1 ଜାକୁବର୍ ଜୁୟି ହୟ୍ସିମଃନ୍ ସଃବୁଲକ୍ ନିଜାର୍ ଗଃର୍କୁଟୁମ୍କେ ଦଃରି ଜାକୁବ ସଃଙ୍ଗ୍ ମିସର୍ ଦେସେ ଆୟ୍ଲାୟ୍, ସେମଃନାର୍ ନାଉ ଅଃଉଁଲି, 2 ରୁବେନ୍, ସିମିୟ୍ନ୍, ଲେବି ଆର୍ ଜିଉଦା 3 ଇସାକର୍, ସୁବ୍ଲନ୍ ଆର୍ ବିନ୍ୟାମିନ୍, 4 ଦାନ୍ ଆର୍ ନପ୍ତାଲି, ଗାଦ୍ ଆର୍ ଆସେର୍, 5 ସଃଡେବଃଳ୍ ଜାକୁବ ତଃୟ୍ହୁଣି ଜଃର୍ନ୍ ଅୟ୍ଲା ବଃଉଁସ୍ ସତୁରି ଲକ୍ ରିଲାୟ୍ ମଃତର୍ ଜସେପ୍ ଆଗାଳି ଜାୟ୍ ମିସର୍ ଦେସେ ରିଲା, 6 ତାର୍ ହଃଚେ ଜସେପ୍ ତାର୍ ବାୟ୍ମଃନ୍ ଆର୍ ସେ ବଂସାର୍ ସଃବୁ ଲକ୍ ମଃଲାୟ୍। 7 ମଃତର୍ ଇସ୍ରାଏଲ୍ ବଃଉଁସାର୍ ଲକ୍ମଃନ୍ ହିଲା ଜଃଲମ୍ କଃରି ସେମଃନାର୍ ଦଃଳ୍ ବୁତେକ୍ ଅଃଉଁକେ ଦଃର୍ଲାୟ୍, ସେମଃନ୍ ଅଃପର୍ବଳ୍ ଅୟି ମିସର୍ ଦେସେ ଇସ୍ରାଏଲ୍ମଃନ୍ ବଃର୍ତି ଅୟ୍ଲାୟ୍। 8 ଇତାର୍ ହଃଚେ ଜେଏ ଜସେପ୍କେ ଜାଣି ନଃରିଲା ଇରଃକମ୍ ଗଟେକ୍ ନଃଉଁଆ ରଃଜା ମିସର୍ ଦେସେ ରଃଜା ଅୟ୍ଲା। 9 ସେ ରଃଜା ନିଜାର୍ ଲକମଃନ୍କେ କୟ୍ଲା, "ଦଃକା ଇସ୍ରାଏଲ୍ମଃନାର୍ ବଃଉଁସ୍ ଅଃମିମଃନାର୍ ତଃୟ୍ହୁଣି ବୁତେକ୍ ଆର୍ ଅଃମାର୍ ବଃଳ୍ ତଃୟ୍ହୁଣି ସେମଃନାର୍ ବଃଳ୍ ବେସି। 10 ସେମଃନ୍ ଜଃନ୍କଃରି ବୁତେକ୍ ନଃଉଁତି ଆରେକ୍ ଜୁଜ୍ ଅୟିଲେକ୍ ଅଃମାର୍ ସଃତ୍ରୁମଃନାର୍ ସଃଙ୍ଗ୍ ମିସି ଅଃମିମଃନାର୍ ସଃଙ୍ଗ୍ ଜୁଜ୍ ନଃକେର୍ତି ଆର୍ ଇ ଦେସ୍ ଚାଡିକଃରି ନଃଜାତି, ଇତାର୍ ଗିନେ ଆସା ଅଃମିମଃନ୍ ସେମଃନାର୍ ସଃଙ୍ଗ୍ ଜଃଗ୍ରାତ୍ ଅୟି ବେବାର୍ କଃରୁଆଁ" 11 ତାର୍ ହଃଚେ ସେମଃନ୍ ନଃହାର୍ତା ବଃଜ୍ ବଳାୟ୍କଃରି ସେମଃନ୍କେ କଃସ୍ଟ ଦେଉଁକେ ସେମଃନାର୍ ଉହ୍ରେ ଟିକାଦାର୍କେ ରଃକ୍ଲାୟ୍, ଆରେକ୍ ସେମଃନ୍ ପିତମ୍ ଆର୍ ରାମିସେସ୍ ବଃସ୍ତିଏ ତିଆର୍ କଃରାୟ୍ଲାୟ୍, ଜୁୟ୍ତି କି ପାର୍ ରଃଜା ତାସ୍ ସଃଙ୍ଗାଉତି ରିଲା। 12 ମଃତର୍ ମିସରିୟମଃନ୍ ସେମଃନ୍କେ ଜଃତେକ୍ ଅଃଦିକ୍ କଃସ୍ଟ ଦିଲାୟ୍, ସେମଃନ୍ ସଃତେକ୍ ଅଃଦିକ୍ ବୁତେକ୍ ଅୟ୍ଲାୟ୍ ଆର୍ ବିଚି ଅୟ୍ଲାୟ୍। ଇତାର୍ ହାଁୟ୍ ଇସ୍ରାଏଲ୍ମଃନାର୍ ଗିନେ ସେମଃନ୍ ବେସି ଡିରିଗଃଲାୟ୍। 13 ସେତାକ୍ ମିସରାର୍ ଲଃକ୍ମଃନ୍ ଦଃୟା ନଃକେରି ଇସ୍ରାଏଲାର୍ ଲକ୍ମଃନ୍କେ ଗତିକାମ୍ କଃରୁକେ ବଃଳ୍ମାଡ୍ କଃଲାୟି। 