1 ତାର୍ହଃଚେ ମାପୁର୍ ମସାକେ କୟ୍ଲା " ତୁୟ୍ ପାରର୍ ଚଃମେ ଜାଆ; ବଃଲେକ୍ ମୁୟ୍ ଜଃନ୍କଃରି ଲକ୍ମଃନାର୍ ବିତ୍ରେ ଇ ସଃବୁ ଚିନା ଦଃକାୟ୍ନ୍ଦ୍। 2 ଆରେକ୍ ମୁୟ୍ ମିସରାର୍ ଲକ୍ ମଃନାର୍ ଜିବନେ ଜାୟ୍ ଜାୟ୍ରି କଃରିଆଚି ଆର୍ ସେମଃନାର୍ ବିତ୍ରେ ମର୍ ଚିନା ହର୍ ଜୁୟି ଜୁୟି କାମ୍ କଃରି ଆଚି, ସେସଃବୁ କଃତା ତୁମିମଃନ୍ ଜଃନ୍କଃରି ନିଜାର୍ ହିଲା ଆର୍ ନାତିହୁତିମଃନ୍କେ କଃଉଁକେ ହାରାସ୍, ଆରେକ୍ ମୁଁୟ୍ ଜେ, ମାପୁର୍ ଇସ୍ୱର୍ ଇରି ଜାଣୁକେ ହାରାସ୍।" 3 ସଃଡେବଃଳ୍ ମସା ଆର୍ ହାରଣ ପାରର୍ ହାକ୍ ଜାୟ୍କଃରି କୟ୍ଲାୟ୍, "ଏବ୍ରିମଃନାର୍ ମାପୁର୍ ଇସ୍ୱର୍ କଃଉଁଲା, କଃତି ଦିନ୍ ହଃତେକ୍ ତୁୟ୍ ମକ୍ ଅଃମାନ୍ୟା ଅଃଉସି? ମର୍ ସେବା କଃରୁକେ ମର୍ ଲକ୍ମଃନ୍କେ ଚାଡି ଦେଏ। 4 ମଃତର୍ ଜଦି ତୁୟ୍ ମର୍ ଲକ୍ମଃନ୍କେ ଜଃଉଁକେ ଚାଡି ନଃଦେସି ତଃବେ ଦଃକ୍ ମୁୟ୍ ଆସୁଲାକାଲି ତୁମାର୍ ଦେସେ ଜିଟ୍କା ଆଣିନ୍ଦ୍। 5 ଜିଟ୍କା ଦଃଳ୍ ତୁମାର୍ ଦେସାର୍ ସଃବୁ ବୁଇଁକେ ଡାହିଅଃଉତି, ତୁମିମଃନ୍ ଆର୍ ବୁୟ୍ଁ ଦଃକୁକେ ନଃହାରାସ୍; ଆରେକ୍ କଃରାଟେଳା ବଃର୍ସାୟ୍ ହୁଣି ଜୁୟି ସଃବୁ ତାସ୍ ନଃସ୍ଟ୍ ନୟ୍କଃରି ଆଚେ, ଆର୍ ଜାୟ୍ରି ସଃବୁ ତୁମିମଃନାର୍ ଉବ୍ରି ଆଚେ ସେରି ସେମଃନ୍ କାତି, ଆରେକ୍ ତୁମାର୍ ହଃଦା ବାଳାର୍ ଗଃଚାର୍ ଡାଳ୍ ସଃବୁ କାତି। 6 ଜିଟ୍କା ମଃନ୍ଦା ତୁମାର୍ ଗଃର୍ ବଃର୍ତି ଆର୍ ତୁମାର୍ ଦାସ୍ମଃନାର୍ ଆର୍ ମିସର୍ ଦେସାର୍ ସଃବୁର୍ ଗଃର୍ ବଃର୍ତି ଅଃଉତି; ଇ ଦେସେ ତୁମାର୍ ଦାଦି-ବାବୁମଃନାର୍ ଆର୍ ସେମଃନାର୍ ଦାଦି-ବାବୁମଃନାର୍ ଜଃଲମ୍ ଅୟ୍ଲା ଦିନ୍ ହୁଣି ଆଜି ହଃତେକ୍ କଃବେ ହେଁ ଅଃତେକ୍ ଜିଟ୍କା କେଏ କଃବେ ଦଃକି ନଃକେର୍ତି।" ତାର୍ହଃଚେ ମସା ପାରର୍ ଚଃମେହୁଣି ବାରାୟ୍ ଗଃଲା।
7 ଇତାର୍ହଃଚ ପାରର୍ ଚାକର୍ମଃନ୍ ତାକ୍ କୟ୍ଲାୟ୍, "କଃତି ଦିନ୍ ହଃତେକ୍ ଇମାନାୟ୍ ଅଃମାର୍ ହାନ୍ଦା ହର୍ ଅୟ୍ରଃୟ୍ଦ୍?" ସେମଃନାର୍ ମାପୁର୍କେ ସେବା କଃରୁକେ "ଇମଃନ୍କେ ଜଃଉଁକେ ଚାଡିଦେସ୍, ମିସର୍ ଦେସ୍ ଜେ, ସଃବୁ ନଃସ୍ଟ୍ ଅୟ୍ଲିବେ, ଇରିକି ତୁୟ୍ ଅଃବେ ହଃତେକ୍ ବୁଜୁକ୍ ନଃହାରୁଲିସ୍?"
