1 ତୁମି କାର୍ ବିସୟେ ହେଁ ମିଚ୍ କଃଉଆ ନାୟ୍; ମିଚ୍ ସାକି ଅୟି ଦୁସ୍ଟ୍ ଲକେ ଉହ୍କାର୍ କଃରାନାୟ୍। 2 ତୁମି ଦୁସ୍ଟ୍କାମ୍ କଃରୁକେ ବୁତେକ୍ ଲକାର୍ ହଃଚେ ଜଃହା ନାୟ୍, ଆରେକ୍, ନିଆୟ୍ ବିଚାର୍ ଉଲ୍ଟା କଃରୁକେ ବୁତେକ୍ ଲକାର୍ ବାଟ୍ ଅୟି ସାକି ଦିଆ ନାୟ୍; 3 ବିଚାର୍ ଲଃଗେ ତୁମି, ଦଃନି ଗଃରିବ୍କେ ମୁଉଁ ଦଃକି ବିଚାର୍ କଃରାନାୟ୍। 4 ତୁମି ତୁମାର୍ ସଃତ୍ରୁର୍ ଗରୁ କି ଗଃଦ ବାଟ୍ ବାଣା ଅୟ୍ଲାର୍ ଦଃକ୍ଲେକ୍, ବାୟ୍ଦ୍ରେ ତାର୍ ହାକ୍ ତାକ୍ ନଃୟ୍ଜଃହାସ୍। 5 ଜଦି ତୁମି ତୁମାର୍ ସଃତ୍ରୁର୍ ଗଃଦକ୍ ବଃଜ୍ ତଃଳେ ଚାହି ଅୟ୍ରିଲାର୍ ଦଃକାସ୍, ତାକ୍ ଚାଡି ଜଃହା ନାୟ୍, ତୁମି ତାକେ ବାୟ୍ଦ୍ରେ ଉଟାୟ୍। 6 ଗଃରିବ୍କେ ବିଚାର୍ ଲଃଗେ ତୁମି ତାକ୍ ଅଃନ୍ୟାୟ୍ କଃରା ନାୟ୍। 7 ମିଚ୍ ବିସୟେ ହୁଣି ନିଜ୍କେ ଦୁରିକ୍ ରଃକା; ଆରେକ୍ ନିର୍ଦସିକେ ଆର୍ ଦଃର୍ମିଲକେ ନସ୍ଟ୍ କଃରା ନାୟ୍; ବଃଲେକ୍ ମୁୟ୍ ଦୁସ୍ଟ୍କେ ନିର୍ଦସି ନଃକେରି। 8 ତୁମି ଲାଚ୍ ନିଆ ନାୟ୍, ବଃଲେକ୍ ଲାଚ୍ ଲକ୍ମଃନ୍କେ ଅଃନ୍ଦ୍ କଃରି ଦଃୟ୍ଦ୍ ଆର୍ ଦଃର୍ମିମଃନାର୍ କଃତା ଉଲ୍ଟା କଃରେଦ୍। 9 ତୁମି ବିଦେସିକେ ଅଃନ୍ୟାୟ୍ କଃରା ନାୟ୍, ବଃଲେକ୍ ତୁମିମଃନ୍ ବିଦେସିର୍ ମଃନ୍ ଜାଣୁଲାସ୍, ବଃଲେକ୍ ତୁମିମଃନ୍ ହେଁ ମିସର୍ ଦେସେ ବିଦେସି ରିଲାସ୍।
10 ଆର୍ ତୁମି ତୁମାର୍ ହଃଦାୟି ଚଅ ବଃର୍ସ୍ ହଃତେକ୍ ତାସ୍ କଃରାସ୍ ଆର୍ ସେତି ଅୟ୍ଲା ତାସ୍କେ ଅରାୟ୍ ଆଣାସ୍। 11 ମଃତର୍ ସାତ୍ ବଃର୍ସ୍କେ ତାକ୍ ବିସାଉଁଣି ଦିଆସ୍ ଆର୍ ଉମ୍ବାଳା ରଃକାସ୍; ତଃବେ ତୁମାର୍ ଗଃରିବ୍ ଲଃକ୍ମଃନ୍ କାଉଁକେ ହାଉତି; ସେମଃନ୍ ଜାୟ୍ରି ଉବ୍ରାୟ୍ ରେତି, ସେରି ବଃନାର୍ ହସୁମଃନ୍ କାତି। ଆରେକ୍ ତୁମାର୍ ଅଙ୍ଗୁର୍ବାଳ୍ ଆର୍ ଜିତ୍ ଗଃଚ୍କେ ହେଁ ସେରଃକମ୍ କଃରାସ୍। 