1 ଇତାର୍ହଃଚ ହୁରାହୁରି ଦୁଇ ବଃର୍ସ୍ ସଃର୍ଲାକେ ପାର୍ ଇରି ଚଃହ୍ନେ ଦଃକ୍ଲା; ଦଃକା ସେ ନିଳି ଗାଡ୍ କଃଣ୍ଡାଇ ଟିଆ ଅୟିଆଚେ। 2 ଆର୍ ଦଃକା ନିଳି ଗାଡ୍ ବିତ୍ରେହୁଣି ସାତ୍ଗଟ୍ ଦୁମା ସୁନ୍ଦୁର୍ ଗାଇମଃନ୍ ବାରାୟ୍ ରଃନ୍ ଚଃରୁକେ ଦଃର୍ଲାୟ୍। 3 ସେମଃନାର୍ ହଃଚେ ଆରେକ୍ ସାତ୍ଗଟ୍ ସୁକ୍ଲାର୍ ଆର୍ ରେଙ୍ଗ୍ଟି ଗରୁ ଉଟି ନିଳି ଗାଡ୍ କଃଣ୍ଡାଇ ସେ ଗରୁମଃନାର୍ ଚଃମେ ଟିଆ ଅୟ୍ଲାୟ୍। 4 ସେତାକ୍ ସେ ସୁକିଗଃଲା ଆର୍ ରେଙ୍ଗ୍ଟି ଗରୁ ସେ ସାତ୍ଗଟ୍ ଦୁମା ସୁନ୍ଦୁର୍ ଗରୁମଃନ୍କେ କାଇଗଃଲାୟ୍। ଅଃନ୍କାବଃଳ୍ ପାରର୍ ନିଦ୍ ବାଙ୍ଗ୍ଲି। 5 ଆରେକ୍ ସେ ନିଦୟ୍ଲା ଆରେଗଟ୍ତର୍ ଚଃହୁନ୍ଲା; ଗଟେକ୍ ଡେଟିତଃୟ୍ ସାତ୍ଗଟ୍ ହୁରାଟ୍ ଆର୍ ନିକ କେଡ୍ ବାର୍ଲି। 6 ତାର୍ହଃଚେ ଉଦ୍ୟାନ୍ ବାଟାର୍ ହଃବନେ ସୁକ୍ଲା ଆରେକ୍ ସାତ୍ଗଟ୍ ଦୁର୍ବଳ୍ କେଡ୍ ବାରୟ୍ଲି। 7 ଆରେକ୍ ସେ ସାତ୍ଗଟ୍ ଦୁର୍ବଳ୍ କେଡ୍ ଇ ସାତ୍ଗଟ୍ ହୁରାଟ୍ ଆର୍ ନିକ କେଡ୍କେ କାୟ୍ଲାୟ୍। ଅଃନ୍କାବଃଳ୍ ପାରର୍ ନିଦ୍ ବାଙ୍ଗ୍ଲି,ଚଃହୁନ୍ଲାର୍ ମଃତର୍ ଜାଣ୍ଲା। 8 ଆରେକ୍, ସକାଳିଆ ତାର୍ ମଃନ୍ ଗାବ୍ରା ଅୟ୍ଲି, ସେତାକ୍ ସେ ଲକ୍ହଃଟାଇ ମିସର୍ ଦେସାର୍ ଦିସାରି ଆର୍ ହଃଣ୍ଡିତ୍ମଃନ୍କେ କୁଦୁକେ ହଃଟାୟ୍ଲା; ମଃତର୍ ପାର୍ ସେମଃନାର୍ ଚଃମେ ତାର୍ ଚଃହୁନ୍ଲାର୍ କଃତା କୟ୍ଲାକ୍, କେହେଁ ସେ ଚଃହୁନାର୍ ଅଃର୍ତ୍ ପାରକେ କଃଉଁ ନାହାର୍ଲାୟ୍।
