1 ଇତାର୍ହଃଚ ମାପୁର୍ ମସାକେ ଇ କଃତା କୟ୍ଲା 2 "ଦଃକ୍ ମୁୟ୍ ଜିଉଦା ବଃଉଁସାର୍ ହୁରାର୍ ନାତି ଉରିର୍ ହୟିସି ବତ୍ସଲେଲ୍କେ ନାଉ ଦଃରି କୁଦି ଆଚି। 3 ମୁଁୟ୍ ମର୍ ଜିବନେ ବତ୍ସଲେଲ୍କେ ହୁର୍ନ୍କଃରି ଆଚି, ସଃବୁ ହଃର୍କାର୍ କାମ୍ କଃରୁକେ ମୁୟ୍ ତାକ୍ ସଃବୁ ବୁଜ୍ତାର୍ ଆର୍ ଗିଆନ୍ ଦଃୟ୍ଆଚି ବଃଲେକ୍ ସନା, ରୁହା, ଆର୍ ହିତୁଳେ କଦି କାଚ୍ତାର୍ ଆର୍ ହିରା ଟେଳାୟ୍ କଦି କାଚ୍ତାର୍ ଆର୍ କାଟ୍ ଲଃଗେ କଦି କାଚ୍ତାର୍ ଇହର୍ ବିନ୍ ବିନ୍ କାମ୍ କଃର୍ତାର୍ ଗିଆନ୍। 4 ସଃବୁ ରଃକମାର୍ ଜିନିସ୍ ବଃନାଉତା କାମ୍ କଃରୁକ୍ 5 ତାକ୍ ଗ୍ୟାନ୍, ବୁଦି, ବିଦ୍ୟା ଆର୍ କାମାର୍ ଉପାୟ୍କାରି ମାପୁରାର୍ ଆତ୍ମାୟ୍ ହୁର୍ନ୍ କଃରି ଆଚି। 6 ଆର୍ ଦଃକ୍, ମୁଁୟ୍ ଦାନ୍ ବଃଉଁସାର୍ ଅହିସାମକାର୍ ହୟିସି ଅହଲିୟାବ୍କେ ତାର୍ ସଃଙ୍ଗୁଆଳି ଅଃଉତା ହାଁୟ୍ ବାଚି ଆଚି ଇତାକ୍ ମୁଁୟ୍ ଜୁୟି ସଃବୁ ଗିଆନ୍ ଦଃୟ୍ଆଚି ସେରି ସଃବୁ ସେମଃନ୍ ତିଆର୍ କଃରୁ ହାର୍ତି। 7 ବଃଲେକ୍ ପବିତ୍ର ତୁମ୍ ଆର୍ ନିୟମ୍ ହେଳି ଆର୍ ତାର୍ ଉହ୍ରାର୍ ହାହ୍ ଡାହ୍ତାର୍ ଡାହ୍ଣା ଆର୍ ତୁମ୍ ବିତ୍ରାର୍ ସଃବୁ ରଃକମାର୍ ଆସ୍ତି। 8 ଆର୍ ଟେବୁଲ୍ ତାର୍ ଆସ୍ତିସଃବୁ, ନିର୍ମୁଳ୍ ସନାୟ୍ ଦିହ୍ ରୁକା ସେତିର୍ ସଃବୁ ଆସ୍ତି, ଦୁହ୍ଣି ବେଦି, 9 ହଡାୟ୍ ଦେତାର୍ ହମ୍ହୁଜା ବେଦିର୍ ସେତିର୍ ସଃବୁ ଆସ୍ତି ଦଃଉତା ହାଁୟ୍ କୁଣ୍ଡ୍ ଆର୍ ତାର୍ ବାଣିହିଣ୍ଡା। 10 ଆରେକ୍ ସୁନ୍ଦୁର୍ ବାବେ ସଃଜାୟ୍ ବଃନାୟ୍ଲା ବଃସ୍ତର୍ ଜାଜକ୍ କାମ୍ କଃର୍ତା ଗିନେ ହାରଣ ଜାଜକାର୍ ପବିତ୍ର ବଃସ୍ତର୍ ଆର୍ ତାର୍ ହୟ୍ସିମଃନାର୍ ବଃସ୍ତର୍, 11 ଆରେକ୍, ଅବିସେକ୍ ହାଁୟ୍ ଚିକଣ୍ ଆର୍ ପବିତ୍ର ଟାଣ ହାଁୟ୍ ବାସ୍ନା ଦୁହ୍ଣି ଜୁୟ୍ସଃବୁ ଆଦେସ୍ ମୁୟ୍ ତଃକେ ଦଃୟି ଆଚି, ସେହଃର୍କାରେ ସେମଃନ୍ କଃର୍ତି।"
