1 ଜସେପ୍କେ ମିସର୍ ଦେସେ ଆଣ୍ଲାକେ, ପାର ରଃଜାର୍ ଗଟ୍ ଚାକର୍ ବଃଲେକ୍ ପଟିପର୍ ସଃୟ୍ନ୍, ତାକ୍ ଆଣିରିଲା ଇସ୍ମାଏଲିୟମଃନାର୍ ତୟ୍ହୁଣି ଜସେପ୍କେ ଗେନି ନିଲା। 2 ମଃତର୍ ଇସ୍ୱର୍ ଜସେପ୍ ସଃଙ୍ଗ୍ ରିଲା, ସେତାକ୍ ସେ ଡାକ୍ହୁଟା ଅୟ୍ଲା, ଆର୍ ସେ ନିଜାର୍ ମିସ୍ରିୟ ଗଃରେ ବାସ୍ କଃଲା। 3 ଇତାକ୍ ଇସ୍ୱର୍ ଜସେପାର୍ ସାହା ଆଚେ ଆର୍ ସେ ଜୁୟି ଜୁୟି କାମ୍ କଃଲା, ଇସ୍ୱର୍ ସେ ସଃବୁ ସିଦ୍ କଃରୁଲା ଇରି ତାର୍ ସାଉକାର୍ ଦଃକ୍ଲା। 4 ସେତାକ୍ ତାର୍ ଆକାୟ୍ ଦଃୟା ହାୟ୍ଁ ତାର୍ ସେବାକଃରୁକେ ସେ କାମ୍ ହାୟ୍ଲା, ଆର୍ ସେ ଜସେପ୍କେ ନିଜାର୍ ଗୁମୁସ୍ତା କଃରି ଗଃରାର୍ ସଃବୁ ସଃହ୍ରି ଦିଲା। 5 ଇ ହଃର୍କାରେ ସେ ଜସେପ୍କେ ନିଜାର୍ ଗଃର୍ ଆର୍ ସଃବୁ ତଃୟ୍ର୍ ଅଃଦିକାର୍ ଦିଲା, ସେ ଦିନେହୁଣି ଜସେପାର୍ ଗିନେ ସେ ମିସ୍ରିୟ ଲକାର୍ ଗଃରେ ଇସ୍ୱର୍ ଦଃୟା କଃଲା; ଗଃର୍ ଆର୍ ବୁୟିଁବାଡା ସଃବୁ ଉହ୍ରେ ଇସ୍ୱରାର୍ ଆସିର୍ବାଦ୍ ଅୟ୍ଲି। 6 ଇତାର୍ ଗିନେ ଜସେପାର୍ ଆତେ ନିଜାର୍ ସଃବୁ ଦାୟିତ୍ ଦିଲା, ପର୍ଟିପର୍ ନିଜାର୍ କାତା ହିଉତାର୍ ଚାଡି କାୟିରିହେଁ ନଃକେଲା। ଜସେପ୍ ବେସି ସୁନ୍ଦୁର୍ ରିଲା।
7 ଇ ସଃବୁ ଆୟ୍ଲା ହଃଚେ ତାର୍ ସାଉକାରାର୍ ଡକୁର୍ସି ଜସେପାର୍ ଉହ୍ରେ ଆକି ହଃକାୟ୍ଲି; ସେତାକ୍ ତାକ୍ କୟ୍ଲି "ତୁୟ୍ ମର୍ ସଃଙ୍ଗ୍ ସଃଉ।" 8 ମଃତର୍ ଜସେପ୍ ନିଜାର୍ ସାଉକାରାର୍ ଡକୁର୍ସିକେ ନାୟ୍ ବଃଲି କୟ୍ ତାକେ କୟ୍ଲା, "ଦଃକ୍ ଇ ଗଃରେ ଜୁୟି ଜିମା ଆଚେ ସାଉକାର୍ ସେରି ସେ ନଃୟ୍ ନଃକେରି ମର୍ ଆତେ ସଃବୁ ବୁଜୁକେ ଦଃୟି ଆଚେ। 9 ଇ ଗଃରେ ମର୍ ତଃୟ୍ହୁଣି କେଏ ବଃଡ୍ ଲକ୍ ନାୟ୍; ତୁୟ୍ ତାର୍ ଡକୁର୍ସି, ଇତାର୍ ଗିନେ ତକେ ଚାଡି କାୟିରି ହେଁ ବାଦା ନାୟ୍। ଇତାର୍ଗିନେ କଃନ୍କଃରି ଅଃଡେକ୍ ବଃଡ୍ ଦୁସ୍ଟ୍ ଆର୍ ଇସ୍ୱରାର୍ ବିରୁଦେ କାମ୍ କଃରିନ୍ଦ୍।" 10 ଅୟିଲେକ୍ ହେଁ ସେ ମାୟ୍ଜି ଦିନ୍କେ ଦିନ୍ ଇ ରଃକମ୍ କୟ୍ ଲାଗ୍ଲି; ମଃତର୍ ଜସେପ୍ ତାର୍ ସଃଙ୍ଗ୍ ସଃଉଁକେ କି ତାର୍ ଚଃମେ ରେଉଁକେ ରାଜି ନୟ୍ଲା।
