1 ସଃଡେବଃଳ୍ ଜସେପ୍ ନିଜାର୍ ଉବାସିର୍ ମୁଁଏ ମୁଁ ମିସାୟ୍ କାନ୍ଦିକଃରି ଚୁମ୍ଲା। 2 ଆରେକ୍, ଜସେପ୍ ନିଜାର୍ ଉବାସିର୍ ମଃଲା ଗଃଗାଳ୍ କୁୟିନଃକେର ବଃଲି ନିକବାସ୍ନା ଜିନିସ୍ ମିସାଉଁକେ ତାର୍ ଦାସ୍ ବଇଦମଃନ୍କେ ଆଦେସ୍ ଦିଲା, ତଃବେ ବଇଦମଃନ୍ ଜାକୁବର୍ ମଃଲାମଃଳି ଲଃଗେ ନିକ ବାସ୍ନା ଜିନିସ୍ ମିସାୟ୍ଲାୟ୍। 3 ତାର୍ ହାଁୟ୍ ୪୦ ଦିନ୍ ଲାଗ୍ଲି; ବଃଲେକ୍ ମଃଳିକେ ବାସ୍ନା ଜିନିସ୍ ମିସାଉତା ହାଁୟ୍ ଚାଲିସ୍ ଦିନ୍ ଲାଗେଦ୍। ଆରେକ୍, ମିସରିୟ୍ମଃନ୍ ୭୦ ଦିନ୍ ହଃତେକ୍ ରଃଦନ୍ କଃଲାୟି। 4 ସେ ଦୁକାର୍ ଦିନ୍ ଗଃଲାକେ ଜସେପ୍ ପାରର୍ ଲକ୍ମଃନ୍କେ କୟ୍ଲା, "ଜଦି ମୁୟ୍ ତୁମାର୍ ଆକାୟ୍ ନିକ ଲାଗୁଲେ, ତଃବେ ପାରର୍ ମୁୟେଁ ଇ କଃତା କଃଉଆ।" 5 ମର୍ ଉବା ମକେ ସାୟିପ୍ କଃରାୟ୍ କୟ୍ଆଚେ, ମୁୟ୍ ମଃଲେକ୍ କିଣାନ୍ ଦେସେ ନିଜାର୍ ହାଁୟ୍ ଜୁୟି ମଃସୁଣ୍ କଃରିଆଚି, ସେତି ମକେ ତହା। ସେତାକେ ଅଃବେ ମକେ ଜଃଉଁକେ ଚାଡି ଦିଆ ମୁୟ୍ ଉବାକେ ତହିକଃରି ଆରେକ୍ ଆସିନ୍ଦ୍। 6 ସେତାକ୍ ପାର ରଃଜା କୟ୍ଲା, ଜାଆ, ତର୍ ଉବାଦି ଜୁୟି ସାୟିପ୍ କଃରାୟ୍ ଆଚେ, ସେ ହଃର୍କାରେ ତହି କଃରି ଆଉ।
7 ତଃବେ ଜସେପ୍ ନିଜାର୍ ଉବାସିକେ ମଃସ୍ଣେ ତହୁକେ ବାରୟ୍ ଗଃଲା; ସେତାକେ ପାରର୍ ଦାସ୍ମଃନ୍ ଆର୍ ସେ ଗଃରାର୍ ମୁଳିକା ଲଃକ୍ମଃନ୍ ଆର୍ ମିସର୍ ଦେସାର୍ ମୁଳିକା ଲଃକ୍ମଃନ୍, 8 ଆରେକ୍ ଜସେପାର୍ ଗଃରାର୍ ସଃବୁ ଲକ୍ ତାର୍ ବାୟ୍ସିମଃନ୍ ତାକାର୍ ଉବାସିର୍ ଲଃକ୍ମଃନ୍ ଗଃଲାୟି; ଗସନ୍ ଦେସେ ସେମଃନ୍ ନିଜାର୍ ହଅ ହିଲା ଆର୍ ମେଣ୍ଡା ଆର୍ ଗାୟ୍ଗରୁ ଚାଡିକଃରି ଗଃଲାୟି। 9 ତାକାର୍ ସଃଙ୍ଗ୍ ରଃତ୍ ଆର୍ ଗଡ଼ାଚଃଗୁମଃନ୍ ଗଃଲାୟି; ସେତାକେ ବେସି ଲକ୍ ରୁଣ୍ଡ୍ଲାୟ୍।
