1 ଇତାର୍ହଃଚ ବତ୍ସଲେଲ୍ ସିଟିମ୍ କାଟେ ଦୁୟ୍ ଆତ୍ ଆଦା ଲଃମ୍ ଆର୍ ଗଟ୍ ଆତ୍ ଆଦା ଅସାର୍ ଆର୍ ଗଟ୍ ଆତ୍ ଆଦା ଉଚ୍, ଗଟେକ୍ ହେଳି ହାଜ୍ଲା 2 ଆର୍ ସେ ହେଳିର୍ ବିତ୍ରେ ଆର୍ ହଃଦାୟ ବାଟ୍ ସୁଦ୍ ସନା ଡାଳାୟ୍ଲା ସେ ହେଳିର୍ ଚାରି ଦିଗେ ସନାର୍ କଃତି ତିଆର୍ କଃଲା। 3 ଆରେକ୍, ସେ ହେଳିର୍ ଚାରିଗଟ୍ କନ୍ ହାଁୟ୍ ଚାରିଗଟ୍ ସନାର୍ ମଃଣ୍ଡଳା ତିଆର୍ କଃଲା; ସେ ହେଳିର୍ ଗଟେ ବାଟ୍ୟା ଜୁଳେକ୍ ଆର୍ ବିନ୍ ଗଟ୍ ବାଟ୍ୟା ଜୁଳେକ୍ ମଃଣ୍ଡଳା ତିଆର୍କଃଲା। 4 ଆର୍ ସେ ସିଟିମ୍ କାଟାର୍ ଟେଙ୍ଗା ହାଜି ସନା ଡାଳାୟ୍ଲା 5 ଆର୍ ନିୟମ୍ ହେଳି ବଃଉତା ହାଁୟ୍ ନିୟମ୍ ହେଳିର୍ ଦୁୟ୍ ବାଟ୍ୟା ରିଲା ମଃଣ୍ଡଳା ବିତ୍ରେ ସେ କଣା ଜଗ୍ଳାୟ୍ଲା। 6 ଇତାର୍ହଃଚ ସେ ସୁଦ୍ ସନାୟ୍ ଦୁୟ୍ ଆତ୍ ଆଦା ଲଃମ୍ ଆର୍ ଗଟେ ଆତ୍ ଆଦା ଅସାରାର୍ ଗଟେକ୍ ହାହ୍ ଡାହ୍ତାର୍ ଡାହ୍ଣା ତିଆର୍କଃଲା। 7 ଆରେକ୍, ହିଟ୍ଲା ସନାୟ୍ ଜୁଳେକ୍ କିରୁବ୍ ଦୁତ୍ ତିଆର୍କଃରି ହାହ୍ ଡାହ୍ତା ଡାହ୍ଣାର୍ ଦୁୟ୍ ମୁଣ୍ଡେ ବଃସାୟ୍ଲାୟ୍। 8 ସେତି ଦୁଇମୁଣ୍ଡେ କିରୁବ୍ ଦୁତ୍ ବଃସାୟ୍ଲା ଇ ମୁଣ୍ଡେ ଗଟେକ୍ ଆର୍ ସେ ମୁଣ୍ଡେ ଗଟେକ୍ ବଃସାୟ୍ଲା; ହାହ୍ ଡାହ୍ତା ପର୍ଦାୟ୍ ଦୁୟ୍ ମୁଣ୍ଡେ ଜୁଳେକ୍ କିରୁବ୍ ଦୁତ୍କେ ସେ ଡାହ୍ତା ଡାହ୍ଣା ସଃଙ୍ଗ୍ ମିସାୟ୍ ତିଆର୍ କଃଲା। 9 ଆରେକ୍, କିରୁବ୍ ଦୁତ୍ମଃନାର୍ ଡେଣା ଉହ୍ରେ ଲଃମାୟ୍ ହାହ୍ ଡାହ୍ତା ଡାହ୍ଣାକେ ଡାହି ଅୟ୍ଲାର୍ ତିଆର୍ କଃଲା ଆର୍ ସେମଃନାର୍ ମୁଉଁ ସାମ୍ନାସାମ୍ନି ଅୟ୍ରିଲି; ମଃତର୍ ହାହ୍ ଡାହ୍ତାର୍ ମଃଜାୟ୍ ସେମଃନାର୍ ମୁଉଁ ରିଲି।
