃନ୍ ସିକିମ୍ ଆର୍ ତାର୍ ଉବାସି ହମର୍ ସଃଙ୍ଗ୍ ଚଃଲାକି କଃରି କଃତାବାର୍ତା କଃଲାୟି, 14 "ଅଃମିମଃନ୍ ଅସୁନତ୍ ଲକେ ନିଜାର୍ ବେଣିକେ ଦେଉଁନାହାରୁ; ସେନ୍ କଃଲେକ୍ ଅଃମାର୍ ଅପ୍ମାନ୍ ଅୟ୍ଦ୍।" 15 ଜଃଡେବଃଳ୍ ତୁମିମଃନ୍ ଗଟ୍ କାମ୍ କଃରା, ଅଃମିମଃନାର୍ ହର୍ ସଃବୁ ଅଃଣ୍ଡ୍ରା ଲକ୍ ସୁନତ୍ ଅଃଉଆ, ତଃବେ ଅଃମିମଃନ୍ ତୁମାର୍ କଃତାୟ୍ ରାଜି ଅଃଉଁନ୍ଦ୍। 16 ଅଃମିମଃନ୍ ତୁମିମଃନ୍କେ କଃନ୍ୟା ଦେଉଁନ୍ଦ୍ ଆର୍ ତୁମାର୍ କଃନ୍ୟା ଅଃମିମଃନ୍ ଆଣୁନ୍ଦ୍ ଆରେକ୍ ତୁମିମଃନାର୍ ସଃଙ୍ଗ୍ ବାସ୍ କଃରି ଏକ୍ ଅୟି ବାସ୍ କଃରୁନ୍ଦ୍। 17 ମଃତର୍ ତୁମିମଃନ୍ ଜବେ ସୁନତ୍ ବିସୟେ ଅଃମାର୍ କଃତା ନଃମାନାସ୍, ତବେ ଅଃମିମଃନ୍ ସେ ଟକିକେ ନଃୟ୍ ଜଃଉଁନ୍ଦ୍।
18 ସଃଡବଃଳ୍ ସେମଃନାର୍ ଇ କଃତାୟ୍ ହମର୍ ଆର୍ ତାର୍ ହୟିସି ସିକିମ୍ ସଃର୍ଦା ଅୟ୍ଲାୟ୍। 19 ଆର୍ ସେ ବେଣ୍ଡିଆ ବେଗିବେଗି ସେ କାମ୍ କଃଲା, କାୟିତାକ୍ବଃଲେକ୍ ସେ ଜାକୁବର୍ ଜିସିକେ ବେସି ମଃନ୍ କଃର୍ତିରିଲା। ସେ ସିକିମ୍ ନିଜାର୍ ଉବାସି ଗଃର୍କୁଟୁମାର୍ ତଃୟ୍ହୁଣି ସଃବ୍କେ ଉଟ୍ୟା ବେସି ଜୟିଗ୍ ଲକ୍ ରିଲା।
20 ଇତାର୍ହଃଚ ହମର୍ ଆର୍ ତାର୍ ହୟିସି ସିକିମ୍ ନିଜାର୍ ଗଃଳ୍ ଦୁଆରେ ଆସି ଗଃଳାର୍ ଲକ୍ମଃନାର୍ ସଃଙ୍ଗ୍ କଃତାବାର୍ତା କଃରି କୟ୍ଲା; 21 "ଇ ଲଃକ୍ମଃନ୍ ଅଃମାର୍ ସଃଙ୍ଗ୍ ବନ୍ଦୁସଃମ୍ନ୍ଦି ଅଃଉତି ସେତାକ୍ ଇମଃନ୍କେ ଇ ଦେସେ ବାସ୍ କଃରୁକେ ଆର୍ ବେପାର୍ କଃରୁକେ ଦେଉଁଆ; କାୟିତାକ୍ବଃଲେକ୍ ଇ ଦେସ୍ ସେମଃନାର୍ ଗିନେ ବେସି ଟାଣ୍ ଆଚେ; ଆରେକ୍ ସେମଃନାର୍ ଜିସିମଃନ୍କେ ଅଃମି ଆଣୁଆଁ ଆର୍ ଅଃମାର୍ କଃନ୍ୟା ସେମଃନ୍କେ ଦେଉଁଆ। 22 ମଃତର୍ ସେମଃନାର୍ ଇ ଗଟେକ୍ ନିୟମ୍ ଆଚେ, କି ଅଃମିମଃନାର୍ ବିତ୍ରେ ସଃବୁ ଅଃଣ୍ଡ୍ରାମଃନ୍ ଜଦି ସେମଃନାର୍ ହର୍ ସୁନତ୍ ଅଃଉତି, ତଃବେ ସେମଃନ୍ ଅଃମିମଃନାର୍ ସଃଙ୍ଗ୍ ବାସ୍ କଃରି ଗଟେକ୍ ଦଃଳ୍ ଅଃଉଁକେ ମଃନ୍ କଃର୍ତି। 