1 ଇତାର୍ହଃଚ ମାପୁର୍ ମସାକେ କୟ୍ଲା, "ତୁୟ୍ ଆଗାର୍ ହର୍ ଜୁଳେକ୍ ଟେଳାର୍ ହାଟା ହାଜ୍। ତୁୟ୍ ଜୁୟି ଟେଳାହାଟା ବାଙ୍ଗି ଆଚ୍ସି, ତାର୍ ଉହ୍ରେ ଜାୟ୍ରି ଲେକା ରିଲି, ସେ ସଃବୁ କଃତା ମୁଁୟ୍ ଇ ଜୁଳେକ୍ ଟେଳା ହାଟାୟ୍ ଲେକିନ୍ଦ୍। 2 ଆର୍ ତୁୟ୍ ସଃକାଳ୍ ବେଳା ତିଆର୍ଅଃଉ ଆର୍ ସଃକାଳ୍ ବେଳା ସିୟନ୍ ହର୍ବାତ୍ ଉହ୍ରେ ଆସି ସେତି ହର୍ବାତ୍ ଟିହେ ମର୍ ଚଃମେ ଟିଆ ଅଃଉ। 3 ମଃତର୍ ତର୍ ସଃଙ୍ଗ୍ ଆର୍ କେହେଁ ହର୍ବାତ୍ ଉହ୍ରେ ଆସନାୟ୍, ଆରେକ୍, ଇ ହର୍ବାତ୍ ଉହ୍ରେ କେହେଁ ନଃରେଅ, ଗାୟ୍ଗରୁ ହେଁ ଇ ହର୍ବାତ୍ ଉହ୍ରେ ଚଃରତ୍ ନାୟ୍।" 4 ତଃବେ ମସା ହଃର୍ତୁ ଟେଳା ହର୍ ଜୁଳେକ୍ ଟେଳାହାଟା ହାଜ୍ଲା; ଆରେକ୍ ସେ ମାପୁରାର୍ କଃୟ୍ଲା ହଃର୍କାରେ ବର୍ସଃକାଳ୍ ଉଟି ସିୟନ୍ ହର୍ବାତ୍ ଉହ୍ରେ ଗଃଲା, ଆରେକ୍ ସେ ଜୁଳେକ୍ ଟେଳାହାଟା ହେଁ ଆତେ ଦଃରି ନିଲା। 5 ତଃବେ ମାପୁର୍ ମେଗେ ହୁଣି ଉତ୍ରି ଆସି ସେ ଟାଣେ ତାର୍ ସଃଙ୍ଗ୍ ଟିଆ ଅୟି ତାର୍ ନାଉ "ଜିଅବା" ବଃଲି କୟ୍ଲା। 6 ଆର୍ ମାପୁର୍ ତାର୍ ମୁଆଟି ଅୟି ଜାୟ୍ ଇରି କୟ୍ଲା, "ଜିଅବା, ଜୁଗ୍ଜୁଗାର୍ ମାପୁର୍, ଇସ୍ୱର୍ ଲାଡ୍କାରି ଆର୍ ଦଃୟାକାରି, ସେ ରିସାୟ୍ ଦିର୍ ସେ ଦଃୟା ଆର୍ ସଃତେ ହୁର୍ନ୍।" 7 ଅଃଜାର୍ ଅଃଜାର୍ ବଃଉଁସ୍ ହଃତେକ୍ ଦଃୟାକାରି ଅଃଦଃର୍ମ୍ ଆର୍ ବଲ୍ ଅଃମାନ୍ୟା ଆର୍ ହାହ୍ କେମାକାରି, ମଃତର୍ ମାପୁର୍ ଦସିକେ ବାୟ୍ଦ୍ରେ ଦଃଣ୍ଡ୍ ଦଃୟ୍ଦ୍, ତିନି ଆର୍ ଚାରି ଟିକିର୍ ହଃତେକ୍ ହୟିସି ନାତି ଉହ୍ରେ ଉବାସିମଃନାର୍ ହାହାର୍ ଦଃଣ୍ଡ୍ ଦଃୟଦ୍।