9 ସଃଡେବଃଳ୍ ମୁଳ୍ କପାଦଃରୁ ପାରକେ ଗଃଉଆରି କଃଲା, "ଆଜି ମୁୟ୍ ନିଜାର୍ ଦସ୍ ଏତାଉଁଲେ।" 10 ପାର ମକେ ଆର୍ ମୁଳିକା ରାନ୍ଦୁଆଣିକେ ରିସା ଅୟି ଅଃମିମଃନ୍କେ ରଃକ୍ୟାକାରି ସଃୟ୍ନ୍ ଅଃଦିକାରି ଜଃୟ୍ଲ୍ ଗଃରେ ବାନ୍ଦି ହୁରାୟ୍ଲା। 11 ସେତି ଅଃମି ଦୁଇଲକ୍ ହେଁ ଚଃହୁନ୍ଲୁ; ଆର୍ ଦୁଇ ଲକାର୍ ଚଃହୁନାର୍ ଅଃର୍ତ୍ ଦୁଇ ରଃକମ୍ ଅଃର୍ତ୍ ଅୟ୍ଲି। 12 ସେତାକ୍ ଅଃମାର୍ ସଃଙ୍ଗାର୍ ରଃକ୍ୟାକାରି ସଃୟ୍ନ୍ ଅଃଦିକାରିର୍ ଦାସ୍ ଏବ୍ରିଅ ବେଣ୍ଡ୍ୟା ରିଲା; ଅଃମିମଃନ୍ ତାକେ ଚଃହୁନାର୍ କଃତା କୟ୍ଲୁ, ସେ ଅଃମିମଃନ୍କେ ତାର୍ ଅଃର୍ତ୍ କୟ୍ଲା, ହଃତି ଲକାର୍ ଚଃହୁନ୍ ହଃର୍କାରେ ଅଃର୍ତ୍ କୟ୍ଲା। 13 ସେତାକ୍ ଅଃମି ଦୁଇ ଲକେ ଜଃନ୍କଃରି ଅଃର୍ତ୍ କଃଲା, ସେରଃକମ୍ ଗଃଟ୍ଲି; ମୁଁୟ୍ ହୁର୍ବାର୍ ହଃଦ୍ ହାୟ୍ଲେ ଆର୍ ସେ ହାସି ହାୟ୍ଲା।
14 ସଃଡେବଃଳ୍ ପାର୍ ଜସେପ୍କେ କୁଦିଆଣୁକେ ହଃଟାୟ୍ଲାକେ, ଲଃକ୍ମଃନ୍ ଜଃୟ୍ଲେ ହୁଣି ତାକେ ବେଗି ଆଣ୍ଲାୟି; ସେ ଚଳ୍ ଆର୍ ମୁଣ୍ଡାର୍ ବାଳ୍ କାଟି କଃରି ଆର୍ ନିକ ବଃସ୍ତର୍ ହିନ୍ଦି ପାରର୍ ଚଃମେ ଆୟ୍ଲା। 15 ତଃବେ ପାର୍ ଜସେପ୍କେ କୟ୍ଲା, "ମୁୟ୍ ଗଟ୍ ଚଃହୁନ୍ ଦଃକିଆଚି, କେଏ ହେଁ ତାର୍ ଅଃର୍ତ୍ କଃରୁନଃହାରୁଲାୟ୍; ମଃତର୍ ମୁୟ୍ ତର୍ କଃତା ସୁଣିଆଚି, ତୁୟ୍ ଚଃହୁନ୍ ସୁଣ୍ଲେକ୍, ତାର୍ ଅଃର୍ତ୍ କଃଉସି।"
16 ସେତାକ୍ ଜସେପ୍ କୟ୍ଲା, "ସେରି ମର୍ ସଃକ୍ତିର୍ କଃତା ନୟ୍, ମଃତର୍ ଇସ୍ୱର୍ ପାରକେ ସୁବ୍ କଃତା ଦଃୟ୍ଦ୍।"
