1 ତାର୍ ହଃଚେ ମାପୁର୍ ମସାକେ କଃୟ୍ଲା, "ତୁୟ୍ ପାର ହାକ୍ ଜାୟ୍ ତାକ୍ କଃଉ, ମାପୁର୍ ଇ କଃତା କଃଉଁଲା, ମକେ ସେବା କଃର୍ତା ହାଁୟ୍ ଅଃମାର୍ ଲକ୍ମଃନ୍କେ ଜଃଉଁକେ ଚାଡ୍। 2 ଜଦି ତୁୟ୍ ସେମଃନ୍କେ ଚାଡି ନଃଦେସି ତଃବେ ଦଃକ୍ ମୁୟ୍ ବେଙ୍ଗ୍ ହଃଟାୟ୍ ତୁମାର୍ ସଃବୁ ମିସର୍ ଦେସ୍କେ ଦଃଣ୍ତ୍ ଦଃୟ୍ନ୍ଦ୍। 3 ନିଳ୍ ଗାଡେ ବେଙ୍ଗ୍ ବଃର୍ତି ଅଃଉତି, ସେମଃନ୍ ଗାଡେ ହୁଣି ଉଟି ଆସି ତୁମାର୍ ଗଃରେ, ସଃଉତା ବଃକ୍ରାୟ୍, ସଃଉତା ଅଚ୍ନାୟ, ତୁମାର୍ ସଃଙ୍ଗାର୍ ମୁଳିକାମଃନାର୍ ଗଃରେ, ତୁମାର୍ ଲକମଃନାର୍ ଉହ୍ରେ, ତୁମାର୍ ଚୁଲି ଲଃଗେ ଆର୍ ତୁମାର୍ ଗୁଣ୍ତ୍ ଚିଟ୍କ୍ତା ତଃୟ୍ ବଃର୍ତି ଅଃଉତି। 4 ଆର୍ ତର୍ ଆର୍ ତର୍ ଲକ୍ମଃନାର୍ ଆର୍ ତର୍ ଦଃଙ୍ଗ୍ଳାମଃନାର୍ ଉହ୍ରେ ଚଃଗ୍ତି।" 5 ତାର୍ ହଃଚେ ମାପୁର୍ ମସାକେ କୟ୍ଲା, "ହାରଣକେ କଃଉ ସେ ତାର୍ ଡାଙ୍ଗ୍, ଦଃରି ଗାଡ୍, ନାଳ୍ ଆର୍ ଚିଉଆ ସଃବୁ ହାକ୍ ବୁଲାୟ୍ କଃରି ମିସର୍ ଦେସେ ବେଙ୍ଗ୍ ଆଣାଉ।" 6 ତଃବେ ହାରଣ ମିସରାର୍ ସଃବୁ ହାଣି ଉହ୍ରେ ଅଃହ୍ଣାର୍ ଆତ୍ ଉଟାୟ୍ଲାକ୍, ବେଙ୍ଗ୍ମଃନ୍ ଉଟିଆସି ମିସର୍ ଦେସେ ସଃବୁ ହାକ୍ ଅୟ୍ଲାୟ୍। 7 ସଃଡେବଃଳ୍ ଜାଦୁକାରିମଃନ୍ ହେଁ ଅଃହ୍ଣାମଃନାର୍ ଜାଦୁ କଃରି ସେରଃକମ୍ ମିସର୍ ଦେସେ ବେଙ୍ଗ୍ ଆଣ୍ଲାୟି।
8 ସେତାକ୍ ପାର୍, ମସା ଆର୍ ହାରଣକେ କୁଦାୟ୍ କୟ୍ଲା, "ଅଃମାର୍ ତଃୟ୍ ହୁଣି ଆର୍ ଅଃମାର୍ ଲକ୍ମଃନାର୍ ତଃୟ୍ ହୁଣି ଇ ସଃବୁ ବେଙ୍ଗ୍ ଦୁର୍ କଃରୁକେ ମାପୁରାର୍ ତଃୟ୍ ପାର୍ତ୍ନା କଃରା, ତଃବେ ମୁୟ୍ ଇସ୍ରାଏଲ୍ ସଃବୁ ଲକ୍ମଃନ୍କେ ମାପୁର୍କେ ହୁଜା କଃରୁକେ ଜଃଉଁକେ ଚାଡିଦଃୟ୍ନ୍ଦ୍।" 