1 ଇତାର୍ ହଃଚେ ମାପୁର୍ ମସାକେ କୟ୍ଲା, 2 "ଇସ୍ରାଏଲ୍ ଲକ୍ମଃନାର୍ ବିତ୍ରେ ମାନାୟ୍ ଅଃଉଅ କି ହସୁ ଅଃଉଅ ଜେ ହଃର୍ତୁ ଜଃଲମ୍ ଅୟ୍ଦ୍ ସେ ହଃର୍ତୁ ଜଃର୍ନ୍ ଅୟ୍ଲା ସଃବ୍କେ ମର୍ ଗିନେ ଦିଆ ସେରି ଅଃଉଁଲି ମର୍।"
3 ତାର୍ହଃଚେ ମସା ଲକ୍ମଃନ୍କେ କୟ୍ଲା, ଇ ଦିନ୍ ମଃନେ ରଃକା, ତୁମିମଃନ୍ ମିସର୍ ଦେସେ ଗତି ରିଲାସ୍; ମାପୁର୍ ତାର୍ ବାହୁର୍ ବଃଳେ ଇ ଦିନ୍ ବାର୍କଃରି ଆଣ୍ଲା; ସେତାକ୍ ତୁମିମଃନ୍ କମିର୍ ନଃମିସାଉତା ରୁଟି କାହାସ୍। 4 ତୁମିମଃନ୍ ଆବିବ୍ ମାସାର୍ ଆଜିର୍ଦିନେ ବାରାୟ୍ଲାସ୍। 5 ଆର୍ କିଣାନିୟ୍, ହିତିୟ, ଇମରିୟ୍, ହିଦିୟ, ଆର୍ ଜିବୁସିୟ୍ ଲକ୍ମଃନାର୍ ଜୁୟି ଦେସ୍ ତୁମିମଃନ୍କେ ଦେଉଁକେ ମାପୁର୍ ତୁମାର୍ ଦାଦି-ବାବୁମଃନ୍କେ ସଃୟ୍ତ୍ କଃରି ରିଲା, ସେ ଦୁଦ୍ ଆର୍ ମଃଉଁର୍ ଗାଡ୍ ରିଲା ଦେସେ ଜଃଡେବଃଳ୍ ସେ ତୁମିକ୍ ଆଣେଦ୍, ସଃଡେବଃଳ୍ ତୁମି ଇ ମାସେ ଇ ସେବାର୍ କାମ୍ କଃରାସ୍। 6 ସାତ୍ ଦିନ୍ହଃତେକ୍ କମିର୍ ନଃମିସ୍ଲା ରୁଟି କାହାସ୍ ଆର୍ ସାତ୍ ଦିନ୍ ହଃତେକ୍ ମାପୁରାର୍ ହାଁୟ୍ ହଃର୍ବ୍ ମାନାସ୍। 7 ଆରେକ୍ ଇ ସାତ୍ ଦିନ୍ ହଃତେକ୍ ତୁମିମଃନ୍ କମିର୍ ନୟ୍ଲା ରୁଟି କାଉଁକେ ଅୟ୍ଦ୍ ଆର୍ ତୁମାର୍ ଦେସ୍ ବିତ୍ରେ କୁୟ୍ତି ହେଁ କମିର୍ ମିସାୟ୍ଲା ରୁଟି ଜଃନ୍କଃରି କେହେଁ ନଃକାଉତ୍। 8 ସେଦିନ୍ ତୁମିମଃନ୍ ନିଜାର୍ ନିଜାର୍ ହିଲାମଃନ୍କେ ବୁଜାଉଆସ୍, ମିସର୍ ଦେସେ ହୁଣି ଅଃମି ବାରାଉତା ବଃଳ୍ ମାପୁର୍ ଅଃମାର୍ ଗିନେ ଜୁୟି ଜୁୟି କାମ୍ କଃରିରିଲା, ସେସଃବୁ କାମ୍କେ ମଃନେ ହଃକାଉଁକେ ଇ ହଃର୍ବ୍ ମାନୁଲୁ। 9 ଆରେକ୍ ମାପୁରାର୍ ବିଦି ଜଃନ୍କଃରି ତୁମାର୍ ଟଣ୍ତେ ରଃୟ୍ଦ୍, ଇତାର୍ଗିନେ ଇରି ଚିନା ହର୍ ତୁମାର୍ ଆତେ ଆର୍ ମଃନେ ରଃକ୍ତା ଉପାୟ୍ ହର୍ ତୁମାର୍ କଃହାଳେ ରଃୟ୍ଦ୍; ବଃଲେକ୍ ମାପୁର୍ ସଃକ୍ତିକାରି ଆତ୍ ସଃଙ୍ଗ୍ ମିସର୍ ଦେସେ ହୁଣି ତୁମିମଃନ୍କେ ବାର୍କଃରି ଆଣିଆଚେ। 10 ଇତାର୍ ଗିନେ ତୁମିମଃନ୍ ହଃତି ବଃର୍ସ୍ ଇ ବିଦି ଟିକ୍ ବେଳାୟ୍ ହାଳୁନ୍ କଃରାସ୍।