14 ଆରେକ୍ କାଦ, ଇଟା ଆର୍ ତାସ୍ ହଃଦାର୍ ସଃବୁ ରଃକମ୍ ସେବାକାମ୍ କଃରାୟ୍ ସେମଃନ୍କେ ରିସା କଃରାଉଁକେ ଦଃର୍ଲାୟ୍ ସେମଃନ୍ ସଃବୁ କାମେ ସେମଃନ୍କେ ଅଃଦିକ୍ କସ୍ଟ ଦେଉଁକେ ବଃଳ୍ମାଡ୍ କଃଲାୟ୍। 15 ତାର୍ ହଃଚେ ମିସରାର୍ ରଃଜା ସିପ୍ରା ଆର୍ ପୁୟା ନାଉଁଆର୍ ଜୁଳେକ୍ ଏବ୍ରି ଜାତିର୍ ବଣ୍ତ୍କିବୁଡିମଃନ୍କେ ଇ କଃତା କଃୟ୍ଲା, 16 "ଜଃଡେବଃଳ୍ ତୁମିମଃନ୍ ଏବ୍ରି ଜାତିର୍ ମାୟ୍ଜିମଃନ୍ ବଣ୍ଡ୍କିବୁଡି କାମ୍ କଃର୍ତା ବଃଳ୍ ସେମଃନ୍କେ ଉହ୍କାର୍ କଃଲାବଃଳ୍ ଆର୍ ବଣ୍ଡ୍କିକାଲେ ବଃସି ଜଃର୍ନ୍ କଃର୍ତାବଃଳ୍ ଦଃକାସ୍, ସଃଡେବଃଳ୍ ଜଦି ଅଃଣ୍ତ୍ରା ହିଲା ଜଃର୍ନ୍ ଅୟ୍ଦ୍ ତଃବେ ତାକ୍ ଅଃତ୍ୟା କଃରା ଆର୍ ଟକିହିଲା ଜଃର୍ନ୍ ଅୟ୍ଦ୍ ତଃବେ ତାକ୍ ଅଃତ୍ୟା କଃରା ନାୟ୍।" 17 ମଃତର୍ ସେମଃନ୍ ଇସ୍ୱର୍କେ ମାନ୍ତି ରିଲାର୍ ଗିନେ ରଃଜାର୍ ବଲ୍ ନଃମାନିକଃରି ଅଃଣ୍ତ୍ରା ହିଲାମଃନ୍କେ ଜିବନେ ରଃକ୍ଲାୟ୍। 18 ସେତାକ୍ ମିସରାର୍ ରଃଜା ବଣ୍ତ୍କିବୁଡିମଃନ୍କେ କୁଦାୟ୍ କୟ୍ଲା, "ତୁମିମଃନ୍ ଇ ରଃକମ୍ କାମ୍ କାୟିତାକ୍ କଃରୁଲାସ୍? ଅଃଣ୍ତ୍ରା ହିଲାମଃନ୍କେ କାୟ୍କଃରୁକେ ଜିବନେ ରଃକୁଲାସ୍?" 19 ବଣ୍ଡ୍କି ବୁଡିମଃନ୍ ପାରକେ କଃୟ୍ଲାୟ୍, "ଏବ୍ରି ଜାତିର୍ ମାୟ୍ଜିମଃନ୍କେ ମିସ୍ରିୟା ମାୟ୍ଜିମଃନାର୍ ତଃୟ୍ହୁଣି ଅଃଦିକ୍ ବପୁ ଆଚେ, ସେମଃନାର୍ ହାକ୍ ବଣ୍ଡ୍କିବୁଡି ଆସ୍ତା ଆଗ୍ତୁ ସେମଃନ୍ ହିଲା ଜଃର୍ନ୍ କଃର୍ତି।" 20 ଇସ୍ୱର୍ ସେ ବଣ୍ଡ୍କିବୁଡିମଃନାର୍ ଉହ୍କାର୍ କଃଲା, ତଃବେ ଲକମଃନ୍ ବେସି ଲକ୍ ଅୟି ଜଃବର୍ ବପୁକାରି ଅୟ୍ଲାୟ୍। 21 ସେ ବଣ୍ଡ୍କିବୁଡିମଃନ୍ ଇସ୍ୱର୍କେ ଡିର୍ଲାୟ୍ ଗିନେ ସେ ସେମଃନାର୍ ବଃଉଁସ୍କେ ବୁତେକ୍ କଃଲା। 22 ତାର୍ ହଃଚେ ପାର୍ ତାର୍ ସଃବୁଲକେ ଇ ଆଡର୍ ଦିଲା, "ତୁମିମଃନ୍ ନଃଉଁଆ ଜଃର୍ନ୍ ଅୟ୍ଲା ଏବ୍ରି ଜାତିର୍ ଅଃଣ୍ତ୍ରା ହିଲାମଃନ୍କେ ନିଳ୍ ଗାଡେ ହିଙ୍ଗା ମଃତର୍ ସଃବୁ ଟକି ହିଲାକେ ଜିବନେ ରଃକା।"
Publicidade
Êxodo 1
ମିସରେ ଇସ୍ରାଏଲ୍ ମଃନାର୍ କଃସ୍ଟ
Veja também
Publicidade