9 ତଃବେ ମସା ପାରକେ କୟ୍ଲା, ଦଃୟାକଃରି କଃଉ ତୁୟ୍ କଃବେ ବେଙ୍ଗ୍ମଃନ୍ ଜଃଉଅତ୍ ବଃଲି ମଃନ୍କଃରୁଲିସ୍? ମୁଁୟ୍ ତୁମାର୍ ହାୟ୍ଁ ପାର୍ତ୍ନା କଃରିନ୍ଦ୍, ତୁମାର୍ ଦଃଙ୍ଗ୍ଳାମଃନାର୍ ଆର୍ ତୁମାର୍ ଲକ୍ମଃନାର୍ ହାଁୟ୍ ହେଁ ପାର୍ତ୍ନା କଃରିନ୍ଦ୍ ଜଃନ୍କଃରି ବେଙ୍ଗ୍ମଃନ୍ ତୁମିମଃନାର୍ ତଃୟ୍ହୁଣି ଜାୟ୍ ନିଳ୍ ଗାଡେ ରେତି। 10 ପାର କଃୟ୍ଲା, "ଆସୁଲାକାଲି ପାର୍ତ୍ନା କଃରା," ମସା କୟ୍ଲା, ଅଃମାର୍ ମାପୁର୍ ଇସ୍ୱର୍ ହର୍ କେହେଁ ନାୟ୍, ଇରି ଜଃନ୍କଃରି ତୁୟ୍ ଜାଣୁ ହାର୍ସି, ଇତାର୍ ଗିନେ ତୁୟ୍ ଜଃନ୍କଃରି କୟ୍ଲିସ୍ ସେନ୍କଃରି ଅୟ୍ଦ୍। 11 ବେଙ୍ଗ୍ମଃନ୍ ତର୍ ତଃୟ୍ହୁଣି ଆର୍ ତୁମାର୍ ଗଃରେ ହୁଣି, ଦଃଙ୍ଗ୍ଳା ଆର୍ ସଃବୁ ଲକ୍ମଃନାର୍ ତଃୟ୍ହୁଣି ଦୁର୍ ଅୟି ନିଳ୍ ଗାଡେ ରେତି। 12 ତାର୍ ହଃଚେ ମସା ଆର୍ ହାରଣ ପାର ତଃୟ୍ହୁଣି ବାରାୟ୍ ଗଃଲାୟି, ଆରେକ୍ ମସା ପାରର୍ ବିରୁଦେ ହଃଟାୟ୍ ରିଲା ବେଙ୍ଗ୍ ବିସୟେ ମାପୁର୍ ତଃୟ୍ ପାର୍ତ୍ନା କଃଲା। 13 ମାପୁର୍ ମସାର୍ କଃତା ହଃର୍କାରେ କଃଲାକ୍ ଗଃରେ, ଡଣ୍ତେ ଆର୍ ବାଳେ ସଃବୁ ବେଙ୍ଗ୍ ମଃଲାୟ୍। 14 ତଃବେ ଲଃକ୍ମଃନ୍ ସଃବୁ ବେଙ୍ଗ୍ମଃନ୍କେ ଗଟେତଃୟ୍ କଃରି କୁଳାୟ୍ଲାକେ ଦେସ୍ ଗଃନ୍ଦି ଗଃଲି। 15 ମଃତର୍ ପାର ବିପ୍ତି ଦୁର୍ ଅୟ୍ଲାର୍ ଦଃକି ମାପୁରାର୍ ବାକ୍ୟ ହଃର୍କାରେ ଅଃହ୍ଣାର୍ ମଃନ୍ ଅଃଟୁଆ କଃଲା, ଆର୍ ସେମଃନାର୍ କଃତାକେ ମଃନ୍ ନଃଦିଲା।
16 ତାର୍ ହଃଚେ ମାପୁର୍ ମସାକେ କୟ୍ଲା, "ହାରଣକେ କଃଉ, ସଃବୁ ହାକ୍ ମିସର୍ ଦେସେ ଜଃନ୍କଃରି ଉକ୍ଣି ଅଃଉତି, ଇତାର୍ ଗିନେ ତୁୟ୍ ତର୍ ଡାଙ୍ଗ୍ ସଃଙ୍ଗ୍ ବୁୟାଁର୍ ଦୁଳି ଉହ୍ରେ ମାର୍।" 17 ତଃବେ ସେମଃନ୍ ସେରଃକମ୍ କଃଲାୟି, ହାରଣ ଡାଙ୍ଗ୍ ଉଟାୟ୍ ବୁୟାଁର୍ ଦୁଳାୟ୍ ମାର୍ଲାକ୍ ମାନାୟ୍ ଆର୍ ହସୁମଃନାର୍ ଉହ୍ରେ ଉକ୍ଣି ଅୟ୍ଲାୟ୍, ଆରେକ୍ ମିସର୍ ଦେସାର୍ ବୁଇଁର୍ ଦୁଳିୟେ ହେଁ ଉକ୍ଣି ଅୟ୍ଲାୟ୍। 