8 ତଃବେ ପାର, ମସା ଆର୍ ହାରଣକେ ତାର୍ ଚଃମେ କୁଦ୍ଲାକ୍ ଗଃଲାୟି, ସେ ସେମଃନ୍କେ କଃୟ୍ଲା "ଜଃହା ତୁମିମଃନାର୍ ଜିଅବା ମାପୁର୍କେ ସେବା କଃରା; ମଃତର୍ କେଏ କେଏ ଜଃହାସ୍?" 9 ତଃବେ ମସା କୟ୍ଲା, "ଅଃମିମଃନ୍ ନିଜାର୍ ନିଜାର୍ ହିଲାମଃନ୍କେ ଆର୍ ବୁଡାବୁଡି ସଃବ୍କେ ସଃଙ୍ଗେ ନଃୟ୍ ଜଃଉଁନ୍ଦ୍ ଆର୍ ନିଜାର୍ ନିଜାର୍ ହିଲାମଃନ୍କେ ଆରେକ୍ ଗାୟ୍ଗରୁ ଚେଳିମେଣ୍ତା ହେଁ ସଃଙ୍ଗେ ନେଉଁନ୍ଦ୍, ବଃଲେକ୍ ମାପୁରାର୍ ନାଉଁଏ ହଃର୍ବ୍ ହାଳୁନ୍ କଃର୍ତାର୍ ଆଚେ।"
10 ତଃବେ ପାର୍ ସେମଃନ୍କେ କୟ୍ଲା, "ଅଃଉଅ, ମାପୁର୍ ତୁମିମଃନାର୍ ସଃଙ୍ଗେ ରେଉଅ, ମୁୟ୍ ତ ତୁମିମଃନ୍କେ ଆର୍ ତୁମାର୍ ହିଲାମଃନ୍କେ ଜଃଉଁକେ ଚାଡି ଦଃୟ୍ନ୍ଦ୍; ଜଃଗ୍ରାତ୍, ବିପ୍ତି ତୁମାର୍ ଆଗେ ଆଚେ। 11 ଅଃନ୍କାର୍ ନଃହୟ୍ ତୁମିମଃନ୍ ଜଃତେକ୍ ଅଃଣ୍ତ୍ରା ଆଚାସ୍ ଜଃହା, ମାପୁରାର୍ ସେବା କଃରା; ବଃଲେକ୍ ଇରି ହଃକା ତୁମିମଃନ୍ ମଃନ୍କଃରୁଲାସ୍।" ତାର୍ ହଃଚେ ପାର ମସା ଆର୍ ହାରଣକେ କଃଦ୍ଲା ଦିଲା।
12 ତାର୍ହଃଚେ ମାପୁର୍ ମସାକେ କୟ୍ଲା, "ତୁୟ୍ ଜିଟ୍କା ଆସ୍ତାର୍ ଗିନେ ମିସର୍ ଦେସାର୍ ହାୟ୍ଁ ଆତ୍ ଉହ୍ରି ବାଟ୍ ଟେକ୍ଲା, ତଃବେ ସେମଃନ୍ ମିସର୍ ଦେସେ ବିତ୍ରେ ଆସି ଜାୟ୍ ଜାୟ୍ରି କଃରାଟେଳା ବଃର୍ସା ଅୟ୍ଲା ହଃଚେ ଜୁୟି ସଃବୁ ତାସ୍ ଆର୍ ସାଗ୍ଡାଳ୍ ବାଚି ଆଚେ ସେସଃବୁ ସେମଃନ୍ କାତି।" 13 ତଃବେ ମସା ତାର୍ ଡାଙ୍ଗ୍ ଟେକ୍ଲାକେ ମିସର୍ ଦେସ୍ ଉହ୍ରେ ମାପୁର୍ ଦିନ୍ରାତି ଉଦ୍ତି ବାଟାର୍ ବାଉ ହଃଟାୟ୍ଲା; ସଃକାଳ୍ ଅୟ୍ଲାକ୍ ସେ ବାଉ ସଃଙ୍ଗ୍ ଜିଟ୍କା ମିସର୍ ଦେସେ ଆୟ୍ଲାୟ୍।
