1 ଇତାର୍ ହଃଚେ ଇସ୍ରାଏଲାର୍ ସଃବୁ କୁଟୁମ୍ ଏଲିମ୍ ଚାଡିକଃରି ସିନ୍ ମଃରୁବଃଟାୟ୍ ଆୟ୍ଲାୟ୍, ଜୁୟ୍ରି କି ଏଲିମ୍ ଆର୍ ସିନୟ୍ ହଃର୍ବାତାର୍ ମଃଜାୟ୍ ରିଲି; ସେମଃନ୍ ମିସର୍ ଦେସେହୁଣି ବାରୟ୍ଲା ହଃଚେ, ଦୁୟ୍ ମାସାର୍ ହଃନ୍ଦ୍ର ଦିନ୍ ଅୟ୍ଲାକେ ସେ ଜଃଗାୟ୍ ହଚ୍ଲାୟ୍। 2 ସଃଡେବଃଳ୍ ସଃବୁ ଇସ୍ରାଏଲ୍ ଦଃଳ୍ ମସା ଆର୍ ହାରଣାର୍ ବିରୁଦେ ମରୁବଃଟାୟ୍ ଲିନ୍ଦା କଃଲାୟ୍। 3 ଆରେକ୍ ଇସ୍ରାଏଲ୍ ଲଃକ୍ମଃନ୍ ସେମଃନ୍କେ କୟ୍ଲାୟ୍, "ଚିଚି, ଅଃମିମଃନ୍ ଜଃଡେବଃଳ୍ ମାସ୍ ଆଣ୍ତି ଲଃଗେ ବଃସି ହେଟ୍ ହୁର୍ନେ କାଦି କାତିରିଲୁ, ସଃଡେବଃଳ୍ ଜଦି ଅଃମିମଃନ୍ ମିସର୍ ଦେସେ ମାପୁରାର୍ ଆତେ ମଃଲୁହୁଣି ତଃବେ ଇରି ବେସି ନିକ ଅୟ୍ଲିହୁଣି। ତୁମିମଃନ୍ ଇ ସଃବୁ ମଃଣ୍ତଳିକେ ବୁକେ ମଃରାଉଁକେ ଅଃମିମଃନ୍କେ ମିସର୍ ଦେସେ ହୁଣି ବାର୍କଃରି ଇ ମଃରୁବଃଟାୟ୍ ଆଣିଆଚାସ୍।" 4 ତଃବେ ମାପୁର୍ ମସାକେ କୟ୍ଲା, "ଦଃକ୍ ମୁୟ୍ ତୁମିମଃନାର୍ ହାୟ୍ଁ ସଃର୍ଗେହୁଣି କାତା କାଦି ଗଃସ୍ରାୟ୍ନ୍ଦ୍; ଆରେକ୍, ଲଃକ୍ମଃନ୍ ସଃବୁଦିନ୍ ହଃଦାୟି ଜାୟ୍ ସେମଃନାର୍ ଦଃର୍କାର୍ ଅଃତେକ୍ କାଦି ରୁଣ୍ତାୟ୍ ଆଣ୍ତି; ଇତି ଜାଣାହଃଳେଦ୍ ଜେ, ସେମଃନ୍ ମର୍ ବିଦି ହଃର୍କାରେ ଚାଲୁଲାୟ୍ କି ନାୟ୍। 5 ଚଅ ଦିନ୍ ସେମଃନ୍ ଜଃତେକ୍ ଆଣ୍ତି, ସେରି ରାନ୍ଦ୍ଲେକ୍ ବାକିସଃବୁ ଦିନ୍ ଜଃତେକ୍ ରୁଣ୍ତାଉତି ତାର୍ତଃୟ୍ହୁଣି ଦୁୟ୍ଗୁଣ୍ ଅୟ୍ଦ୍।" 6 ଇତାର୍ ହଃଚେ ମସା ଆର୍ ହାରଣ ଇସ୍ରାଏଲ୍-ଲକ୍ମଃନ୍କେ କୟ୍ଲାୟ୍, "ମାପୁର୍ ଜେ ତୁମିମଃନ୍କେ ମିସର୍ ଦେସେ ହୁଣି ବାର୍କଃରି ଆଣିଆଚେ, ଇରି ତୁମିମଃନ୍ ସଃଞ୍ଜ୍ ବେଳା ଜାଣାସ୍। 