18 ସଃଡେବଃଳ୍ ଗୁଣିଆମଃନ୍ ହେଁ ନିଜାର୍ ନିଜାର୍ ଜାଦୁଏ ସେରଃକମ୍ ଉକ୍ଣି କଃରୁକେ ଚେସ୍ଟା କଃଲାୟି, ମଃତର୍ କଃରୁକେ ନଃହାର୍ଲାୟ୍, ତଃବେ ମାନାୟ୍ ଆର୍ ହସୁମଃନାର୍ ଉହ୍ରେ ଉକ୍ଣି ଅୟ୍ଲାୟ୍। 19 ତଃବେ ଗୁଣିଆମଃନ୍ ପାରକେ କୟ୍ଲାୟ୍, "ଇରି ତ ଇସ୍ୱରାର୍ ଆଙ୍ଗଟିର୍ କାମ୍," ଅୟିଲେକ୍ ହେଁ ମାପୁରାର୍ ବଃଚନ୍ ହଃର୍କାରେ ପାରର୍ ମଃନ୍ ଅଃଟୁଆ ଅୟ୍ଲି, ଆରେକ୍ ସେ ସେମଃନାର୍ କଃତା ନଃସୁଣ୍ଲା।
20 ତାର୍ ହଃଚେ ମାପୁର୍ ମସାକେ କୟ୍ଲା, "ତୁୟ୍ ସଃକାଳ୍ ସଃକାଳ୍ ଉଟିକଃରି ପାର ଲଃଗେ ଜାଆ" ସେ ସଃଡେବଃଳ୍ ଗାଡେ ଜାୟ୍ଦ୍, ତୁୟ୍ ତାକ୍ ଇ କଃତା କଃଉସି, ମାପୁର୍ କଃଉଁଲା, ମର୍ ସେବା କଃରୁକେ ମର୍ ଲକ୍ମଃନ୍କେ ଜଃଉଁକେ ଚାଡିଦେଏ। 21 ଜଦି ମର୍ ଲକ୍ମଃନ୍କେ ଚାଡି ନଃଦେସି, ତଃବେ ମୁୟ୍ ତର୍ ଉହ୍ରେ ଆର୍ ତର୍ ସଃଙ୍ଗାର୍ ମୁଳିକାମଃନାର୍ ଉହ୍ରେ ଆର୍ ତୁମାର୍ ଗଃର୍ ବିତ୍ରେ ଇରଃକମ୍ ନାସ୍ କାରି ମଚି ହଃଟାୟ୍ନ୍ଦ୍ ଜେ, ମିସର୍ ଦେସାର୍ ସଃବୁ ଗଃରେ ଆର୍ ଦେସ୍ ଜାକ ସଃବୁ ହାକ୍ ମଚି ହୁର୍ନ୍ ଅଃଉତି। 22 ଆରେକ୍ ହୁର୍ତିବି ବିତ୍ରେ ମୁୟ୍ ହଃକା ମାପୁର୍, ଇରି ତୁମିକେ ଜାଣାଉତା ଗିନେ ସେଦିନ୍ ମର୍ ଲଃକ୍ମଃନ୍ ବାସ୍କଃର୍ତା ଟାଣ୍ ଗସନ୍ ଦେସ୍କେ ଅଃଲ୍ଗା କଃରିନ୍ଦ୍ ସେତି ନାସ୍କାରି ମଚି ନଃଉତି। 23 ମୁୟ୍ ମର୍ ଲକ୍ମଃନ୍ ଆର୍ ତୁମାର୍ ଲକ୍ମଃନାର୍ ବିତ୍ରେ ଅଃଲ୍ଗା ବେବାର୍ କଃରିନ୍ଦ୍, ଆସ୍ତାକାଲି ଇ ଚିନା ଅୟ୍ଦ୍। 24 ତାର୍ ହଃଚେ ମାପୁର୍ ସେରଃକମ୍ କଃଲା, ତଃବେ ପାରର୍ ଆର୍ ତାର୍ ଚାକର୍ମଃନାର୍ ଗଃରେ ନାସ୍କାରି ମଚି ଅଃପର୍ବଳ୍ ଆୟ୍ଲାୟ୍; ଆରେକ୍ ମଚିମଃନ୍ ମିସର୍ ଦେସ୍କେ ସଃବୁ ନଃସ୍ଟ୍ କଃଲାୟି। 