11 ମାପୁର୍ ତୁମିକ୍ ଆର୍ ତୁମାର୍ ଦାଦିବାବୁମଃନ୍କେ ଜୁୟି ସଃୟ୍ତ୍ କଃରିଆଚେ, ସେ ହଃର୍କାରେ ସେ ଜଃଡେବଃଳ୍ କିଣାନିୟ୍ ଲକ୍ମଃନାର୍ ଦେସେ ହଚାୟ୍କଃରି ତୁମିମଃନ୍କେ ସେ ଦେସ୍ ଦଃୟଦ୍; 12 ସଃଡେବଃଳ୍ ତୁମି ହଃର୍ତୁ ଜଃଲମ୍ ସଃବୁ ଗଃର୍ବ୍ ହଃଳ୍ ଆର୍ ତୁମାର୍ ହସୁତଃୟ୍ ହୁଣି ଜାତ୍ ସଃବୁ ହଃର୍ତୁ ଗଃର୍ବାର୍ ହଃଳ୍ ମାପୁରାର୍ ଗିନେ ଅଃଲ୍ଗା କଃରାସ୍; ଅଃଣ୍ତ୍ରାହିଲା ସଃବୁ ମାପୁରାର୍ ଅଃଉତି। 13 ଆରେକ୍ ତୁମି ମେଣ୍ତା ବଦା ଦଃୟ୍କଃରି ସଃବୁ ହଃର୍ତୁଜାତ୍ ଗଃଦ ହିଲାକେ ମୁକ୍ଳାଉଆସ୍; ଜଦି ମୁକ୍ଳାୟ୍ ନଃକେରାସ୍, ତଃବେ ତାର୍ ଟଟି ମଳାସ୍; ମଃତର୍ ତୁମାର୍ ଅଃଣ୍ତ୍ରାହିଲାର୍ ବିତ୍ରେ ହୁଣି ମାନାୟ୍ର୍ ହଃର୍ତୁଜାତ୍ ସଃବ୍କେ ମୁକ୍ଳାଉଁକେ ଅୟ୍ଦ୍। 14 ଆର୍ ଆସୁଲା କାଳେ ତୁମାର୍ ହିଲାମଃନ୍ ଜଦି ହଃଚାର୍ତି ଇତିର୍ ଅଃର୍ତ୍ କାୟିରି? ତଃବେ ତୁମି କଃଉଆସ୍ ମାପୁର୍ ଜଃଡେବଃଳ୍ ଅଃମିମଃନ୍କେ ଅଃହ୍ଣାର୍ ବପୁକାରି ଆତେ ଗତି କଃଟ୍ତା ଗଃର୍ ହର୍ ମିସର୍ ଦେସେ ହୁଣି ବାର୍କଃଲା, 15 ସଃଡେବଃଳ୍ ପାର ରଃଜା ଅଃମିମଃନ୍କେ ଚାଡିଦେଉଁକେ ମଃନ୍ ଅଃଟୁଆ କଃଲାକେ ମାପୁର୍ ମିସର୍ ଦେସାର୍ ମାନାୟ୍ ଆର୍ ହସୁମଃନାର୍ ସଃବୁ ହଃର୍ତୁ ଜାତ୍ ଅୟ୍ଲା, ହିଲାମଃନ୍କେ ଅଃତ୍ୟା କଃରିରିଲା; ଇତାର୍ ଗିନେ ଅଃମିମଃନ୍ ହସୁର୍ ହଃର୍ତୁ ଜାତ୍ ଅୟ୍ଲା ଅଃଣ୍ତ୍ରା ହିଲାମଃନ୍କେ ମାପୁରାର୍ ହାଁୟ୍ ହୁଜା କଃରୁଲୁ; ମଃତର୍ ଅଃମାର୍ ହଃର୍ତୁର୍ ଜଃଲମ୍ ଅଃଣ୍ତ୍ରା ହିଲାମଃନ୍କେ ଅଃମି ହଃଲ୍ଟ୍ ଦଃୟ୍କଃରି ମୁକ୍ଳାଉଁକ୍ ଅୟିଦ୍। 16 ଇରି ଚିନା ହର୍ ତୁମାର୍ ଆତେ ଆର୍ ତୁମାର୍ ସଃଜ୍ ହର୍ ତୁମାର୍ କଃହାଳେ ରଃୟ୍ଦ୍ ବଃଲେକ୍ ମାପୁର୍ ଅଃହ୍ଣାର୍ ବପୁକାରି ଆତାର୍ ବଃଳ୍ ସଃଙ୍ଗ୍ ମିସର୍ ଦେସେହୁଣି ବାର୍କଃରି ଆଣ୍ଲା।
