1 ଇତାର୍ହଃଚ ମାପୁର୍ ମସାକେ କୟ୍ଲା, 2 "ତୁୟ୍ ଇସ୍ରାଏଲ୍-ଲକ୍ମଃନ୍କେ ମର୍ ଗିନେ ମଃନ୍ହାଚି ଦାନ୍ ଦେଉଁକେ କଃଉ; ଜାର୍ ମଃନ୍ ଜାୟ୍ରି ଦେଉଁକେ ମଃନ୍ କଃରେଦ୍ ତାର୍ ତଃୟ୍ହୁଣି ତୁମିମଃନ୍ ମର୍ ସେ ଦାନ୍ ମାଗା।" 3 ବଃଲେକ୍ ଇ ଜିନିସ୍ ସନା, ରୁହା ଆର୍ ହିତୁଳ୍; 4 ଆରେକ୍ ନିଳିବଃର୍ନ୍, କଃଳ୍ୟାଜାମ୍ ରଃଙ୍ଗାର୍, ରଃତାବଃର୍ନ୍ ଦବ୍ଳା ମଃସ୍ଣି ଚେଳିର୍ ବାଳେ ବୁଣ୍ଲା କଃଦି, 5 ରଃତା ରଃଙ୍ଗାର୍ ମେଣ୍ଡା ଚାଲ୍ ଆର୍, ହାଣିସୁଣା ଚାମ୍, ସିଟିମ୍ କାଟ୍; 6 କୁପି ଉଜାଳ୍ ହାଁୟ୍ ଚିକଣ୍ ଆର୍ ଅବିସେକ୍ ହାଁୟ୍ ଜିତ୍ ଚିକଣ୍ ଆର୍ ବାସ୍ନା ହାଁୟ୍ ଦୁହ୍ଣି ଜିନିସ୍, 7 ଆରେକ୍ ଏପଦ୍ ଆର୍ ବୁକ୍ ହାଟ୍ ହାଁୟ୍ ମଣି ଆର୍ ବେସି ମଲାର୍; ଇ ସଃବୁ ଦାନ୍ ସେମଃନାର୍ ତଃୟ୍ହୁଣି ନେସି। 8 ସେମଃନ୍ ମର୍ ଗିନେ ଗଟେକ୍ ପବିତ୍ର ଟାଣ୍ ତିଆର୍ କଃରତ୍; ମୁଁୟ୍ ସେମଃନାର୍ ବିତ୍ରେ ବାସା କଃରିନ୍ଦ୍। 9 ପବିତ୍ର ତୁମ୍ ତଃୟ୍ ଆର୍ ସେତିର୍ ସଃବୁ ସଃମାନ୍ ଆସ୍ତି ଜୁୟି ଚଃଚ୍ ମୁଁୟ୍ ତକ୍ ଦଃକାୟ୍ନ୍ଦ୍ ସେ ହଃର୍କାରେ ତୁମିମଃନ୍ ସଃବୁ କଃରାସ୍।
10 ଆର୍ ସେମଃନ୍ ଦୁଇଆତ୍ ଆଦା ଲଃମା, ଆର୍ ଡେଡ୍ ଆତ୍ ଅଃସାର୍ ଆର୍ ଆତେକ୍ ଉଚ୍ ସିଟିମ୍ କାଟେ ଗଟେକ୍ ହେଳି ତିଆର୍ କଃରତ୍। 11 ତଃବେ ତୁମି ନିର୍ମୁଳ୍ ସନାୟ୍ ସେରି ଡାଳାଉଆସ୍; ତାର୍ ବିତୁର୍ ଆର୍ ହଃଦା ବାଟ୍ ହେଁ ଡାଳାଉଆସ୍ ଆରେକ୍ ତାର୍ ଉହ୍ରେ ଚାରିବେଳ୍ତ୍ ସନାର୍ କଃତି କଃରାସ୍। 