1 ଇତାର୍ହଃଚ ଲଃକ୍ମଃନ୍ ମସାକେ ମାପୁର୍ କୟ୍ରିଲା ଆଦେସ୍ ହଃର୍କାରେ ନିଳିଆ, ଜଃଗୁଳିଆ, ଆର୍ ରଃତା ବଃର୍ନାର୍ ସୁତାୟ୍ ପବିତ୍ର ଟାଣେ ସେବା କଃର୍ତା ହାୟ୍ଁ ଆର୍ ହାରଣ ହାୟ୍ଁ ପବିତ୍ର ବଃସ୍ତର୍ ହାଜ୍ଲାୟ୍।
2 ଆରେକ୍, ସେ ସନା, ନିଳିଆ, ଜଃଗୁଳିଆ, ସିନ୍ଦୁର୍ ବଃର୍ନ୍ ଆର୍ ମଃସ୍ଣି ସୁତାୟ୍ ଏପଦ୍-ବଃସ୍ତର୍ ତିଆର୍ କଃଲା। 3 ସେମଃନ୍ ନିଳିଆ, ଜଃଗୁଳିଆ, ରଃତା ରଃଙ୍ଗାର୍,ମଃସ୍ଣି ଦବ୍ ସୁତାୟ୍ ଜାଲି ବୁଣୁକେ ସନାକେ ହିଟି କଃରି ହାତୁଳ୍ କଃଲାୟି ଆର୍ ସନାର୍ ସୁତା ତିଆର୍ କଃଲାୟି ଆର୍ ସେରିକ୍ କାଟି ବାନା କାଚ୍ଲାୟ୍। 4 ସେମଃନ୍ ଏପଦ୍ ହାୟ୍ଁ କଃନ୍ଦ୍ ପଟି ତିଆର୍ କଃଲାୟି; ତାର୍ ଦୁୟ୍ ମୁଣ୍ଡେ ଏକ୍ଆରେକ୍ ସଃଙ୍ଗ୍ ଜଃଳା ଅୟ୍ଲି। 5 ସେମଃନ୍ ଅଟାସୁତା ବୁଣ୍ଲାୟ୍ ଏପଦେ ବାନ୍ଦ୍ଲାୟ୍, ଜଃନ୍କଃରି ଏପଦ୍ ତିଆର୍ ଅୟ୍ରିଲି, ସେହଃର୍କାରେ ସେରି ତିଆର୍ କଃଲାୟି, ସେରି ହେଁ ସେ କାମ୍ ହଃର୍କାରେ ସନା ସଃଙ୍ଗ୍, ନିଳିଆ, ଜଃଗୁଳିଆ, ଆର୍ ରଃତା ରଃଙ୍ଗେ ମଃସ୍ଣି ଦବ୍ଳା ସୁତା ସଃଙ୍ଗ୍ ତିଆର୍ କଃଲାୟି, ଜଃନ୍କଃରି ମାପୁର୍ ମସାକେ କଃରୁକେ ଆଦେସ୍ ଦଃୟି ରିଲା। 6 ଆର୍ ସେମଃନ୍ ଏପଦ୍ ଲଃଗେ ଜୁଳେକ୍ ଗମେଦକମଣି ସନାୟ୍ କାଚିକଃରି ତିଆର୍ କଃଲାୟି, ସେ ମଣିଲଃଗେ ଇସ୍ରାଏଲାର୍ ହୟ୍ସିମଃନାର୍ ନାଉ ଲେକ୍ଲାୟ୍। 7 ଆରେକ୍, ମାପୁର୍ ମସାକେ ଆଦେସ୍ ହଃର୍କାରେ ଏପଦାର୍ ଜୁଳେକ୍ କଃନ୍ଦ୍ପଟି ଉହ୍ରେ ଇସ୍ରାଏଲାର୍-ହୟ୍ସିମଃନ୍କେ ଏତାଉଁକେ ହିରା ଟେଳା ବଃସାୟ୍ଲାୟ୍।