25 ସଃଡେବଃଳ୍ ପାର୍ ମସା ଆର୍ ହାରଣକେ କୁଦାୟ୍କଃରି କୟ୍ଲା, "ତୁମିମଃନ୍ ଜାୟ୍ ଇ ଦେସ୍ ବିତ୍ରେ ତୁମାର୍ ଇସ୍ୱର୍କେ ହୁଜା କଃରା।" 26 ମଃତର୍ ମସା କୟ୍ଲା, "ସେରି କଃର୍ତାର୍ ଟିକ୍ ନଃୟ୍; ହସୁମଃନ୍କେ ମାରି ହୁଜା କଃର୍ତାର୍ ମିସର୍ ଦେସାର୍ ଲକ୍ମଃନାର୍ ହାଁୟ୍ ସେରି ଗଟେକ୍ ବୁଲ୍ ବିସୟ୍ ଅୟ୍ଦ୍। ଅଃମାର୍ ଇସ୍ୱରାର୍ ଗିନେ ଜଦି ଅଃମିମଃନ୍ ଇ ରଃକମ୍ କାମ୍ ଇ ଦେସ୍ ବିତ୍ରେ କଃରୁନ୍ଦ୍ ତଃବେ ମିସରାର୍ ସଃବୁ ଲକ୍ ଦଃକ୍ତି ଆର୍ ସେମଃନ୍ ଅଃମାର୍ ଉହ୍ରେ ଟେଳା ଚେଚି ଅଃମିକେ ମଃର୍ନେ ମାର୍ତି। 27 ଇତାର୍ ଗିନେ ଅଃମିମଃନ୍ ତିନି ଦିନାର୍ ବାଟ୍ ମଃରୁବଃଟାୟ୍ ଜାୟ୍ ଅଃମାର୍ ମାପୁର୍ ଇସ୍ୱର୍ ଜୁୟି ଆଦେସ୍ ଦଃୟ୍ଦ୍ ସେହଃର୍କାରେ ତାର୍ ନାଉଁଏ ହୁଜା କଃରୁନ୍ଦ୍।"
28 ତଃବେ ପାର କୟ୍ଲା " ମୁୟ୍ ତୁମିକ୍ ଜଃଉଁକେ ଚାଡିଦିବି, ତୁମିମଃନ୍ ମଃରୁବଃଟାୟ୍ ଜାୟ୍, ତୁମାର୍ ମାପୁର୍ ଇସ୍ୱର୍କେ ହୁଜା କଃରା; ମଃତର୍ ବେସି ଦୁରିକ୍ ଜଃହା ନାୟ୍, ଆରେକ୍ ଅଃମାର୍ ଗିନେ ହେଁ ପାର୍ତନା କଃରା।"
29 ତାର୍ହଃଚେ ମସା କୟ୍ଲା " ଦଃକ୍ ମୁୟ୍ ଇତି ହୁଣି ଜାୟ୍ ମାପୁରାର୍ ତଃୟ୍ ପାର୍ତ୍ନା କଃରିନ୍ଦ୍, ତଃବେ ମିସର୍ ଦେସେ ହୁଣି ଆସୁଲା କାଲି ସଃବୁ ମଚି ଦୁର୍ ଅୟ୍ଜାତି; ମଃତର୍ ମାପୁରାର୍ ନାଉଁଏ ହୁଜା କଃରୁକେ ଜାତା ଲକ୍ମଃନ୍କେ ତେବାଉନାୟ୍।"
30 ତଃବେ ମସା ପାର୍ ଚଃମେ ହୁଣି ବାରାୟ୍ ଜାୟ୍ ମାପୁରାର୍ ତଃୟ୍ ପାର୍ତ୍ନା କଃଲା।
31 ଆର୍ ମାପୁର୍ ମସାର୍ ପାର୍ତ୍ନା ହଃର୍କାରେ ପାରର୍ ତଃୟ୍ ହୁଣି, ତାର୍ ସଃଙ୍ଗାର୍ ମୁଳିକାମଃନ୍ ତଃୟ୍ହୁଣି ଆର୍ ସଃବୁଲକାର୍ ତଃୟ୍ ହୁଣି ସଃବୁ ନାସ୍କାରି ମଚି ଦୁର୍ କଃଲା; ଗଟେକ୍ ହେଁ ମଚି ନଃରିଲାୟ୍। 32 ଇତାର୍ ହେଁ ପାର୍ ନିଜାର୍ ମଃନ୍କେ ଅଃଟୁଆ କଃଲା, ଆର୍ ଇସ୍ରାଏଲ୍ ଲକ୍ମଃନ୍କେ ଜଃଉଁକେ ଚାଡିନଃଦିଲା।