1 ଆର୍ ମାପୁର୍ ମସାକେ କୟ୍ଲା, "ତର୍ ବାୟ୍ ହାରଣ ଆର୍ ତାର୍ ହୟିସି ନାଦବ, ଅବିହୁ, ଇଲିୟାଜର୍ ଆର୍ ଇତାମର୍କେ ଇସ୍ରାଏଲ୍ ଲକ୍ମଃନାର୍ ବିତ୍ରେହୁଣି ବାର୍କଃରି ଆଣ୍; ସେମଃନ୍ ମର୍ ଜାଜକ୍ କାମ୍ କଃର୍ତି।" 2 ତୁମାର୍ ବାୟ୍ ହାରଣ ସୁନ୍ଦୁର୍ ଆର୍ ଜଃଜ୍ମାନ୍ ହାଁୟ୍ ଆର୍ ପବିତ୍ର ବଃସ୍ତର୍ ତିଆର୍ କଃର୍। 3 ଆର୍ ମୁଁୟ୍ ଜୁୟି ଲକ୍ମଃନ୍କେ ଗିଆନାର୍ ଆତ୍ମା ଦଃୟି ଆଚି, ସେସଃବୁ ଗିଆନି ଲକ୍ମଃନ୍କେ କଃଉ ମର୍ ହାଁୟ୍ ଜାଜକ୍ କାମ୍ କଃରୁକେ ହାରଣକେ ପବିତ୍ର କଃର୍ତା ହାଁୟ୍ ସେମଃନ୍ ତାର୍ ହାଁୟ୍ ବଃସ୍ତର୍ ତିଆର୍ କଃର୍ତି। 4 ବଃଲେକ୍ ବୁକ୍ହାଟା, ଏପଦ୍, ଲାଲ୍ଚି, କଟ୍, ହାଗ୍ବାନ୍ଦା ଆର୍ ଅଃଟା ବାନ୍ଦୁଣ୍ ଇ ସଃବୁ ବଃସ୍ତର୍ ସେମଃନ୍ ତିଆର୍ କଃର୍ତି; ମର୍ ହାଁୟ୍ ଜାଜକ୍ କାମ୍ କଃର୍ତା ହାଁୟ୍ ତର୍ ବାୟ୍ ହାରଣ ଆର୍ ତାର୍ ହୟିସି ମଃନାର୍ ହାଁୟ୍ ସେମଃନ୍ ପବିତ୍ର ବଃସ୍ତର୍ ତିଆର୍ କଃରତ୍। 5 ସେମଃନ୍ ସନା, ନିଳିଆ, ବେଜା ରଃଙ୍ଗ୍, ଦବ୍ଳା ମଃସ୍ଣି ସୁତା ନେଉଅତ୍।
6 ଆରେକ୍ ସେମଃନ୍ ସନା, ନିଳିଆ, ବେଜା ରଃଙ୍ଗ୍, ରଃତା ରଃଙ୍ଗ୍ ଆର୍ ଦବ୍ଳା ମଃସ୍ଣି ସୁତାୟ୍ ନିକ କଃରି ସିକ୍ଲା ଲକ୍ ଏପଦ୍ ବଃସ୍ତର୍ ତିଆର୍ କଃରତ୍। 7 ତାର୍ ଦୁୟ୍ ମୁଣ୍ଡେ ଏକ୍ ଆରେକ୍ ମିସ୍ଲାର୍ ଜୁଳେକ୍ କଃନ୍ଦ୍ପଟି ରଃୟ୍ଦ୍; ଇ ରଃକମ୍ ସେରି ମିସି ରଃୟ୍ଦ୍। 8 ଆରେକ୍ ଏପଦାର୍ ଜୁୟ୍ ବାନାକାଚ୍ଲା ହାଟି କଃରାଅୟ୍ଦ୍ ମଃସ୍ଣି ସୁତା ତାର୍ ଉହ୍ରେ ରଃୟ୍ଦ୍, ତାର୍ ବାନା କଃଲା କାମ୍ ସେ ବଃସ୍ତର୍ ହଃର୍କାରେ ଅୟ୍ଦ୍। 9 ଇତାର୍ ହଃଚେ ତୁମି ଜୁଳେକ୍ ଗମେଦକ୍ ମଣି ନଃୟ୍ ତାର୍ ଉହ୍ରେ ଜାକୁବର୍ ହୟ୍ସିମଃନାର୍ ନାଉ କଦିକଃରି ଲେକ୍ସି 10 ବଃଲେକ୍ ସେମଃନାର୍ ବଃଉଁସ୍ ହଃର୍କାରେ ଲେକାସ୍ ଚଅଗଟ୍ ନାଉ ଗଟେକ୍ ମଣି ଉହ୍ରେ ଆର୍ ବାକି ଚଅଗଟ୍ ନାଉ ବିନ୍ ମଣି ଉହ୍ରେ କଦିକଃରି ଲେକ୍ସି। 