8 ତଃବେ ମସା ସେ ଦାହ୍ରେ ବୁୟ୍ଁ ଉହ୍ରେ ମୁଣ୍ଡିଆମାରି ଜୁଆର୍କଃରି କୟ୍ଲା, 9 ସେ କଃୟ୍ଲା "ମାପୁର୍ ମୁଁୟ୍ ଜଦି ତର୍ ଆକାୟ୍ ଦଃୟା ହାୟ୍ଆଚି, ତଃବେ ଗଃଉଆରି କଃରୁଲେ, ମାପୁର୍ ଅଃମିମଃନାର୍ ସଃଙ୍ଗ୍ ଅୟି ଇଣ୍ଡ୍; ଅଃମାର୍ ସଃଙ୍ଗ୍ ଆସ୍ ମୁଁୟ୍ ଜାଣୁଲେ, ଇ ଲଃକ୍ମଃନ୍ ବଃଡେ ଅଃମାନ୍ୟା ଲଃକ୍ମଃନ୍, ମଃତର୍ ଦଃୟାକଃରି ଅଃମାର୍ ହାହ୍ କେମା କଃରି ତର୍ ଲଃକ୍ମଃନ୍ ହର୍ କଃରି ଅଃମିମଃନ୍କେ ଦଃରିନେ।"
10 ତଃବେ ମାପୁର୍ କୟ୍ଲା, "ଦଃକ୍ ମୁଁୟ୍ ଗଟେକ୍ ନିୟମ୍ କଃରିନ୍ଦ୍; ହୁର୍ତି ସଃରା କି କୁୟି ଜାତି ବିତ୍ରେ ଜୁୟ୍ରି କଃବେ କଃରାଅୟ୍ ନଃରେୟ୍ ଇ ରଃକମ୍ କାବା ଅଃଉତା କାମ୍ ମୁଁୟ୍ ତୁମାର୍ ସଃବୁ ଲକାର୍ ଆଗେ କଃରିନ୍ଦ୍; ସେତାକ୍ ଜୁୟି ସଃବୁ ଲକ୍ମଃନାର୍ ବିତ୍ରେ ଆଚାସ୍, ସେମଃନ୍ ମାପୁରାର୍ ସେ କାମ୍ ଦଃକ୍ତି, ବଃଲେକ୍ ମୁଁୟ୍ ତୁମାର୍ ତଃୟ୍ ଜାୟ୍ରି କଃରିନ୍ଦ୍, ସେରି ବଃଡେ ବୟଙ୍କାର୍ କାମ୍।" 11 ଜୁୟି ବଲ୍ ମୁଁୟ୍ ଆଜି ତୁମିମଃନ୍କେ ଦେଉଁଲେ, ସେରି ତୁମି ମାନା; ଦଃକା ମୁଁୟ୍ ଇମରିୟ, କିଣାନିୟ୍, ହିତିୟ, ପିରିସିୟ୍, ହିଦିୟ ଆର୍ ଜିବୁସିୟ୍ ଲକ୍ମଃନ୍କେ ଇ ଦେସେ ହୁଣି ବାର୍କଃରି ଦଃୟ୍ନ୍ଦ୍। 12 ତୁମି ନିଜାର୍ ବିସୟେ ଜାଗ୍ରତ୍ ରିଆ, ଜୁୟି ଦେସେ ତୁମି ଜଃଉଁଲାସ୍, ସେ ଦେସାର୍ ଲକ୍ମଃନାର୍ ସଃଙ୍ଗ୍ ସଃୟ୍ତ୍ କଃରା ନାୟ୍; କଃଡେବଃଳ୍ ସିନା ସେମଃନ୍ ତୁମାର୍ ହାଁୟ୍ ହାନ୍ଦ୍ ହର୍ ଅଃଉତି। 13 ମଃତର୍ ତୁମିମଃନ୍ ସେମଃନାର୍ ବେଦି ସଃବୁ ବାଙ୍ଗି ହଃକାଉଆସ୍ ଆର୍ ସେମଃନାର୍ କଃମ୍ ସଃବୁ ବାଙ୍ଗି ହଃକାଉଆସ୍ ଆର୍ ସେମଃନାର୍ ଆସେରା ନାଉଁଆର୍ ମୁର୍ତିକେ କାଟି ହଃକାଉଆସ୍।