11 ଗଟ୍ଦିନ୍ ଜସେପ୍ ନିଜାର୍ କାମ୍ କଃରୁକେ ଗଃର୍ ବିତ୍ରେ ଗଃଲା, ସେଡେବଃଳ୍ ଗଃରାର୍ ଚାକର୍ମଃନ୍ କେହେଁ ଗଃରେ ନଃରିଲାୟ୍। 12 ସେତାକ୍ ଜସେପାର୍ ବଃସ୍ତର୍ ଦଃରି "ମର୍ ସଃଙ୍ଗ୍ ସଃଉ ବଃଲି ଜିକାଟାଣା କଃଲି;" ମଃତର୍ ଜସେପ୍ ତାର୍ ଆତେ ନିଜାର୍ ବଃସ୍ତର୍ ଚାଡିଦଃୟ୍ ହଃଦାୟି ହଃଳାୟ୍ଲା। 13 ଜଃଡେବଃଳ୍ ସେ ମାଇଜି ତାର୍ ଆତେ ଜସେପ୍ ନିଜାର୍ ବଃସ୍ତର୍ ଚାଡି ହଃଦାୟି ଜସେପ୍ ହଃଳାୟ୍ଲାର୍ ଦଃକ୍ଲି, 14 ସଃଡେବଃଳ୍ ସେ ନିଜାର୍ ଗଃରାର୍ ଲକ୍ମଃନ୍କେ କୁଦି କଃରି କୟ୍ଲି, "ଦଃକା ସେ ମର୍ ସଃଙ୍ଗ୍ ଲାଜ୍ କାମ୍ କଃରୁକେ ଏବ୍ରିୟକେ ଆଣିଆଚେ; ସେ ମକେ ଆତ୍ ଦଃରୁକେ ବିତ୍ରେ ଆସିରିଲା; ସେତାକ୍ ମୁଁୟ୍ ବେଲ୍କିଅୟ୍ କୁଦ୍ଲେ।" 15 ମୁୟ୍ ବେଲ୍କି ଅୟ୍ଲାକେ ସୁଣି ସେ ତାର୍ ନିଜାର୍ ବଃସ୍ତର୍ ମର୍ ଚଃମେ ହଃକାୟ୍ ହଃଦାୟି ହଃଳାୟ୍ଲା। 16 ଆର୍ ସେ ମାୟ୍ଜି ତାର୍ ଡକ୍ରାସି ଆସ୍ତା ହଃତେକ୍ ସେ ବଃସ୍ତର୍ ନିଜାର୍ ଚଃମେ ସଃଙ୍ଗାୟ୍ ରିଲି। 17 ସେ ନିଜାର୍ ଡକ୍ରାସିକେ ସେରଃକମ୍ ସେ କୟ୍ଲି; "ତୁୟ୍ ଜୁୟି ଏବ୍ରିୟ ଚାକର୍କେ ଅଃମାର୍ ଗଃରେ ଆଣିଆଚ୍ସି, ସେ ମର୍ ଇଜତ୍ ନେଉଁକେ ମର୍ ଚଃମେ ଆସି ରିଲା। 18 ଆର୍ ମୁୟ୍ ବେଲ୍କି ଅୟ୍ଲାକେ ସେ ମର୍ ଆତେ ତାର୍ ବଃସ୍ତର୍ ଚାଡିକଃରି ହଃଦାୟି ହଃଳାୟ୍ଲା।"
19 ସେଡେବଃଳ୍ "ତର୍ ଚାକର୍ ମକେ ଇରଃକମ୍ କଃରିଆଚେ," ଇ କଃତା ନିଜାର୍ ଡକୁର୍ସିର୍ ଟଣ୍ଡେହୁଣି ସୁଣି ଜସେପ୍ ଉହ୍ରେ ତାର୍ ସାଉକାର୍ ବେସି ରିସା ଅୟ୍ଲା। 20 ଆରେକ୍ ଜସେପାର୍ ସାଉକାର୍ ତାକେ ନଃୟ୍ କଃୟ୍ଦି ମଃନାର୍ ସଃଙ୍ଗ୍ ରେତା ଜଃଇଲେ ହୁରାୟ୍ଲା; ଆର୍ ଜସେପ୍ ସେ ଜଃୟ୍ଲେ ରିଲା। 21 ମଃତର୍ ଇସ୍ୱର୍ ଜସେପାର୍ ସାକ୍ୟା ରିଲା, ଆର୍ ତାର୍ ଉହ୍ରେ ଦଃୟାକଃରି ଜଃୟ୍ଲ୍ ଜାଗୁଆଳିର୍ ଆକାୟ୍ ଦଃୟାର୍ ଲକ୍ କଃଲା। 22 ସେତାକ୍ ଜଃୟ୍ଲ୍ ଜାଗୁଆଳି ଜଃୟ୍ଲେ ରିଲା ସଃବୁଲକାର୍ ଦାୟିତ୍ ଜସେପାର୍ ଆତେ ଦିଲା; ଆର୍ ସେମଃନ୍ ଜାୟ୍ରି କଃଲାୟି, ସେ ସବୁର୍ ମାଲିକ୍ ସେ ଅୟ୍ଲା। 23 ଜଃୟ୍ଲ୍ ଜାଗୁଆଳି ଜସେପ୍କେ ଦଃୟ୍ରିଲା ସଃବୁ ଦାୟିତ୍ ଆରେକ୍ ତଃନ୍କି ନଃକେଲା, କାୟିତାକ୍ବଃଲେକ୍ ଇସ୍ୱର୍ ତାର୍ ସାକ୍ୟାରିଲା; ଆର୍ ସେ ଜାୟ୍ରି କଃଲା ଇସ୍ୱର୍ ସେରି ହୁରୁଣ୍ କଃଲା।