11 କାମାର୍ ଆଡ୍ୟାୟ୍ ଇସାବେ ମୁଦ୍ରା ଟାଣେ କଦିକଃରି ସେ ଜୁଳେକ୍ ହିରାଟେଳା ଉହ୍ରେ ଇସ୍ରାଏଲାର୍ ହୟ୍ସିମଃନାର୍ ନାଉ କଦିକଃରି ଲେକ୍ସି, ଆରେକ୍ ସେତି ଜୁଳେକ୍ ସନାର୍ ଦାର୍ ଉହ୍ରେ କଃଣ୍ଡି ବଃସାଉସି। 12 ଆରେକ୍ ଜାକୁବର୍ ହୟ୍ସିମଃନ୍କେ ମଃନେ ଏତୁ କଃରୁକେ ତୁୟ୍ ସେ ଜୁଳେକ୍ ମଣି ଏପଦାର୍ ଜୁଳେକ୍ କଃନ୍ଦ୍ ଉହ୍ରେ ଲାଗାଉ। ତଃବେ ହାରଣ ସେମଃନାର୍ ନାଉ ମାପୁରାର୍ ମୁୟେଁ ନିଜାର୍ କଃନ୍ଦ୍ ଉହ୍ରେ ଏତୁ ହାଁୟ୍ ବୟ୍ ରଃୟ୍ଦ୍। 13 ଆର୍ ତୁୟ୍ ଜୁଳେକ୍ ସନାର୍ ଦାର୍ ତିଆର୍ କଃର୍ସି। 14 ଜୁଳେକ୍ ସୁଦ୍ ସନାର୍ ସିକ୍ଳି ତିଆର୍ କଃରି ସେ ଏପଦ୍ ଲଃଗେ ଲାଗାଉସି।
15 ଆରେକ୍ ବଃଡ୍ଜାଜକ୍ ଗିନେ ବାନାକାଚିକଃରି ବୁଣା କାମେ ଇସ୍ୱରାର୍ ଇଚା ହଃର୍କାରେ ବୁକ୍ହାଟା ତିଆର୍ କଃରାସ୍, ବଃଲେକ୍ ଏପଦ୍ କାମ୍ ହଃର୍କାରେ ସନାୟ୍ ନିଳିଆ, ରଃତା ରଃଙ୍ଗାର୍ ଆର୍ ଦବ୍ଳା ମଃସ୍ଣି ସୁତାୟ୍ ସେରି ତିଆର୍ କଃରାସ୍। 16 ସେରି ଚାରିକନିଆ ଆର୍ ଦୁଇ ଦୁଣାଅୟ୍ଦ୍; ତାର୍ ଲଃମା ନଅ ଆଙ୍ଗୁଲ୍ ଆର୍ ଅଃସାର୍ ହେଁ ନଅ ଆଙ୍ଗୁଲ୍ ଅୟିଦ୍। 17 ଆରେକ୍ ତାକ୍ ଚାରି ଦାଳି ମଣି ଲାଗାଉଆସ୍, ତାର୍ ହଃର୍ତୁ ଦାଳାୟ୍ ତୁଣି, ପିତମଣି ଆର୍ ମରକତ; ବଃସାଉଆସ୍। 18 ଆରେଗଟେକ୍ ଦାଳିୟେ ପଦ୍ମରାଗ୍, ନିଳକାନ୍ତ ଆର୍ ହିରକ୍ 19 ତିନି ଲଃମ୍ବର୍ ଦାଳାୟ୍ କମ୍ଳା ବଃର୍ଣ୍ଣାର୍ ସିଳ୍, ଗୁଳାଦାର୍ ରିଲା ସିଳ୍ ଆର୍ ଇନ୍ଦ୍ରନିଳମଣି 20 ଆରେକ୍ ଚାରି ଲଃମ୍ବର୍ ଦାଳାୟ୍ ବୟ୍ଦୁର୍ଜ୍ୟ, ଗମେଦକ୍ ଆର୍ ସୁର୍ଜ୍ୟକାନ୍ତ; ଇ ସଃବୁ ସନାୟ୍ ନିଜ୍ ନିଜ୍ ଦାଳିୟେ ବଃସା ଅୟ୍ଦ୍। 