14 ତୁମିମଃନ୍ ବିନ୍ କୁୟି ଦେଉତାର୍ ସେବା କଃରାନାୟ୍, ବଃଲେକ୍ ମର୍ ନାଉ ଜିଅବା ନିଜାର୍ ଜଃଜ୍ମାନ୍ ବାଚାଉଁକେ ଜଃଗ୍ରାତ୍, ମୁଁୟ୍ ନିଜାର୍ ଜଃଜ୍ମାନ୍ ବାଚାଉଁକେ ଜଃଗ୍ରାତ୍କାରି ଇସ୍ୱର୍। 15 କେଜାଣ୍ ତୁମି ସେ ଦେସାର୍ ଲକ୍ମଃନାର୍ ସଃଙ୍ଗ୍ ସଃୟ୍ତ୍ କଃରାସ୍; କଃଲେକ୍ ଜଃଡେବଃଳ୍ ସେମଃନ୍ ନିଜେ ଦେଉତାମଃନାର୍ ହଃଚେ ଜାୟ୍ ଦାରି କଃର୍ତି ଆର୍ ନିଜାର୍ ଦେଉତାମଃନ୍କେ ହୁଜା କଃର୍ତି, ସଃଡେବଃଳ୍ କେଏ ତୁମିକ୍ କୁଦ୍ଲେକ୍, ତୁମି ତାର୍ ହୁଜାକଃଲା କାଦି କାହାସ୍; 16 ଆର୍ ତୁମି ନିଜାର୍ ହିଲାମଃନାର୍ ଗିନେ ସେମଃନାର୍ ଜିସିମଃନ୍କେ ଆଣ୍ଲେକ୍, ସେମଃନାର୍ ଜିସିମଃନ୍ ନିଜାର୍ ଦେଉତାମଃନାର୍ ହଃଚେ ଜାୟ୍, ତୁମାର୍ ହିଲାମଃନ୍କେ ଅଃହ୍ଣାମଃନାର୍ ଦେଉତାମଃନାର୍ ହଃଚେ ନଃୟ୍ ଦାରି କାମ୍ କଃରାଉତି। 17 ତୁମି ନିଜାର୍ ହାଁୟ୍ ଚଃଚେ ହାଜ୍ଲା କାୟି ହେଁ ଦେଉତା ତିଆର୍ କଃରାନାୟ୍।
18 ତୁମି କମିର୍ ନୟ୍ଲା ରୁଟିର୍ ହଃର୍ବ୍ ହାଳୁନ୍ କଃରାସ୍, ଆରେକ୍ ଆବିବ୍ ମାସାର୍ ଜୁୟି ବେଳାୟ୍ ଜୁୟ୍ରଃକମ୍ କଃରୁକେ ତୁମିକ୍ ଆଦେସ୍ ଦଃୟି ଆଚି, ସେହର୍ ତୁମି ସାତ୍ ଦିନ୍ କମିର୍ ନୟ୍ଲା ରୁଟି କାହାସ୍; ବଃଲେକ୍ ସେ ଆବିବ୍ ମାସେ ତୁମିମଃନ୍ ମିସର୍ ଦେସେହୁଣି ବାରାୟ୍ ଆସିରିଲାସ୍। 19 ଆର୍ ସଃବୁ ହଃର୍ତୁଜାତ୍ ଗଃର୍ବାର୍ ହଃଳ୍ ମର୍ ଆର୍ ଇ ରଃକମ୍ ଗାୟ୍ଗରୁ ଚେଳି-ମେଣ୍ଡାର୍ ହଃର୍ତୁହିଲା ମର୍। 20 ମଃତର୍ ହଃର୍ତୁମ୍ ଜାତ୍ ଗଃଦ ବାଦୁଲେ ତୁମି ମେଣ୍ଡା ହିଲା ଦଃୟି ତାକ୍ ମୁକ୍ଳାଉଆସ୍; ଜଦି ମୁକ୍ତ୍ ନଃକେରାସ୍, ତଃବେ ତାର୍ ଟଟି ବାଙ୍ଗାସ୍। ତୁମି ହଃର୍ତୁ ଜଃର୍ନ୍ ଅୟ୍ଲା ସଃବୁ ହିଲାକେ ମୁକ୍ଳାଉଆସ୍। ଆର୍ କେହେଁ ଚୁଚା ଆତେ ମର୍ ହାକ୍ ଆସ ନାୟ୍। 