1 ଇତାର୍ ହଃଚେ ଇସ୍ରାଏଲ୍ ଲକ୍ମଃନାର୍ ସଃବୁ ମଃଣ୍ଡଳି ସିନ୍ ମରୁବଃଟାୟ୍ ହୁଣି ବାଟ୍ ଦଃର୍ଲାୟ୍। ମାପୁରାର୍ ବଃଲ୍ ହଃର୍କାରେ ସେମଃନ୍ ବିନ୍ ବିନ୍ ଜଃଗାୟ୍ ବୁଲ୍ଲାୟ୍। ସେମଃନ୍ ରପିଦିମ୍ ନାଉଁଆର୍ ମରୁବଃଟାୟ୍ ଚାଉଁଣି କଃଲାୟ୍; ମଃତର୍ ସେଟାଣେ ଲକ୍ମଃନାର୍ ହାଁୟ୍ କାଉଁକେ ହାଣି ନଃରିଲି। 2 ଇତାର୍ଗିନେ ଲଃକ୍ମଃନ୍ ମସାକେ ରିସା ଅୟି କୟ୍ଲାୟ୍, "ଅଃମି କାଉଁକେ ହାଣି ଦେଏ।" ମସା ଲକ୍ମଃନ୍କେ କୟ୍ଲା, "ତୁମିମଃନ୍ କାୟ୍କଃରୁକେ ମର୍ ସଃଙ୍ଗ୍ ଗଣ୍ଡଗଳ୍ କଃରୁଲାସ୍? ତୁମିମଃନ୍ ମାପୁର୍କେ କାୟ୍କଃରୁକ୍ ପରିକ୍ୟା କଃରୁଲାସ୍?" 3 ସଃଡେବଃଳ୍ ଲକ୍ମଃନ୍ ସେଟାଣେ ହାଣି ନଃହାୟ୍ ସଃସେ ସଃମ୍ୱାଳୁ ନାହାରି ମସାର୍ ବିରୁଦେ ଲିନ୍ଦାକଃରି କୟ୍ଲାୟ୍, "କାୟ୍କଃରୁକେ ତୁୟ୍ ଅଃମିମଃନ୍କେ, ଅଃମିମଃନାର୍ ହିଲାମଃନ୍କେ ଆର୍ ହସୁମଃନ୍କେ ସଃସେ ମାରୁକେ ମିସର୍ ଦେସେ ହୁଣି ଆଣ୍ଲିସ୍?"
4 ସେତାକ୍ ମସା ମାପୁରାର୍ ଟାଣେ ପାର୍ତ୍ନା କଃରି କୟ୍ଲା, "ମୁୟ୍ ଇ ଲକ୍ମଃନାର୍ ଗିନେ କାୟି କଃରିନ୍ଦ୍।" ସେମଃନ୍ ମକ୍ ଟେଳା ଚେଚି ମାରୁକେ ଅଃଟାବିଳା ବାନ୍ଦି ଆଚ୍ତି।
5 ତଃବେ ମାପୁର୍ ମସାକେ କୟ୍ଲା, ତୁୟ୍ ଜୁୟି ଡାଙ୍ଗ୍ ସଃଙ୍ଗ୍ ନିଳ୍ ଗାଡାର୍ ହାଣି ଉହ୍ରେ ମାରି ରିଲିସ୍, ସେ ଡାଙ୍ଗ୍ ନଃୟ୍ ଇସ୍ରାଏଲାର୍ କଃତେକ୍ ପାରାଚିନ୍ ସଃଙ୍ଗ୍ ଇସ୍ରାଏଲ୍ ଲକ୍ମଃନାର୍ ଆଗେ ଆଗେ ଜାଆ। 6 ଦଃକ୍ ମୁୟ୍ ହରେବ୍ ହଃର୍ବାତେ ସେ ଟେଳା ଉହ୍ରେ ତର୍ ଆଗ୍ବାଟ୍ୟା ଟିଆ ଅୟ୍ନ୍ଦ୍; ତୁୟ୍ ସେ ଟେଳାକେ ଡାଙ୍ଗ୍ ସଃଙ୍ଗ୍ ମାର୍ଲେକ୍, ସେତିହୁଣି ହାଣି ବାରାୟ୍ଦ୍, ଆର୍ ଲଃକ୍ମଃନ୍ ହାଣି କାଉଁ ହାର୍ତି; ତଃବେ ମସା ଇସ୍ରାଏଲାର୍ ପାରାଚିନ୍ମଃନାର୍ ମୁୟେଁ ସେରଃକମ୍ କଃଲା। 7 ଆରେକ୍ ମସା ସେ ଜଃଗାର୍ ନାଉ ମସା ଆର୍ ମିରିବା ସଃଙ୍ଗାୟ୍ଲା, ବଃଲେକ୍ ସେ ଜଃଗାୟ୍ ଇସ୍ରାଏଲ୍ ଲଃକ୍ମଃନ୍ ମାପୁରାର୍ ପରିକ୍ୟା କଃରି ରିଲାୟ୍ ଆର୍ ବିରଦ୍ କଃରି ରିଲାୟ୍, ମାପୁର୍ ଅଃମାର୍ ସଃଙ୍ଗ୍ ଆଚେ କି ନାୟ୍ ବଃଲି ହଃଚାର୍ଲାୟ୍।