7 ଆରେକ୍ ଆସ୍ତାକାଲି ସଃକାଳିଆ ମାପୁରାର୍ ଜଃଜ୍ମାନ୍ ଦଃକାସ୍; ବଃଲେକ୍ ମାପୁରାର୍ ବିରୁଦେ ତୁମିମଃନାର୍ ଲିନ୍ଦା କଃତା ସେ ସୁଣି ଆଚେ, ଅଃମି କେଏ ଜେ, ତୁମିମଃନ୍ ଅଃମାର୍ ବିରୁଦେ ମଃନେ ଗୁର୍ମୁରୁଲାସ୍?" 8 ଆରେକ୍ ମସା କୟ୍ଲା, "ମାପୁର୍ ସଃଞ୍ଜ୍ବେଳା କାଉଁକେ ତୁମିମଃନ୍କେ ମାସ୍ ଦଃୟ୍ଦ୍ ଆର୍ ସଃକାଳିଆ ହେଟ୍ହୁର୍ନେ କାଦି ଦଃୟ୍ଦ୍; ବଃଲେକ୍ ମାପୁରାର୍ ବିରୁଦେ ତୁମିମଃନ୍ କଃରିରେତା ଲିନ୍ଦା ସେ ସୁଣି ଆଚେ। ଅଃମିମଃନ୍ କେଏ? ତୁମିମଃନ୍ ଅଃମାର୍ ବିରୁଦେ ଲିନ୍ଦା ନଃକେରାସ୍ ମଃତର୍ ମାପୁରାର୍ ବିରୁଦେ ଲିନ୍ଦା କଃରୁଲାସ୍।" 9 ଆର୍ ମସା ହାରଣକେ କୟ୍ଲା, "ତୁୟ୍ ଇସ୍ରାଏଲାର୍ ସଃବୁ କୁଟୁମ୍କେ କଃଉ, ତୁମିମଃନ୍ ମାପୁରାର୍ ଚଃମେ ଆସା, ସେ ତୁମିମଃନାର୍ ଗୁର୍ମୁର୍ତା କଃତା ସୁଣିଆଚେ।" 10 ତଃବେ ହାରଣ ଇସ୍ରାଏଲାର୍ ସଃବୁ ଲକ୍ମଃନ୍କେ ଇରି କଃଉତା ବଃଳ୍ ସେମଃନ୍ ମରୁବଃଟା ହାକ୍ ଦଃକ୍ଲାକ୍, ଦଃକା, ମେଗ୍ ବିତ୍ରେ ମାପୁରାର୍ ଉଜାଳ୍ ଦଃକାଗଃଲି। 11 ଆରେକ୍ ମାପୁର୍ ମସାକେ କୟ୍ଲା, 12 "ମୁୟ୍ ଇସ୍ରାଏଲ୍-ଲକ୍ମଃନାର୍ ଲିନ୍ଦା ସୁଣିଆଚି; ତୁୟ୍ ସେମଃନ୍କେ କଃଉ, ତୁମିମଃନ୍ ସଃଞ୍ଜ୍ ବଃଳ୍ ମାସ୍ କାହାସ୍ ଆର୍ ସଃକାଳ୍ ବଃଳ୍ ହେଟ୍ ହୁର୍ନେ କାଦି କାହାସ୍; ତଃବେ ତୁମିମଃନ୍ ଜାଣୁ ହାରାସ୍ ଜେ, ମୁୟ୍ ଅଃଉଁଲେ ମାପୁର୍ ତୁମାର୍ ଇସ୍ୱର୍।" 13 ଇତାର୍ ହଃଚେ ସଃଞ୍ଜ୍ ବଃଳ୍ ବଃଣ୍ତି ଚେଳେ ଆସି ଚାଉଣି ଜଃଗାୟ୍ ଡାହିଅୟ୍ଲାୟ୍, ଆରେକ୍ ସଃକାଳିଆ ଚାଉଁଣିର୍ ଚାରି ହାକ୍ ସିତ୍ ରଃକାୟ୍ଲି। 