12 ତୁମି ଚଅ ଦିନ୍ ତୁମାର୍ କାମ୍ କଃରା, ମଃତର୍ ସାତ୍ ଦିନେ ବିସାଉଆ, ତଃବେ ତୁମାର୍ ଗରୁ ଆର୍ ଗଃଦ ବିସାଉତି, ଆରେକ୍ ତୁମାର୍ ଦାସ୍ମଃନ୍ ଆର୍ ବିଦେସି ଲକ୍ ବିସାଉତି।
13 ମୁୟ୍ ତୁମିମଃନ୍କେ ଜାୟ୍ ଜାୟ୍ରି କୟ୍ଆଚି, ସେସଃବୁ ବିସୟେ ଜଃଗ୍ରାତ୍ ଅଃଉଆ; ବିନ୍ ଦେଉତାମଃନ୍କେ ହୁଜା କଃରା ନାୟ୍ କି ତାକାର୍ ନାଉ ତୁମାର୍ ଟଣ୍ତେ ଦଃରା ନାୟ୍।
14 ତୁମିମଃନ୍ ହଃତିବଃର୍ସ୍ ତିନି ତର୍ ମର୍ ହାଁୟ୍ ହଃର୍ବ୍ ମାନାସ୍। 15 କମିର୍ ନୟ୍ଲା ରୁଟିର୍ ହଃର୍ବ୍ ହାଳୁନ୍ କଃରାସ୍; ଅଃମାର୍ ବଲ୍ ହଃର୍କାରେ ଆବିବ୍ ମାସାର୍ ଟିକ୍ ବେଳାୟ୍ ସାତ୍ ଦିନ୍ କମିର୍ ନୟ୍ଲା ହିଟା କାହାସ୍, ବଃଲେକ୍ ଇ ମାସେ ତୁମିମଃନ୍ ମିସର୍ ଦେସେହୁଣି ମୁକ୍ତି ହାୟ୍ରିଲାସ୍; ଆରେକ୍ କେଏ ଚୁଚା ଆତେ ମର୍ ହାକ୍ ଆସି ନଃକେରାସ୍। 16 ଆର୍ ତୁମି ତାସ୍ କାଟା ହଃର୍ବ୍, ବଃଲେକ୍ ହଃଦାୟି ଜାୟ୍ରି ବୁଣାସ୍, ସେତିର୍ ହଃର୍ତୁ ହାକ୍ଲା ତାସାର୍ ହଃର୍ବ୍ ହାଳୁନ୍ କଃରାସ୍; ଆରେକ୍ ବଃର୍ସ୍ ସଃରାସଃରି ହଃଦାର୍ ତାସ୍ କାଟ୍ତା ବଃଳ୍ ତାସ୍ ରୁଣ୍ତାଉତା ହଃର୍ବ୍ ହାଳୁନ୍ କଃରାସ୍। 17 ହଃତି ବଃର୍ସ୍ ତିନି ତର୍ ତୁମାର୍ ସଃବୁ ଅଃଣ୍ଡ୍ରାମଃନ୍ ମାପୁରାର୍ ମୁୟେଁ ଦଃକାୟ୍ ଅଃଉତି।
18 ମର୍ ହାଁୟ୍ ହୁଜା କଃଲା ହସୁର୍ ବଃନି କମିର୍ ମିସ୍ଲା ହିଟା ସଃଙ୍ଗ୍ ସଃର୍ହମାନ୍ କଃରା ନାୟ୍, ଆରେକ୍ ହୁଜା ମାସ୍ ଗଟେ ଦିନ୍ ବିତ୍ରେ କାୟି ସଃରାଉଆସ୍ ସଃକାଳ୍ ହଃତେକ୍ ସଃଙ୍ଗାଉଆ ନାୟ୍।
19 ତୁମାର୍ ଜଃମିର୍ ହଃର୍ତୁ ହଃଳ୍ ତୁମାର୍ ଜିଅବା ମାପୁରାର୍ ଗଃରେ ଆଣାସ୍। ତୁମି ଚେଳିବଦାର୍ ମାସ୍କେ ତାର୍ ଆୟ୍ସିର୍ ଦୁଦ୍ ସଃଙ୍ଗ୍ ରାନ୍ଦା ନାୟ୍।
