1 ଇତାର୍ହଃଚ ଜାକୁବ ଅଃନାୟ୍କଃରି ଦଃକ୍ଲା ଜେ ଏସାଉ ତାର୍ ସଃଙ୍ଗ୍ ଚାରିସଅ ଲକ୍ ଦଃରି ସେତି ଆୟ୍ଲା। ତଃବେ ସେ ନିଜାର୍ ହିଲାମଃନ୍କେ ବାଗ୍ କଃରି ରାହେଲ୍ ଆର୍ ଲେୟା ଆର୍ ଜଳେକ୍ ଦାସିମଃନ୍କେ ସଃର୍ହ୍ରିଦିଲା, 2 ବଃଲେକ୍ ଆଗେ ଦୁଇ ଦାସି ଆର୍ ସେମଃନାର୍ ହିଲାମଃନ୍କେ, ତାର୍ ହଃଚେ ଲେୟା ଆର୍ ତାର୍ ହିଲାମଃନ୍କେ, ସଃରାସଃରି ରାହେଲ୍ ଆର୍ ଜସେପ୍କେ ରଃକ୍ଲା। 3 ନିଜେ ଆଗେ ଜାୟ୍ ସାତ୍ ତର୍ ମୁଣ୍ଡିଆ ମାରି ତାର୍ ବାୟ୍ ଚଃମେ ହଚ୍ଲା। 4 ସଃଡେବଃଳ୍ ଏସାଉ ତାକେ ବେଟ୍ ଅଉଁକେ ଦବ୍ଳି ଜାୟି ତାର୍ ଗଃଳାୟ୍ ହଃଟଳି ଚୁମ୍ଲା, ଆର୍ ଦୁଇ ଲକ୍ କାନ୍ଦ୍ଲାୟ୍। 5 ଇତାର୍ ହଃଚେ ଅଃନାୟ୍ ଡକୁର୍ସିମଃନ୍କେ ଆର୍ ହିଲାମଃନ୍କେ ଦଃକି ହଃଚାର୍ଲା, "ତର୍ ସଃଙ୍ଗ୍ ଇ ଲଃକ୍ମଃନ୍ କେଏ?" ତଃବେ ସେ କୟ୍ଲା, "ଇସ୍ୱର୍ ଦଃୟାକଃରି ତର୍ ଦାସ୍କେ ଇ ସଃବୁ ହିଲାମଃନ୍କେ ଦଃୟି ଆଚେ।" 6 ସେତାକ୍ ଦାସିମଃନ୍ ଆର୍ ସେମଃନାର୍ ହିଲାମଃନ୍ ଲଗେ ଆସି ମୁଣ୍ଡିଆ ମାର୍ଲାୟ୍। 7 ତାର୍ ହଃଚେ ଲେୟା ଆର୍ ତାର୍ ହିଲାମଃନ୍ ଆସି ମୁଣ୍ଡିଆ ମାର୍ଲାୟ୍; ସଃରାସଃରି ଜସେପ୍ ଆର୍ ରାହେଲ୍ ଲଃଗେ ଆସି ମୁଣ୍ଡିଆ ମାର୍ଲାୟ୍। 8 ସଃଡେବଃଳ୍ ଏସାଉ ହଃଚାର୍ଲା, ମୁୟ୍; "ଜୁୟ୍ମଃନ୍କେ ବେଟ୍ ଅୟ୍ରିଲେ; ସେରି କାୟ୍କଃରୁକେ?" ଜାକୁବ କୟ୍ଲା "ମର୍ ମାଲିକାର୍ ଆକାୟ୍ ଦଃୟା ହାଉଁକେ।" 9 ସେତାକ୍ ଏସାଉ କୟିଲା, "ମର୍ ଜଃବର୍ ଆଚେ ବାୟ୍; ତର୍ ଜାୟ୍ରି ଆଚେ ସେରି ତର୍ ରେଉଅ।" 10 ଜାକୁବ କୟ୍ଲା, "ନାୟ୍, ମୁୟିଁ ଗଃଉଆରି କଃରୁଲେ, ମୁୟ୍ ତର୍ ଆକାୟ୍ ଜଃଡେବଃଳ୍ ଦୟା ହାୟ୍ଲେ, ତଃବେ ମର୍ ଆତେହୁଣି ସେ ବେଟି ନେଏ; କାୟିତାକ୍ବଃଲେକ୍ ମାପୁର୍ ମୁଉଁ ଦଃକ୍ଲାହର୍ ତର୍ ମୁକ୍ ମୁୟିଁ ଦଃକ୍ଲେ; ଆରେକ୍ ହେଁ ତୁୟ୍ ମକେ ଦଃୟା କଃଲିସ୍।" 