12 ଇତାର୍ହଃଚ ମାପୁର୍ ମସାକେ କୟ୍ଲା, 13 "ତୁୟ୍ ଆରେକ୍ ଇସ୍ରାଏଲ୍-ଲକ୍ମଃନ୍କେ ଇ କଃତା କଃଉ ତୁମିମଃନ୍ ଅଃମାର୍ ବିସାଉଁଣି ଦିନ୍ ହାଳୁନ୍ କଃରାସ୍; ବଃଲେକ୍ ମୁୟ୍ ଜେ ତୁମିମଃନାର୍ ପବିତ୍ର କାରି ମାପୁର୍, ଇରି ଜଃନ୍କଃରି ତୁମିମଃନ୍ ଜାଣାସ୍, ଇତାର୍ଗିନେ ତୁମିମଃନାର୍ ବଃଉଁସ୍ ବଃଉଁସ୍ ମର୍ ଆର୍ ତୁମାର୍ ବିତ୍ରେ ସେରି ଗଃଟେକ୍ ଚିନା ଅୟ୍ଦ୍।" 14 ଇତାକ୍ ତୁମିମଃନ୍ ବିସାଉଁଣି ଦିନ୍ ହାଳୁନ୍ କଃରାସ୍; କାୟିତାକ୍ବଃଲେକ୍ ସେରି ତୁମିମଃନାର୍ ହାଁୟ୍ ପବିତ୍ର; ଜେ ହେଁ ସେ ଦିନ୍କେ ଅଃମାନ୍ୟା ଅୟିଲେକ୍ ବାୟ୍ଦ୍ରେ ତାର୍ ମଃର୍ନ୍ ଦଃଣ୍ଡ୍ ଅୟିଦ୍; ଆରେକ୍ ଜୁୟ୍ଲକ୍ ସେଦିନ୍ ବିଟାଳ୍ କଃରେଦ୍ ସେ ଲକ୍ ନିଜାର୍ ଲକ୍ମଃନାର୍ ତଃୟ୍ହୁଣି ନାସ୍ ଅୟ୍ଦ୍।
15 ଚଅ ଦିନ୍ ହଃତେକ୍ କାମ୍ କଃରାସ୍ ଆର୍ ମଃତର୍ ସାତ୍ ଦିନେ ମାପୁରାର୍ ହାଁୟ୍ ପବିତ୍ର ବଃଡ୍ ବିସାଉଁଣି ଦିନ୍ ଅୟ୍ଦ୍; ସେ ଦିନ୍ କେଏ ଜଦି କାମ୍ କଃରେଦ୍ ତାକ୍ ମଃର୍ନ୍ ଦଃଣ୍ଡ୍ ଦିଆ ଅୟ୍ଦ୍।
16 ଇତାର୍ଗିନେ ଇସ୍ରାଏଲ୍-ଲକ୍ମଃନ୍ ସଃବୁଦିନାର୍ ନିୟମ୍ ହର୍ ବଃଉଁସ୍ ବଃଉଁସ୍ ହଃତେକ୍ ମାନ୍ତି ହାୟ୍ଁ ହାଁୟ୍ ବିସାଉଁଣି ଦିନ୍ ହାଳୁନ୍ କଃର୍ତି।
17 ସେରି ମର୍ ଆର୍ ଇସ୍ରାଏଲ୍-ଲକ୍ମଃନାର୍ ବିତ୍ରେ ଗଟେକ୍ ସଃବୁଦିନାର୍ ଚିନା ଅୟ୍ଦ୍, କାୟିତାକ୍ ବଃଲେକ୍ ମାପୁର୍ ଚଅ ଦିନ୍ ବିତ୍ରେ ସଃର୍ଗ୍ ଆର୍ ହୁର୍ତିବି ତିଆର୍କଃରି ସାତ୍ ଦିନେ ବିସାୟ୍ କଃରି ସୁସ୍ତିର୍ ଅୟ୍ଲା।
18 ତଃବେ ସେ ସିୟନ୍ ହଃର୍ବାତେ ମସାର୍ ସଃଙ୍ଗ୍ କଃତାବାର୍ତା ସଃରାୟ୍ କଃରି ସାକି ହର୍ ଜୁଳେକ୍ ହାଟା ବଃଲେକ୍ ମାପୁରାର୍ ଆତ୍ ଲେକ୍ଲା ଜୁଳେକ୍ ଟେଳାର୍ ହାଟାୟ୍ ବଃଚନ୍ ତାକ୍ ଦିଲା।