14 ତାର୍ହଃଚେ ଅଦୁର୍ଲା କାକର୍ ଉହ୍ରେ ଉଡ୍ଲାକ୍ ବୁୟେଁ ରିଲା କାକର୍ ହର୍ ଗୁଳା ଗୁଳାରି ସାନ୍ ଜିନିସ୍ ମରୁବୁଇଁ ଉହ୍ରେ ଗଃସ୍ରି ରିଲି। 15 ଆର୍ ଇସ୍ରାଏଲ୍-ଲକ୍ମଃନ୍ ସେରି ଦଃକି କଃଉଆ କଃୟ୍ ଅୟ୍ଲାୟ୍ ଇରି କାୟିରି? ମାନ୍-ହୁ? ବଃଲେକ୍ ସେରି କାୟିରି ରିଲି, ସେମଃନ୍ ଜାଣୁ ନଃହାର୍ଲାୟ୍। ତଃବେ ମସା କୟ୍ଲା, "ଇରି ତୁମାର୍ କାତା ହାଁୟ୍ ମାପୁର୍ ଦିଲା ଅଃର୍ନ୍।" 16 ଇ ବିସୟେ ମାପୁର୍ କୟ୍ଆଚେ, ତୁମିମଃନ୍ ହଃତିଲକାର୍ ଗିନେ ଜଃତେକ୍ ଦଃର୍କାର୍ ସେରି ରୁଣ୍ତାଉଆ; ତୁମିମଃନ୍ ହଃତି ଲକ୍ ନିଜାର୍ ନିଜାର୍ ଗଃରେ ରିଲା ଲକ୍ ଇସାବେ ଏକ୍ଲାର୍ ଏକ୍ଲାର୍ ହାଁୟ୍ ଗଟ୍ ଗଟ୍ ଅମର୍ ବଃଲେକ୍ ଦୁୟ୍ କେଏଜି ନାହିକଃରି ସେରି ରୁଣ୍ତାଉଆ।
17 ତଃବେ ଇସ୍ରାଏଲ୍-ଲକ୍ମଃନ୍ ସେ ରଃକମ୍ କଃଲାୟି; କେଏ ଅଃଦିକ୍ ଆର୍ କେଏ ଉଣା ରୁଣ୍ତାୟ୍ଲାୟ୍। 18 ଇତାର୍ ହଃଚେ ସେମଃନ୍ ଅଃମାର୍ ଲଃଗେ ସେରି ନାହ୍ଲାକେ; ଜେ ଅଃଦିକ୍ ରୁଣ୍ତାୟ୍ ରିଲା, ତାର୍ ଉବ୍ରି ନଃକେଲି, ଆରେକ୍, ଜେ ଅଃଳକ୍ ରୁଣ୍ତାୟ୍ ରିଲାର୍ ତାର୍ ହେଁ ଅକେଟ୍ ନୟ୍ଲି; ଇ ହଃର୍କାରେ ସେମଃନ୍ କାଉଁକେ ହାର୍ତା ଅଃତେକ୍ ରୁଣ୍ତାୟ୍ଲାୟ୍। 19 ଇତାର୍ ହଃଚେ ମସା ସେମଃନ୍କେ କୟ୍ଲା, "ତୁମିମଃନ୍ କେଏ ହେଁ ସଃକାଳ୍ ହଃତେକ୍ କିଚି ରଃକା ନାୟ୍।" 20 ଅୟିଲେକ୍ ହେଁ ସେମଃନ୍ ମସାର୍ କଃତା ନଃମାନି କେକେ ସଃକାଳ୍ ହଃତେକ୍ ସଃଙ୍ଗାୟ୍ ରିଲାୟ୍; ମଃତର୍ ସେତି କିଳା ଅୟ୍ଲାୟ୍ ଆର୍ ଗଃନ୍ଦ୍ ଅୟ୍ଲି। ଇତାର୍ଗିନେ ମସା ସେମଃନାର୍ ଉହ୍ରେ ରିସା ଅୟ୍ଲା। 