21 ଇ ମଣି ଇସ୍ରାଏଲାର୍ ହୟ୍ସିମଃନାର୍ ନାଉ ଗିନେ ସେମଃନାର୍ ନାଉ ହଃର୍କାରେ ବାର୍ ଗଟ୍ ଅୟ୍ଦ୍; ମୁଦ୍ରାକ୍ ଇହର୍ କଦି କଃରାଅୟ୍ଦ୍ ସଃବୁ ହିରା ଟେଳା ଲଃଗେ ସେ ବାର ବଃଉଁସ୍ ଗିନେ ସଃବୁ ହୟ୍ସିର୍ ନାଉ ରଃୟ୍ଦ୍। 22 ତୁମି ସୁଦ୍ ସନାୟ୍ ବୁକ୍ହାଟାର୍ ଗିନେ ମାଳ୍ ହର୍ ଗୁତ୍ଲା ଜୁଳେକ୍ ସିକ୍ଳି ତିଆର୍ କଃରାସ୍ 23 ଆରେକ୍ ବୁକ୍ହାଟା ଉହ୍ରେ ସନାର୍ ଜୁଳେକ୍ ମଃଣ୍ଡଳା କଃରାସ୍ ଆର୍ ବୁକ୍ହାଟାର୍ ଦୁୟ୍ ମୁଣ୍ଡେ ସେ ଜୁଳେକ୍ ମଃଣ୍ଡଳା ଲାଗାଉଆସ୍। 24 ଆର୍ ବୁକ୍ହାଟାର୍ ଦୁୟ୍ ମୁଣ୍ଡେ ରିଲା, ସେ ଜୁଳେକ୍ ମଃଣ୍ଡଳା ବିତ୍ରେ ସେ ଜୁଳେକ୍ ଗୁତ୍ଲା ସନାର୍ ସିକ୍ଳି ଲାଗାଉଆସ୍। 25 ଆରେକ୍, ଗୁତ୍ଲା ସିକ୍ଳିର୍ ଦୁୟ୍ ମୁଣ୍ଡ୍ ଜୁଳେକ୍ ସଃଙ୍ଗ୍ ବଃନ୍ଦ୍କଃରି ଏପଦ୍ ବସ୍ତରାର୍ ମୁଆଟିର୍ ଜୁଳେକ୍ କଃନ୍ଦ୍ପଟି ଉହ୍ରେ ରଃକାସ୍। 26 ତୁୟ୍ ସନାର୍ ଜୁଳେକ୍ ମଃଣ୍ଡଳା ତିଆର୍ କଃରି ବୁକ୍ହାଟାର୍ ଦୁୟ୍ ମୁଣ୍ଡେ ଏପଦ୍ ବଃସ୍ତରାର୍ ମୁଆଟିର୍ ବିତୁର୍ ବାଟ୍ୟା ସଃଙ୍ଗାଉଆସ୍। 27 ଆରେକ୍, ଜୁଳେକ୍ ସନାର୍ ମଃଣ୍ଡଳା ତିଆର୍ କଃରି ଏପଦ୍ ବଃସ୍ତରାର୍ ଜୁଳେକ୍ କଃନ୍ଦ୍ପଟି ତଃଳେ ତାର୍ ମୁଆଟିର୍ ସାନ୍ଦ୍ଲା ଜଃଗାର୍ ଏପଦାର୍ ବାନା କଃଲା ଅଃଟାସୁତା ଉହ୍ରେ ସେରି ରଃକାସ୍। 28 ବୁକ୍ହାଟା ଜଃନ୍କଃରି ଏପଦାର୍ ବାନାକାଚ୍ଲା ଅଃଟା ସୁତା ଉହ୍ରେ ରଃୟ୍ ଏପଦେ ହୁଣି ଅଦ୍ରି ନଃଜାୟ୍ ଇତାର୍ଗିନେ ସେମଃନ୍ ବୁକ୍ହାଟାକେ ନିଜାର୍ ମଃଣ୍ଡଳାୟ୍ ନିଳିଆ ସୁତା ସଃଙ୍ଗ୍ ଏପଦାର୍ ମଃଣ୍ଡଳା ସଃଙ୍ଗ୍ ବାନ୍ଦିକଃରି ରଃକାସ୍।