14 ଜିଟ୍କା ଉଡିଆସି ମିସର୍ ଦେସାର୍ ସଃବୁ ହାକ୍ ଅୟ୍ଲାୟ୍। ଅଃଡେକ୍ ମାଡ୍ ଜିଟ୍କା ଆୟ୍ଲାୟ୍ ଜେ, ହୁର୍ବେ ଅଃଡେକ୍ ମାଡ୍ ଜିଟ୍କା ଦଃଳ୍ ମିସର୍ ଦେସେ କଃବେ ହେଁ ଆସି ନଃରିଲାୟ୍। 15 ଜିଟ୍କାମଃନ୍ ମିସର୍ ଦେସ୍ ସଃରା ଡାହି ଅୟ୍ଲାୟ୍ ଆର୍ ମିସର୍ ଦେସ୍ ସେମଃନାର୍ ଗିନେ ଅଃନ୍ଦାର୍ ଅୟ୍ଲି, ତାସ୍, ସାଗ୍, ଡାଳ୍ ଗଃଚାର୍ ହଃଳ୍ କଃରାଟେଳାୟ୍ ହୁଣି ଜାୟରିସଃବୁ ବାଚି ରିଲି ସେମଃନ୍ ସେରି କାୟ୍ଲାୟ୍। ଦେସ୍ ସଃରା ରଃନ୍ କି କୁୟି ଗଃଚେ ହେଁ ହଃତାର୍ ଗଟେକ୍ ନଃରିଲି। 16 ତଃବେ ପାର୍ ବେଗି ମସା ଆର୍ ହାରଣକେ କୁଦାୟ୍ କୟ୍ଲା, "ମୁୟ୍ ତୁମାର୍ ମାପୁର୍ ବିରୁଦେ ଆର୍ ତୁମାର୍ ବିରୁଦେ ହାହ୍ କଃରି ଆଚି। 17 ଗଃଉଆରି କଃରୁଲେ, ଅଃବେ ମକ୍ କେମା କଃରା, ଅଃବକା ଅଃବାର୍ ଇ ମଃର୍ନ୍ ଅଃମାର୍ ତଃୟ୍ହୁଣି ହାହ୍ ଦୁର୍କଃରୁକେ ମାପୁର୍ ତଃୟ୍ ପାର୍ତ୍ନା କଃରା।"
18 ମସା ପାର ତଃୟ୍ହୁଣି ଜାୟ୍ ମାପୁରାର୍ ଚଃମେ ପାର୍ତ୍ନା କଃଲା। 19 ତଃବେ ମାପୁର୍ ଅଃପର୍ବଳ୍ ବୁଡ୍ତି ବାଟାର୍ ବାଉ ବାଉଳାୟ୍ ମିସର୍ ଦେସାର୍ ସଃବୁ ଜିଟ୍କା ମଃନ୍କେ ଉଡାୟ୍ ନଃୟ୍ ସୁପ୍ ସଃମ୍ନ୍ଦେ ବୁଡାୟ୍ଲା; ତଃବେ ଗଟେକ୍ ହେଁ କିକ୍ସା ମିସର୍ ଦେସେ ନଃରିଲାୟ୍। 20 ମଃତର୍ ମାପୁର୍ ପାରର୍ ମଃନ୍ ଅଃଟୁଆ କଃଲା, ଆରେକ୍ ପାର ଇସ୍ରାଏଲ୍ ଲକ୍ମଃନ୍କେ ଚାଡି ନଃଦିଲା।