21 ଇରଃକମ୍ ହଃତି ଦିନ୍ ସଃକାଳିଆ ସେମଃନ୍ ଅଃହ୍ଣା ଅଃହ୍ଣାର୍ କାଉଁ ହାର୍ତା ସଃକ୍ତି ହଃର୍କାରେ ସେରି ରୁଣ୍ତାୟ୍ଲାୟ୍; ମଃତର୍ କଃରାଜୁର୍ଲାକ୍ ସେରି ତଃର୍ଲିଗଃଲି। 22 ଚଅ ଦିନ୍ ସେମଃନ୍ ଦୁୟ୍ଗୁଣ୍, ବଃଲେକ୍, ଏକ୍ଲାର୍ ଗିନେ ଦୁୟ୍ ଅଃମାର୍ ଲଃକା କାଦି ରୁଣ୍ତାୟ୍ଲାୟ୍, ତଃବେ ସଃବୁ ମଃଣ୍ଡ୍ଳିର୍ ପାରାଚିନ୍ମଃନ୍ ଆସି ମସାକେ ଜାଣାୟ୍ଲାୟ୍। 23 ସଃଡେବଃଳ୍ ମସା ସେମଃନ୍କେ କୟ୍ଲା, "ଇରଃକମ୍ କଃରୁକେ ମାପୁର୍ କୟ୍ଆଚେ, ବଃଲେକ୍ ଆସୁଲାକାଲି ବଃଡ୍ ବିସାଉଁଣି ଦିନ୍, ବଃଲେକ୍ ମାପୁରାର୍ ଗିନେ ପବିତ୍ର ବିସାଉଁଣି ଅୟ୍ଦ୍; ସେତାକ୍ ତୁମିମଃନ୍କେ ଆଜି ଜଃତେକ୍ କାଦି ଦଃର୍କାର୍ ସଃତେକ୍ ରାନ୍ଦା। ଆରେକ୍ ଜଃତେକ୍ ଉବ୍ରେଦ୍ ସେରି ସଃକାଳ୍ ହଃତେକ୍ ସଃଙ୍ଗାୟ୍ ରିଆ।" 24 ତଃବେ ସେମଃନ୍ ମସା କୟ୍ଲା ହଃର୍କାରେ ସଃକାଳ୍ ହଃତେକ୍ ସେରି ସଃଙ୍ଗାୟ୍ଲାୟ୍, ଆର୍ ସେରି ଗଃନ୍ଦି ନଃକେଲି, କି ସେତି କିଳା ନଃୟ୍ଲାୟ୍। 25 ଇତାର୍ହଃଚ ମସା କୟ୍ଲା, "ଆଜି ତୁମିମଃନ୍ ସେରି କାହା, ବଃଲେକ୍ ଆଜି ମାପୁରାର୍ ବିସାଉଁଣି ବାର୍; ଆଜି ହଃଦାୟି ସେରି ମିଳାଉଁ ନାହାରାସ୍। 26 ତୁମିମଃନ୍ ଚଅ ଦିନ୍ ସେରି ରୁଣ୍ତାଉଆସ୍, ମଃତର୍ ସାତ୍ ଦିନ୍ ବିସାଉଁଣି ଦିନ୍, ସେଦିନ୍ କାୟିରି ହେଁ ନଃମିଳେ।" 27 ଅୟିଲେକ୍ ହେଁ ବିସାଉଁଣି ଦିନ୍ କେଏ କେଏ ସେରି କଃଜୁକେ ଗଃଲାୟି, ମଃତର୍ କିଚି ନଃହାୟ୍ଲାୟ୍ 28 ତଃବେ ମାପୁର୍ ମସାକେ କୟ୍ଲା, "କଃତି ଦିନ୍ ହଃତେକ୍ ତୁମିମଃନ୍ ମର୍ ବଃଲ୍ ଆର୍ ବିଦି ନଃମାନାସ୍? 