12 ଆରେକ୍ ତାର୍ ହାଁୟ୍ ସନାର୍ ଚାରିଗଟ୍ ବଃଳା ହାଜି ତାର୍ ଚାରି କନେ ଲାଗାଉଆସ୍; ଜୁଳେକେ ଗଟ୍ବାଟ୍ ଆରେକ୍ ଜୁଳେକେ ଆର୍ ଗଟ୍ବାଟ୍ ଲାଗାଉଆସ୍। 13 ଆର୍ ତୁମି ସିଟିମ୍ କାଟେ ଜୁଳେକ୍ ଟେଙ୍ଗା ହାଜି ସନା ସଃଙ୍ଗ୍ ଡାଳାଉଆସ୍। 14 ଆରେକ୍ ନିୟମ୍ ହେଳି ବଃଉଁକେ ହେଳିର୍ ଦୁୟ୍ ବାଟାର୍ ମଃଣ୍ଡଳାୟ୍ ସେ ଟେଙ୍ଗା ହୁରାଉଆସ୍। 15 ସେ ଟେଙ୍ଗା ହେଳିର୍ ମଃଣ୍ଡଳାୟ୍ ରଃୟ୍ଦ୍, ସେ ସେତିହୁଣି କଃବେ ହେଁ ବାର୍ କଃରାୟ୍ ଅୟି ନଃକେରେ। 16 ଆରେକ୍ ମୁଁୟ୍ ତକ୍ ଜୁୟି ବିଦି ଲେକା ରିଲା ଜଃଳେକ୍ ଟେଲା ହାଟା ଦଃୟ୍ନ୍ଦ୍, ସେରି ସେ ହେଳି ବିତ୍ରେ ସଃଙ୍ଗାଉସି। 17 ତାର୍ ହଃଚେ ତୁମି ସୁଦ୍ ସନାୟ୍ ଡାଳାୟ୍ କଃରି ଦୁୟ୍ ଆତ୍ ଆଦାର୍ ଲଃମ୍ ଆର୍ ଡେଡ୍ ଆତ୍ ଅଃସାର୍ ଗଟେକ୍ ହାହ୍କେ ଡାହ୍ତାର୍ ଡାହ୍ଣା ତିଆର୍ କଃରାସ୍। 18 ତୁୟ୍ ସନାର୍ ଜୁଳେକ୍ କିରୁବ୍ ଦୁତ୍ ତିଆର୍ କଃର୍ସି; ସନାକେ ହିଟି କଃରି ଡେଣା ରିଲା ଜଃଳେକ୍ କିରୁବ୍ ଦୁତ୍ ତିଆର୍ କଃରି ସେରିକେ ହାହ୍ ଡାହ୍ତା ଡାହ୍ଣାର୍ ଦୁୟ୍ ମୁଣ୍ଡେ ଲାଗାଉଆସ୍। 19 ଗଟେକ୍ କିରୁବ୍କେ ଗଟେକ୍ ମୁଣ୍ଡେ ଆର୍ ବିନ୍ କିରୁବ୍ ବିନ୍ ମୁଣ୍ଡେ ବଃସାଉସି ଜୁଳେକ୍ କିରୁବ୍କେ ହାହ୍ ଡାହ୍ତା ଡାହ୍ଣା ସଃଙ୍ଗ୍ ମିସାୟ୍ ଟିଆ କଃରାଉସି। 20 ଆରେକ୍ କିରୁବ୍ମଃନ୍ ଜୁଳେକ୍ ମୁକାମୁକି ଅୟି ଡେଣା ଉହ୍ରେ ଲାମାୟ୍ ହାହ୍ ଡାହ୍ତାର୍ ଡାହ୍ଣା ଉହ୍ରେ ଡାହି ରେତି; ହାହ୍ ଡାହ୍ତା ଡେଣା ହାକ୍ କିରୁବ୍ମଃନାର୍ ମୁଉଁ ରଃୟ୍ଦ୍। 21 ତୁୟ୍ ସେ ହାହ୍ ଡାହ୍ଣା ସେ ହେଳି ଉହ୍ରେ ସଃଙ୍ଗାଉସି, ଆରେକ୍ ମୁଁୟ୍ ତକ୍ ଜୁୟି ବିଦି ହାଟା ଦଃୟ୍ନ୍ଦ୍ ସେରି ସେ ହେଳି ବିତ୍ରେ ସଃଙ୍ଗାଉସି। 