29 ଜଃଡେବଃଳ୍ ହାରଣ ପବିତ୍ର ଟାଣେ ହୁରେଦ୍ ସଃଡେବଃଳ୍ ମାପୁରାର୍ ମୁଁଏ ସଃବୁବଃଳ୍ ଏତୁକଃରୁକେ ସେ ବିଚାର୍ କଃର୍ତା ବୁକ୍ହାଟାୟ୍ ଇସ୍ରାଏଲାର୍ ହୟ୍ସିମଃନାର୍ ନାଉ ସଃବୁ ନିଜାର୍ ହୁର୍ଦ୍ ବିତ୍ରେ ବୟ୍ଦ୍। 30 ସେ ବିଚାର୍ କଃର୍ତା ବୁକ୍ହାଟାୟ୍ ତୁମି ଉରିମ୍ ଆର୍ ତୁମିମ୍ ରଃକାସ୍; ତଃବେ ହାରଣ ଜଃଡେବଃଳ୍ ମାପୁରାର୍ ମୁୟେଁ ଜାୟ୍ଦ୍ ସଃଡେବଃଳ୍ ହାରଣାର୍ ହୁର୍ଦ ବିତ୍ରେ ସେରି ରଃୟ୍ଦ୍, ଆରେକ୍ ହାରଣ ମାପୁରାର୍ ମୁୟେଁ ସଃବୁବଃଳ୍ ଇସ୍ରାଏଲାର୍ ହୟ୍ସିମଃନାର୍ ବିଚାର୍ ନିଜାର୍ ହୁର୍ଦ୍ ବିତ୍ରେ ରଃୟ୍ଦ୍।
31 ତୁମି ଏପଦ ତଃଳେ ରିଲା ବଃସ୍ତର୍ ହୁରାହୁରି ନିଳିଆ ରଃଙ୍ଗାର୍ ରଃୟଦ୍। 32 ତାର୍ ମଃଜାୟ୍ ମୁଣ୍ଡ୍ ହୁରାଉତା ହାଁୟ୍ କାଣା ରଃୟ୍ଦ୍; ଗଃଳାୟ୍ ରେତା ସେ ବାଟ୍କେ ଚାରିବେଳ୍ତ୍ ବୁଣାଅୟ୍ଦ୍, ତଃବେ ସେରି ଚିଡି ନଃଜାୟ୍। 33 ଆରେକ୍ ତୁମି ତାର୍ ତଃଳାର୍ ଚାରିବେଳ୍ତ୍ ନିଳିଆ, ବେଜା ରଃଙ୍ଗାର୍, ଆର୍ ରଃତା ରଃଙ୍ଗାର୍ ଡାଳିମ କଃରାସ୍; ଆର୍ ତାର୍ ଚାରିବେଳ୍ତିର୍ ମଃଜାୟ୍ ମଃଜାୟ୍ ସନାର୍ ଗାଟ୍ ରଃୟ୍ଦ୍। 34 ସେ ଲାଲ୍ଚିର୍ ଅଟିର୍ ଚାରିବେଳ୍ତ୍ ଗଟେକ୍ ସନାର୍ ଗାଟ୍ ଆର୍ ଗଟେକ୍ ଡାଳିମ ଆରେକ୍ ଗଟେକ୍ ସନାର୍ ଗାଟ୍ ଆର୍ ଗଟେକ୍ ଡାଳିମ ରଃୟ୍ଦ୍। 35 ଆର୍ ହାରଣ ସେବା କଃର୍ତା ବଃଳ୍ ହିନ୍ଦେଦ୍ ତଃବେ ସେ ଜଃଡେବଃଳ୍ ମାପୁରାର୍ ମୁୟେଁ ପବିତ୍ର ଟାଣେ ଜାୟ୍ଦ୍ ଆର୍ ଜଃଡେବଃଳ୍ ସେ ସେତିହୁଣି ବାରୟ୍ଦ୍ ସଃଡେବଃଳ୍ ସେ ଗାଟ୍ ବାଜ୍ତାର୍ ସୁଣା ଅୟ୍ଦ୍ ତଃବେ ସେ ନଃମେରେ ଆରେକ୍ ସେ ଗାଟ୍ ନଃବାଜ୍ଲେକ୍ ସେ ମଃରି ଆଚେ ବଃଲି ଜାଣାସ୍। 36 ଆର୍ ତୁୟ୍ ନିର୍ମୁଳ୍ ସନାୟ୍ ଗଟେକ୍ ନାଉ ଲେକ୍ତା ଅଟି ତିଆର୍କଃରି ଟାମ୍ପ୍ ମାର୍ଲା ହର୍ ତାର୍ ଉହ୍ରେ ଇ ଅଃକର୍ କଦିକଃରି ଲେକା ଅୟ୍ଦ୍ ବଃଲେକ୍ "ମାପୁରାର୍ ହାଁୟ୍ ପବିତ୍ର।" 