20 ଦଃକା, ମୁୟ୍ ଗଟେକ୍ ଦୁତ୍କେ ତୁମାର୍ ଆଗେ ଆଗେ ହଃଟାଉଁଲେ, ସେ ବାଟେ ତୁମିକ୍ ରଃକ୍ୟା କଃରେଦ୍ ଆର୍ ଜୁୟି ଜଃଗା ମୁୟ୍ ତିଆର୍ କଃରି ଆଚି ସେତି ତୁମିକ୍ ହଚାୟ୍ଦ୍। 21 ତାର୍ ମୁୟେଁ ଜଃଗ୍ରାତ୍ ରିଆ, ଆର୍ ତାର୍ କଃତା ମାନା; ତାର୍ ଅଃମାନ୍ୟା କଃରାନାୟ୍; ବଃଲେକ୍ ସେ ତୁମିମଃନାର୍ ଅଃଦଃର୍ମ୍ କେମା ନଃକେରେ; ମର୍ ନାଉ ତାର୍ତଃୟ୍ ଆଚେ। 22 ଜଦି ତୁମି ସଃତ୍ କଃରି ତାର୍ କଃତା ମାନାସ୍, ଆର୍ ମୁୟ୍ ଜୁୟ୍ରି ସଃବୁ କୟ୍ଦ୍, ସେରି କଃରାସ୍; ତଃବେ ମୁୟ୍ ତୁମାର୍ ସଃତ୍ରୁମଃନାର୍ ସଃତ୍ରୁ ଆର୍ ତୁମାର୍ ବିରଦିମଃନାର୍ ବିରଦି ଅୟ୍ନ୍ଦ୍। 23 ବଃଲେକ୍ ମର୍ ଦୁତ୍ ତୁମାର୍ ଆଗେ ଆଗେ ଜାୟ୍ ତୁମିକ୍ ଇମରିୟ, ହିତିୟ, ପିରିସିୟ, କିଣାନିୟ, ହିବିୟ ଆର୍ ଜିବୁସିୟମଃନାର୍ ଦେସେ ଆଣେଦ୍, ଆର୍ ମୁୟ୍ ସେମଃନ୍କେ ନାସ୍ କଃରିନ୍ଦ୍। 24 ତୁମି ସେ ମଃନାର୍ ଦେଉତାମଃନ୍କେ ଜୁଆର୍ କଃରାନାୟ୍ କି ସେମଃନାର୍ ହୁଜା କଃରା ନାୟ୍, ଆର୍ ସେମଃନ୍ କଃଲା କାମ୍ ହଃର୍କାରେ କାମ୍ କଃରା ନାୟ୍; ମଃତର୍ ସେମଃନ୍ ହାଜ୍ଲା ମୁର୍ତିମଃନ୍କେ କୁରୁପ୍ ନାସ୍ କଃରାସ୍ ଆର୍ ସେମଃନାର୍ ମୁଣ୍ତାସଃବୁ ବାଙ୍ଗିଦିଆସ୍। 25 ତୁମିମଃନ୍ ତୁମାର୍ ମାପୁରାର୍ ସେବା କଃରାସ୍; ତଃବେ ସେ ତୁମାର୍ ଅଃର୍ନ୍ ଜାଣାୟି ଆସିର୍ବାଦ୍ କଃରେଦ୍, ଆରେକ୍, ମୁୟ୍ ତୁମାର୍ ତଃୟ୍ହୁଣି ରଗ୍ ଦୁର୍ କଃରିନ୍ଦ୍। 26 ତୁମାର୍ ଦେସେ କାର୍ ଗଃର୍ବାର୍ ହିଲା ନଃସ୍ଟ୍ ନଃୟ୍, ଆରେକ୍ କେହେଁ ବାଞ୍ଜି ନଃରେୟ୍; ଆରେକ୍ ତୁମିମଃନ୍ ବୁତେକ୍ ବଃର୍ସ୍ ହଃତେକ୍ ବଚାସ୍।