17 ସେତାକ୍ ପାର ଜସେପ୍କେ କୟ୍ଲା, "ମୁୟ୍ ଚଃହ୍ନେ ଦଃକ୍ଲେ, ଦଃକ୍ ମୁୟ୍ ନିଳି ଗାଡ୍ କଃଣ୍ଡାୟ୍ ଟିଅୟ୍ ରିଲେ।" 18 ସେତି ନିଳି ଗାଡ୍ ବିତ୍ରେହୁଣି ସାତ୍ଗଟ୍ ଦୁମା ସୁନ୍ଦୁର୍ ଗାଇ ଉଟି ରଃନ୍ ଚଃରୁକେ ଦଃର୍ଲାୟ୍। 19 ଇତାର୍ହଃଚ ସେମଃନାର୍ ହଃଚେ ଆରେକ୍ ସାତ୍ଗଟ୍ ସୁକ୍ଲା ବେସି ରେଙ୍ଗ୍ଟି ଗରୁ ଉଟି ଆୟ୍ଲାୟ୍; ମୁୟ୍ ସେରଃକମ୍ କିଚ୍କିଚା ଗରୁମଃନ୍ ମିସର୍ ଦେସେ କଃବେହେଁ ନଃଦେକି। 20 ଆରେକ୍, ସେ ରେଙ୍ଗ୍ଟି କିଚ୍କିଚା ଗରୁ ଆଗାର୍ ଦୁମା ସେ ସାତ୍ଗଟ୍ ଗରୁମଃନ୍କେ କାୟି ହଃକାୟ୍ଲାୟ୍। 21 ମଃତର୍ କାୟ୍ଲାକେ ହଃଚେ ସେମଃନାର୍ ହେଟ୍ ହୁର୍ଲା ହର୍ ଜାଣା ନଃହେଳ୍ଲି; ସେମଃନ୍ ଆଗାର୍ ହର୍ ସୁକ୍ଲା ହେଟେ ରିଲୟ୍। ଅଃନ୍କା ବଃଳ୍ ମର୍ ନିଦ୍ ବାଙ୍ଗ୍ଲି। 22 ଇତାର୍ହଃଚ ମୁୟ୍ ଚଃହୁନ୍ ଦଃକ୍ଲେ, ଦଃକା ଗଟେକ୍ କେରେ ସାତ୍ଗଟ ହୁର୍ନ୍ ଆର୍ ନିକ କେଡ୍ ବାର୍ଲି। 23 ତାର୍ ହଃଚେ ଉଦ୍ୟାନ୍ ବାଟାର୍ ହଃବନେ ସୁକ୍ଲା କମ୍ଞ୍ଜ୍ଲାର୍, ଆର୍ ଜିରିଗଃଲାର୍ ସାତ୍ଗଟ୍ କେଡ୍ ବାର୍ଲି। 24 ଆରେକ୍, ସେ କମ୍ଞ୍ଜ୍ଲା କେଡ୍, ସେ ସାତ୍ଗଟ୍ ନିକ କେଡ୍କେ କାୟ୍ଲାୟ୍। ଇ ଚହୁନ୍ ମଃତ୍ରାକାରିମଃନ୍କେ କୟିଲେ, ମଃତର୍ କେହେଁ ତାର୍ ଅଃର୍ତ୍ ମକେ କଃଉଁ ନଃହାର୍ ଲାୟ୍।
25 ତଃବେ ଜସେପ୍ ପାରକେ କୟ୍ଲା, "ପାର୍ର୍ ସେ ଜୁଳେକ୍ ଚଃହୁନ୍ ଗଟେକ୍ ରଃକମ୍; ଇସ୍ୱର୍ ଜାୟ୍ରି କଃଉଁକେ ରାଜି ସେରି ପାରକେ ଜାଣାୟି ଆଚେ। 26 ସେ ସାତ୍ଗଟ୍ ନିକ ଗରୁ ସାତ୍ ବଃର୍ସ୍ ହର୍, ଆର୍ ସେ ସାତ୍ ଗଟ୍ ନିକ କେଡ୍ହେଁ ସାତ୍ ବଃର୍ସ୍ ହର୍, ସେ ଜୁଳେକ୍ ଚଃହୁନ୍ ଗଟେକ୍। 