21 ମାପୁର୍ ମସାକେ କୟ୍ଲା, "ତୁୟ୍ ସଃର୍ଗ୍ ହାକ୍ ତର୍ ଆତ୍ ଟେକ୍; ତଃବେ ମିସର୍ ଦେସେ ଅଃନ୍ଦାର୍ ଅୟ୍ଦ୍ ଆର୍ ଅଃନ୍ଦାରାର୍ ଗିନେ ଲଃକ୍ମଃନ୍ ଆଣ୍ଡଳି ଅଃଉତି।" 22 ତାର୍ ହଃଚେ ମସା ସଃର୍ଗ୍ ହାକ୍ ଆତ୍ ଉଟାୟ୍ଲାକ୍ ତିନି ଦିନ୍ ହଃତେକ୍ ମିସର୍ ଦେସାର୍ ସଃବୁହାକ୍ ଇରଃକମ୍ ଜିଙ୍ଗ୍ଜିଙ୍ଗା ଅଃନ୍ଦାର୍ ଅୟ୍ଲି ଜେ, କେଏ କାକ୍ ଦଃକୁକ୍ ନଃହାର୍ଲାୟ୍। 23 ଆର୍ ତିନି ଦିନ୍ ହଃତେକ୍ କେହେଁ ନିଜାର୍ ଟାଣେ ହୁଣି ଉଟୁ ନଃହାର୍ଲାୟ୍; ମଃତର୍ ଇସ୍ରାଏଲ୍ ଲକ୍ମଃନାର୍ ସଃବୁ ଜଃଗାୟ୍ ଉଜାଳ୍ ରିଲି।
24 ସେତାକ୍ ପାର ମସାକେ କୁଦାୟ୍ କଃରି କୟ୍ଲା, "ତୁମିମଃନ୍ ମାପୁର୍କେ ସେବା କଃରୁକେ ଜଃହା; ମଃତର୍ ତୁମାର୍ ଗାୟ୍ଗରୁ ଚେଳିମେଣ୍ତା ରେଅତ୍; ତୁମାର୍ ହିଲାମଃନ୍ ହେଁ ତୁମାର୍ ସଃଙ୍ଗ୍ ଜଃଉଅତ୍।"
25 ତଃବେ ମସା କୟ୍ଲା, "ଅଃମିମଃନ୍ ଅଃମାର୍ ମାପୁର୍କେ ଜୟେହଡାୟ୍ ହମ୍ହୁଜା ଦେଉଁକେ ଅୟ୍ଦ୍ ସେରି ହେଁ ତୁୟ୍ ଅଃମାର୍ ଆତେ ଦେଉଁକେ ଅୟ୍ଦ୍। 26 ଅଃମାର୍ ହସୁମଃନ୍ ହେଁ ଅଃମାର୍ ସଃଙ୍ଗ୍ ଜାତି ଗଟେକ୍ କୁରା ହେଁ ବାକି ନଃରେତି; ବଃଲେକ୍ ଅଃମାର୍ ମାପୁରାର୍ ସେବା ହାୟ୍ଁ ସେମଃନାର୍ ବିତ୍ରେ ଦେଉଁକେ ଅୟିଦ୍; ଆରେକ୍ କାୟିରି ଦଃୟି ମାପୁର୍କେ ହୁଜା କଃରୁକେ ଅୟ୍ଦ୍ ସେରି ସେତି ନଃହଚ୍ଲେକ୍ ଅଃମି ଜାଣି ନାହାରୁ।"
27 ମଃତର୍ ମାପୁର୍ ପାରର୍ ମଃନ୍କେ ଅଃଟୁଆ କଃଲା, ଆରେକ୍ ସେ ସେମଃନ୍କେ ଜଃଉଁକେ ଚାଡି ନଃଦିଲା।
28 ତଃବେ ପାର୍ ମସାକେ କୟ୍ଲା, "ମର୍ ଚଃମେହୁଣି ଦୁର୍ ଅଃଉ, ନିଜାର୍ ବିସୟେ ଜଃଗ୍ରାତ୍ ଅଃଉ ମର୍ ମୁଁ ଆର୍ କଃବେ ଦଃକ୍ ନାୟ୍ ଜୁୟି ଦିନ୍ ମର୍ ମୁଁ ଦଃକ୍ସି ସେଦିନ୍ ତୁୟ୍ ମଃର୍ସି।"
29 ତଃବେ ମସା କୟ୍ଲା, "ତୁୟ୍ ବଃଲ୍ କୟ୍ଲିସ୍ ଆଜିହୁଣି ମୁୟ୍ ଆର୍ କଃବେ ତର୍ ମୁୟେଁ ଦଃକୁକ୍ ନଃଚି।"