10 ସେମଃନ୍ ଜର୍ଦନାର୍ ସେହାଟି ଗରେନ୍ହ ଆଟାଳ୍ ଆୟ୍ଲାକେ, ସେତି ବେସି ରଃଦନ୍ କଃଲାୟି, ଜସେପ୍ ସେତି ନିଜାର୍ ଉବାସିର୍ ଗିନେ ସାତ୍ଦିନ୍ ହଃତେକ୍ ରଃଦନ୍ କଃଲା। 11 ଆରେକ୍, ସେ ଦେସାର୍ କିଣାନାର୍ ଲଃକ୍ମଃନ୍ ଆଟ୍ଦର୍ କଟାରେ ଇ ରଃକମ୍ ରଃଦନ୍ କଃର୍ତାର୍ ଦଃକି କୟ୍ଲାୟ୍, ମିସରାର୍ ଲଃକ୍ମଃନ୍ ବେସି ରଃଦନ୍ କଃରୁଲାୟ୍; ସେତାକେ ଜର୍ଦନାର୍ ସେହାଟିର୍ ସେ ଟାଣ୍ ଆବେଲ୍ ମିସମର୍ ବଃଲେକ୍ ମିସର୍ମଃନାର୍ ରଃଦନ୍ ବଃଲି ଡାକ୍ ହୁଟ୍ଲି।
12 ଇତାର୍ ହଃଚେ ଜାକୁବ ତାର୍ ହୟ୍ସିମଃନ୍କେ ଜୁୟି ରଃକମ୍ କୟ୍ରିଲା ସେମଃନ୍ ସେ ହଃର୍କାରେ କଃଲାୟି। 13 ବଃଲେକ୍ ତାର୍ ହଃୟ୍ସିମଃନ୍ ତାକେ କିଣାନ୍ ଦେସେ ନଃୟ୍ ମକ୍ପେଲା ହଃଦାୟି ରିଲା କାଲେ ତହ୍ଲାୟ୍; ସେ ହାର୍ ମମ୍ରିର୍ ମୁଆଟି ରିଲା ହଃଦା ସଃଙ୍ଗ୍ ସେ ଟାଣ୍ ନିଜାର୍ କଃରୁକେ ହେତିୟ ଇପ୍ରଣ୍ ତଃୟ୍ହୁଣି ଅବ୍ରାହାମ୍ ଗେନିରିଲା। 14 ଜସେପ୍ ନିଜାର୍ ଉବାସିକେ ତହ୍ଲା ହଃଚେ ସେ ଆର୍ ତାର୍ ବାୟ୍ସିମଃନ୍ ଜଃତି ଲକ୍ ତାର୍ ଉବାସିକେ ତହୁକେ ଜାୟ୍ ରିଲାୟ୍; ସେ ସଃବୁ ଲକ୍ ମିସର୍କେ ବାଉଳି ଆୟ୍ଲାୟ୍।
15 ଆର୍ ସେମଃନାର୍ ଉବାସି ମଃରିଆଚେ ଇରି ଦଃକି ଜସେପାର୍ ବାଇସିମଃନ୍ କୟ୍ଲାୟ୍, କେଜାଣ୍ ଜସେପ୍ ଅଃମିମଃନ୍କେ ରିସା ଅୟ୍ଦ୍, ଆର୍ ଅଃମିମଃନ୍ ତାର୍ ଜୁୟି ସଃବୁ ବିରଦ୍ କଃରିଆଚୁ ସେରି ସଃବୁ ଉଲ୍ଟା ଦଃୟ୍ଦ୍। 16 ସେତାକେ ସେମଃନ୍ ଜସେପ୍କେ ଇ କଃତା କୟ୍ ହଃଟାୟ୍ଲାୟ୍, ଅଃମାର୍ ଉବା ମଃର୍ତା ହୁର୍ବେ ଇ କଃତା ଅଃମିମଃନ୍କେ କୟ୍ରିଲା ତୁମିମଃନ୍ ଜସେପ୍କେ ଇ କଃତା କଃଉଆ, 17 ତର୍ ବାୟ୍ଦିମଃନ୍ ତର୍ ଅଃମାନ୍ୟା କଃରିଆଚ୍ତି ମଃତର୍ ତୁୟ୍ ଦଃୟାକଃରି ସେମଃନାର୍ ଅଃଦଃର୍ମ୍ ଆର୍ ହାହ୍ ଗଃଣିତା କଃର୍ନାୟ୍; ସେତାକେ ଅଃମିମଃନ୍ ଜୁଆର୍ କଃରୁଲୁ ଅଃମାର୍ ଉବାର୍ ଇସ୍ୱରାର୍ ଦାସ୍ମଃନ୍କେ କେମା କଃର୍। ସେମଃନ୍ ଇ କଃତା କଃଉତା ବଃଳ୍ ଜସେପ୍ କାନ୍ଦୁକେ ଦଃର୍ଲା।