27 ତାର୍ ହଃଚେ ଉଟ୍ଲା ସାତ୍ଗଟ୍ ରେଙ୍ଗ୍ଟି ଗରୁମଃନ୍ ସାତ୍ ବଃର୍ସାର୍ କଃତାର୍ ହର୍; ଆର୍ ଉଦ୍ୟାନ୍ ବାଟାର୍ ହଃବନେ ସୁକ୍ଲା ସାତ୍ଗଟ୍ କେଡ୍ହେଁ କଃତାର୍ ଅଃଉତାର୍ ସାତ୍ ବଃର୍ସାର୍ କଃତାର୍ ହର୍। 28 ମୁୟ୍ ପାରକେ କୟ୍ ଆଚି - ଇସ୍ୱର୍ ଜୁୟ୍ରି କଃଉଁକେ ରାଜି ଅଃଉଁଲା ସେରି ପାରକେ ଦଃକାୟ୍ ଆଚେ। 29 ଦଃକ୍ ସଃବୁ ମିସର୍ ଦେସେ ସାତ୍ ବଃର୍ସ୍ ଜଃବର୍ ତାସ୍ ଅୟ୍ଦ୍। 30 ତାର୍ହଃଚେ ସାତ୍ ବଃର୍ସ୍ କଃତାର୍ ଅୟ୍ଦ୍; ସଃବୁ ବଃଲ୍ ବଃର୍ସ୍କେ ହାସ୍ରି ଜାତି; କଃତାର୍ ଦେସ୍କେ ନାସ୍ କଃରେଦ୍। 31 ତାର୍ ହଃଚେ କଃତାର୍ ଗିନେ ଦେସେ ତାସ୍ ଉଡି ଜାୟ୍ଦ୍ ଜାଣା ନଃହେଳେ; କାୟତାକ୍ବଃଲେକ୍ ସେରି ଅଃପର୍ବଳ୍ ବେସି ଅୟ୍ଦ୍। 32 ପାର୍ ଦୁଇତର୍ ଚହୁନ୍ତାର୍ ବାବ୍ ଇରି ଜେ, ବାୟ୍ଦ୍ରେ ଇସ୍ୱରାର୍ ତଃୟ୍ ହୁଣି ସେରି ସଃତ୍ ଅୟିଆଚେ, ଆରେକ୍ ଇସ୍ୱର୍ ସେରି ବେଗି ଗଃଟାୟ୍ଦ୍।
33 ଇତାର୍ଗିନେ ଅଃବେ ପାର୍ ଗଟେକ୍ ବୁଦିକାରିଆ ଗିଆନି ଲକେ ଦଃକି ମିସର୍ ଦେସ୍ ଉହ୍ରେ ଅଃଦିକାର୍ ଦେଉଅ। 34 ପାର୍ ଇରି କଃର, ଆର୍ ଦେସେ ନେତାମଃନ୍କେ ବାଚିକଃରି ସାତ୍ ବଃର୍ସ୍ ବଃଲ୍ ତାସ୍ ଅୟ୍ଲା ବଃଳ୍ ଦେସ୍ବିତ୍ରାର୍ ସଃବୁ ତାସାର୍ ହାଞ୍ଚ୍ବାଗାର୍ ଗଟେକ୍ ବାଗ୍ ଜଃମା କଃର। 35 ବଃଲେକ୍, ସେମଃନ୍ ଆସୁଲା ନିକ ବଃର୍ସାର୍ ସଃବୁ କାଦିକଣ୍ଡା ଜଃମା କଃରତ୍, ଆରେକ୍,ସଃବୁ ବଃସ୍ତିଏ କାଦି ଗିନେ ପାରର୍ ତଃଳେ ତାସ୍ ଜଃମାକଃରି ସେରି ରଃକ୍ୟା କଃରତ୍। 