37 ଆରେକ୍ ହାଗ୍ବାନ୍ଦା ଉହ୍ରେ ରେତା ହାଁୟ୍ ସେତାକ୍ ନିଳି ସୁତାୟ୍ ବାନ୍ଦିକଃରି ହାଗ୍ବାନ୍ଦାର୍ ମୁଆଟି ରଃକାସ୍। 38 ଇରି ହାରଣାର୍ କଃହାଳ୍ ଉହ୍ରେ ରଃୟ୍ଦ୍; ଅଃବେ ପବିତ୍ର ଜିନିସ୍ ଦଃୟ୍କଃରି ହେଁ ହାହ୍ କଃଲେକ୍, ବଃଲେକ୍ ଇସ୍ରାଏଲ୍ ଲକାର୍ ସୁଦ୍ କଃଲା ପବିତ୍ର ଦାନ୍ମଃନ୍ ସଃବୁ ଜିନିସ୍ ବିସୟେ ଜୁୟି ହାହ୍ କଃର୍ତି ସେରି ହାରଣ ବୟ୍ଦ୍ ଆର୍ ମାପୁରାର୍ ମୁୟେଁ ସେମଃନ୍ ଜଃନ୍କଃରି କେମା ହାଉତି, ଇତାର୍ଗିନେ ସେରି ସଃବୁବଃଳ୍ ତାର୍ କଃହାଳେ ରଃୟ୍ଦ୍। 39 ତୁମି ଆଙ୍ଗି ଦବ୍ଳା ମଃସ୍ଣି ବଃସ୍ତରେ ଆର୍ ହାଗ୍ବାନ୍ଦା ଦବ୍ଳା ମଃସ୍ଣି ସୁତାୟ୍ ତିଆର୍ କଃରାସ୍; ଆରେକ୍ ଅଃଟାସୁତାକେ ବାନା କାବ୍ରା କଃରାସ୍।
40 ଆର୍ ହାରଣାର୍ ହୟ୍ସିମଃନାର୍ ଗିନେ ଲାଲ୍ଚି ଆର୍ ଅଃଟାସୁତା ତିଆର୍ କଃରାସ୍, ଆର୍ ଇ ବଃସ୍ତର୍ ସଃବୁ ସେମଃନ୍କେ ଜଃଜ୍ମାନ୍ ଆର୍ ସୁନ୍ଦୁର୍ କଃରେଦ୍। 41 ଆରେକ୍, ତର୍ ବାୟ୍ ହାରଣ ଆର୍ ତାର୍ ହୟ୍ସିମଃନ୍କେ ସେରି ସଃବୁ ହିନ୍ଦାଉସି; ଆରେକ୍, ସେମଃନ୍କେ ଅବିସେକ୍ କଃରି ଗାଦାୟ୍ ବଃସାଉସି ଆର୍ ପବିତ୍ର କଃର୍ସି, ତଃବେ ସେମଃନ୍ ମର୍ ଜାଜକ୍ କାମ୍ କଃର୍ତି।
42 ତୁୟ୍ ସେମଃନାର୍ ଗଃଗାଳାର୍ ନଃଙ୍ଗ୍ଳା ଡାହୁକେ ଅଃଟାୟି ହୁଣି ଜଃଙ୍ଗ୍ ହଃତେକ୍ ଦବ୍ଳା ଜଃଙ୍ଗିଆ ହିନ୍ଦାଉସି।
43 ଆରେକ୍ ଜଃଡେବଃଳ୍ ହାରଣ ଆର୍ ତାର୍ ହଃୟ୍ସିମଃନ୍ ପବିତ୍ର ତୁମ୍ ବିତ୍ରେ ଜାତି କି ପବିତ୍ର ଟାଣେ ସେବା କଃରୁକେ ବେଦିର୍ ଚଃମେ ଅଃଉତି, ସଃଡେବଃଳ୍ ସେମଃନ୍ ଜଃନ୍କଃରି ହାହ୍ କଃରି ନଃମେର୍ତି, ଇତାର୍ଗିନେ ସେମଃନ୍ ଇ ବଃସ୍ତର୍ ହିନ୍ଦ୍ତି; ଇରି ହାରଣ ଆର୍ ତାର୍ ଆସ୍ତା ବଃଉଁସାର୍ ହାଳୁନ୍ କଃର୍ତାର୍ ଜୁଗ୍ ଜୁଗାର୍ ବିଦି ଅୟ୍ଦ୍।