27 ଜଃତେକ୍ ଲକାର୍ ହାକ୍ ତୁମି ଜଃହାସ୍ ତୁମି ଜାତା ଆଗାଳି ସେସଃବୁ ଲକାର୍ ମଃନ୍ ବିତ୍ରେ ମର୍ ବିସୟାର୍ ଡିର୍ ହଃଟାୟ୍ନ୍ଦ୍; ଆରେକ୍ ତୁମି ଜୁୟ୍ସଃବୁ ଲକ୍ମଃନାର୍ ତଃୟ୍ କେଟାସ୍, ସେମଃନ୍ ତଃର୍ବଃର୍ ଅୟି ତୁମାର୍ ତଃୟ୍ହୁଣି ଦଃବ୍ଳି ହଃଳାଉତି। 28 ମୁୟ୍ ତୁମାର୍ ଆଗାଳି ଟେକେର୍ ମଃଚିକେ ହଃଟାୟ୍ନ୍ଦ୍; ସେମଃନ୍ ହିଦିୟ, କିଣାନିୟ୍ ଆର୍ ହିଦିୟମଃନ୍କେ ତୁମାର୍ ମୁଁୟେ ହୁଣି କଦିକଃରି ଦୁର୍ କଃର୍ତି। 29 ମଃତର୍ ଗଟେ ବଃର୍ସ୍ ବିତ୍ରେ ତୁମାର୍ ତଃୟ୍ହୁଣି ସେମଃନ୍କେ ବାର୍ ନଃକେରି, ନୟ୍ଲେକ୍ ଦେସ୍ ସିଣିନ୍ଦ୍ ଅୟ୍ଜାୟ୍ଦ୍ ଆର୍ ବଃନାର୍ ଜଃତୁ ବେସି ଅୟି ତୁମିକ୍ ଆର୍ଲା କଃର୍ତି। 30 ତୁମିମଃନ୍ ବୁତେକ୍ ଲକ୍ ଅଃଉତା ହଃତେକ୍ ଆର୍ ଦେସ୍ ଅଃଦିକାର୍ କଃର୍ତା ହଃତେକ୍ ମୁୟ୍ ତୁମାର୍ ମୁୟେ ହୁଣି ସେମଃନ୍କେ ଦିରେ ଦିରେ କଃରି ବାର୍କଃରି ଦଃୟ୍ନ୍ଦ୍।
31 ଆରେକ୍ ମୁୟ୍ ସୁପ୍ ସଃମ୍ନ୍ଦେ ହୁଣି ନଃୟ୍କଃରି ପଲେସ୍ଟିୟ୍ମଃନାର୍ ସଃମ୍ନ୍ଦ୍ ହଃତେକ୍ ଆର୍ ମଃରୁବଃଟାୟ୍ ହୁଣି ପରାତ୍ ଗାଡ୍ ହଃତେକ୍ ତୁମାର୍ ସଃନ୍ଦି ଟିକ୍ କଃରିନ୍ଦ୍; ମୁୟ୍ ସେ ଦେସେ ବାସ୍କଃର୍ତା ଲକ୍ମଃନ୍କେ ତୁମାର୍ ଆତେ ସଃହ୍ରି ଦଃୟ୍ନ୍ଦ୍; ତଃବେ ତୁମି ତୁମାର୍ ମୁଁୟେ ହୁଣି ସେମଃନ୍କେ ବାର୍କଃରି ଦିଆସ୍।
32 ତୁମି ସେମଃନାର୍ ସଃଙ୍ଗ୍ କି ସେମଃନାର୍ ଦେଉତାମଃନାର୍ ସଃଙ୍ଗ୍ କାୟିହେଁ ରାଜିନାମା ତିର୍ କଃରା ନାୟ୍।
33 ସେମଃନ୍ ତୁମାର୍ ଦେସେ ବାସା କଃରୁ ନଃହାର୍ତି, ବାସା କଃଲେକ୍ ସେମଃନ୍ ମର୍ ବିରୁଦେ ତୁମିମଃନ୍କେ ଗତିକାମ୍ କଃରାଉତି; ବଃଲେକ୍ ତୁମି ଜଦି ସେମଃନାର୍ ଦେବ୍ତାମଃନାର୍ ହୁଜା କଃରାସ୍, ତଃବେ ସେରି ତୁମାର୍ ହାଁୟ୍ ହାନ୍ଦା ହର୍ ଅୟ୍ଦ୍।