10 ତାର୍ହଃଚେ ସେ ସିଟିମ୍ କାଟେ ଦୁଇ ଆତ୍ ଲଃମ୍ ଏକ୍ ଆତ୍ ଅଃସାର୍ ଆର୍ ଦେଡ଼୍ ଆତ୍ ଉଚ୍ ଗଟେକ୍ ଟେବୁଲ୍ ତିଆର୍ କଃଲା। 11 ଆରେକ୍, ସେ ଟେବୁଲ୍କେ ସୁଦ୍ ସନା ଡାଳାୟ୍ଲା ଆର୍ ସେ ଟେବୁଲାର୍ ଚାରିବାଟ୍ ସନାର୍ କଃତି ତିଆର୍ କଃଲା। 12 ଆରେକ୍, ସେ ଚାରି ଆଙ୍ଗୁଲ୍ ଅସାରାର୍ ଗଟେକ୍ ବାନା କାଚ୍ତାର୍ ତିଆର୍ କଃଲା ଆର୍ ସେ ବାନାର୍ ଚାରିବେଳ୍ତ୍ ସନାର୍ କଃତି ତିଆର୍ କଃଲା। 13 ଆର୍ ସନାର୍ ଚାରିଗଟ୍ ମଃଣ୍ଡଳା ତିଆର୍କଃରି ଚାରି କଃନାର୍ ଚାରି କନେ ଡଃସାଲାୟ୍। 14 ସେ ସନାର୍ ମଃଣ୍ଡଳାମଃନାର୍ ଲଃଗେ ଇଳିକେ ଲାଗି ଇ ମଃଣ୍ଡଳା ରିଲି ଆର୍ ସେ ବିତ୍ରେ ଟେଙ୍ଗା ହୁରାୟ୍ ବଃଉତିରିଲାୟ୍। 15 ଆରେକ୍ ସେ ସେ ଟେବୁଲ୍ ବଃଉଁକେ ସିଟିମ୍ କାଟାର୍ ଟେଙ୍ଗା ତିଆର୍ କଃରି ସନା ଡାଳାୟ୍ଲା। 16 ଆରେକ୍ ହେଁ ସେ ଟେବୁଲ୍ ଉହ୍ରେ ରିଲା ଆସ୍ତିସଃବୁ, ବଃଲେକ୍, ସେତିର୍ ତାଳି ଆର୍ ଚଃଟୁ ଆର୍ ଗଃରିଆ ଡାଳ୍ତା ହାୟ୍ଁ ମୁତାସଃବୁ ସୁଦ୍ ସନାୟ୍ ତିଆର୍ କଃଲା।
17 ଆରେକ୍, ସେ ସୁଦ୍ ସନାୟ୍ ଗଟେକ୍ ଦିହ୍ ରୁକା ତିଆର୍ କଃଲା ସେ ହିଟିକଃରି ଦିହ୍ ରୁକା, ତାର୍ ଗଃଣ୍ଡି ଆର୍ କଃନା ତିଆର୍ କଃଲା, ଆର୍ ତାର୍ କେଳା ଆର୍ ହୁଲ୍ ସେତି ଜଳିକଃରି ତିଆର୍କଃଲା। 18 ସେ ଦିହ୍ ରୁକା ଟାଣୁ ଗଟେବାଟ୍ୟା ତିନିଗଟ୍ କଃନ୍ଦା ଆରେଗଟ୍ ବାଟ୍ୟା ତିନିଗଟ୍ କଃନ୍ଦା ରିଲି, ଇ ଚଅଗଟ୍ କଃନ୍ଦା ସେ ଦିହ୍ଗଃଚେ ହୁଣି ବାରୟ୍ଲି। 19 ଆରେକ୍ ଗଟେ କଃନ୍ଦାୟ୍ ବାଦାମ୍ ହୁଲ୍ ସଃମାନ୍ ତିନିଗଟ୍ କେଳାହୁଲ୍, କଃଉଁଣାହଃତାର୍ ଆର୍ ହୁଲ୍ ରିଲି, ଆରେକ୍ ବିନ୍ କଃନ୍ଦାୟ୍ ବାଦାମ୍ ହୁଲ୍ ସଃମାନ୍ ତିନିଗଟ୍ କେଳାହୁଲ୍ ଆର୍ ହୁଲ୍ହଃତାର୍ ରିଲି, ଇରଃକମ୍ ଦିହ୍ ରୁକାୟ୍ ହୁଣି ବାରୟ୍ଲା ଚଅଗଟ୍ କଃନ୍ଦାୟ୍ ରିଲି। 