18 ଇତାର୍ହଃଚ ବାୟ୍ସିମଃନ୍ ତାର୍ ଆଗେ ଜାୟ୍ ଜୁଆର୍ କଃରି କୟ୍ଲାୟ୍, "ଦଃକ୍ ଅଃମିମଃନ୍ ତର୍ ଦାସ୍ମଃନ୍।" 19 ସେତାକେ ଜସେପ୍ ସେମଃନ୍କେ କୟ୍ଲା, "ତୁମିମଃନ୍ କିଚି ଡିରିଜାତାର୍ ନାୟ୍ ମୁୟ୍ କାୟି ଇସ୍ୱରାର୍ ଟାଣେ ବଃସୁ ହାରିନ୍ଦ୍? 20 ତୁମିମଃନ୍ ମର୍ ବିରୁଦେ ମଃନ୍ଦ୍ ବାବ୍ନା କଃରିରିଲାସ୍ ସଃତ୍, ମଃତର୍ ଇସ୍ୱର୍ ସେରି ବଃଲ୍ କଃଲା; ଅଃବେ ଜଃନ୍କଃରି ଦଃକୁଲାସ୍, ସେରଃକମ୍ ଅଃନେକ୍ ଲକାର୍ ଜିବନ୍ ବାଚାଉଁକେ ତାର୍ ଇଚାରିଲି। 21 ସେତାକେ ତୁମିମଃନ୍ ଅଃବେ ଡିର୍ତାର୍ ନାୟ୍, ମୁୟ୍ ତୁମିମଃନ୍କେ ଆର୍ ତୁମିମଃନାର୍ ହିଲାମଃନ୍କେ ହସିନ୍ଦ୍।" ଇରଃକମ୍ ସୁଆଦ୍ କଃତା କୟ୍ ସେମଃନ୍କେ ବୁଜାୟ୍ଲା।
22 ଜସେପ୍ ଆର୍ ତାର୍ ଉବାସିର୍ ଗଃର୍କୁଟୁମାର୍ ଲଃକ୍ମଃନ୍ ମିସରେ ବାସ୍ କଃରି ରିଲାୟ୍ , ଜସେପ୍ ସଏ ଦଃସ୍ ବଃର୍ସ୍ ବାଚିରିଲା 23 ଜସେପ୍ ଇପ୍ରୟ୍ମାର୍ ତିନିଟିକି ହଃତେକ୍ ହିଲାମଃନ୍କେ ଦଃକ୍ଲା; ଆରେକ୍ ଜସେପ୍ ମନସିର୍ ମାକିର୍ ନାଉଁଆର୍ ହୟ୍ସିର୍ ହିଲାମଃନ୍କେ କଳେ ଦଃର୍ଲା। 24 ଇତାର୍ହଃଚ ଜସେପ୍ ବାୟ୍ସିମଃନ୍କେ କୟ୍ଲା, ମୁୟ୍ ମଃରୁଲେ ଇସ୍ୱର୍ ବାୟ୍ଦ୍ରେ ତୁମିମଃନାର୍ ଜଃତୁନ୍ ନଃୟ୍ଦ୍ ଆର୍ ଇ ଦେସେହୁଣି ତୁମିମଃନ୍କେ ସାୟିପ୍ କଃରି ଜୁୟି ଦେସ୍ ଅବ୍ରାହାମ୍, ଇସାକ୍, ଆର୍ ଜାକୁବକେ କୟ୍ ଆଚେ, ସେ ଦେସ୍କେ ତୁମିମଃନ୍କେ ନଃୟ୍ଦ୍। 25 ଆରେକ୍ ଜସେପ୍ ଇସ୍ରାଏଲାର୍ ହିଲାମଃନ୍କେ ଇ ସାୟିପ୍ କଃରାୟ୍ଲା ଇସ୍ୱର୍ ବାୟ୍ଦ୍ରେ ତୁମିମଃନାର୍ ଜଃତୁନ୍ ନଃୟ୍ଦ୍; ସଃଡେବଃଳ୍ ତୁମିମଃନ୍ ଇଟାଣେହୁଣି ମର୍ ଆଡ୍ ନିଆସ୍। 26 ଇ ହଃର୍କାରେ ସଏ ଦଃସ୍ ବଃର୍ସ୍ ଅୟ୍ଲାକେ ମିସର୍ ଦେସେ ମଃଲା; ସେତାକେ ତାର୍ ମଃଲା ଗଃଗାଳେ ତହୁକେ ଅଃସମଃନ୍ ଲାଗାୟ୍କଃରି ମିସର୍ ଦେସେ ଗଟ୍ ହେଳି ବିତ୍ରେ ସଃଙ୍ଗାୟ୍ଲାୟ୍।