21 ତୁମି ଚଅ ଦିନ୍ କାମ୍ କଃରାସ୍, ମଃତର୍ ସାତ୍ ଦିନେ ବିସାଉଆସ୍; ବୁଣ୍ତା ବଃଳ୍ ଆର୍ ତାସ୍ କାଟ୍ତା ବଃଳ୍ ହେଁ ବିସାଉଁଣି କଃରାସ୍। 22 ତୁମିମଃନ୍ ସାତ୍ ଦିନାର୍ ହଃର୍ବ୍, ହଃର୍ତୁ ଗମ୍ କାଟ୍ତା ହଃର୍ବ୍ ଆର୍ ବଃର୍ସ୍ ସଃରାସଃରି ବଃଳ୍ ତାସ୍ ଆଣ୍ତା ହଃର୍ବ୍ ମାନାସ୍।
23 ତୁମିମଃନାର୍ ସଃବୁ ଅଃଣ୍ଡ୍ରା ହିଲା ବଃର୍ସ୍ମୁଣ୍ଡେ ତିନି ତର୍ ଇସ୍ରାଏଲାର୍ ମାପୁର୍ ଜିଅବା ଇସ୍ୱର୍କେ ମୁକ୍ ଦଃକାଉତି। 24 ବଃଲେକ୍ ମୁଁୟ୍ ତୁମାର୍ ତଃୟ୍ହୁଣି ବିନ୍ ଦେସାର୍ ଲକ୍ମଃନ୍କେ ବାର୍ କଃରିନ୍ଦ୍ ଆର୍ ତୁମାର୍ ସଃନ୍ଦି ବଃଡ୍କଃରି ଗୁଚାୟ୍ନ୍ଦ୍, ଆରେକ୍, ତୁମି ବଃର୍ସ୍ମୁଣ୍ଡେ ତିନି ତର୍ ମାପୁର୍ ଇସ୍ୱର୍କେ ଦଃର୍ସନ୍ କଃରୁକେ ଗଃଲେକ୍ ତୁମାର୍ ବୁଇଁକେ କେହେଁ ଲଃବ୍ ନଃକେର। 25 ତୁମି ମକ୍ ହୁଜା ଦିଲା ବଃନି କମିର୍ ସଃଙ୍ଗ୍ ବେଟି ଦିଆ ନାୟ୍, ଆର୍ ନିସ୍ତାର୍ ହଃର୍ବାର୍ ହୁଜା ଜିନିସ୍ ସଃକାଳ୍ ହଃତେକ୍ ରଃକା ନାୟ୍।
26 ହଃତି ବଃର୍ସ୍ ତୁମିମଃନ୍ ନିଜାର୍ ବୁମିର୍ ହଃର୍ତୁ ତାସ୍ ମାପୁର୍କେ ଦିଆସ୍, ସେରି ସଃବୁ ଆଗ୍ତୁ ମାପୁର୍ ତୁମାର୍ ଇସ୍ୱରାର୍ ଗଃରେ ଆଣାସ୍। ଆରେକ୍ ତୁମି ଚେଳି ବଦାକେ ତାର୍ ଆୟ୍ସିର୍ ଦୁଦ୍ ସଃଙ୍ଗ୍ ରାନ୍ଦା ନାୟ୍। 27 ଆର୍ ମାପୁର୍ ମସାକେ କୟ୍ଲା, "ତୁୟ୍ ଇ ସଃବୁ ବଃଚନ୍ ଲେକ୍, ବଃଲେକ୍ ମୁଁୟ୍ ଇ ବାକ୍ୟ ହଃର୍କାରେ ତର୍ ସଃଙ୍ଗ୍ ଆର୍ ଇସ୍ରାଏଲ୍ ସଃଙ୍ଗ୍ ନିୟମ୍ ତିର୍ କଃରିଆଚି।" 28 ସଃଡେବଃଳ୍ ମସା ମାପୁରାର୍ ସଃଙ୍ଗ୍ ସେ ଟାଣେ ଚାଳିସ୍ ଦିନ୍ ଚାଳିସ୍ ରାତି ରିଲା; ସେ ଅଃର୍ନ୍ କି ହାଣି ନଃକାୟ୍ଲା। ସେ ଜୁଳେକ୍ ଟେଳା ହାଟାୟ୍ ନିୟମ୍, ବଃଲେକ୍ ଦଃସ୍ ଗଟ୍ ଆଦେସ୍ ଲେକ୍ଲା।