8 ଇତାର୍ହଃଚ ସେ ଏପଦ୍ ସନା ସଃଙ୍ଗ୍, ନିଳିଆ, ଜଃଗୁଳିଆ, ରଃତା ବଃର୍ନାର୍ ଆର୍ ମଃସ୍ଣି ଦବ୍ଳା ସୁତା ସଃଙ୍ଗ୍ କାମାର୍ ଆଡ୍ୟା ହାୟ୍ଲା ବୁଣାଳିମଃନ୍ ବୁକ୍ହାଟା ତିଆର୍ କଃଲାୟି। 9 ସେରି ଚାରିକନିଆ ରିଲି, ବଃଲେକ୍, ସେମଃନ୍ ସେ ବୁକ୍ହାଟା ଦୁଣା କଃରି ଗଟେ ବିତା ଲଃମ୍ ଆର୍ ଗଟେ ବିତା ଅଃସାର୍ କଃଲାୟି। 10 ଆରେକ୍ ସେରି ଚାରି ଦାଳି ହିରାଟେଳା କଃଚ୍ଲି; ତାର୍ ହଃର୍ତୁମ୍ ଦାଳାୟ୍ ଚୁଣି, ପିତମଣି ଆର୍ ମରକତ, 11 ଦୁୟ୍ ଲଃମ୍ବର୍ ଦାଳାୟ୍ ପଦ୍ମରାଗ୍, ନିଳକାନ୍ତ୍ ଆର୍ ହିରକ୍, 12 ତିନି ଲଃମ୍ବର୍ ଦାଳାୟ୍ ପେରଜ୍, ଜିସମ୍ ଆର୍ ଇନ୍ଦ୍ରନିଳମଣି, 13 ଆରେକ୍, ଚାରି ଲଃମ୍ବର୍ ଦାଳାୟ୍ ବୟ୍ଦୁର୍ଜ୍ୟ, ଗମେଦକ ଆର୍ ସୁର୍ଜ୍ୟକାନ୍ତ ମଣି ରିଲି; ଇ ସଃବୁ ମଣି ସନା ସଃଙ୍ଗ୍ ବଃସାଅୟ୍ଲି। 14 ଆରେକ୍, ଇସ୍ରାଏଲ୍-ହୟ୍ସିମଃନାର୍ ନାଉ କାଚିକଃରି ଲେକା ଅୟ୍ଲା ଇ ସଃବୁ ମଣି ସେମଃନାର୍ ନାଉ ହଃର୍କାରେ ବାରଗଟ୍ ଅୟ୍ଲି ଆର୍ ଏଚୁଡାବୁ ହର୍ ଗଟ୍ ଗଟ୍ ମଣିଲଃଗେ ବାରଗଟ୍ ବଃଉଁସାର୍ ଗଟେ ଗଟେ ନାଉ ରିଲି। 15 ଇତାର୍ହଃଚ ସେମଃନ୍ ବୁକ୍ହାଟାୟ୍ ସୁଦ୍ ସନାୟ୍ ମାଳା ହର୍ ଗୁତ୍ଲାର୍ ଜାଲି ତିଆର୍ କଃଲାୟି। 16 ସେମଃନ୍ ଜୁଳେକ୍ ସନାର୍ ମଃଣ୍ଡଳା ତିଆର୍କଃରି ବୁକ୍ହାଟାର୍ ଦୁୟ୍ ମୁଣ୍ଡେ ସେ ଜୁଳେକ୍ ମଃଣ୍ଡଳା ଲାଗାୟ୍ଲାୟ୍। 17 ଆର୍ ବୁକ୍ହାଟାର୍ ଦୁୟ୍ ମୁଣ୍ଡେ ରିଲି ଜୁଳେକ୍ ସନାର୍ ମଃଣ୍ଡଳା ହାୟ୍ଁ ଜୁଳେକ୍ ସନାର୍ ସିକ୍ଳି ସଃଙ୍ଗ୍ ଜଳ୍ଲାୟ୍। 18 ଆରେକ୍, ଗୁଳାୟ୍ଲା ସିକ୍ଳିର୍ ଦୁୟ୍ ମୁଣ୍ଡେ ଜୁଳେକ୍ ଗଃଟି କଃରି ଏପଦ୍ ବଃସ୍ତର୍ ମୁଆଟି ରିଲା ଜୁଳେକ୍ କଃନ୍ଦ୍ପଟି ଉହ୍ରେ ଲାଗାୟ୍ଲାୟ୍। 