20 ମଃତର୍ ଦିହ୍ରୁକାର୍ ଦଃଣ୍ଡିଲଃଗେ ଚାରିଗଟ୍ ସଃଜାଯିଲା କେଳାହୁଲ୍ ଆର୍ ଆର୍ ହୁଲ୍ ହଃତାର୍ ରିଲି। 21 ଆର୍ ସେ ଦିହ୍ ରୁକା ତଃୟ୍ ହୁଣି ଚଅଗଟ୍ କଃନ୍ଦା ବାରୟ୍ଲି, ହଃତି କଃନା ତଃଳେ କେଳା ହୁଲ୍ ରିଲି। 22 ଇ କେଳାହୁଲ୍ ହଃତାର୍ ଆର୍ କଃନ୍ଦା ମିସିକଃରି ଗଟେକ୍ ଦିହ୍ ରୁକା ଅୟ୍ଲି ଆର୍ ସଃବୁ ସୁଦ୍ ସନାୟ୍ ହିଟିକଃରି ତିଆର୍ କଃରାଗଃଲି। 23 ଆର୍ ବତ୍ସଲେଲ୍ ଦିହ୍ ରୁକା ଆର୍ ତାର୍ ସାତ୍ଗଟ୍ ଦିହ୍ ତିଆର୍ କଃଲା, ଚିମ୍ଟା, ଆର୍ ଜୟ୍ କାଡ୍ତା ଚଃଟୁ ସୁଦ୍ ସନାୟ୍ ତିଆର୍ କଃଲା।
24 ସେ ଗଟେ ତାଳନ୍ତ ସୁଦ୍ ସନାୟ୍, ଦିହ୍ରୁକା ଆର୍ ତାର୍ ସଃବୁ ଆସ୍ତି ତିଆର୍ କଃଲା।
25 ଇତାର୍ହଃଚ ସେ ସିଟିମ୍ କାଟାର୍ ଗଟେ ଆତ୍ ଲଃମ୍ ଗଟେ ଆତ୍ ଅଃସାର୍ ଆର୍ ଦୁୟ୍ ଆତ୍ ଉଚ୍ ଚାରିକନିଆ ଦୁହ୍ଣି ହଡାଉତା ବେଦି ତିଆର୍ କଃଲା, ବେଦିର୍ ସିଙ୍ଗ୍ ସଃବୁ ବେଦି ସଃଙ୍ଗ୍ ମିସିକଃରି ରିଲି। 26 ଆରେକ୍, ବେଦି, ତାର୍ ଉହ୍ରିବାଟ୍ୟା ତାର୍ ଚାରିବେଳ୍ତ୍ ଆର୍ ତାର୍ ସିଙ୍ଗ୍ ସଃବୁ ସୁଦ୍ ସନାୟ୍ ଡାଳାୟ୍ଲା; ଆରେକ୍, ସେ ବେଦିର୍ ଚାରିବେଳ୍ତ୍ ସନାର୍ ଅଟି କଃଲା। 27 ଆରେକ୍ ସେରି ବଃଉତା ହାୟ୍ଁ କଣା ଜଗ୍ଳାଉତା ହାୟ୍ଁ ତଃଳେ ଦୁଇ କୁଚିକ୍ ଦୁୟ୍ ବାଟାର୍ ଜୁଳେକ୍ କନେ ସନାର୍ ଜୁଳେକ୍ ଲେକା ମଃଣ୍ଡଳା ତିଆର୍ କଃଲା।
28 ଆର୍ ସିଟିମ୍ କାଟେ ଟେଙ୍ଗା ତିଆର୍ କଃଲା ଆର୍ ସେ ଟେଙ୍ଗାୟ୍ ସନା ଡାଳାୟ୍ଲା।
29 ଇତାର୍ହଃଚ ସେ ଅବିସେକ୍ ହାୟ୍ଁ ପବିତ୍ର ଚିକଣ୍ ଆର୍ ବାସ୍ନା ଦୁହ୍ଣିର୍ ଗିନେ, ଦୁହ୍ନିର୍ ବାସ୍ନାର୍ ଗିନେ ହାଜୁକାରିର୍ କାମାର୍ ରିତି ହଃର୍କାରେ ତିଆର୍ କଃଲା।