36 ଅଃନ୍କଃରି ମିସର୍ ଦେସେ ଆସୁଲା ସାତ୍ ବଃର୍ସ୍ କଃତାରାର୍ ବଃଳ୍ ଦେସ୍ ଚାଲାଉଁକେ ସେତାସ୍ ରଃକି ରିଲେକ୍, କଃତାରାର୍ ଗିନେ ଦେସ୍ ନାସ୍ ନଃହୟ୍।"
37 ସଃଡେବଃଳ୍ ପାରର୍ ଆର୍ ତାର୍ ଦାସ୍ମଃନାର୍ ଆକାୟ୍ ଇ କଃତା ନିକ ବଃଲି ଦଃକା ଗଃଲି। 38 ସେତାକ୍ ପାର୍ ତାର୍ ଦାସ୍ମଃନ୍କେ କୟ୍ଲା, "ଅଃମିମଃନ୍ କି ଇ ରଃକମ୍ ଲକେ ହାଉଁ ହାରୁଆଁ କି? ଇ ଲକାର୍ ତଃୟ୍ ଇସ୍ୱରାର୍ ଆତ୍ମା ଆଚେ।" 39 ସେତାକ୍ ପାର ଜସେପ୍କେ କୟ୍ଲା, "ଇସ୍ୱର୍ ଇ ସଃବୁ ତକେ ଜାଣାୟି ଆଚେ, ସେତାକ୍ ତର୍ହର୍ ବୁଦିଆ ଆର୍ ଗିଆନି କେହେଁ ନାୟ୍; 40 ତୁୟ୍ ଅଃମାର୍ ଦେସାର୍ ସାସନ୍କାରି ଅଃଉ; ମର୍ ଦେସାର୍ ସଃବୁ ଲଃକ୍ମଃନ୍ ତର୍ କଃତାକେ ମାୟ୍ନ୍ କଃର୍ତି, ସିଙ୍ଗାସଣେ ହଃକା ତର୍ ତଃୟ୍ହୁଣି ମୁୟ୍ ବଃଡ୍ ରଃୟ୍ନ୍ଦ୍।" 41 ପାର ଜସେପ୍କେ ଆରେକ୍ କୟ୍ଲା, "ଦଃକ୍, ମୁୟ୍ ସଃବୁ ମିସର୍ ଦେସ୍ ଉହ୍ରେ ସାସନ୍କାରି କଃରି ତକେ ବାଚ୍ଲେ।" 42 ଇତାର୍ହଃଚ ପାର୍ ନିଜାର୍ ଆତେ ହୁଣି ଦଃସ୍କତ୍ ହାଜେର୍ କାଡ଼ି ଜସେପାର୍ ଆତେ ଦଃୟି ମଃସିଣ୍ ହଃଚ୍ୟା ହିନ୍ଦାୟ୍ ତାର୍ ଗଃଳାୟ୍ ସନାର୍ ଚେନ୍ ହିନ୍ଦାୟ୍ ଦିଲା। 43 ଆରେକ୍, ତାକେ ନିଜାର୍ ଆରେଗଟ୍ ରଃତେ ବଃସାୟ୍ଲା; ଆରେକ୍ ଲଃକ୍ମଃନ୍ ତାର୍ ଆଗେ ଆଗେ "ଆବ୍ରେକ୍ ଆବ୍ରେକ୍" ବଃଲେକ୍ ମାଣ୍ଡିକୁଟା ଟେସା ମାଣ୍ଡି କୁଟା ଟେସା ବଃଲି କୟ୍ଲାୟ୍। ଇ ରଃକମ୍ ତାକେ ସଃବୁ ମିସର୍ ଦେସ୍ ଉହ୍ରେ ବଃଡ୍ କଃରି ବାଚ୍ଲା। 