17 ତାର୍ହଃଚେ ପାର ଲକ୍ମଃନ୍କେ ଜଃଉଁକେ ଚାଡି ଦିଲାକେ, ପଲେସ୍ଟିଅ ଲକ୍ମଃନାର୍ ଦେସ୍ ଅୟି ଜାତାର୍ ବାଟ୍ ଲଃଗେ ଅୟିଲେକ୍ ହେଁ ମାପୁର୍ ସେ ବାଟ୍କେ ସେମଃନ୍କେ ନଃନିଲା। ମାପୁର୍ କୟ୍ଲା, "ଜଃବେ ଲଃକ୍ମଃନ୍ ଜୁଜ୍ ଦଃକ୍ତି ସେମଃନ୍ ନିଜାର୍ ନିଜାର୍ ମଃନ୍କେ ବାଦ୍ଲାୟ୍କଃରି ମିସର୍ ଦେସେ ବାଉଳି ଜଃଉଁ ହାର୍ତି।" 18 ଇତାର୍ଗିନେ ମାପୁର୍ ସେମଃନ୍କେ ସୁପ୍ ସଃମ୍ନ୍ଦ୍ ଆର୍ ବଃନ୍ବାଟ୍ ଗଃଲା ଦୁରିବାଟେ ଇଣ୍ତାୟ୍ଲା, ଆର୍ ଇସ୍ରାଏଲ୍ ଲକ୍ମଃନ୍ ମିସର୍ ଦେସେ ହୁଣି ବାରୟ୍ଲା ବଃଳ୍ ଜୁଜ୍ ସଃଜ୍ ହିନ୍ଦିକଃରି ମିସର୍ ଦେସେହୁଣି ବାରାୟ୍ଲାୟ୍। 19 ଆରେକ୍ ମସା ଜସେପାର୍ ଆଡ୍ ସଃଙ୍ଗେ ନିଲା; ମଃର୍ତା ଆଗ୍ତୁ ଜସେପ୍ ଇସ୍ରାଏଲ୍ ଲକ୍ମଃନ୍କେ ସଃୟ୍ତ୍ କଃରାୟ୍ରିଲା, ଇ ରଃକମ୍ କଃରୁକେ ଜସେପ୍ କୟ୍ରିଲା, "ଜଃଡେବଃଳ୍ ମାପୁର୍ ତୁମିମଃନ୍କେ ରଃକ୍ୟା କଃରେଦ୍ ମଃନେ ରଃକା, ତୁମିମଃନ୍ ମର୍ ଆଡ୍କେ ତୁମାର୍ ସଃଙ୍ଗ୍ ମିସର୍ ଦେସେ ହୁଣି ନିଆସ୍।"
20 ଇତାର୍ହଃଚ ଇସ୍ରାଏଲ୍ ଲଃକ୍ମଃନ୍ ସୁକତ୍ ତଃୟ୍ହୁଣି ବାରୟ୍କଃରି ଏତମ୍ ଲଃଗେ ବାସା କଃଲାୟି ମରୁବଃଟା ଚଃମେ ଇ ଏତମ୍ ରିଲି।
21 ସେମଃନ୍ ଜଃନ୍କଃରି ଦିବସେ ଆର୍ ରାତି ବଃଳ୍ ବାଟ୍ ଇଣ୍ଡି ହାର୍ତି, ଇତାର୍ ଗିନେ ମାପୁର୍ ଦିବସେ ବାଟ୍ କାଡାଉତାର୍ ଗିନେ ମେଗ୍ ମୁଣ୍ଡା ଆର୍ ରାତି ବଃଳ୍ ଉଜାଳ୍ ଦେତାର୍ ଗିନେ ଜୟ୍ ଜୁଜ୍ରା ଅୟି ସେମଃନାର୍ ଆଗେ ଆଗେ ଗଃଲା;
22 ସେ ଲକ୍ମଃନାର୍ ଲଃଗେହୁଣି ଦିବସେ ମେଗ୍ ମୁଣ୍ଡା ଆର୍ ରାତିବଃଳ୍ ଜୟ୍ହୁଳା ଅଃଲ୍ଗା ନଃକେଲା।