1 ଇ ହଃର୍କାରେ ଜଃଡେବଃଳ୍ ହୁର୍ତିବିଏ ମାନାୟ୍ ମଃନ୍କାର୍ ବିଳ୍ ବାଡୁକେ ଦଃର୍ଲି ଆର୍ ସେ ମଃନ୍କାର୍ ଗାଦା ଜିସିମଃନ୍ ଜଃଲମ୍ ଅୟ୍ଲାୟ୍; 2 ସଃଡେବଃଳ୍ ଇସ୍ୱରାର୍ ହଃୟ୍ସିମଃନ୍ ମାନାୟ୍ ମଃନ୍କାର୍ ଜିସି ମଃନ୍କେ ସୁନ୍ଦୁର୍ ଦଃକି, ସେମଃନ୍ ଜୁଣ୍ତାକେ ମଃନ୍କଃଲାୟ୍, ସେମଃନ୍କେ ବିବା ଅଃଉଁକେ ଦଃର୍ଲାୟ୍। 3 ତଃବେ ମାପୁର୍ କୟ୍ଲା, "ମର୍ ଆତ୍ମା ସଃବୁବଃଳ୍ ମାନାୟ୍ ମଃନାର୍ ତଃୟ୍ ବାସ୍ ନଃକେରେ, ବଃଲେକ୍ ସେମଃନ୍ କଃରାପ୍ ବାଟ୍ ଜଃଉଁକେ; ମାସାର୍ ଗଃଗାଳ୍ ଦଃର୍ଲାର୍ ଲାଗି ସେମଃନ୍କାର୍ ବଃୟ୍ସ୍ ସଏ କଳେ ବଃର୍ସ୍ ଅୟ୍ଦ୍।" 4 ସେକାଳେ ହୁର୍ତିବିଏ ବେସିବଃଡ୍ ବିରମଃନ୍ ରିଲାୟ୍; ଆରେକ୍ ସେତାର୍ ହଃଚେ ଇସ୍ୱରାର୍ ହଃୟ୍ସି ମଃନ୍ ମାନାୟ୍ ମଃନ୍କାର୍ ଜିସି ମଃନ୍କେ ସଃଉଆବଃସା କଃଲାୟି, ସେମଃନାର୍ ତଃୟ୍ ହୁଣି ହଃୟ୍ସିମଃନ୍ ଜାତ୍ ଅୟ୍ଲାୟ୍; ସେମଃନ୍ ହେଁ ହୁର୍ବ କାଳାର୍ ଡାକ୍ହୁଟା ବିରମଃନ୍ ରିଲାୟ୍।
5 ମାପୁର୍ ଦଃକ୍ଲା, ହୁର୍ତିବିଏ ମାନାୟ୍ ମଃନ୍କାର୍ ଦୁସ୍ଟ୍ କାମ୍ ଅଃଦିକ୍ କଃରାପ୍, ସେମଃନାର୍ ମଃନାର୍ ବାବ୍ନା ସଃବୁବଃଳ୍ ମଃନ୍ଦ୍। 6 ଇତାର୍ଗିନେ ମାପୁର୍ ହୁର୍ତିବିଏ ମାନାୟ୍କେ ହାଜି ରିଲାର୍ ଗିନେ, ଦଃକିକଃରି ମଃନେମଃନେ ଦୁକ୍ କଃଲା। 7 ସେତାକେ ମାପୁର୍ କୟ୍ଲା, "ମୁଁୟ୍ ହୁର୍ତିବିୟେ ହୁଣି ଅଃହ୍ଣା ଗଃଳ୍ଲା ମାନାୟ୍କେ, ଆର୍ ମାନାୟ୍ ସଃଙ୍ଗ୍ ହସୁ ଆରେକ୍ ଚାଲାବୁଲା କଃର୍ତା ଜିବ୍ଜଃତୁ ଆର୍ ଅଃଗାସେ ଉଡ୍ତା ଚେଳେ ମଃନ୍କେ ନାସ୍ କଃରିନ୍ଦ୍; କାୟିତାକ୍ ବଃଲେକ୍ ମୁଁୟ୍ ସେମଃନ୍କେ ହାଜି କଃରି ମଃର୍ ମଃନ୍ଦୁକ୍ ଅୟି ଆଚେ।" 8 ମଃତର୍ ନହ ଜିଅବାର୍ ଆକିଏ ଦଃୟା ଦଃକାୟ୍ ଅୟ୍ଲା।
9 ନହର୍ ବଃଉଁସ୍ ଇରି। ନହ ଅଃହ୍ଣାର୍ ସେକାଳାର୍ ଲକ୍ ମଃନାର୍ ବିତ୍ରେ ଦଃର୍ମି ଆର୍ ସାଦୁ ରିଲା। 10 ସେମ ଆର୍ ହାମ, ଆର୍ ଜେପତ୍, ଇ ତିନି ହଃୟ୍ସିକେ ନହ,ଜଃଲମ୍ ଦିଲା। 11 ସେ କାଳେ ହୁର୍ତିବି ଇସ୍ୱର୍ ଜାଣ୍ତିଏ କଃରାପ୍ ରିଲି ଆର୍ ହୁର୍ତିବି ମାଡ୍ଗଳ୍, ଉଳାଉଳି, ଚରି, ମଃନ୍ଦ୍କାମେ ହୁର୍ନ୍ ଅୟି ରିଲି। 12 ଆରେକ୍ ଇସ୍ୱର୍ ହୁର୍ତିବିଏ ଆକି ବୁଲାୟ୍ ଦଃକ୍ଲା, ସେ ସଃବୁ କଃରାପ୍ ଅୟି ଆଚେ; ଜୁଇତାର୍ ଗିନେ ହୁର୍ତିବିର୍ ସଃବୁ ଜିବ୍ କଃରାପ୍ ଅୟି ଆଚ୍ତି।