22 ଆର୍ ମୁଁୟ୍ ସେଟାଣେ ତର୍ ସଃଙ୍ଗ୍ ମିସିନ୍ଦ୍ ଆର୍ ହାହ୍ ଡାହ୍ତା ଡାହ୍ଣା ଉହ୍ରେ ହୁଣି ବଃଲେକ୍ ନିୟମ୍ ହେଳିର୍ ଉହ୍ରାର୍ ଜୁଳେକ୍ କିରୁବ୍ ବିତ୍ରେ ହୁଣି ତର୍ ସଃଙ୍ଗ୍ କଃତାବାର୍ତା କଃରି ଇସ୍ରାଏଲ୍-ଲକ୍ମଃନାର୍ ବିସୟାର୍ ମର୍ ସଃବୁ ଆଦେସ୍ ତକ୍ ଜାଣାୟ୍ନ୍ଦ୍।
23 ଆର୍ ତୁୟ୍ ସିଟିମ୍ କାଟାର୍ ଦୁଇ ଆତ୍ ଲଃମ୍ ଆର୍ ଗଟେ ଆତ୍ ଅଃସାର୍ ଆର୍ ଡେଳ୍ ଆତ୍ ଉଚାର୍ ଗଟେକ୍ ଟେବୁଲ୍ ତିଆର୍ କଃର୍ସି 24 ସୁଦ୍ ସନାୟ୍ ସେରି ଡାଳାଉସି ଆରେକ୍ ତାର୍ ଚାରିବେଳ୍ତ୍ ସନାର୍ କଃତି କଃର୍ସି। 25 ଆରେକ୍ ଟେବୁଲାର୍ ଚାରିବେଳ୍ତ୍ ଚାରି ଆଙ୍ଗୁଲ୍ ଅସାରାର୍ ଗଟେକ୍ ବାନା ତିଆର୍ କଃର୍ସି ଆର୍ ସେତାର୍ ଚାରିଦିଗେ ସନାର୍ କଃତି କଃର୍ସି। 26 ଆର୍ ସନାର୍ ଚାରିଗଟ୍ ମଃଣ୍ଡଳା ତିଆର୍ କଃରି ଟେବୁଲାର୍ ଚାରିଗଟ୍ ମଃଣ୍ଡଳା ଚାରି କନେ ଲାଗାଉଆସ୍। 27 ଇ ମଣ୍ଡଳାମଃନାର୍ ବିତ୍ରେ ଟେଙ୍ଗା ହୁରାୟ୍ ଟେବୁଲ୍କେ ବଃଉଆସ୍। 28 ଆରେକ୍ ସେ ଟେବୁଲ୍ ବଃଉଁକେ ସିଟିମ୍ କାଟାର୍ ଟେଙ୍ଗା ତିଆର୍ କଃରି ସନା ଡାଳାଉଆସ୍। 29 ଆରେକ୍ ତାଳି ଆର୍ ଚଃଟୁ ମତା ଆର୍ ମଃଦ୍ ବଗ୍ ଦେଉଁକେ ଡକା ତିଆର୍ କଃରାସ୍, ମଃତର୍ ଇରିମଃନ୍ ସଃବୁ ସୁଦ୍ ସନାୟ୍ ତିଆର୍ କଃରାସ୍। 30 ତୁମି ସେ ଟେବୁଲ୍ ଉହ୍ରେ ମର୍ ମୁୟେଁ ସଃବୁବଃଳ୍ ପବିତ୍ର ରୁଟି ସଃଙ୍ଗାଉଆସ୍।