8 ସଃଡେବଃଳ୍ ଅମାଲେକ୍ ଲଃକ୍ମଃନ୍ ଆସି ରପିଦିମେ ଇସ୍ରାଏଲ୍ ଲକ୍ ସଃଙ୍ଗ୍ ଜୁଜ୍ କଃଲାୟି। 9 ତଃବେ ମସା ଜିହସୁଆକେ କୟ୍ଲା, "ତୁୟ୍ ଅଃମାର୍ ଗିନେ ଲକ୍ ବାଚିକଃରି ଅମାଲେକ୍ ସଃଙ୍ଗ୍ ଜୁଜ୍ କଃରୁକେ ଜାଆ; ଆସ୍ତାକାଲି ମୁୟ୍ ନିଜ୍ ଆତେ ମାପୁର୍ ଦିଲା ଡାଙ୍ଗ୍ ନଃୟ୍ ହର୍ବାତ୍ ଉହ୍ରେ ଟିଆ ଅୟ୍ନ୍ଦ୍।" 10 ତଃବେ ମସାର୍ କଃତା ମାନି ଜିହସୁଆ ଅମାଲେକ୍ ସଃଙ୍ଗ୍ ଜୁଜ୍ କଃଲା, ଆରେକ୍, ମସା, ହାରଣ ଆର୍ ହୁର୍ ହର୍ବାତ୍ ଉହ୍ରେ ଚଃଗି ଗଃଲାୟି। 11 ଆରେକ୍ ମସା ତାର୍ ଆତ୍ ଉହ୍ରେ ଟେକିରିଲା ବଃଳ୍ ଇସ୍ରାଏଲ୍ ଜିତ୍ଲାୟ୍ ଆର୍ ସେ ତାର୍ ଆତ୍ ତଃଳେକଃଲା ବଃଳ୍ ଅମାଲେକ୍ମଃନ୍ ଜିତ୍ଲାୟ୍। 12 ମଃତର୍ ମସାର୍ ଆତ୍ ତାକ୍ଲି; ଇତାର୍ଗିନେ ସେମଃନ୍ ଗଟେକ୍ ଟେଳା ଆଣି ତାର୍ ଚଃମେ ସଃଙ୍ଗାୟ୍ଲାକେ, ମସା ତାର୍ ଉହ୍ରେ ବଃସ୍ଲା, ଆରେକ୍, ହାରଣ ଆର୍ ହୁର୍ ଏକ୍ଲା ଇବାଟ୍ ଆର୍ ଏକ୍ଲା ସେବାଟ୍ ତାର୍ ଆତ୍କେ ଟେକି ରିଲାୟ୍; ତଃବେ ସେମଃନ୍ ବେଳ୍ବୁଡ୍ତା ହଃତେକ୍ ତାର୍ ଆତ୍କେ ଇରଃକମ୍ ଉହ୍ରେ ଟେକି ରିଲାୟ୍। 13 ସେତାକ୍ ଜିହସୁଆ ଆର୍ ତାକାର୍ ଲଃକ୍ମଃନ୍ ଅମାଲେକ୍ ଲକ୍ମଃନ୍କେ ସେ ଜୁଜେ ଆରାୟ୍ଲାୟ୍।
14 ଇତାର୍ ହଃଚେ ମାପୁର୍ ମସାକେ କୟ୍ଲା, "ଇ ଜୁଜାର୍ କଃତା ଗଟେକ୍ ପୁସ୍ତକେ ଲେକି ରଃକ୍, ଜଃନ୍କଃରି ଲଃକ୍ମଃନ୍ ମଃନେ ରଃକୁ ହାର୍ତି ଇତି ଜାୟ୍ରି ସଃବୁ ଗଃଟିରିଲି, ଆର୍ ଜିହସୁଆର୍ ଚଃମେ ସେ ପୁସ୍ତକ୍ ହଳା; ମୁୟ୍ ହୁରାହୁରି ବାବେ ଅମାଲେକିୟ ଲକ୍ମଃନ୍କେ ଇ ହୁର୍ତିବିଏ ହୁଣି ନାସ୍ କଃରିନ୍ଦ୍।"
15 ତାର୍ହଃଚେ ମସା ଗଟେକ୍ ବେଦି ତିଆର୍ କଃରି ତାର୍ ନାଉ ଜିଅବା ନିସି ବଃଲେକ୍ ଇସ୍ୱର୍ ମଃର୍ ଜେଣ୍ଡା ରଃକ୍ଲା।
16 ଆରେକ୍ ସେ ମାପୁରାର୍ ଜେଣ୍ତାୟ୍ ଆତ୍ ରଃକି କୟ୍ଲା, "ସଃବୁବଃଳ୍ ଅମାଲେକ୍ ସଃଙ୍ଗ୍ ମାପୁରାର୍ ଜୁଜ୍ ଅୟ୍ଦ୍।"