23 ସେମଃନାର୍ ଦଃନ୍, ବିତ୍ ଆର୍ ହସୁମଃନ୍ କି ଅଃମାର୍ ନଃଉତି? ସେମଃନାର୍ କଃତାୟ୍ ଅଃମିମଃନ୍ ରାଜି ଅୟିଲେକ୍, ସେରି କଃଲେକ୍ ସେମଃନ୍ ଅଃମାର୍ ସଃଙ୍ଗ୍ ବାସ୍ କଃର୍ତି।" 24 ସଃଡେବଃଳ୍ ହମର୍ ଆର୍ ତାର୍ ହୟିସି ସିକିମା ଇ କଃତାୟ୍ ଗଃଳ୍ବାଟ୍ ଅୟି ଜାତା ସଃବୁ ଲଃକ୍ମଃନ୍ ରାଜି ଅୟ୍ଲାୟ୍; ସେତାକ୍ ତାର୍ ଗଃଳାର୍ ଦୁଆର୍ ଦଃୟି ଜାତା ସଃବୁ ଅଃଣ୍ଡ୍ରା ଲକାର୍ ସୁନତ୍ ଅୟ୍ଲି।
25 ଆର୍ ତିନି ଦିନେ ଦୁକା ଦଃର୍ଲାକେ, ଦିଣାର୍ ବାଇସି ସିମିୟନ୍ ଆର୍ ଲେବି, ଜାକୁବର୍ ଇ ଜୁଳେକ୍ ହୟିସି ନିଜାର୍ କଃଣ୍ଡା ନଃୟ୍ ସଃବୁ ଅଃଣ୍ଡ୍ରାମଃନ୍କେ ଅଃତ୍ୟା କଃଲାୟି। 26 ଆର୍ ହମର୍କେ ଆର୍ ତାର୍ ହୟିସି ସିକିମ୍କେ କଃଣ୍ଡା ସଃଙ୍ଗ୍ ଅଃତ୍ୟାକଃରି ସିକିମାର୍ ଗଃରେହୁଣି ଦିଣାକେ ନଃୟ୍ ଗଃଲାୟି। 27 ଜାକୁବର୍ ହଃୟ୍ସିମଃନ୍ ଅଃତ୍ୟା ଅୟ୍ଲା ଲକ୍ମଃନାର୍ ହାକ୍ ଆସି ଗଃଳ୍ ବିତ୍ରେ ହୁରି ଚରି କଃଲାୟି, କାୟିତାକ୍ବଃଲେକ୍ ସେମଃନାର୍ ବେଣ୍ସିକେ ସେ ଲଃକ୍ମଃନ୍ କଃରାପ୍ କଃରିରିଲାୟ୍। 28 ଆରେକ୍, ସେମଃନାର୍ ମେଣ୍ଡା ଆର୍ ଗାୟ୍ ଆର୍ ଗଃଦ ସଃବୁ ଆରେକ୍ ଗଃଳେ ରିଲା ସଃବୁ ଜିନିସ୍ ଚରି ନିଲାୟ୍। 29 ଆର୍ ସେମଃନାର୍ ହିଲା ଆର୍ ଡକୁର୍ସିମଃନ୍କେ ବାନ୍ଦି କଃରି ସଃବୁ ଦଃନ୍ ଆର୍ ଗଃର୍କେ ଡାକାୟ୍ତ୍ କଃରି ନିଲାୟ୍।
30 ସେତାକ୍ ଜାକୁବ ସିମିୟନ୍ ଆର୍ ଲେବିକେ କୟ୍ଲା, "ତୁମିମଃନ୍ ଇ ଦେସେ, ବଃଲେକ୍, କିଣାନ୍, ଆର୍ ପିରିଜିଅ ଲକ୍ମଃନାର୍ ସଃଙ୍ଗ୍ ମକେ ବିରଦ୍ କଃରାୟ୍ ଦୁକ୍ ଦିଲାସ୍; ମର୍ ଲଃକ୍ମଃନ୍ ବେସି ନାୟ୍; ସେତାକ୍ ସେମଃନ୍ ମର୍ବିରଦେ ରୁଣ୍ଡିକଃରି ମକେ ଅଃତ୍ୟା କଃର୍ତି ସେତାକ୍ ମର୍ ଗର୍କୁଟୁମ୍ ନାସ୍ ଅଃଉଁନ୍ଦ୍" 31 ସେମଃନ୍ ଉତୁର୍ ଦିଲାୟ୍ "ଅଃମିମଃନାର୍ ବେଣିକେ ଦାରିଆଣି ହର୍ ବେବାର୍ କଃର୍ତାର୍ ତାର୍ ହାଁୟ୍ ନିକ ରିଲିକି?"