1 ମିସର୍ ଦେସେ ହୁଣି ଇସ୍ରାଏଲ୍-ଲକ୍ମଃନ୍ ବାରାୟ୍ ତିନି ମାସାର୍ ହଃର୍ତୁ ଦିନ୍, ସେମଃନ୍ ସିନୟ୍ ମଃରୁବଃଟାୟ୍ ହଚ୍ଲାୟ୍।
2 ଇସ୍ରାଏଲ୍ ଲଃକ୍ମଃନ୍ ରପିଦିମ୍ ହୁଣି ଜାୟ୍କଃରି ସିନୟ୍ ମଃରୁବଃଟାୟ୍ ହଚ୍ଲାୟ୍ ଆର୍ ସେମଃନ୍ ସେ ମଃରୁବଃଟାର୍ ହର୍ବାତ୍ ଆଗେ ଚାଉଁଣି କଃଲାୟି। 3 ତାର୍ହଃଚେ ମସା ହର୍ବାତ୍ ଉହ୍ରେ ଚଃଗି ମାପୁରାର୍ ହାକ୍ ଗଃଲା, ମାପୁର୍ ତାକ୍ ହଃର୍ବାତେ ହୁଣି କୁଦିକଃରି କୟ୍ଲା, "ତୁୟ୍ ଜାକୁବ ବଃଉଁସ୍କେ ଇ କଃତା କଃଉ ଆର୍ ଇସ୍ରାଏଲ୍ ଲକ୍ମଃନ୍କେ ଇରି ଜାଣାଉଁ।"
4 ମୁୟ୍ ମିସରିୟମଃନ୍କେ ଜାୟ୍ରି କଃଲେ ଆଚି ଆର୍ ତୁମିମଃନ୍କେ କଃନ୍କଃରି ବିରା ଚେଳେର୍ ଡେଣାୟ୍ ବୟ୍କଃରି ମର୍ ହାକ୍ ଆଣ୍ଲେ, ସେରି ତୁମିମଃନ୍ ଦଃକିଆଚାସ୍।
5 ଅଃବେ ତୁମିମଃନ୍ ଜଦି ମର୍ କଃତାୟ୍ ମଃନ୍ଦିଆସ୍ ଆର୍ ମର୍ ନିୟମ୍ ମାନାସ୍, ତଃବେ ତୁମିମଃନ୍ ସଃବୁ ଲକ୍ମଃନାର୍ ତଃୟ୍ହୁଣି ମର୍ ନିଜାର୍ ଦଃନ୍ ଅଃଉଆସ୍; କାୟିତାକ୍ବଃଲେକ୍ ସଃବୁ ହୁର୍ତିବି ମର୍। 6 ଆରେକ୍ ତୁମିମଃନ୍ ମର୍ ହାଁୟ୍ ଜାଜକମଃନାର୍ ଗଟେକ୍ ରାଜ୍ବଃଉଁସ୍ ଆର୍ ଗଟେକ୍ ପବିତ୍ର ଲଃକ୍ମଃନ୍ ଅଃଉଆସ୍; ଇ ସଃବୁ କଃତା ତୁୟ୍ ଇସ୍ରାଏଲ୍ ଲକ୍ମଃନ୍କେ କଃଉ।
7 ତଃବେ ମସା ଆସି ଲକ୍ମଃନାର୍ ପାରାଚିନ୍ମଃନ୍କେ କୁଦିକଃରି ମାପୁର୍ ସେମଃନ୍କେ ଜୁୟି ସଃବୁ କଃତା କଃଉଁକେ କୟ୍ରିଲା, ସେସଃବୁ କଃତା ସେମଃନ୍କେ କୟ୍ଲା।
8 ତଃବେ ସଃବୁ ଲକ୍ ଗଟେ ସଃଙ୍ଗେ କୟ୍ଲାୟ୍, "ମାପୁର୍ ଜୁୟି କଃତା କୟ୍ଆଚେ, ସେରିସଃବୁ ଅଃମିମଃନ୍ କଃରୁନ୍ଦ୍।" ସଃଡେବଃଳ୍ ମସା ମାପୁର୍କେ ଲକ୍ମଃନାର୍ କଃତା ଜାଣାୟ୍ଲା।
9 ତଃବେ ମାପୁର୍ ମସାକେ କୟ୍ଲା, "ସୁଣ୍, ମୁୟ୍ ତର୍ ସଃଙ୍ଗ୍ କଃତା କଃଉତା ବଃଳ୍ ଲଃକ୍ମଃନ୍ ଜଃନ୍କଃରି ସେରି ସୁଣୁ ହାର୍ତି, ଆର୍ ତର୍ତଃୟ୍ ସଃବୁବଃଳ୍ ବିସ୍ୱାସ୍ କଃରୁ ହାର୍ତି, ଇତାର୍ ଗିନେ ମୁୟ୍ ଅଃନ୍ଦାର୍ ମେଗେ ତର୍ ହାକ୍ ଆସୁଲେ।" ଇତାର୍ ହଃଚେ ମସା ଲକ୍ମଃନାର୍ କଃତା ମାପୁର୍କେ ଜାଣାୟ୍ଲା।