29 ଜଃଡେବଃଳ୍ ମସା ସିନୟ ହଃର୍ବାତେ ହୁଣି ଉତୁର୍ତା ବଃଳ୍ ସାକି ହର୍ ଦୁୟ୍ କଃଣ୍ଡ୍ ଟେଳାର୍ ହାଟାୟ୍ ଦଃସ୍ ଗଟ୍ ବିଦି ଲେକାଅୟ୍ଲା ଟେଳାହାଟା ଆତେ ଦଃରି ହଃର୍ବାତେ ହୁଣି ଉତୁର୍ଲା, ମଃତର୍ ମାପୁରାର୍ ସଃଙ୍ଗ୍ କଃତା-ବାର୍ତା କଃରିରିଲାକ୍ ତାର୍ ମୁଉଁ ଉଜାଳ୍ ଅୟ୍ରିଲି, ସେରି ମସା ଜାଣି ନଃରିଲା। 30 ଆରେକ୍ ଜଃଡେବଃଳ୍ ହାରଣ ଆର୍ ଇସ୍ରାଏଲ୍-ଲକ୍ମଃନ୍ ମସାକେ ଦଃକ୍ଲାୟ୍, ସଃଡେବଃଳ୍ ତାର୍ ମୁଉଁ ଉଜାଳ୍ ଅୟ୍ରିଲି; ଇତାକ୍ ସେମଃନ୍ ତାର୍ ଚଃମେ ଜଃଉଁକେ ଡିର୍ଲାୟ୍। 31 ମଃତର୍ ମସା ସେମଃନ୍କେ କୁଦ୍ଲାକେ, ହାରଣ ଆର୍ ମଃଣ୍ଡଳିର୍ ନେତା ବଃଡ୍ ଲଃକ୍ମଃନ୍ ତାର୍ ହାକ୍ ଆୟ୍ଲାୟ୍; ତଃବେ ମସା ସେମଃନାର୍ ସଃଙ୍ଗ୍ କଃତା-ବାର୍ତା କଃଲା। 32 ଇତାର୍ହଃଚ ଇସ୍ରାଏଲ୍-ଲକ୍ମଃନ୍ ତାର୍ ଚଃମେ ଗଃଲାୟି; ସେତାକ୍ ମାପୁର୍ ସିୟନ୍ ହଃର୍ବାତେ ତାକ୍ ଜୁୟି ଜୁୟି କଃତା କୟ୍ରିଲା, ସେସଃବୁ ଆଦେସ୍ ସେମଃନ୍କେ ଜାଣାୟ୍ଲା। 33 ଆର୍ ମସା ସେମଃନାର୍ ସଃଙ୍ଗ୍ କଃତା-ବାର୍ତା ସଃରାୟ୍ଲା ହଃଚେ ନିଜାର୍ ମୁଏଁ ଅଡ୍ଣା ଦିଲା।
34 ମଃତର୍ ମସା ମାପୁରାର୍ ସଃଙ୍ଗ୍ କଃତା ଅଃଉଁକେ ବିତ୍ରେ ତାର୍ ଚଃମେ ଜାୟ୍ ହଃଦାୟି ନାସ୍ତା ହଃତେକ୍ ସେ ମୁଣ୍ଡେ ଅଡ୍ଣା କାଡି ରିଲା; ଆର୍ ଜୁୟି ବଲ୍ ମାପୁରାର୍ ତଃୟ୍ହୁଣି ହାୟ୍ଲା, ହଃଦାୟି ଆସି ଇସ୍ରାଏଲ୍-ଲକ୍ମଃନ୍କେ ସେରି କୟ୍ଲା।
35 ଜଃଡେବଃଳ୍ ଇସ୍ରାଏଲ୍ ଲଃକ୍ମଃନ୍ ଦଃକ୍ଲାୟ୍ ମସାର୍ ମୁଉଁ ଉଜାଳ୍ ଦଃକାଜଃଉଁଲି ମସା ମାପୁରାର୍ ସଃଙ୍ଗ୍ କଃତା ଅଃଉଁକେ ଜଃଡେବଃଳ୍ ହଃତେକ୍ ବିତ୍ରେ ନଃଗେଲା; ସଃଡେବଃଳ୍ ହଃତେକ୍ ନିଜାର୍ ମୁୟେଁ ଅଡ୍ଣା ଦିଲା।