44 ଇତାର୍ହଃଚ ପାର ଜସେପ୍କେ କୟ୍ଲା, "ମୁୟ୍ ଅଃଉଁଲେ ପାର୍ ରଃଜା, ସେତାକ୍ ତର୍ ବିନା ଆଦେସେ ମିସର୍ ଦେସ୍ ସଃରା କୁୟ୍ଲକ୍ ହେଁ ଆତ୍ ଗଡ୍ ଉଟାଉଁ ନଃହାରେ।" 45 ଆରେକ୍, ପାର ଜସେପାର୍ ନାଉ "ସାପନ୍-ପାନେହ ସଃଙ୍ଗାୟ୍ଲା;" ବଃଲେକ୍ ଜଃଗତ୍ ଆରୁମ୍ କଃରାୟ୍ଲା; ଆରେକ୍, ଅନ୍ଗଃଳେ ବାସା କଃରୁ ପଟିପେର୍ ନାଉଆର୍ ଜାଜକାର୍ ଆସନତ୍ ନାଉଆର୍ ଟକି ସଃଙ୍ଗ୍ ତାର୍ ବିବା କଃରି ଦିଲା। ଆର୍ ଜସେପ୍ ସଃବୁ ମିସର୍ ଦେସେ ବୁଲାବୁଲି ଦଃକା ଦଃକି କଃଲା। 46 ଜସେପ୍ ତିରିସ୍ ବଃର୍ସ୍ ବଃୟ୍ସ୍ ବଃଳ୍ ମିସର୍ରାର୍ ରଃଜା ପାରର୍ ଚଃମେ ଟିଆ ଅୟ୍ରିଲା; ତାର୍ହଃଚେ ଜସେପ୍ ପାରର୍ ତଃୟ୍ ହୁଣି ବାଉଡ଼ି ଜାୟ୍ ମିସର୍ ଦେସାର୍ ସଃବୁବାଟ୍ ବୁଲ୍ଲା। 47 ଇତାର୍ହଃଚ ସେବଃଳ୍ ସାତ୍ ବଃର୍ସ୍ ବେସି ତାସ୍ ହାକ୍ଲି। 48 ଜସେପ୍ ସେ ସାତ୍ ବଃର୍ସ୍ ବିତ୍ରେ ମିସର୍ ଦେସେ ହାକ୍ଲା ସଃବୁ ତାସ୍ ଗଟେଟାଣେ କଃରି ସଃବୁ ଗଃଳେ ଜଃମା କଃରାୟ୍ଲା; ଆରେକ୍, ଜୁୟି ଜୁୟି ଗଃଳାର୍ ଚାରିହାକ୍ ବେଡାୟ୍ହଃଦାୟ୍ ଜଃତେକ୍ ତାସ୍ ହାକ୍ଲି ସେରି ସଃବୁ ସେସେ ଗଃଳେ ଜଃମା କଃଲାୟି। 49 ଇରଃକମେ ଜସେପ୍ ସଃମ୍ନ୍ଦାର୍ ବାଲି ହର୍ ଅଃତେକ୍ ମାଡ୍ ତାସ୍ ଜଃମାକଃଲା ଜେ, ସେରି ଆର୍ ନାହି ନଃକେଲାୟ୍; କାୟିତାକ୍ ବଃଲେକ୍ ସେରି ଅଲେକାର୍ ରିଲି।
50 ଆରେକ୍, କଃତାର୍ ଅଃଉତା ବଃର୍ସ୍ ହୁର୍ବେ ଜସେପାର୍ ଜଳେକ୍ ହୟିସି ଜଃର୍ନ୍ ଅୟ୍ରିଲାୟ୍, ଅନ୍ଗଃଳେ ବାସାକଃରୁ ପଟିପେର୍ ଜାଜକାର୍ ଆସନତ୍ ନାଉଁଆର୍ ଟକି ସେମଃନ୍କେ ଜଃଲମ୍ ଦଃୟ୍ରିଲି। 51 ତଃବେ ଜସେପ୍ ବଃଡାର୍ ନାଉ ମନସି ସଃଙ୍ଗାୟ୍ଲା, କାୟିତାକ୍ବଃଲେକ୍ ସେ କୟ୍ଲା, "ଇସ୍ୱର୍ ମର୍ ସଃବୁ କଃସ୍ଟାର୍ ଆର୍ ମର୍ ନିଜାର୍ ଉବାର୍ ଗଃରାର୍ ଦୁକ୍ ହାସୁର୍ତାର୍ ଜଃନ୍ମାୟ୍ ଆଚେ।" 52 ଆରେକ୍, ହଃଚାର୍ ହୟ୍ସିର୍ ନାଉ ଇପ୍ରୟିମ୍ ସଃଙ୍ଗାୟ୍ଲା,ବଃଲେକ୍ ସେ କଃୟ୍ଲା, "ମର୍ ଦୁକ୍ ବଗାର୍ ଦେସେ ଇସ୍ୱର୍ ମକେ ହଃଳ୍ ହଃଳ୍ତାର୍ କଃରିଆଚେ।"
53 ଇତାର୍ହଃଚ ମିସର୍ ଦେସେ ତାସ୍ ଅଃଉତାର୍ ସାତ୍ ବଃର୍ସ୍ ସେସ୍ ଅୟ୍ଲି। 54 ଆରେକ୍, ଜସେପାର୍ କଃତା ହଃର୍କାରେ କଃତାର୍ ଅଃଉତାର୍ ସାତ୍ବଃର୍ସ୍ ଆରୁମ୍ ଅୟ୍ଲି; ସେତାକ୍ ବିନ୍ ସଃବୁ ଦେସେ କଃତାର୍ ଅୟ୍ଲି, ମଃତର୍ ସଃବୁ ମିସର୍ଦେସେ କାଦି ରିଲି। 55 ଆରେକ୍, ସଃବୁ ମିସର୍ ଦେସେ କଃତାର୍ ଅୟ୍ଲାକେ, ଲଃକ୍ମଃନ୍ କାଦି ହାଁୟ୍ ପାର୍ ହାକ୍ ଡାକ୍ଦିଲାୟ୍; ସେତାକ୍ ପାର୍ ସଃବୁ ମିସ୍ରିୟ ଲକ୍ମଃନ୍କେ, କୟ୍ଲା, "ତୁମିମଃନ୍ ଜସେପ୍ ହାକ୍ ଜଃହା; ସେ ଜାୟ୍ରି କୟ୍ଦ୍ ସେରି କଃରା।" 56 ସଃଡେବଃଳ୍ ସଃବୁ ଦେସେ କଃତାର୍ ଅୟ୍ଲାକେ, ଜସେପ୍ ସଃବୁ ଟାଣେ ଗଃଦ୍ୟା ଗଃର୍ କାଡି ମିସରିୟ୍ମଃନ୍କେ କାଦି ବିକୁକେ ଦଃର୍ଲା; ବଃଲେକ୍ ମିସର୍ ଦେସେ ଅଃପର୍ବଳ୍ କଃତାର୍ ଅୟ୍ଲି। 57 ଆରେକ୍, ସଃବୁ ଦେସାର୍ ଲଃକ୍ମଃନ୍ ମିସର୍ ଦେସେ ତାସ୍ ଗେନୁକେ ଜସେପାର୍ ହାକ୍ ଆୟ୍ଲାୟ୍। ବଃଲେକ୍ ସଃବୁ ଦେସେ ଜଃବର୍ କଃତାର୍ ଅୟ୍ଲି।