10 ତଃବେ ମାପୁର୍ ମସାକେ କୟ୍ଲା, "ତୁୟ୍ ଲକ୍ମଃନାର୍ ହାକ୍ ଜାୟ୍ ଆଜି ଆର୍ କାଲି ସେମଃନ୍କେ ପବିତ୍ର କଃର୍, ଆରେକ୍ ସେମଃନ୍ ନିଜାର୍ ନିଜାର୍ ବଃସ୍ତର୍ ଦଃଉଅତ୍, 11 ଆର୍ ତିନି ଦିନ୍ ହାଁୟ୍ ସଃବୁଲକ୍ ତିଆର୍ ଅଃଉଅତ୍; ବଃଲେକ୍ ଇ ଦିନ୍ ମାପୁର୍ ସଃବୁ ଲକାର୍ ମୁୟେଁ ସିନୟ୍ ହର୍ବାତ୍ ଉହ୍ରେ ଉତ୍ରି ଆସେଦ୍। 12 ଇତାର୍ ଗିନେ ତୁୟ୍ ଲକ୍ମଃନାର୍ ଚାରିବେଳ୍ତ୍ ସଃନ୍ଦି ତିଆର୍ କଃରା, ଇ କଃତା କଃଉ, ତୁମି ଜାଗ୍ରତ୍ ରିଆ ହର୍ବାତ୍ ଉହ୍ରେ ଚଃଗା ନାୟ୍ ଆର୍ ତାର୍ ସଃନ୍ଦିକ୍ ହେଁ ଚିଉଆ ନାୟ୍; କେଏ ହର୍ବାତ୍ ଚୁୟ୍ଦ୍, ସେ ମଃରେଦ୍। 13 କାର୍ ଆତ୍ ହେଁ ତାକେ ଚିଉଅ ନାୟ୍, ମଃତର୍ ସେ ଟେଳାର୍ ମାଡ୍ କାୟି ମଃରେଦ୍, ନୟ୍ଲେକ୍ ଦଃଣୁ କାଣ୍ଡ୍ ସଃଙ୍ଗ୍ ମାରା ଅୟ୍ଦ୍; ହସୁ ଅଃଉଅ କି ମାନାୟ୍ ଅଃଉଅ ସେ ଜିବନେ ବାଚୁ ନାହାରେ; ତୁରି ବେସି ଗଃଳି ବାଜ୍ଲେକ୍ ସେମଃନ୍ ହର୍ବାତ୍ ହଃତେକ୍ ଉଟି ଆସ୍ତି।"
14 ଇତାର୍ ହଃଚେ ମସା ହଃର୍ବାତେ ହୁଣି ଉତ୍ରି ଲକ୍ମଃନାର୍ ହାକ୍ ଆସି ସେମଃନ୍କେ ପବିତ୍ର କଃଲା, ଆରେକ୍, ସେମଃନ୍ ନିଜାର୍ ନିଜାର୍ ବଃସ୍ତର୍ ସଃବୁ ଦୟ୍ଲାୟ୍।
15 ତଃବେ ମସା ଲକ୍ମଃନ୍କେ କୟ୍ଲା, "ତୁମିମଃନ୍ ତିନି ଦିନାର୍ ହାଁୟ୍ ତିଆର୍ ଅଃଉଆ; ଆରେକ୍ ନିଜାର୍ ନିଜାର୍ ମାୟ୍ଜି ସଃଙ୍ଗ୍ ସଃଉଆ ନାୟ୍।"
16 ତାର୍ହଃଚେ ତିନି ଦିନାର୍ ସଃକାଳ୍ ଅୟ୍ଲାକ୍, ମେଗ୍ ଗଃର୍ଜାଣ୍ ଆର୍ ବିଜ୍ଲି ମଃଲ୍କାଉଁକ୍ ଦଃର୍ଲି ଆର୍ ହର୍ବାତ୍ ଉହ୍ରେ ଅଃନ୍ଦାର୍ ମେଗ୍ ଆର୍ ବଃଡେ ତୁରି ସଃବ୍ଦ୍ ଅଃଉଁକେ ଦଃର୍ଲି; ସେତାକ୍ ଚାଉଁଣିର୍ ସଃବୁ ଲଃକ୍ମଃନ୍ ଡିରି ଗଃଲାୟି।