19 ଆରେକ୍, ସେମଃନ୍ ଜୁଳେକ୍ ସନାର୍ ମଃଣ୍ଡଳା ତିଆର୍କଃରି ବୁକ୍ହାଟାର୍ ଦୁୟ୍ ମୁଣ୍ଡେ ଏପଦାର୍ ମୁଆଟି ରିଲା ବିତୁର୍ ବାଟ୍ୟା ଲାଗାୟ୍ଲାୟ୍। 20 ସେମଃନ୍ ଆରେକ୍ ଜୁଳେକ୍ ସନାର୍ ମଃଣ୍ଡଳା ତିଆର୍ କଃରି ଏପଦାର୍ ଜୁଳେକ୍ କଃନ୍ଦ୍ପଟି ତଃଳେ ଲାଗାୟ୍ଲାୟ୍ ଆର୍ ଏପଦାର୍ ବାନାକାବ୍ରା ଅଃଟାବାନ୍ଦୁଣ୍ ଉହ୍ରେ ସେରି ଲାଗାୟ୍ଲାୟ୍। 21 ଆର୍ ବୁକ୍ହାଟା ଜଃନ୍କଃରି ଏପଦାର୍ ଅଃଟାବାନ୍ଦୁଣ୍ ଉହ୍ରେ ରଃୟ୍ ଏପଦେ ହୁଣି ତଃଳେ ନଦ୍ରେ, ଇତାର୍ହାଁୟ୍ ସେମଃନ୍ ବୁକ୍ହାଟାକେ ସେତିର୍ ମଃଣ୍ଡଳାୟ୍ ନିଳିଆ ସୁତା ସଃଙ୍ଗ୍ ଏପଦାର୍ ମଃଣ୍ଡଳା ସଃଙ୍ଗ୍ ବାନ୍ଦିକଃରି ରଃକ୍ଲାୟ୍; ମସାକେ ମାପୁର୍ କୟ୍ଲା ଆଦେସ୍ ହଃର୍କାରେ ଇରି କଃରାଗଃଲି।
22 ଇତାର୍ହଃଚ ସେମଃନ୍ ବୁଣା କାମେ ଏପଦାର୍ ଲାଲ୍ଚି ହୁରାହୁରି ନିଳି ବଃର୍ନାର୍ କଃଲାୟି। 23 ସେ ଲାଲ୍ଚିର୍ ମଃଜାୟ୍ ଟଟିଏ ଜଗ୍ଳାୟ୍ ହିନ୍ଦୁକେ ବାଟ୍ ରିଲି; ସେରି ଜଃନ୍କଃରି ଚିରି ଅୟି ନଃଜାୟ୍, ଇତାର୍ହାଁୟ୍ ସେ ଗଃଳାର୍ ଚାରିବେଳ୍ତ୍ ବୁଣାଅୟ୍ରିଲି। 24 ଆରେକ୍, ସେମଃନ୍ ଲାଲ୍ଚି ଆଚଳାର୍ ଚାରିବେଳ୍ତ୍ ନିଳି, ଜଃଗୁଳିଆ, ଆର୍ ସିନ୍ଦୁର୍ ବଃର୍ନ୍ ବଃଳ୍ଲା ସୁତାୟ୍ ଡାଲିମ ତିଆର୍ କଃଲାୟି। 25 ଆର୍ ସେମଃନ୍ ଡାଲିମ ମଃଜାୟ୍ ସୁଦ୍ ସନା ସଃଙ୍ଗ୍ ଜୁମ୍କା ତିଆର୍କଃରି ଲାଲ୍ଚିର୍ ଚାରିହାକ୍ ଡାଲିମର୍ ମଃଜାୟ୍ ମଃଜାୟ୍ ଲାଗାୟ୍ଲାୟ୍। 26 ବଃଲେକ୍ ମନ୍ଦିର୍ ସେବାକଃର୍ତା ହିନ୍ଦ୍ତା ଲାଲ୍ଚିର୍ ହାଡ଼ିଏ ଚାରିହାକ୍ ଗଟେକ୍ ଜୁମ୍କା ହଃଚେ ଗଟେକ୍ ଡାଲିମ ଆର୍ ଗଟେକ୍ ଜୁମ୍କାର୍ ହଃଚେ ଗଟେକ୍ ଡାଲିମ, ଇରଃକମ୍ ମସାକେ ଇସ୍ୱର୍ କୟ୍ଲା ହଃର୍କାରେ କଃଲାୟି। 