13 ସେତାକେ ଇସ୍ୱର୍ ନହକେ କୟ୍ଲା, "ମଃର୍ ଜାଣ୍ତିଏ ସଃବୁ ଜିବ୍ଜଃତୁର୍ ସେସ୍ କାଳ୍ କେଟି ଆଚେ; କାୟିତାକ୍ ବଃଲେକ୍ ସେମଃନାର୍ ଗିନେ ହୁର୍ତିବି କଃରାପ୍ କାମେ ହୁର୍ନ୍ ଅୟି ଆଚେ, ଆରେକ୍ ଜାଣା, ମୁଁୟ୍ ହୁର୍ତିବିକେ ନାସ୍ କଃରିନ୍ଦ୍।" 14 ତୁୟ୍ ଗପର୍ ଗଃଚାର୍ କାଟ୍ ତଃୟ୍ ଗଟେକ୍ ଜାଜ୍ ବଃନାଉ ସେତାର୍ ବିତ୍ରେ ବିନ୍ବିନ୍ ବଃକ୍ରା କଃରି ଆରେକ୍ ସେବିତ୍ରେ ହଃଦାବାଟ୍ ଲାକ୍ ସଃଙ୍ଗ୍ ଲିହା। 15 ସେରି ଇ ରଃକମେ ହାଜ୍ସି ତିନିସଅ ଆତ୍ ଡେଙ୍ଗ୍, ଅଃସାର୍ ପଚାସ୍ ଆତ୍, ଉଚ୍ ତିରିସ୍ ଆତ୍। 16 ଉହ୍ରେ ଗଟ୍ ଆତ୍ ଚାଡି ଜର୍କା ବଃନାଉସି; ଆରେକ୍ ସେତି ଦୁଇ ତାଲା ଆର୍ ତିନି ତାଲା ବଃନାଉସି।
17 ଆରେକ୍ ଅଃଗାସ୍ ତଃଳେ ଜିବନ୍ ରେତାର୍ ଜଃତେକ୍ ଜିବ୍ ଜଃତୁ ଆଚ୍ତି, ସେ ସଃବୁକେ କୁର୍ପ୍ନାସ୍ କଃରୁକେ ମୁଁୟ୍ ହୁର୍ତିବିକେ ହାଣି ସଃଙ୍ଗ୍ ବୁଡାୟ୍ନ୍ଦ୍, ସେତି ହୁର୍ତିବିର୍ ସଃବୁ ଜିବ୍ଜଃତୁ ଜିବନ୍ ଆରାଉତି। 18 ମଃତର୍ ମୁଁୟ୍ ତର୍ ସଃଙ୍ଗ୍ ମଃର୍ ନିୟମ୍ କଃରିନ୍ଦ୍; ତଃବେ ତୁୟ୍ ତର୍ ନିଜାର୍ ହଃଅ ଆର୍ ତର୍ ଡକୁର୍ଦି ଆର୍ ବୁଆରିମଃନ୍କେ ସଃଙ୍ଗେ ନଃୟ୍ ଜାଜ୍ବିତ୍ରେ ହୁରାସ୍। 19 ଆରେକ୍ ଜିବନ୍ ବାଚାଉଁକେ ସଃବୁ ରଃକମାର୍ ଜିବ୍ଜଃତୁମଃନ୍କେ ଗଟେକ୍ ଗଟେକ୍ ଜୁଳି ଜୁଳି ମାୟ୍ଅଃଣ୍ଡ୍ରା କଃରି, ନିଜାର୍ ସଃଙ୍ଗ୍ ନଃୟ୍କଃରି ଜାଜେ ହୁର୍ସି। 20 ସଃବୁ ରଃକମାର୍ ହଃକିରେତା ଜିବ୍ ଆର୍ ସଃବୁ ରଃକମାର୍ ହସୁ ଆର୍ ସଃବୁ ରଃକମାର୍ ବୁୟ୍ରାଙ୍ଗ୍ତାର୍ ଜିବ୍ଜଃତୁ ମଃନ୍କାର୍ ଗଟେକ୍ ଗଟେକ୍ କୁଳ୍ ହଃର୍କାରେ ଜିବନ୍ ରଃକ୍ୟା କଃରୁକେ ମାୟ୍ଅଃଣ୍ଡ୍ରା ଅୟ୍କଃରି ତର୍ ଚଃମେ ଆସ୍ତି। 21 ଆରେକ୍ ତୁୟ୍ ନିଜାର୍ ଆର୍ ସେମଃନାର୍ କାଦିର୍ ଗିନେ ସଃବୁ ରଃକମାର୍ କାତା କାଦି ଆଣିକଃରି ନିଜାର୍ହାକ୍ ସଃଙ୍ଗାଉସି। 22 ସେତାକ୍ ନହ ସେହର୍ କଃଲା; ଇସ୍ୱରାର୍ ଆଦେସ୍ ହଃର୍କାରେ ସେ ସଃବୁ କାମ୍ କଃଲା।