17 ତଃବେ ମସା ଲକ୍ମଃନ୍କେ ମାପୁର୍ ସଃଙ୍ଗ୍ ବେଟ୍ କଃରୁକେ ଚାଉଁଣି ବିତ୍ରେ ହୁଣି ବାର୍କଃରି ନିଲା, ଆର୍ ସେମଃନ୍ ହର୍ବାତ୍ ତଃଳେ ଟିଆ ଅୟ୍ଲାୟ୍।
18 ସଃଡେବଃଳ୍ ସିନୟ୍ ହଃର୍ବାତେ ଦୁଆଁ ବଃର୍ତି ଅୟି ରିଲି, ବଃଲେକ୍ ମାପୁର୍ ଅଃଗ୍ନି ରଃତେ ହର୍ବାତ୍ ଉହ୍ରେ ଉତ୍ରି ରିଲା; ବଃଟିର୍ ଦୁଆଁ ବାର୍ଲା ହର୍ ହଃର୍ବାତେ ହୁଣି ଦୁଆଁ ବାରାଉତି ରିଲି, ଆରେକ୍ ହର୍ବାତ୍ ସଃବୁ ଚୁଲ୍ବୁଲି ଗଃଲି। 19 ଆରେକ୍ ତୁରି ଅଃଦିକ୍ ଅଃଦିକ୍ ଉଚ୍ ସଃବଦ୍ ଅୟ୍ଲାକ୍, ମସା କଃତା କୟ୍ଲା, ତଃବେ "ମାପୁର୍ ମେଗ୍ ସଃବଦ୍ ସଃଙ୍ଗ୍ ତାକ୍ ଉତୁର୍ ଦିଲା।"
20 ଇତାର୍ହଃଚ ମାପୁର୍ ସିନୟ୍ ହର୍ବାତ୍ ଉହ୍ରେ, ଉତୁର୍ଲା ହଃଚେ ମସାକେ ସେ ହର୍ବାତ୍ ଉହ୍ରେ କୁଦ୍ଲା; ତଃବେ ମସା ହର୍ବାତ୍ ଉହ୍ରେ ଚଃଗ୍ଲା।
21 ସଃଡେବଃଳ୍ ମାପୁର୍ ମସାକେ କୟ୍ଲା, "ତୁୟ୍ ଉତ୍ରି ଜାୟ୍ ଲକ୍ମଃନ୍କେ ଜାଗ୍ରତ୍ କଃରାଉ, ନୟ୍ଲେକ୍ ମାପୁର୍କେ ଦଃକୁକେ ସଃନ୍ଦି ଲିଙ୍ଗ୍ଲେକ୍, ସେମଃନାର୍ ବିତ୍ରେ ବେସି ଲକ୍ ନାସ୍ ଅଃଉତି। 22 ଆର୍ ମାପୁର୍ ହାକ୍ ଜାତା ଜାଜକ୍ମଃନ୍ ହେଁ ନିଜ୍ ନିଜ୍କେ ପବିତ୍ର କଃରତ୍, ନୟ୍ଲେକ୍ ମାପୁର୍ ସେମଃନ୍କେ ଦଃଣ୍ତ୍ ଦଃୟ୍ଦ୍।"
23 ତଃବେ ମସା ମାପୁର୍କେ କୟ୍ଲା, "ଲଃକ୍ମଃନ୍ ସିନୟ୍ ହଃର୍ବାତେ ଆସୁ ନଃହାର୍ତି; ବଃଲେକ୍ ତୁୟ୍ ବଃଲ୍ ଦଃୟି ଅଃମିମଃନ୍କେ କୟ୍ଆଚ୍ସି, ହଃର୍ବାତାର୍ ସଃନ୍ଦି ତିଆର୍ କଃର୍ ଆର୍ ସେରି ପବିତ୍ର କଃର୍।"
24 ତଃବେ ମାପୁର୍ ତାକ୍ କୟ୍ଲା, "ଜାଆ ଉତୁର୍; ଆର୍ ହାରଣକେ ସଃଙ୍ଗେ ଦଃରି ତୁୟ୍ ଉହ୍ରେ ଆଉ; ମଃତର୍ ଜାଜକ୍ମଃନାର୍ ଉହ୍ରେ ଆର୍ ଲକ୍ମଃନାର୍ ଉହ୍ରେ ମାପୁର୍ ଜଃନ୍କଃରି ଦଃଣ୍ତ୍ ନଃଦେୟ୍, ଇତାର୍ ହାଁୟ୍ ସେମଃନ୍ ମାପୁରାର୍ ହାକ୍ ଆସ୍ତା ହାଁୟ୍ ସଃନ୍ଦି ଜିଣି ନଃକେରତ୍।"
25 ତଃବେ ମସା ଲକ୍ମଃନାର୍ ହାକ୍ ଉତ୍ରି ଗଃଲା ଆର୍ ସେମଃନ୍କେ କୟ୍ଲା।