27 ଇତାର୍ହଃଚ ମସାକେ ମାପୁର୍ କୟ୍ଲା ବଃଚନ୍ ହଃର୍କାରେ ସେମଃନ୍ ହାରଣ ଆର୍ ତାର୍ ହୟ୍ସିମଃନାର୍ ଗିନେ ଦବ୍ଳା ମଃସ୍ଣି ସୁତାୟ୍ ଉହ୍ରାର୍ କଟ୍ ତିଆର୍ କଃଲାୟି। 28 ଆର୍ ଦବ୍ଳା ମଃସ୍ଣି ସୁତାୟ୍ ହାଗ୍ବାନ୍ଦା, ଦବ୍ଳା ମଃସ୍ଣି ସୁତାୟ୍ ମୁଣ୍ଡ୍ଟହ୍ରି ଆର୍ ଦବ୍ଳା ମଃସ୍ଣି ସୁତାୟ୍ ଦବ୍ଳା ଜଃଙ୍ଗିଆ ତିଆର୍ କଃଲାୟି। 29 ଆର୍ ସେମଃନ୍ ମଃସ୍ଣି ହାତୁଳ୍ ନିଳିଆ, ଜଃଗୁଳିଆ ଆର୍ ରଃତା ସୁତାୟ୍ ବାନା କାଚ୍ତା କାମ୍ ସଃଙ୍ଗ୍ ଇସ୍ୱର୍ ମସାକେ କୟ୍ଲା ହଃର୍କାରେ ଗଟେକ୍ ଅଟାବାନ୍ଦୁଣ୍ ତିଆର୍ କଃଲାୟି। 30 ଇତାର୍ହଃଚ ମସାକେ ମାପୁରାର୍ ଆଦେସ୍ ହଃର୍କାରେ ସେମଃନ୍ ସୁଦ୍ ସନାୟ୍ ପବିତ୍ର ମୁକୁଟ୍ ହାଟା ତିଆର୍ କଃରି କଦ୍ଲା ଟାମ୍ପ୍ ସେ ହାଟା ଉହ୍ରେ "ମାପୁରାର୍ ହାୟ୍ଁ ପବିତ୍ର" ବଃଲି ଇରି କଦିକଃରି ଲେକ୍ଲାୟ୍। 31 ଆରେକ୍, ହାଗ୍ବାନ୍ଦା ଉହ୍ରେ ରଃକୁକେ ସେରି ନିଳିଆ ସୁତାୟ୍ ଇସ୍ୱର୍ ମସାକେ କୟ୍ଲା ହଃର୍କାରେ ବାନ୍ଦ୍ଲାୟ୍।
32 ଇ ରଃକମେ ପବିତ୍ର-ତୁମ୍ ସଃବୁ କାମ୍ ସଃର୍ଲି; ଇସ୍ରାଏଲାର୍-ହୟ୍ସିମଃନ୍ ସେରି କଃଲାୟି, ମାପୁର୍ ମସାକେ କୟ୍ଲା ଆଦେସ୍ ହଃର୍କାରେ ସେମଃନ୍ ସଃବୁ କାମ୍ କଃଲାୟି। 33 ଇତାର୍ହଃଚ ସେମଃନ୍ ମସାର୍ ହାକ୍ ସେ ତୁମ୍କେ ଆଣ୍ଲାୟି, ବଃଲେକ୍, ତମ୍ବୁ ଆର୍ ସେତିର୍ ସଃବୁ ଆଣ୍ଡିକଣ୍ଡି, ଆକଳି, ହାଟା, ଗାଳା, ଆର୍ ମୁଣ୍ଡା ଆର୍ ବେଦ ଲାଗିରିଲା କଟ୍ଲା; 34 ଆରେକ୍, ରଃତା ବଃର୍ନ୍ ମେଣ୍ଡା ଚାଲେ ତିଆର୍ ଅୟ୍ଲା ଚାତ୍ ଆର୍ ହାଣି ମୁସାର୍ ଚାଲେ ତିଆର୍ ଅୟ୍ଲା ଚାତ୍ ଆର୍ ଦୁଇବାଗ୍ କଃର୍ତା ପର୍ଦାହଃଚ୍ୟା; 35 ନିୟମ୍ ହେଳି, ତାର୍ ଟେଙ୍ଗା, ଆର୍ ହାହ୍ ଡାହ୍ତାର୍ ପର୍ଦା, 36 ଟେବୁଲ୍, ସେତିର୍ ସଃବୁ ଆସ୍ତି ଆର୍ ଦର୍ସନି ରୁଟି, 37 ସୁଦ୍ ସନାର୍ ଦିହ୍ରୁକା, ସେତିର୍ ଦିହ୍, ବଃଲେକ୍, ଦିହ୍ସଃବୁ ଆର୍ ସେତିର୍ ସଃବୁ ଆସ୍ତି ଆର୍ ଉଜାଳ୍ ଦେତା ହାୟ୍ଁ ଚିକଣ୍; 38 ଆର୍ ସନାର୍ ବେଦି, ଅବିସେକ୍ ହାୟ୍ଁ ଚିକଣ୍, ଦୁହ୍ଣି ହାୟ୍ଁ ବାସ୍ନା ଜିନିସ୍ ଆର୍ ତୁମ୍-ଦୁଆରାର୍ ଡାହ୍ତା ବଃସ୍ତର୍; 39 ହିତୁଳାର୍ ବେଦି ଆର୍ ସେତିର୍ ହିତୁଳ୍-ଜାଲି, ତାର୍ କଣା ଆର୍ ଡକା, ଆତ୍-ଗଡ୍ ଦଃଉତା କୁଣ୍ଡ୍ ଆର୍ ତାର୍ ବାଣିହିଣ୍ଡା; 40 କୁଆଳାର୍ ଡାହ୍ତା ପର୍ଦା, ତାର୍ ମୁଣ୍ଡା, ଆର୍ ବେଦ୍ ରିଲା କଟ୍ଲା ଆର୍ କୁଆଳାର୍ ଡାହ୍ତା ବଃସ୍ତର୍, ତାର୍ ଡର୍ ଆର୍ କୁଟି ଆର୍ ପବିତ୍ର-ତୁମ୍ ହାୟ୍ଁ ତୁମ୍ ବିତ୍ରେ ରେତା ସଃବୁ ଜିନିସ୍ ଆଣ୍ଡିକଣ୍ଡି;
41 ପବିତ୍ର ଟାଣେ ସେବାକଃର୍ତା ହାୟ୍ଁ ସୁନ୍ଦୁର୍ ବଃସ୍ତର୍, ବଃଲେକ୍ ହାରଣ ଜାଜକାର୍ ପବିତ୍ର ବଃସ୍ତର୍ ଆର୍ ତାର୍ ହୟ୍ସିମଃନାର୍ ଜାଜକ୍ କାମ୍ କଃର୍ତା ବଃସ୍ତର୍,
42 ଜୁୟି ଜୁୟି କାମ୍ କଃରୁକେ ମସାକେ ମାପୁର୍ ଆଦେସ୍ ଦଃୟ୍ରିଲା, ଇସ୍ରାଏଲ୍-ଲକ୍ମଃନ୍ ସେସଃବୁ କାମ୍ କଃଲାୟି।
43 ମସା ସେ ସଃବୁ କାମ୍କେ ଦଃକ୍ଲା, ଆର୍ ଦଃକା, ସେମଃନ୍ ସଃବୁ କଃରିଆଚ୍ତି; ମାପୁର୍ ଜଃନ୍କଃରି ଆଦେସ୍ ଦଃୟ୍ରିଲା, ସେମଃନ୍ ସେହର୍ ସଃବୁ କଃରିରିଲାୟ୍; ତଃବେ ମସା ସେମଃନ୍କେ ଆସିର୍ବାଦ୍ କଃଲା।