29 ଦଃକା, ମାପୁର୍ ତୁମିମଃନ୍କେ ବିସାଉଁଣି ଦିନ୍ ଦିଲାର୍ ଗିନେ ମାପୁର୍ ତୁମିମଃନ୍କେ ସୁକୁର୍ବାର୍ ଦୁୟ୍ ଦିନାର୍ କାଦି ଦେଉଁଲା; ତୁମିମଃନ୍ ହଃତି ଲକ୍ ବିସାଉଁଣି ଦିନ୍ ନିଜାର୍ ନିଜାର୍ ଜଃଗାୟ୍ ହୁଣି ହଃଦାୟି ନଃଜାୟ୍କଃରି ନିଜ୍ ନିଜ୍ ଟାଣେ ରିଆ।" 30 ତଃବେ ଲଃକ୍ମଃନ୍ ସାତ୍ ଦିନ୍ ଅୟ୍ଲାକ୍ ବିସାୟ୍ଲାୟ୍। 31 ଆରେକ୍ ଇସ୍ରାଏଲ୍ ଲଃକ୍ମଃନ୍ ସେ କାଦିର୍ ନାଉ "ମାନ୍ନା" ଦିଲାୟ୍; ସେରି ଦନିଆ ହର୍ ଦବ୍ଳା ଆର୍ ତାର୍ ସୁଆଦ୍ ମଃଉଁ ମିସ୍ଲା ହିଟା ହର୍ ରିଲି। 32 ଇତାର୍ହଃଚ ମସା କୟ୍ଲା, "ମାପୁର୍ ଇ ବଲ୍ ଦଃୟ୍ଆଚେ, ସେ ତୁମିମଃନ୍କେ ମିସର୍ ଦେସେହୁଣି ଆଣ୍ତା ବଃଳ୍ ମଃରୁବଃଟାୟ୍ ଜୁୟି କାଦି କାଳାୟ୍ଲା, ସେରି ଜଃନ୍କଃରି ତୁମିମଃନାର୍ ଆସ୍ତାଦିନାର୍ ବଃଉଁସାର୍ ହିଲାମଃନ୍ ଦଃକ୍ତି, ଇତାର୍ ଗିନେ ସେମଃନାର୍ ହାଁୟ୍ ଗଟେ ଅମର୍ ମାନ୍ନା ସଃଙ୍ଗାଉଆ।" 33 ସଃଡେବଃଳ୍ ମସା ହାରଣକେ କୟ୍ଲା, "ତୁୟ୍ ଗଟେକ୍ ଜଃଗା ନଃୟ୍ ଗଟ୍ ଅମର୍ ମାନ୍ନା ନାହିକଃରି ମାପୁରାର୍ ମୁଏଁ ସଃଙ୍ଗାଉ; ସେରି ତୁମିମଃନାର୍ ଜୁଗ୍ଜୁଗ୍ ଗିନେ ସଃଙ୍ଗାଉତାର୍।"
34 ମାପୁର୍ ମସାକେ ଦିଲା ବଲ୍ ହଃର୍କାରେ ହାରଣ ସେରି ନିୟମ୍-ହେଳି ମୁଏଁ ସଃଙ୍ଗାୟ୍ଲା।
35 ଇସ୍ରାଏଲାର୍ ଲଃକ୍ମଃନ୍ ବାସ୍ କଃର୍ତା ଦେସେ ହଚ୍ତା ହଃତେକ୍ ଚାଲିସ୍ ବଃର୍ସ୍ ହଃତେକ୍ ସେ ମାନ୍ନା କାୟ୍ଲାୟ୍ ଆର୍ କିଣାନ୍ ଦେସାର୍ ସଃନ୍ଦିୟେ ହଚ୍ତା ହଃତେକ୍ ସେରି ସେମଃନ୍ କାୟ୍ଲାୟ୍।
36 ଗଟେକ୍ ଅମର୍ ଅୟ୍ପାର୍ ଦଃସ୍ ବାଗେହୁଣି ଗଟେକ୍ ବାଗ୍।