31 ଆରେକ୍ ତୁମି ନିର୍ମୁଳ୍ ସନାୟ୍ ଗଟେକ୍ କୁପି ରୁକା ତିଆର୍ କଃରାସ୍; ଆତେ ହିଟିକଃରି ତାର୍ ଗଃଣ୍ଡି ଆର୍ ଜେକ୍ନା ତିଆର୍ କଃରାସ୍; ଆର୍ ତାର୍ ବଃତି ଟାଙ୍ଗା, କିଳ୍କା, ହଃତାର୍ ଆର୍ ହୁଲ୍ ସଃବୁ ଗଟେ ଟାଣେ ମିସି କଃରି ରଃୟ୍ଦ୍। 32 ବଲେକ୍ "ଇ ଦିହ୍ ଗଃଚାର୍ ଚଅ ଗଟ୍ କଃନା ଅୟ୍ଦ୍ ତାର୍ ଗଟେ କୁଚିକେ ତିନିଗଟ୍ ଦିହ୍ କଃନ୍ଦା ଆର୍ ବିନ୍ କୁଚିବାଟ୍ ତିନିଗଟ୍ ଦିହ୍ କଃନ୍ଦା ବାରୟ୍ଦ୍।" 33 ହଃତି କଃନାୟ୍ ବାଦାମ୍ ହୁଲ୍ ହର୍ ତିନିଗଟ୍ କେଳାହୁଲ୍, ଆର୍ ହୁଲ୍ ହଃତାର୍ ରଃୟ୍ଦ୍, ଆର୍ ବିନ୍ କଃନାୟ୍ ବାଦାମ୍ ହୁଲ୍ ହର୍ ସଃମାନ୍ ତିନିଗଟ୍ କେଳାହୁଲ୍ ଆର୍ ହୁଲାହଃତାର୍ ରଃୟିଦ୍; ସେ ଦିହ୍ ଗଃଚେ ହୁଣି ବାର୍ଲା ଚଅ ଗଟ୍ କଃନାୟ୍ ଇ ରଃକମ୍ ରଃୟି। 34 ମଃତର୍ ଦିହ୍ ଗଃଚେ ବାଦାମ୍ ହୁଲ୍ ହର୍ ଚାରିଗଟ୍ ସଜାୟିଲା କେଳାହୁଲ୍, ହୁଲ୍, ଆର୍ ହଃତାର୍ ରଃୟ୍ଦ୍। 35 ଆରେକ୍ ସେ ଦିହ୍ ଗଃଚେ ହୁଣି ଜୁୟି ଚଅଗଟ୍ କଃନା ବାରାୟ୍ରଃୟିଦ୍ ସେ ସଃବୁ ତଃୟି ଗଟେକ୍ ଗଟେକ୍ କେଳାହୁଲ୍, ରଃୟ୍ଦ୍।
36 ଆରେକ୍ କେଳାହୁଲ୍ ହଃତାର୍, କଃନା ଦିପ୍ରୁକା ସଃବୁ ନିର୍ମୁଳ୍ ସନାୟ୍ ଆର୍, ଇରି ସଃବୁ ହିଟ୍ଲା ସନାୟ୍ ତିଆର୍ ଅୟ୍ଦ୍।
37 ଆର୍ ତୁମି ତାର୍ ଗିନେ ସାତ୍ ଗଟ୍ ଦିପ୍ ତିଆର୍ କଃରାସ୍; ତଃବେ ଲଃକ୍ମଃନ୍ ସେ ଦିପ୍ ଲାଗାୟ୍ଲେକ୍ ତାର୍ ସାମ୍ନାୟ୍ ଉଜାଳ୍ ଅୟିଦ୍।
38 ଆର୍ ସୁଦ୍ ସନାୟ୍ ତାର୍ ଚିମ୍ଟା ଆର୍ ଜୟ୍ କାଡ୍ତା ଚଃଟୁ ତିଆର୍ କଃରାସ୍।
39 ଇ ଦିହ୍ ଗଃଚ୍ ଆର୍ ତାର୍ ସଃବୁ ଆସ୍ତି ଗଟେ ତାଳନ୍ତ ସୁଦ୍ ସନାୟ୍ ତିଆର୍ କଃରାସ୍।
40 ଜାଗ୍ରତ୍, ହର୍ବାତ୍ ଉହ୍ରେ ତକ୍ ତାର୍ ଜୁୟ୍ଜୁୟ୍ ଇସାବ୍ ଦଃକାୟ୍ଲେ, ସେହର୍ ସଃବୁ କାମ୍ କଃର୍।