11 ସେତାକ୍ ଗଃଉଆରି କଃରୁଲେ, ତର୍ ତଃୟ୍ ଆଣ୍ଲା ଇ ଆସିର୍ବାଦ୍ ନେଏ; କାୟିତାକ୍ବଃଲେକ୍ ଇସ୍ୱର୍ ମକେ ଦଃୟା କଃରିଆଚେ, ଆରେକ୍ ମର୍ ସଃବୁ ଆଚେ। ସଃର୍ଦା ମଃନେ ଗଃଉଆରି କଃଲାକେ, ଏସାଉ ସେରି ନିଲା। 12 ଇତାର୍ହଃଚ ଏସାଉ କୟ୍ଲା, ଆସା, ଅଃମିମଃନ୍ ଜୁଆଁ, ମୁଁୟ୍ ତୁମିମଃନାର୍ ଆଗେ ଆଗେ ଜଃଉଁଲେ। 13 ସେତାକ୍ ଜାକୁବ କୟ୍ଲା, "ମର୍ ମାଲିକ୍ ଜାଣ୍ସି, ଇ ହିଲାମଃନ୍ କଃଉଁଣା,ଆର୍ ଦୁଦ୍ ଦେତା ମେଣ୍ଡା ଆର୍ ଗାୟ୍ ମର୍ ସଃଙ୍ଗ୍ ଆଚ୍ତି, ଗଟେଦିନେ ହଃକା ବେସିବାଟ୍ ଇଣ୍ଡାୟ୍ଲେକ୍ ସଃବୁ ମଃନ୍ଦା ମଃରିଜାତି। 14 ସେତାକ୍ ଗଃଉଆରି କଃରୁଲେ, ମର୍ ମାଲିକ୍ ତର୍ ଦାସାର୍ ଆଗ୍ତୁ ଇଣ୍ଡ୍; ସେ ସେରିୟ ଦେସେ ହଚ୍ତା ହଃତେକ୍ ମୁୟ୍ ହସୁମଃନାର୍ ଇଣ୍ଡ୍ତା ସଃକ୍ତି ହଃର୍କାରେ ଆର୍ ହିଲାମଃନ୍ ଇଣ୍ଡ୍ତା ସଃକ୍ତି ହଃର୍କାରେ ଦିରେ ଦିରେ ଚାଲାୟ୍ ନଃୟ୍ନ୍ଦ୍।" 15 ଏସାଉ କୟ୍ଲା, "ତଃବେ କଃତେକ୍ ଲକ୍ମଃନ୍କେ ତର୍ତଃୟ୍ ଚାଡି ଜଃଉଁଲେ।" ଜାକୁବ କୟ୍ଲା "କାୟ୍କଃରୁକେ? ମର୍ ଉହ୍ରେ ମାଲିକାର୍ ଦଃୟା ରିଲେକ୍ ସଃରି।" 16 ସେତାକ୍ ଏସାଉ ସେଦିନ୍ ସେରିୟ ବାଟ୍ ଦଃୟି ବାଉଡ଼ି ଗଃଲା। 17 ମଃତର୍ ଜାକୁବ ସୁକତ୍କେ ଜାୟ୍ ନିଜାର୍ ଗିନେ ଗଃର୍ ଆର୍ ନିଜାର୍ ହସୁମଃନାର୍ ହାୟ୍ଁ କୁଡ଼ିଆ ତିଆର୍ କଃଲା; ଇତାର୍ ଗିନେ ସେ ଟାଣାର୍ ନାଉ ସୁକତ୍ ନାଉଁଏ ଡାକା ଅୟ୍ଲି।
18 ଇ ହଃର୍କାରେ ଜାକୁବ ପଦନ୍ ଅରାମ ତଃୟ୍ ହୁଣି ବାରୟ୍ କିଣାନାର୍ ସିକିମାର୍ ଗଟ୍ ଗଃଳେ ହଚି ଗଃଳାର୍ ହଃଦାୟି ତୁମ୍ ଟାଣ୍ଲା। 19 ଇତାର୍ ହଃଚେ ସିକିମାର୍ ଉବାସି ହାମରାର୍ ହୟସିମଃନ୍କେ ଏକସ କସିତା ରୁହା ଟଃକା ଦଃୟି ସେ ତୁମ୍ ବାନ୍ଦିରିଲା ବୁୟ୍ଁ କଃଣ୍ଡେକ୍ ଗେନ୍ଲା। 20 ଆରେକ୍, ସେତି ଗଟେକ୍ ବେଦି ହାଜି ତାର୍ ନାଉ ଏଲ-ଏଲହେ ଇସ୍ରାଏଲାର୍ ଇସ୍ୱର୍ ସଃଙ୍ଗାୟ୍ଲା।